Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 48

କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।

48 ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
    ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
    ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
    ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
    ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
    କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
    ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
    ଓ ସେମାନେ ଭୟରେ ଥରି ଉଠିଲେ।
ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
    ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
    କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।

ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
    ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
    ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
    ଯିହୁଦାର ସହର ସବୁ ଉଲ୍ଲସିତ।
    କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
    ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
    ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
    ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
    ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।

ଗଣନା ପୁସ୍ତକ 24:1-14

ବିଲିୟମଙ୍କ ତୃତୀୟ ବାର୍ତ୍ତା

24 ବିଲିୟମ ହୃ‌ଦ୍‌ବୋଧ କଲେ ଯେ, ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବାକୁ ଗ୍ଭହିଁଲେ। ତେଣୁ ସେ ପୂର୍ବପରି କୌଣସି ନୈବେଦ୍ୟ ପ୍ରୟୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁଚ୍ଛାଟାରେ ମରୁଭୂମି ଆଡ଼େ ନିଜ ମୁଖ ରଖିଲା। ବିଲିୟମ ଦେଖିଲା ଯେ, ଇସ୍ରାଏଲର ଲୋକମାନେ ସେମାନଙ୍କର ପରିବାରବର୍ଗ ଅନୁସାରେ ରହିଲେ। ତା’ପରେ ପରମେଶ୍ୱରଙ୍କର ଆତ୍ମା ବିଲିୟମ ଉପରକୁ ଆସିଲା। ଆଉ ବିଲିୟମ କହିଲା,

“ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା ଅଟେ।
    ଏହା ଜଣେ ମନୁଷ୍ୟର ବାର୍ତ୍ତା ଅଟେ, ଯିଏ ସ୍ପଷ୍ଟ ଭାବରେ ଦେଖେ।
ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ।
    ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛ।
    ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଆଗରେ ଭୂମିଷ୍ଠ ପ୍ରଣାମ କଲା, କିନ୍ତୁ ତା’ର ଚକ୍ଷୁଗୁଡ଼ିକ ଖୋଲା ଥିଲା।

“ହେ ଯାକୁବ, ତୁମ୍ଭର ତମ୍ବୁ ସବୁ କି ସୁନ୍ଦର!
    ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କେଡ଼େ ମନୋହର।
ତୁମ୍ଭେମାନେ ଉପତ୍ୟକା ତୁଲ୍ୟ ବିସ୍ତାରିତ
    ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ,
ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ
    ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ।
ସେମାନଙ୍କ କଳସରୁ ଜଳ ଉଚ୍ଛୁଳିବ,
    ସେମାନଙ୍କର ବୀଜ ଅନେକ ଜଳରେ ପଡ଼ିବ,
ପୁଣି ସେମାନଙ୍କର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବ,
    ସେମାନଙ୍କର ରାଜ୍ୟ ଉନ୍ନତ ହେବ।

“ପରମେଶ୍ୱର ସେମାନଙ୍କୁ ମିଶରରୁ ବାହାର କରି ଆଣିଛନ୍ତି।
    ସେମାନେ, ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।
ସେମାନେ ସେମାନଙ୍କର ବିରୋଧୀମାନଙ୍କୁ ପରାସ୍ତ କରିବେ
    ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ୱାରା ସେମାନଙ୍କୁ ଭେଦ କରିବେ।
“ଇସ୍ରାଏଲ ବସିପଡ଼ୁଛି ଓ ସିଂହତୁଲ୍ୟ ଶୟନ କରୁଛି।
    କିଏ ତାକୁ ଉଠାଇବାକୁ ଯାଉଛି,
ଯେକେହି ତୁମ୍ଭକୁ ଆଶୀର୍ବାଦ କରନ୍ତି,
    ସେ ଆଶୀର୍ବାଦ ପ୍ରାପ୍ତ ହେବ।
ଯେକେହି ତୁମ୍ଭକୁ ଶାପ ଦିଅନ୍ତି,
    ସେ ଶାପଗ୍ରସ୍ତ ହେବ।”

10 ବାଲାକ୍ ବିଲିୟମକୁ ରାଗିଗଲା। ବାଲାକ୍ ବିଲିୟମକୁ କହିଲା, “ମୁଁ ମୋର ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ନିମନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସେମାନଙ୍କୁ ତିନିଥର ଆଶୀର୍ବାଦ କଲ। 11 ଏଣୁ ତୁମ୍ଭେ ଆପଣା ସ୍ଥାନକୁ ଯାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଗ୍ଭର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।”

12 ତହୁଁ ବିଲିୟମ ବାଲା‌କ୍‌କୁ କହିଲା, “ତୁମ୍ଭେ ମୋ’ ନିକଟକୁ ଯେଉଁ ଦୂତମାନଙ୍କୁ ପଠାଇଥିଲ, ମୁଁ ସେମାନଙ୍କୁ ଏହା କହିଥିଲି। 13 ‘ଯଦି ବାଲାକ୍ ମୋତେ ସୁନା, ରୂପା ପୂର୍ଣ୍ଣ ଆପଣା ଗୃହ ଦେବେ, ତେବେ ମୁଁ ନିଜ ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରକୁ ଯାଇ ପାରିବି ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।’ 14 ବର୍ତ୍ତମାନ ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି। ଦୟାକରି ଆସ, ଏହି ଲୋକମାନେ ତୁମ୍ଭ ଲୋକମାନଙ୍କୁ କ’ଣ କହିବେ, ତାହା ମୁଁ ତୁମ୍ଭକୁ କହିବି।”

ଲୂକ ଲିଖିତ ସୁସମାଗ୍ଭର 1:26-38

କୁମାରୀ କନ୍ୟା ମରିୟମ

26-27 ଏଲୀଶାବେଥଙ୍କର ଗର୍ଭର ଷଷ୍ଠ ମାସ ଗ୍ଭଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତରେ ବାସ କରୁଥିବା ଜଣେ କୁମାରୀକନ୍ୟା ପାଖକୁ ପରମେଶ୍ୱର ଦୂତ ଗାବ୍ରିଏଲଙ୍କୁ ପଠାଇଲେ। ଦାଉଦଙ୍କ ବଂଶଜ ଯୋଷେଫ ନାମକ ଜଣେ ପୁରୁଷ ସହିତ ସେ କନ୍ୟାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା। 28 ସ୍ୱର୍ଗଦୂତ ସେହି କନ୍ୟା ପାଖକୁ ଆସି କହିଲେ, “ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।”

29 ମରିୟମ ସ୍ୱର୍ଗଦୂତଙ୍କ କଥା ଶୁଣି ଉ‌ଦ୍‌ବିଗ୍ନ ହୋଇଗଲେ। ତାହାଙ୍କ ଅଭିବାଦନର ଅର୍ଥ କ’ଣ ହୋଇପାରେ, ସେହି କଥା ଭାବି ସେ ଚିନ୍ତାରେ ପଡ଼ିଗଲେ।

30 ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ମରିୟମ! ଭୟ କର ନାହିଁ। କାରଣ ପରମେଶ୍ୱର ତୁମ୍ଭ ଉପରେ ପ୍ରସନ୍ନ ହୋଇଛନ୍ତି। 31 ଶୁଣ, ତୁମ୍ଭେ ଗର୍ଭବତୀ ହେବ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେବ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। 32 ସେ ମହାନ୍ ହେବେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ୱର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ। 33 ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବବଂଶ ଉପରେ ରାଜତ୍ୱ କରିବେ। ଯୀଶୁଙ୍କ ରାଜ୍ୟର କେବେ ହେଲେ ଶେଷ ହେବ ନାହିଁ।”

34 ମରିୟମ ସ୍ୱର୍ଗଦୂତଙ୍କୁ ପଗ୍ଭରିଲେ, “ଏହା କିପରି ଘଟିବ? ମୁଁ ଏବେ ମଧ୍ୟ କୁମାରୀ ଅଛି?”

35 ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ। 36 ତୁମ୍ଭର ସମ୍ପର୍କୀୟ ଏଲୀଶାବେଥ ମଧ୍ୟ ଗର୍ଭବତୀ ଅଛନ୍ତି। ବହୁତ ବୁଢ଼ୀ ହୋଇଯାଇଥିଲେ ମଧ୍ୟ ସେ ଏବେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦେବେ। ସମସ୍ତେ ଭାବୁଥିଲେ ଯେ, ସେ ଏଣିକି ଆଉ ସନ୍ତାନସନ୍ତତି ପାଇବାକୁ ସମର୍ଥ ହେବେ ନାହିଁ। କିନ୍ତୁ ସେ ଏବେ ଛଅ ମାସର ଗର୍ଭବତୀ ଅଟନ୍ତି। 37 ପରମେଶ୍ୱର ସବୁକିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।”

38 ମରିୟମ କହିଲେ, “ମୁଁ ପ୍ରଭୁଙ୍କର ଦାସୀ କନ୍ୟା ଅଟେ। ତୁମ୍ଭେ ମୋତେ ଯାହା କହିଲ, ମୋ’ ପାଇଁ ତାହା ହିଁ ହେଉ।” ତା’ପରେ ସ୍ୱର୍ଗଦୂତ ତାହାଙ୍କ ପାଖରୁ ଗ୍ଭଲିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center