Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 42

ଦ୍ୱିତୀୟ ଖଣ୍ଡ

(ଗୀତସଂହିତା 42-72)

ପ୍ରଧାନ ବାଦ୍ୟକର ନିମନ୍ତେ, କୋରହ ପରିବାରରଏହା ଏକ ସୂଚନାଯୁକ୍ତ ଗୀତ।

42 ହେ ପରମେଶ୍ୱର, ହରିଣଟି ଯେପରି ପାଣି ପାଇଁ ସ୍ରୋତ ଆଡ଼କୁ ଧାଏଁ
    ସେପରି ମୋର ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
ମୋର ପ୍ରାଣ ଜୀବନ୍ତ ପରମେଶ୍ୱରଙ୍କ ନିମନ୍ତେ ତୃଷିତ।
    ମୁଁ କେବେ ପ୍ରଭୁଙ୍କ ଦର୍ଶନ ପାଇବି?
ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି।
    ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?
ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?”
    ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।

ଯେତେବେଳେ ମୁଁ ମନେ ପକାଏ, ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ,
    ସେହି ସୁଦିନ ଗୁଡ଼ିକୁ ଯାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି।
ଯେତେବେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗ୍ଭଲିଲି, ମୁଁ ମନେ ପକାଏ ସେହିସବୁ ଖୁସୀର ଦିନଗୁଡ଼ିକ
    ଓ ପ୍ରଶଂସାର ଗୀତ ସବୁ ଯାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।

ହେ ମୋର ପ୍ରାଣ କାହିଁକି ମୁଁ ଏତେ ବ୍ୟାକୁଳ?
    “ମୁଁ ପରମେଶ୍ୱରଙ୍କ ସହାୟତା ପାଇଁ ଅପେକ୍ଷା କରିବି।
ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।
ହେ ମୋର ପରମେଶ୍ୱର, ମୋର ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି ଛୋଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି।
    ଯେଉଁଠାରେ ହର୍ମୋଣ ପର୍ବତ ଓ ଯର୍ଦ୍ଦନ ନଦୀ ପରସ୍ପରକୁ ଭେଟନ୍ତି।”
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ ।
    ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ,
ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ।
    ‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ।

ରାତି ହେଉକି ଦିନ, ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରେମ ଢାଳି ଦିଅନ୍ତି।
    ସେହି ଜୀବନ୍ତ ପରମେଶ୍ୱରଙ୍କ ପାଇଁ ମୋ’ ନିକଟରେ ଏକ ଗୀତ ଅଛି।
ମୁଁ ପରମେଶ୍ୱରଙ୍କୁ କହିଲି, ତୁମ୍ଭେ ମୋର ଦୃଢ଼ତାର ପଥର।
    ମୁଁ କହେ, “ହେ ସଦାପ୍ରଭୁ କାହିଁକି ତୁମ୍ଭେ ମୋତେ ଭୁଲି ଯାଇଛ?
    କାହିଁକି ମୁଁ ମୋର ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ?”
10 ମୋର ଶତ୍ରୁମାନେ ନିରନ୍ତର ମୋତେ ଅପମାନିତ କରନ୍ତି ଓ ଏକ ଶକ୍ତ ଗ୍ଭପୁଡ଼ା ଦିଅନ୍ତି,
    ଯେତେବେଳେ ସେମାନେ ମୋତେ ପଗ୍ଭରନ୍ତି, “ତୁମ୍ଭର ପରମେଶ୍ୱର କେଉଁଠାରେ ଅଛନ୍ତି? ସେ କ’ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?”

11 ହେ ମୋର ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ?
    କାହିଁକି ମୁଁ ଏତେ ଅସ୍ଥିର ହେଉଅଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ମୁଁ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି
    ଓ ସେ ମୋତେ ଉଦ୍ଧାର କରିବେ।

ଗୀତସଂହିତା 43

43 ହେ ପରମେଶ୍ୱର, ଜଣେ ଲୋକ ଥିଲା ଯିଏ କି ତୁମ୍ଭର ଆଶ୍ରିତ ନ ଥିଲା।
    ସେହି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ୟା କହେ।
ହେ ପରମେଶ୍ୱର, ସେହି ଲୋକଠାରୁ ମୋତେ ବଞ୍ଚାଅ।
    ମୋତେ ସାହାଯ୍ୟ କରି ପ୍ରମାଣ କର ଯେ, ମୁଁ ଠିକ୍ ଅଟେ।
ହେ ପରମେଶ୍ୱର, ତୁମ୍ଭେ ହିଁ ମୋର ବଳସ୍ୱରୂପ।
    କାହିଁକି ତୁମ୍ଭେ ମୋତେ ଛାଡ଼ି ଗ୍ଭଲିଯିବ?
ମୋର ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ
    କାହିଁକି ମୁଁ ଏତେ ଦୁଃଖ ପାଇବି।
ହେ ପରମେଶ୍ୱର, ତୁମ୍ଭର ଆଲୋକ ଓ ସତ୍ୟତାର ବାର୍ତ୍ତା ମୋ’ ନିକଟକୁ ପ୍ରେରିତ ହେଉ।
    ତୁମ୍ଭର ଆଲୋକ ଓ ସତ୍ୟତା ମୋର ପଥ ପ୍ରଦର୍ଶକ ହେଉ।
ସେମାନେ ମୋତେ ବାଟ ଦେଖାଇ ତୁମ୍ଭର ପବିତ୍ର ପର୍ବତକୁ ନେଇଯିବେ।
    ସେମାନେ ମୋତେ ତୁମ୍ଭର ପବିତ୍ର ଗୃହକୁ ପଥ ଦେଖାଇବେ।
ମୁଁ ପରମେଶ୍ୱରଙ୍କ ଯଜ୍ଞବେଦି ନିକଟକୁ ଆସିବି।
    ମୁଁ ପରମେଶ୍ୱରଙ୍କ ନିକଟକୁ ଯିବି, ଯିଏ ମୋତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି।
ସଦାପ୍ରଭୁ ମୋର ପରମେଶ୍ୱର,
    ମୁଁ ଏହି ବୀଣା ବାଦ୍ୟଯନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।

ହେ ମୋର ପ୍ରାଣ, କାହିଁକି ଏତେ ଦୁଃଖିତ?
    ମୁଁ କାହିଁକି ଏତେ ଅଧୀର ହେଉଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚୟ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।

ଆୟୁବ ପୁସ୍ତକ 6:14-30

14 ଜଣେ ବ୍ୟକ୍ତିର ସାଙ୍ଗମାନେ ତା’ର କଷ୍ଟ ସମୟରେ ତାକୁ ଦୟା କରିବା କଥା,
    ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କଠାରୁ ବିମୁଖ ହୁଏ।
15 କିନ୍ତୁ ତୁମ୍ଭେ ମୋର ଭାଇମାନେ ମୋ’ ପ୍ରତି ବିଶ୍ୱସ୍ତ ନୁହଁ।
    ମୁଁ ତୁମ୍ଭ ଉପରେ ନିର୍ଭର କରି ପାରିବି ନାହିଁ।
    ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ।
    ତୁମ୍ଭେ ସେହି ଉଛୁଳିବା ଝରଣାପରି।
16 କେତେବେଳେ ବରଫରେ ଭର୍ତ୍ତି ହୋଇଯାଏ ଏବଂ ବରଫ ତରଳି ଯାଏ।
17 କିନ୍ତୁ ଯେତେବେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ
    ଜଳ ପ୍ରବାହିତ ବନ୍ଦ ହୁଏ।
    and the stream disappears.
18 ବ୍ୟବସାୟୀ ତାଙ୍କ ପଥରୁ ପାଣି ଖୋଜିବା ପାଇଁ ବିମୁଖ ହୁଅନ୍ତି।
    ସେମାନେ ମରୁଭୂମିକୁ ଗ୍ଭଲିଯାଆନ୍ତି ଓ ହଜିଯାଆନ୍ତି।
19 ମୋର ବ୍ୟବସାୟୀ ପାଣିର ଅନ୍ୱେଷଣ କଲେ।
    ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
20 ସେମାନେ ନିଶ୍ଚିତ ଥିଲେ ଯେ ସେମାନେ ନିଶ୍ଚୟ ପାଣି ପାଇବେ
    କିନ୍ତୁ ଶେଷରେ ସେମାନେ ନିରାଶ ହେଲେ।
21 ବର୍ତ୍ତମାନ ତୁମ୍ଭେ ସେହି ସ୍ରୋତଭଳି କିଛି ନୁହଁ।
    ତୁମ୍ଭେ ମୋର ବିପଦ ଦେଖି ଭୟଭୀତ ହେଉଅଛ କି?
22 ମୁଁ ତୁମ୍ଭକୁ ସାହାଯ୍ୟ ମାଗିଛି କି?
    ନାଁ, କିନ୍ତୁ ତୁମ୍ଭେ ସ୍ୱଇଚ୍ଛାରେ ମୋତେ ତୁମ୍ଭର ଉପଦେଶ ଦେଉଅଛ।
23 ମୁଁ ତୁମ୍ଭକୁ କହିଛି କି? ‘ମୋତେ ଶତ୍ରୁ କବଳରୁ ଉଦ୍ଧାର କର।
    ମୋତେ ନିଷ୍ଠୁର ଲୋକଙ୍କ କବଳରୁ ବଞ୍ଚାଅ।’

24 ମୋତେ ଶିକ୍ଷା ଦିଅ, ତା’ ଉତ୍ତାରେ ମୁଁ ନୀରବ ରହିବି।
    ମୋତେ କୁହ ମୁଁ କ’ଣ ଭୁଲ୍ କରୁଛି।
25 ସାଧୁ ବାକ୍ୟ ବଡ଼ ଶକ୍ତିଶାଳୀ,
    କିନ୍ତୁ ତୁମ୍ଭର ଯୁକ୍ତି କିଛି ପ୍ରମାଣ କରୁ ନାହିଁ।
26 ତୁମ୍ଭେ କ’ଣ ମୋତେ ସମାଲୋଚନା କରିବା ପାଇଁ ଯୋଜନା କରୁଛ?
    ବିନା କୌଣସି ଆଶାର ବକ୍ତା ପବନ ପରି ଅଟେ।
27 ତୁମ୍ଭ ଅନାଥଙ୍କର ଜିନିଷ ଜିତିବା ପାଇଁ ମଧ୍ୟ ଗୁଲିବାଣ୍ଟ କରିବ,
    ତୁମ୍ଭେ ନିଜର ବନ୍ଧୁକୁ ମଧ୍ୟ ବିକ୍ରି କରିଦେବ।
28 ଏବେ ବର୍ତ୍ତମାନ ତୁମ୍ଭେ ମୋର ମୁହଁ ଦେଖି କୁହ,
    ମୁଁ ତୁମ୍ଭକୁ ମିଛ କହିବି ନାହିଁ!
29 ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ।
    ପୁନର୍ବାର ବିଗ୍ଭର କର ମୁଁ ନିରୀହ ଅଟେ।
30 ମୁଁ ମିଛ କହୁ ନାହିଁ।
    ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।”

ଗାଲାତୀୟଙ୍କ ପ୍ରତି ପତ୍ର 3:15-22

ବ୍ୟବସ୍ଥା ଓ ପ୍ରତିଜ୍ଞା

15 ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି: ଜଣେ ଲୋକ ଅନ୍ୟ ଜଣକ ସହିତ କରିଥିବା ଚୁକ୍ତି ବିଷୟରେ ଭାବ। ସେହି ଚୁକ୍ତିଟି ଅନୁମୋଦିତ ହୋଇଗଲା ପରେ, ସେଥିରେ କୌଣସି ପରିବର୍ତ୍ତନ ହୋଇପାରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥିରେ ଯୋଡ଼ା ଯାଇପାରେ ନାହିଁ। 16 ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ “ଓ ତାହାଙ୍କ ସନ୍ତାନଙ୍କୁ” ପ୍ରତିଶୃତି ଦେଇଥିଲେ। କିନ୍ତୁ “ସେ ତାହାଙ୍କର ସମସ୍ତ ବଂଶଧର” ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା’ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ। 17 ମୋ’ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ୱର ପୂର୍ବରୁ ଅନୁମୋଦନ କରିସାରିଥିଲେ, ତାହା ଗ୍ଭରିଶହ ତିରିଶ୍ ବର୍ଷ ପରେ ଆସିଥିବା ବ୍ୟବସ୍ଥା ଦ୍ୱାରା ମୂଲ୍ୟହୀନ ହୋଇ ଗଲା ନାହିଁ। ସେହି ବ୍ୟବସ୍ଥା ମଧ୍ୟ ସେହି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।

18 ଯଦି ଉତ୍ତରାଧିକାର “ବ୍ୟବସ୍ଥା ଆଧାରିତ” ଅଟେ, ତେବେ ତାହା ‘‘ପ୍ରତିଶୃତି ଆଧାରିତ” ହୋଇ ପାରିବ ନାହିଁ। କିନ୍ତୁ ପରମେଶ୍ୱର ଆପଣା ପ୍ରତିଶୃତି ମାଧ୍ୟମରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ।

19 ତା’ହେଲେ ବ୍ୟବସ୍ଥାର ପ୍ରୟୋଜନ କ’ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ। 20 ଗୋଟିଏ ପଟ ଥିଲେ, ମଧ୍ୟସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ।

ମୋଶାଙ୍କ ନିୟମର ପ୍ରୟୋଜନ

21 ଏହାର ଅର୍ଥ କ’ଣ ଏହା ଯେ ବ୍ୟବସ୍ଥା ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତରେ ଜୀବନ ଭଳି ବ୍ୟବସ୍ଥା ଯଦି ଦିଆଯାଇ ପାରିଥା’ନ୍ତା, ତେବେ ସେହି ବ୍ୟବସ୍ଥା ଦ୍ୱାରା ପରମେଶ୍ୱରଙ୍କ ସହିତ ଆମ୍ଭେ ପ୍ରକୃତରେ ଧାର୍ମିକ ହୋଇ ପାରିଥାଆନ୍ତୁ। 22 କିନ୍ତୁ ଏହା ସତ୍ୟ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା ଯେ, ବିଶ୍ୱାସ ମାଧ୍ୟମରେ ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ସେହି ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center