Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 59

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ସ୍ୱରରେ ଦାଉଦଙ୍କ ଗୀତ, ମିକ୍ତାମ୍ ଓ ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।

59 ହେ ପରମେଶ୍ୱର, ମୋର ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର।
    ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର।
କୁକର୍ମ କରୁଥିବା ସେହି ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
    ସେହି ହତ୍ୟାକାରୀମାନଙ୍କଠାରୁ ମୋତେ ରକ୍ଷା କର।
ଦେଖ, ଲୋକମାନେ ମୋତେ ହତ୍ୟା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି।
    ବଳବାନ ଲୋକମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ
    କିନ୍ତୁ ସଦାପ୍ରଭୁ, ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।
ମୁଁ କୌଣସି ଦୋଷ କରି ନାହିଁ।
    କିନ୍ତୁ ସେମାନେ ଆକ୍ରମଣ ପାଇଁ ଦଉଡ଼ି ଆସୁଛନ୍ତି।
    ହେ ସଦାପ୍ରଭୁ, ଏହା ତୁମ୍ଭେ ନିଜେ ଦେଖ!
ତୁମ୍ଭେ ହେଉଛ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର!
    ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ।
    ସେହି ଦୁଷ୍ଟ ବିଶ୍ୱାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ।

ସେହି ଦୁଷ୍ଟ ଲୋକମାନେ କୁକୁର ପରି।
    ସେମାନେ ସନ୍ଧ୍ୟାବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
ତୁମ୍ଭେ ସେମାନଙ୍କ ଧମକ ଓ ଅପମାନକୁ ଶୁଣ।
    ସେମାନେ ଭାବନ୍ତି ସେମାନଙ୍କୁ କେହି ଶୁଣନ୍ତି ନାହିଁ।
    ଯେହେତୁ ସେମାନେ ଖରାପ କଥା କହନ୍ତି।

କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ପରିହାସ କର।
    ତୁମ୍ଭେ ସେହି ସମସ୍ତ ଦେଶକୁ ବିଦ୍ରୂପ କର।
ହେ ମୋର ଶକ୍ତି! ମୁଁ ତୁମ୍ଭ ପାଇଁ ଅପେକ୍ଷା କରିଛି।
    ହେ ପରମେଶ୍ୱର, ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦର ସ୍ଥାନ ଅଟ।
10 ପରମେଶ୍ୱର ମୋତେ ଭଲପା’ନ୍ତି।
    ଏବଂ ସେ ଆସିବେ ଓ ମୋତେ ସହାୟ ହେବେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମୋତେ ସହାୟ ହେବେ।
11 ହେ ପରମେଶ୍ୱର, ସେମାନଙ୍କୁ କେବଳ ହତ୍ୟା କର ନାହିଁ।
    ହୁଏତ ମୋର ଲୋକମାନେ ପାଶୋରି ଯାଇପାରନ୍ତି।
    ହେ ମୋର ପ୍ରଭୁ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ତୁମ୍ଭ ମହାପରାକ୍ରମ ଶକ୍ତିରେ ସେମାନଙ୍କୁ ଛିନ୍ନଭିନ୍ନ କର ଓ ପରାସ୍ତ କର।
12 ସେହି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ୟା କହନ୍ତି।
    ସେମାନେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର।
    ସେମାନଙ୍କର ଅହଙ୍କାର ସେମାନଙ୍କୁ କବଳିତ କରୁ।
13 ସେମାନଙ୍କୁ ତୁମ୍ଭ କ୍ରୋଧରେ ଧ୍ୱଂସ କର।
    ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କର।
ତାହାହେଲେ ସମସ୍ତ ପୃଥିବୀବାସୀ ଜାଣିବେ ଯେ,
    ପରମେଶ୍ୱର ଇସ୍ରାଏଲର ଶାସକ।

14 ସେହି ଦୁଷ୍ଟ ଲୋକମାନେ କୁକୁର ପରି ଅଟନ୍ତି।
    ସେମାନେ ସନ୍ଧ୍ୟାବେଳେ ନଗରରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
15 ସେମାନେ କିଛିଦ୍ରବ୍ୟ ଖାଇବା ଅନ୍ୱେଷଣରେ ଏଣେତେଣେ ଭ୍ରମଣ କରନ୍ତି।
    ମୁଁ ରାଣ ପକାଉଛି, ଯଦି ସେମାନେ ଯଥେଷ୍ଟ ପାଆନ୍ତି ତଥାପି ସେମାନେ ରାଗରେ ଗଁ ଗଁ କରନ୍ତି ଏବଂ ଅଭିଯୋଗ କରନ୍ତି। [a]
16 କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି।
    ତୁମ୍ଭ ପ୍ରେମରେ ମୁଁ ଆନନ୍ଦିତ ହେବି।
କାରଣ ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ।
    ମୁଁ ତୁମ୍ଭ ପାଖକୁ ବିପଦ ସମୟରେ ଯାଏ।
17 ମୁଁ ତୁମ୍ଭର ସ୍ତୁତିଗାନ କରିବି।
    କାରଣ ତୁମ୍ଭେ ହେଉଛ ମୋର ଉଚ୍ଚ ପର୍ବତର ନିରାପଦ ସ୍ଥାନ,
    ଯେଉଁଠାକୁ ଅସୁବିଧା ସମୟରେ ଗ୍ଭଲିଯାଏ।

ରାଜାବଳୀର ଦ୍ୱିତୀୟ ପୁସ୍ତକ 9:1-13

ଇଲୀଶାୟ ଯେହୂଙ୍କୁ ଅଭିଷିକ୍ତ କରିବାକୁ ଜଣେ ଯୁବ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ

ଇଲୀଶାୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭେ କଟିରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତରେ ଧରି ରାମୋତ୍-ଗିଲିୟଦକୁ ଯାଅ। ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନି‌ମ୍‌ଶିଙ୍କର ପୌତ୍ର, ଯିହୋଶାଫଟଙ୍କ ପୁତ୍ର ଯେହୂଙ୍କର ଅନ୍ୱେଷଣ କର। ତା’ପରେ କୋଠରୀ ଭିତରକୁ ଯାଇ ତାଙ୍କର ଭାଇମାନଙ୍କ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରୀକୁ ନେଇଯାଅ। ଏହି ଛୋଟ ତୈଳ ଶିଶି ନେଇ ତାଙ୍କ ମସ୍ତକରେ ତୈଳ ଢାଳି କୁହ, ‘ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’ ତା’ପରେ ତୁମ୍ଭେ ଦ୍ୱାର ଫିଟାଇ ଦୌଡ଼ି ଯାଅ, ଆଉ ବିଳମ୍ବ କର ନାହିଁ।”

ତେଣୁ ସେହି ଯୁବକ, ଭବିଷ୍ୟ‌ଦ୍‌ବକ୍ତା ରାମୋତ୍-ଗିଲିୟଦକୁ ଗଲେ। ସେହି ଯୁବା ଉପସ୍ଥିତ ହୋଇ ସେନାପତିମାନେ ବସିଥିବାର ଦେଖିଲେ। ତହୁଁ ଯୁବକ କହିଲେ, “ହେ ସେନାପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।”

ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ ତୁମ୍ଭର କାହାଠାରେ କାମ ଅଛି?”

ତହିଁରେ ଯୁବକ ଜଣକ କହିଲେ, “ହେ ସେନାପତି, ମୋର ପାଖରେ ତୁମ୍ଭ ପାଇଁ ଏକ ବାର୍ତ୍ତା ଅଛି।”

ଏଥିରେ ଯେହୂ ଉଠି ଘର ଭିତରକୁ ଗଲେ। ତା’ପରେ ଯୁବ ଭବିଷ୍ୟ‌ଦ୍‌ବକ୍ତା ଯେହୂଙ୍କ ମସ୍ତକରେ ସେହି ତୈଳ ଢାଳି କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। ତେଣୁ ତୁମ୍ଭେ ନିଶ୍ଚୟ ଆହାବର ବଂଶକୁ ବିନାଶ କରିବ। ଏହିରୂପେ ଆମ୍ଭେ ଆମ୍ଭର ସେବକ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର ମୃତ୍ୟୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ୟୁ ପାଇଁ ଈଷେବଲ ଉପରେ ପ୍ରତିଶୋଧ ନେବୁ। ତେଣୁ ଆହାବ ବଂଶର ସମସ୍ତେ ବିନଷ୍ଟ ହେବେ, ଏପରିକି ଆହବ ବଂଶର ସମସ୍ତ ପୁଂସନ୍ତାନକୁ ବଦ୍ଧ ହେଉ କି ମୁକ୍ତ ହେଉ ଇସ୍ରାଏଲରେ ବିନାଶ ହେବେ, କେହି ପଳାୟନ କରି ପାରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ଆହାବର ବଂଶକୁ ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା। 10 କୁକୁରମାନେ ଇଷେବଲର ଶରୀରକୁ ଯିଷ୍ରିୟେଲ ଭୂମିରେ ଖାଇବେ ପୁଣି ସେ କବର ପ୍ରାପ୍ତ ହେବ ନାହିଁ।’”

ତା’ପରେ ସେହି ଯୁବା ଭବିଷ୍ୟ‌ଦ୍‌ବକ୍ତା ଦ୍ୱାର ଫିଟାଇ ଦୌଡ଼ି ପଳାଇଲେ।

ଦାସମାନେ ଯେହୂଙ୍କୁ ରାଜା ରୂପେ ଘୋଷଣା କରନ୍ତି

11 ଅନନ୍ତର ଯେହୂ ଯେତେବେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫେରିଲେ। ସେମାନଙ୍କ ମଧ୍ୟରୁ ଜଣେ ଯେହୂଙ୍କୁ ପଗ୍ଭରିଲେ, “ସବୁ ମଙ୍ଗଳ ତ? ସେହି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା?”

ଯେହୂ ସେବକକୁ କହିଲେ, “ସେ ଲୋକକୁ ଓ ତା’ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।”

12 ମାତ୍ର ଉଚ୍ଚ ଅଧିକାରୀମାନେ ଉତ୍ତର କଲେ, “ନା! ଆମ୍ଭମାନଙ୍କୁ ସତ୍ୟକଥା କୁହ, ସେ ଲୋକ ତୁମ୍ଭଙ୍କୁ କ’ଣ କହିଲା?” ଯେହୂ ସେହି ଦାସମାନଙ୍କୁ ଯୁବା ଭବିଷ୍ୟ‌ଦ୍‌ବକ୍ତା ଯାହା ଯାହା କହିଥିଲେ ତାହା ସବୁ କହିଲା। ଯେହୂ କହିଲା, “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ନୂଆ ରାଜା ଭାବେ ଅଭିଷିକ୍ତ କଲୁ।’”

13 ତା’ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କ ସମ୍ମୁଖରେ ରଖିଲେ। ତା’ପରେ ସେମାନେ ତୂରୀ ବଜାଇ ଘୋଷଣା କଲେ, “ଯେହୂ ରାଜା ହେଲେ।”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:18-31

ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ଶକ୍ତି ଓ ଜ୍ଞାନ

18 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ। 19 ଶାସ୍ତ୍ରରେ ଲେଖା ଅଛି:

“ମୁଁ ଜ୍ଞାନୀମାନଙ୍କର ଜ୍ଞାନକୁ ନଷ୍ଟ କରିଦେବି।
    ବୁଦ୍ଧିମାନ ଲୋକମାନଙ୍କର ବୁଦ୍ଧିକୁ ମୂଲ୍ୟହୀନ କରିବି।” (A)

20 ଜ୍ଞାନୀ ଲୋକ କେଉଁଠାରେ ଅଛନ୍ତି? ବିଦ୍ୱାନ୍ ଲୋକ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଯୁଗର ଦାର୍ଶନିକ କେଉଁଠାରେ ଅଛନ୍ତି? ପରମେଶ୍ୱର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି। 21 ପରମେଶ୍ୱର ଆପଣା ଜ୍ଞାନରେ ଏହା ଗ୍ଭହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳରେ ପରମେଶ୍ୱରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଗ୍ଭରକୁ ଜଗତ ମୂର୍ଖତା ବୋଲି କୁହେ, ସେହି ବାର୍ତ୍ତା ଯେଉଁମାନେ ବିଶ୍ୱାସ କରୁଛନ୍ତି, ତଦ୍ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବାକୁ ଇଚ୍ଛା କଲେ।

22 ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହାନ୍ତି, ଓ ଗ୍ରୀକ୍‌ମାନେ ଜ୍ଞାନ ଗ୍ଭହାନ୍ତି। 23 କିନ୍ତୁ ଆମ୍ଭେ ପ୍ରଗ୍ଭର କରୁଛୁ: “ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ।” ଏ କଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ। 24 କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। 25 ଏପରିକି ପରମେଶ୍ୱରଙ୍କ ‘ମୂର୍ଖତା’ ମନୁଷ୍ୟର ଜ୍ଞାନଠାରୁ ଅଧିକ ଶକ୍ତିଯୁକ୍ତ। ସେହିପରି ପରମେଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ।

26 ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜାଗତିକ ଭାବରେ ଜ୍ଞାନୀ ଥିଲ, ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲ ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍ କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ। 27 କିନ୍ତୁ ପରମେଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟ ଗୁଡ଼ିକୁ ମନୋନୀତ କଲେ। 28 ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଗ୍ଭହିଁଲେ। 29 ପରମେଶ୍ୱରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗରେ ଗର୍ବ କରି ପାରିବ ନାହିଁ। 30 କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ। 31 ଶାସ୍ତ୍ରରେ ଏହିପରି ଲେଖାଅଛି: “ଯଦି କାହାର ଗର୍ବ କରିବାକୁ ଥାଏ। ତା’ହେଲେ ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।” [a]

Odia Holy Bible: Easy-to-Read Version (ERV-OR)

2010 by World Bible Translation Center