Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।
77 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
2 ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ।
16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
ତା’ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
ବିଜୁଳି ଜଗତକୁ ଆଲୋକମୟ କଲା।
ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।
ରାମୋତ୍-ଗିଲିୟଦ୍ରେ ଯୁଦ୍ଧ
29 ଅନନ୍ତର ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦ୍କୁ ଗଲେ। 30 ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ମୁଁ ଛଦ୍ମ ବେଶରେ ଯୁଦ୍ଧ କରିବାକୁ ଯିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ।” ତେଣୁ ଇସ୍ରାଏଲର ରାଜା ଛଦ୍ମ ବେଶରେ ଯୁଦ୍ଧକୁ ଗଲେ।
31 ମାତ୍ର ଅରାମର ରାଜା ତାଙ୍କର ବତିଶ୍ ରଥାଧ୍ୟକ୍ଷଙ୍କୁ ଆଦେଶ ଦେଲେ, “ତୁମ୍ଭେମାନେ ଇସ୍ରାଏଲର ରାଜା ବ୍ୟତୀତ ଅନ୍ୟ କାହା ସଙ୍ଗେ ଯୁଦ୍ଧ କର ନାହିଁ। ତୁମ୍ଭେ ନିଶ୍ଚୟ ତାଙ୍କୁ ହତ୍ୟା କରିବ।” 32 ଯୁଦ୍ଧରେ ସେହି ରଥାଧ୍ୟକ୍ଷମାନେ ଯିହୋଶାଫଟଙ୍କୁ ଇସ୍ରାଏଲର ରାଜା ଭାବି ଯେତେବେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ। 33 ରଥାଧ୍ୟକ୍ଷମାନେ ଜାଣିଲେ ଯେ ସେ ଇସ୍ରାଏଲର ରାଜା ନୁହନ୍ତି, ତେଣୁ ସେମାନେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ।
34 ସେହି ସମୟରେ ଏକ ଶର ଜଣେ ସୈନ୍ୟ ଦ୍ୱାରା ବିଦ୍ଧ ହୋଇ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ୱାରା ଆଚ୍ଛାଦିତ ହୋଇ ନ ଥିବା ଦେହର ଅଂଶକୁ ଭେଦ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, “ମୋତେ ଏ ସ୍ଥାନରୁ ନେଇଯାଅ, କାରଣ ମୁଁ ଗୋଟିଏ ଶରଦ୍ୱାରା ଅତିଶୟ ଆଘାତ ପାଇଲି।”
35 ସେଦିନ ସୈନ୍ୟମାନେ ପ୍ରବଳ ଯୁଦ୍ଧ ଚଳାଇଲେ, ରାଜା ଆହାବ ତାଙ୍କ ରଥରେ ରହିଲେ। ସେ ଅରାମୀୟ ସୈନ୍ୟମାନଙ୍କୁ ଦେଖି ରଥର ପାର୍ଶ୍ୱରେ ଆଉଜି ହୋଇ ରହିଲେ। ତାଙ୍କର ରକ୍ତରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ୟାବେଳକୁ ସେ ମୃତ୍ୟୁବରଣ କଲେ। 36 ପୁଣି ସୂର୍ଯ୍ୟାସ୍ତ ବେଳକୁ ପ୍ରତ୍ୟେକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫେରିଯିବାକୁ ଆଦେଶ ଦିଆଗଲା।
37 ଏହିପରି ଭାବରେ ରାଜା ଆହାବ ମୃତ୍ୟୁବରଣ କଲେ ଓ ତାଙ୍କର ଲୋକ ଶମରିୟାକୁ ବୋହି ଆଣି ତାଙ୍କୁ କବର ଦେଲେ। 38 ଆଉ ସେମାନେ ଶମରିୟାର ପୋଖରୀଠାରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠାରେ ବେଶ୍ୟାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।
39 ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ଼ ନଗର ବିଷୟରେ ଇସ୍ରାଏଲର ରାଜବଂଶ ଇତିହାସରେ ଲିଖିତ ହୋଇଅଛି। 40 ଆହାବଙ୍କ ମୃତ୍ୟୁପରେ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜ୍ୟ କଲେ।
ଇସ୍ରାଏଲର ରାଜା ଅହସିୟ
51 ଯିହୁଦାର ରାଜା ଯିହୋଶାଫଟଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଆହାବଙ୍କ ପୁତ୍ର ଅହସିୟ ଇସ୍ରାଏଲର ରାଜା ହେଲେ। ସେ ଶମରିୟାରେ ଦୁଇ ବର୍ଷ ଶାସନ କଲେ। 52 ଅହସିୟ ଆପଣା ପିତା ଆହାବ, ମାତା ଇଷେବଲ ଓ ନବାଟଙ୍କ ପୁତ୍ର ଯାରବିୟାମ ପରି ପାପକର୍ମ କଲେ। ଏହିସବୁ ଶାସକ ଇସ୍ରାଏଲ ଲୋକଙ୍କୁ ପାପ କରାଇଲେ। 53 ପୁଣି ସେ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ବାଲ୍ର ଉପାସନା ଓ ସେବା କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତ କଲେ। ସଦାପ୍ରଭୁ ତା’ ଉପରେ କ୍ରୋଧ କଲେ, ଯେପରି ତା’ର ପିତାଙ୍କ ଉପରେ କରିଥିଲେ।
5 ତୁମ୍ଭେମାନେ ବିଶ୍ୱାସରେ ଜୀବନ କାଟୁଛ କି ନାହିଁ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭେମାନେ ଜାଣ ଯେ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭେମାନେ ପରୀକ୍ଷାରେ ବିଫଳ ହୁଅ, ତାହାହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ରହୁ ନାହାନ୍ତି ତାହା ଜାଣ। 6 ମୁଁ ଆଶାକରେ ଆମ୍ଭେମାନେ ପରୀକ୍ଷାରେ ବିଫଳ ହୋଇ ନାହୁଁ ବୋଲି ତୁମ୍ଭେମାନେ ଦେଖିବ। 7 ଆମ୍ଭେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ କିଛି ଭୁଲ୍ କାମ କରିବ ନାହିଁ। ଆମ୍ଭେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ, ଏ କଥା ଲୋକମାନେ ଦେଖିବାରେ କିଛି ଲାଭ ନାହିଁ। ପରୀକ୍ଷାରେ ଆମ୍ଭେମାନେ ବିଫଳ ହୋଇଛୁ ବୋଲି ଯଦି ଲୋକଙ୍କୁ ଦେଖାଯାଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ। 8 ଆମ୍ଭେ ସତ୍ୟର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କେବଳ ସତ୍ୟ ପାଇଁ କିଛି କରି ପାରିବା। 9 ଯଦି ତୁମ୍ଭେମାନେ ବଳବାନ ଆମ୍ଭେ ଦୁର୍ବଳ ହେବାରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଯାଅ। 10 ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।
2010 by World Bible Translation Center