Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 42

ଦ୍ୱିତୀୟ ଖଣ୍ଡ

(ଗୀତସଂହିତା 42-72)

ପ୍ରଧାନ ବାଦ୍ୟକର ନିମନ୍ତେ, କୋରହ ପରିବାରରଏହା ଏକ ସୂଚନାଯୁକ୍ତ ଗୀତ।

42 ହେ ପରମେଶ୍ୱର, ହରିଣଟି ଯେପରି ପାଣି ପାଇଁ ସ୍ରୋତ ଆଡ଼କୁ ଧାଏଁ
    ସେପରି ମୋର ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
ମୋର ପ୍ରାଣ ଜୀବନ୍ତ ପରମେଶ୍ୱରଙ୍କ ନିମନ୍ତେ ତୃଷିତ।
    ମୁଁ କେବେ ପ୍ରଭୁଙ୍କ ଦର୍ଶନ ପାଇବି?
ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି।
    ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?
ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?”
    ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।

ଯେତେବେଳେ ମୁଁ ମନେ ପକାଏ, ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ,
    ସେହି ସୁଦିନ ଗୁଡ଼ିକୁ ଯାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି।
ଯେତେବେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗ୍ଭଲିଲି, ମୁଁ ମନେ ପକାଏ ସେହିସବୁ ଖୁସୀର ଦିନଗୁଡ଼ିକ
    ଓ ପ୍ରଶଂସାର ଗୀତ ସବୁ ଯାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।

ହେ ମୋର ପ୍ରାଣ କାହିଁକି ମୁଁ ଏତେ ବ୍ୟାକୁଳ?
    “ମୁଁ ପରମେଶ୍ୱରଙ୍କ ସହାୟତା ପାଇଁ ଅପେକ୍ଷା କରିବି।
ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।
ହେ ମୋର ପରମେଶ୍ୱର, ମୋର ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି ଛୋଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି।
    ଯେଉଁଠାରେ ହର୍ମୋଣ ପର୍ବତ ଓ ଯର୍ଦ୍ଦନ ନଦୀ ପରସ୍ପରକୁ ଭେଟନ୍ତି।”
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ ।
    ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ,
ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ।
    ‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ।

ରାତି ହେଉକି ଦିନ, ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରେମ ଢାଳି ଦିଅନ୍ତି।
    ସେହି ଜୀବନ୍ତ ପରମେଶ୍ୱରଙ୍କ ପାଇଁ ମୋ’ ନିକଟରେ ଏକ ଗୀତ ଅଛି।
ମୁଁ ପରମେଶ୍ୱରଙ୍କୁ କହିଲି, ତୁମ୍ଭେ ମୋର ଦୃଢ଼ତାର ପଥର।
    ମୁଁ କହେ, “ହେ ସଦାପ୍ରଭୁ କାହିଁକି ତୁମ୍ଭେ ମୋତେ ଭୁଲି ଯାଇଛ?
    କାହିଁକି ମୁଁ ମୋର ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ?”
10 ମୋର ଶତ୍ରୁମାନେ ନିରନ୍ତର ମୋତେ ଅପମାନିତ କରନ୍ତି ଓ ଏକ ଶକ୍ତ ଗ୍ଭପୁଡ଼ା ଦିଅନ୍ତି,
    ଯେତେବେଳେ ସେମାନେ ମୋତେ ପଗ୍ଭରନ୍ତି, “ତୁମ୍ଭର ପରମେଶ୍ୱର କେଉଁଠାରେ ଅଛନ୍ତି? ସେ କ’ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?”

11 ହେ ମୋର ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ?
    କାହିଁକି ମୁଁ ଏତେ ଅସ୍ଥିର ହେଉଅଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ମୁଁ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି
    ଓ ସେ ମୋତେ ଉଦ୍ଧାର କରିବେ।

ଗୀତସଂହିତା 43

43 ହେ ପରମେଶ୍ୱର, ଜଣେ ଲୋକ ଥିଲା ଯିଏ କି ତୁମ୍ଭର ଆଶ୍ରିତ ନ ଥିଲା।
    ସେହି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ୟା କହେ।
ହେ ପରମେଶ୍ୱର, ସେହି ଲୋକଠାରୁ ମୋତେ ବଞ୍ଚାଅ।
    ମୋତେ ସାହାଯ୍ୟ କରି ପ୍ରମାଣ କର ଯେ, ମୁଁ ଠିକ୍ ଅଟେ।
ହେ ପରମେଶ୍ୱର, ତୁମ୍ଭେ ହିଁ ମୋର ବଳସ୍ୱରୂପ।
    କାହିଁକି ତୁମ୍ଭେ ମୋତେ ଛାଡ଼ି ଗ୍ଭଲିଯିବ?
ମୋର ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ
    କାହିଁକି ମୁଁ ଏତେ ଦୁଃଖ ପାଇବି।
ହେ ପରମେଶ୍ୱର, ତୁମ୍ଭର ଆଲୋକ ଓ ସତ୍ୟତାର ବାର୍ତ୍ତା ମୋ’ ନିକଟକୁ ପ୍ରେରିତ ହେଉ।
    ତୁମ୍ଭର ଆଲୋକ ଓ ସତ୍ୟତା ମୋର ପଥ ପ୍ରଦର୍ଶକ ହେଉ।
ସେମାନେ ମୋତେ ବାଟ ଦେଖାଇ ତୁମ୍ଭର ପବିତ୍ର ପର୍ବତକୁ ନେଇଯିବେ।
    ସେମାନେ ମୋତେ ତୁମ୍ଭର ପବିତ୍ର ଗୃହକୁ ପଥ ଦେଖାଇବେ।
ମୁଁ ପରମେଶ୍ୱରଙ୍କ ଯଜ୍ଞବେଦି ନିକଟକୁ ଆସିବି।
    ମୁଁ ପରମେଶ୍ୱରଙ୍କ ନିକଟକୁ ଯିବି, ଯିଏ ମୋତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି।
ସଦାପ୍ରଭୁ ମୋର ପରମେଶ୍ୱର,
    ମୁଁ ଏହି ବୀଣା ବାଦ୍ୟଯନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।

ହେ ମୋର ପ୍ରାଣ, କାହିଁକି ଏତେ ଦୁଃଖିତ?
    ମୁଁ କାହିଁକି ଏତେ ଅଧୀର ହେଉଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚୟ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।

ଆଦିପୁସ୍ତକ 24:1-21

ଇ‌ସ୍‌ହାକଙ୍କ ପାଇଁ ଏକ ସ୍ତ୍ରୀ

24 ଅବ୍ରହାମ ବାର୍ଦ୍ଧକ୍ୟ ଅବସ୍ଥାରେ ବଞ୍ଚିଥିଲେ। ସଦାପ୍ରଭୁ ଅବ୍ରହାମଙ୍କୁ ସମସ୍ତ ଗତିରେ ଆଶାର୍ବାଦ କରିଥିଲେ। ଅବ୍ରହାମଙ୍କର ପୁରୁଣା ଗ୍ଭକର ଅବ୍ରହାମଙ୍କର ପ୍ରତ୍ୟେକ ଦ୍ରବ୍ୟର ଦାୟିତ୍ୱରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, “ମୋର ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର। ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ପ୍ରତିଜ୍ଞା କର, ଯିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭେମାନେ ମୋର ପୁତ୍ରର ବିବାହ କିଣାନୀୟମାନଙ୍କର କନ୍ୟାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି। ମୋର ଜନ୍ମସ୍ଥାନକୁ ଯାଅ ଇ‌ସ୍‌ହାକ ପାଇଁ ଏକ ପତ୍ନୀ ଧରି ଆସ।”

ଦାସ ତାଙ୍କୁ କହିଲେ, “ଏହା ସମ୍ଭବ ହୋଇପାରେ ଯେ, ଯେବେ କୌଣସି କନ୍ୟା ମୋ’ ସହିତ ଏହି ଭୁମିକୁ ଆସି ନ ପାରନ୍ତି, ତେବେ ମୁଁ ତୁମ୍ଭର ପୁତ୍ରକୁ ମୋ’ ସହିତ ତୁମ୍ଭର ଜନ୍ମସ୍ଥାନକୁ ନେବା ଉଚିତ୍ କି?”

ଅବ୍ରହାମ ତାଙ୍କୁ କହିଲେ, “ନା ମୋର ପୁତ୍ରକୁ ସେଠାକୁ ନେବ ନାହିଁ। ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ମୋତେ ମୋର ଜନ୍ମ ସ୍ଥାନରୁ ମୋ’ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସେହି ସ୍ଥାନ ମୋର ପରିବାରମାନଙ୍କ ପାଇଁ ମୋର ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହି ଭୂମି ମୋର ପରିବାର ପାଇଁ ହେବ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମୋର ପୁଅ ପାଇଁ ଏକ ସ୍ତ୍ରୀ ଖୋଜି ଆଣିବା ନିମନ୍ତେ। କିନ୍ତୁ ଯଦି ସେହି ଝିଅ ତୁମ୍ଭ ସହିତ ଆସିବା ପାଇଁ ମନା କରେ, ତେବେ ତୁମ୍ଭେ ତୁମ୍ଭର ପ୍ରତିଜ୍ଞାରୁ ମୁକ୍ତ ହେବ। କିନ୍ତୁ ତୁମ୍ଭେ ମୋର ପୁତ୍ରକୁ ସେହି ସ୍ଥାନକୁ ନିଅ ନାହିଁ।”

ତେଣୁ ସେହି ଦାସ ତାଙ୍କର ମୁନିବଙ୍କ ଜଙ୍ଘ ଛୁଇଁ ଶପଥ କଲେ।

ଖୋଜା ଆରମ୍ଭ ହେଲା

10 ସେହି ଦାସ ଅବ୍ରହାମଙ୍କର ଦଶଟା ଓଟ ନେଇ ସେହି ସ୍ଥାନ ପରିତ୍ୟାଗ କଲେ। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସେହି ଦାସ ନାହୋର, ଅରାମନହରୟିମର ନଗରକୁ ଯାତ୍ରା କଲେ। 11 ଏହା ପରେ ସେ ନଗର ବାହାରେ ଥିବା ସେହି ସ୍ଥାନକୁ ଗଲେ, ଯେଉଁଠାକୁ କନ୍ୟାମାନେ ଜଳ ପାଇଁ କୂପ ନିକଟକୁ ଆସନ୍ତି। ନଗର ବାହାରେ ସେହି କୂପ ନିକଟରେ ଓଟମାନଙ୍କୁ ଆଣ୍ଠୁଆଇ ବସାଇଲେ।

12 ଦାସ ପ୍ରାର୍ଥନା କଲେ ଏବଂ କହିଲେ, “ହେ ସଦାପ୍ରଭୁ! ତୁମ୍ଭେ ମୋର ପ୍ରଭୁଙ୍କର ପରମେଶ୍ୱର। ମୋର ଜୀବନର ଲକ୍ଷ୍ୟ ସଫଳ କରାଇ, ମୋହର କର୍ତ୍ତା ଅବ୍ରହାମଙ୍କୁ ଦୟାକରି ଅନୁଗ୍ରହ କର। 13 ଏହିଠାରେ ମୁଁ କୂପ ନିକଟରେ ଛିଡ଼ା ହୋଇ ଅଛି। ଏବଂ ନଗରରୁ କନ୍ୟାମାନେ ପାଣି ନେବାକୁ ଏଠାକୁ ଆସୁଛନ୍ତି। 14 ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇ‌ସ୍‌ହାକର ସ୍ତ୍ରୀ ହେବ। ମୁଁ ସେହି ଝିଅକୁ କହିବି ‘ଦୟାକରି ତୁମ୍ଭର ପାତ୍ର ମୋ’ ଆଡ଼କୁ ତଳମୁହାଁ କର। ଯେପରି ମୁଁ ପାଣି ପିଇ ପାରିବି।’ ମୁଁ ଜାଣି ପାରିବି ସେହି ହେଉଛି ଉପଯୁକ୍ତ ପାତ୍ରୀ ଯିଏ କହିବ, ‘ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ୟ ପାଣି ଦେବି।’ ଯଦି ଏହିପରି ହୁଏ, ତେବେ ମୁଁ ଜାଣିବି ସେ ହେଉଛି ଇ‌ସ୍‌ହାକ ପାଇଁ ଉପଯୁକ୍ତ କନ୍ୟା। ଏବଂ ମୁଁ ଜାଣିବି ତୁମ୍ଭେ ମୋର ମୁନିବଙ୍କ ଉପରେ ଦୟା କଲ।”

ଗୋଟିଏ ସ୍ତ୍ରୀ ବଛାଗଲେ

15 ଏହା ପରେ ଦାସଟିର ପ୍ରାର୍ଥନା ସରିବା ପୂର୍ବରୁ ଜଣେ ଯୁବତୀ ରିବିକା କୂଅ ନିକଟକୁ ଆସିଲେ। ରିବିକା ଥିଲେ, ବଥୂୟେଲର ଝିଅ। ବଥୂୟେଲ ମି‌ଲ୍‌କାର ପୁତ୍ର ଥିଲେ, ଯିଏ କି ଅବ୍ରହାମଙ୍କର ଭାଇ ନାହୋର ସହିତ ବିବାହ କରିଥିଲେ। ରିବିକା ପାଣିପାତ୍ର କାନ୍ଧରେ ଥୋଇ କୂଅ ନିକଟକୁ ଆସିଲେ। 16 ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ୟ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲେ ଓ ତା’ର ପାତ୍ରରେ ପାଣି ଭର୍ତ୍ତି କଲେ। 17 ଏହା ପରେ ସେହି ଦାସଜଣକ ତାଙ୍କ ପାଖକୁ ଗଲେ ଏବଂ କହିଲେ, “ଦୟାକରି ତୁମ୍ଭ ପାତ୍ରରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।”

18 ରିବିକା ତ‌‌‌ତ୍‌‌‌କ୍ଷଣାତ୍ ତାଙ୍କ କାନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, “ହେ ମହାଶୟ ପାନ କର।” 19 ଜଳପାନ କରିବାକୁ ଦେଇ ରିବିକା କହିଲେ, “ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” 20 ଏହା ପରେ ରିବିକା କୂଅରୁ ପାଣି କାଢ଼ି କୁଣ୍ଡରେ ଢାଳିଲେ ଓ ପୁନରାୟ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।

21 ତା’ପରେ ସେ କନ୍ୟାକୁ ଅତି ପାଖରେ ଏବଂ ଶାନ୍ତଭାବରେ ଦେଖିଲେ, ସେ ନିଶ୍ଚିତ ହେବାପରେ ଏବଂ ଜାଣିଲେ ସଦାପ୍ରଭୁ ତାଙ୍କର ଯାତ୍ରା ସଫଳ କରିଥିଲେ।

ରୋମୀୟଙ୍କ ପ୍ରତି ପତ୍ର 2:17-29

ଯିହୂଦୀ ଓ ବ୍ୟବସ୍ଥା

17 ତୁମ୍ଭ ବିଷୟରେ କ’ଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ୟବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ଅଛ। 18 ତୁମ୍ଭେ ଜାଣ ଯେ, ତୁମ୍ଭେ କ’ଣ କରିବ ବୋଲି ପରମେଶ୍ୱର ଗ୍ଭହାନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟ ଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ, କାରଣ ତୁମ୍ଭେ ବ୍ୟବସ୍ଥା ଶିଖିଛ। 19 ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ୟ ମାର୍ଗ ବିଷୟରେ ଜାଣନ୍ତି ନାହିଁ, ତୁମ୍ଭେ ସେମାନଙ୍କର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାରରେ ଅଛନ୍ତି ସେମାନଙ୍କ ପାଇଁ ତୁମ୍ଭେ ଆଲୁଅ ସଦୃଶ। 20 ତୁମ୍ଭେ ଭାବୁଛ ଯେ, ଯେଉଁମାନେ ମୁର୍ଖ, ସେମାନଙ୍କୁ ସତ୍ୟ ଦେଖାଇ ପାରିବ। ଏବଂ ତୁମ୍ଭେ ଭାବୁଛ ଯେ, ଯେଉଁମାନଙ୍କର ଏବେ ମଧ୍ୟ ଶିଖିବା ଆବଶ୍ୟକ, ସେମାନଙ୍କର ତୁମ୍ଭେ ଶିକ୍ଷକ। ତୁମ୍ଭ ପାଖରେ ବ୍ୟବସ୍ଥା ଅଛି, ସେଥିପାଇଁ ତୁମ୍ଭେ ଭାବୁଛ ଯେ ତୁମ୍ଭେ ସବୁକିଛି ଜାଣିଛ ଓ ତୁମ୍ଭ ପାଖରେ ସତ୍ୟ ଅଛି। 21 ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉ ନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଗ୍ଭେରି କର ନାହିଁ। କିନ୍ତୁ ତୁମ୍ଭେ ନିଜେ ଗ୍ଭେରି କରୁଛ। 22 ତୁମ୍ଭେ କହୁଛ ଲୋକେ ବ୍ୟଭିଗ୍ଭର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସେହି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ। 23 କିନ୍ତୁ ତୁମ୍ଭେ ମନ୍ଦିରରୁ ଗ୍ଭେରି କରୁଛ। ତୁମ୍ଭେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସେହି ବ୍ୟବସ୍ଥା ଭଙ୍ଗ କରି ପରମେଶ୍ୱରଙ୍କୁ ଲଜ୍ଜା ଦେଉଛ। 24 ପବିତ୍ର-ଶାସ୍ତ୍ରରେ [a] ଲେଖା ଅଛି, “ଅଣଯିହୂଦୀମାନେ ପରମେଶ୍ୱରଙ୍କ ବିଷୟରେ ମନ୍ଦ କଥା, ଯିହୂଦୀମାନଙ୍କ ପାଇଁ ହିଁ କୁହନ୍ତି।” [b]

25 ଯଦି ତୁମ୍ଭେ ବ୍ୟବସ୍ଥା [c] ପାଳନ କରୁଛ, ତା’ହେଲେ ତୁମ୍ଭର ସୁନ୍ନତ [d] ହେବାର ମୂଲ୍ୟ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥା ଭଙ୍ଗ କରୁଛ ତା’ହେଲେ ତୁମ୍ଭେ ସୁନ୍ନତ ନ ହେବା ସହିତ ସମାନ। 26 ଅଣଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଯଦି ବ୍ୟବସ୍ଥା କହିବା ଭଳି ଆଚରଣ କରନ୍ତି, ତା’ହେଲେ ସେମାନେ ସୁନ୍ନତ ହେବା ଭଳି ହେଲେ। 27 ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ୟବସ୍ଥା ଅଛି ଓ ସୁନ୍ନତ ମଧ୍ୟ, କିନ୍ତୁ ତୁମ୍ଭେମାନେ ବ୍ୟବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହୋଇ ବ୍ୟବସ୍ଥା ପାଳନ କରୁଥିବା ଲୋକେ ଦେଖାଇ ଦେବେ ଯେ ତୁମ୍ଭେ ଦୋଷୀ ଅଟ।

28 ଜଣେ କେବଳ ଶରୀରରେ ଯିହୂଦୀ, କିନ୍ତୁ ପ୍ରକୃତରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କେବଳ ବାହାର ଶରୀରରେ ନୁହେଁ। 29 ଜଣେ ଲୋକ ଯଦି ପ୍ରକୃତରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟରେ ହିଁ କରା ଯାଇଥାଏ। ଏହା ଆତ୍ମା [e] ଦ୍ୱାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟରେ ଆତ୍ମା ଦ୍ୱାରା ସୁନ୍ନତ ହୋଇଥାଏ ସେ ପରମେଶ୍ୱରଙ୍କଠାରୁ ପ୍ରଶଂସା ପାଏ, ମଣିଷମାନଙ୍କଠାରୁ ନୁହେଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center