Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 8

ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।

ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
    ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।

ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
    ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।

ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
    ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
“କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
    କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”

କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
    ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
    ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
ଆକାଶର ଉଡ଼ୁଥିବା ପକ୍ଷୀମାନେ
    ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।

ହିତୋପଦେଶ 3:19-26

19 ସଦାପ୍ରଭୁ ଜ୍ଞାନରେ ଭରପୁର ପୃଥିବୀ ସ୍ଥାପନ କଲେ। ସେ ତାଙ୍କ ଜ୍ଞାନରେ ଆକାଶ ମଣ୍ଡଳ ସୃଷ୍ଟି କଲେ। 20 ସଦାପ୍ରଭୁ ତାଙ୍କ ଜ୍ଞାନରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ।

21 ହେ ମୋର ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର। 22 ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ। 23 ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଗ୍ଭଲିବ। ତୁମ୍ଭେ କେଉଁଠାରେ ଝୁଣ୍ଟିବ ନାହିଁ। 24 ଶୟନ ସମୟରେ ତୁମ୍ଭର ଭୟ ହେବ ନାହିଁ। ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ। 25 ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ। 26 କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ପାଦକୁ ଫାନ୍ଦରୁ ପଡ଼ିବା ପୂର୍ବରୁ ରକ୍ଷା କରିବେ।

ଏଫିସୀୟଙ୍କ ପ୍ରତି ପତ୍ର 4:1-6

ଶରୀରର ଏକତା

ମୁଁ ପ୍ରଭୁଙ୍କର ହୋଇ ଥିବାରୁ କାରାଗାରରେ ବନ୍ଦୀରୂପେ ଅଛି। ତୁମ୍ଭମାନଙ୍କୁ ପରମେଶ୍ୱର ନିଜ ଲୋକ ବୋଲି ବାଛିଛନ୍ତି। ଅତଏବ ପରମେଶ୍ୱରଙ୍କ ଲୋକମାନେ ଯେଉଁଭଳି ଜୀବନଯାପନ କରିବା ଉଚିତ୍, ତୁମ୍ଭେମାନେ ସେହିଭଳି ଜୀବନଯାପନ କର। ସବୁବେଳେ ନମ୍ର, ଭଦ୍ର, ଧୈର୍ଯ୍ୟବାନ ହୁଅ। ପରସ୍ପରକୁ ପ୍ରେମରେ ଗ୍ରହଣ କର। ତୁମ୍ଭେ ସମସ୍ତେ ପବିତ୍ରଆତ୍ମାଙ୍କ ଦ୍ୱାରା ଶାନ୍ତିର ବନ୍ଧନରେ ଏକତ୍ର ହୋଇ ରୁହ। ଏହିଭଳି ରହିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କର। ଆତ୍ମାଦତ୍ତ ଶାନ୍ତି ତୁମ୍ଭକୁ ବାନ୍ଧି ରଖୁ। ଶରୀର ଏକ, ପବିତ୍ରଆତ୍ମା ମଧ୍ୟ ଏକ। ପରମେଶ୍ୱର ତୁମ୍ଭମାନଙ୍କୁ ଏକ ଭରସା ପାଇବା ପାଇଁ ଡାକି ଥିଲେ। ପ୍ରଭୁ ଏକ, ବିଶ୍ୱାସ ଏକ ଓ ବାପ୍ତିସ୍ମ ମଧ୍ୟ ଏକ। ପରମେଶ୍ୱର ଜଣେ ଓ ସେ ହେଉଛନ୍ତି ପ୍ରତ୍ୟେକ ବିଷୟର ପିତା। ସେ ସମସ୍ତଙ୍କୁ ଶାସନ କରନ୍ତି, ଓ ସମସ୍ତଙ୍କର ସ୍ୱାମୀ ଅଟନ୍ତି। ସେ ସବୁଠାରେ ଓ ସମସ୍ତଙ୍କ ଅନ୍ତରରେ ଅଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center