Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
16 ମୋଶା ସଦାପ୍ରଭୁଙ୍କ ସମସ୍ତ ନିୟମ ମାନି ତାଙ୍କର ଆଜ୍ଞା ଅନୁଯାୟୀ କାର୍ଯ୍ୟମାନ କଲେ।
17 ଦ୍ୱିତୀୟ ବର୍ଷର ମାସର ପ୍ରଥମ ଦିନରେ ପବିତ୍ର ତମ୍ବୁ ସ୍ଥାପିତ ହୋଇଥିଲା। 18 ମୋଶା ତମ୍ବୁ ସ୍ଥାପନ କଲେ। ସେ ପ୍ରଥମେ ଆଧାର ଉପରେ ତକ୍ତା ବସାଇଲେ ଓ ତା’ପରେ ଅର୍ଗଳ ପ୍ରବେଶ କରାଇ ସ୍ତମ୍ଭ ଠିଆ କଲେ। 19 ଏହା ପରେ ସେ ବାହ୍ୟ ଆବରଣ ରୂପେ ଆବାସ ତମ୍ବୁକୁ ପବିତ୍ର ତମ୍ବୁ ଉପରେ ଘୋଡ଼ାଇ ଦେଲେ।
20 ଏହା ପରେ ମୋଶା ନିୟମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧ୍ୟରେ ରଖିଲେ। ସେ ସାଙ୍ଗୀକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡ଼ାଇ ଦେଲେ। 21 ଏହା ପରେ ମୋଶା ସେହି ପବିତ୍ର ସିନ୍ଦୁକକୁ ନେଇ ପବିତ୍ର ତମ୍ବୁରେ ରଖିଲେ। ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷାରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ। 22 ଏହା ପରେ ମୋଶା ପରଦା ବାହାରେ ସମାଗମ-ତମ୍ବୁର ଉତ୍ତର ପାର୍ଶ୍ୱରେ ମେଜ ରଖିଲେ। 23 ଏହା ପରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଦର୍ଶନୀୟ ରୋଟୀର ଆୟୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁଯାୟୀ ଏହା କରାଗଲା। 24 ଏହା ପରେ ମୋଶା ଦୀପରୁଖା ସେହି ସମାଗମ-ତମ୍ବୁରେ ରଖିଥିଲେ। ଏହାର ମୁହଁ ଟେବୁଲ ଆଡ଼କୁ କରି ସେ ଦକ୍ଷିଣ ପାର୍ଶ୍ୱରେ ଏହାକୁ ରଖିଥିଲେ। 25 ଏହା ପରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ଦୀପରୁଖାରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।
26 ଏହା ପରେ ମୋଶା ସୁବର୍ଣ୍ଣ ଯଜ୍ଞବେଦିକୁ ସମାଗମ-ତମ୍ବୁ ମଧ୍ୟରେ ରଖିଥିଲେ। ସେ ଏହି ଯଜ୍ଞବେଦିକୁ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ରଖିଥିଲେ। 27 ଏହା ପରେ ମୋଶା, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୁବାସିତ ଧୂପ ଏହା ଉପରେ ଜଳାଇଲେ। 28 ଏହା ପରେ ମୋଶା ପବିତ୍ର ତମ୍ବୁର ପ୍ରବେଶ ପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ।
29 ମୋଶା ପବିତ୍ର ତମ୍ବୁର ସମ୍ମୁଖରେ ବଳିଦାନ ପାଇଁ ଯଜ୍ଞବେଦି ରଖିଲେ ଏବଂ ସଦାପ୍ରଭୁଙ୍କର ମୋଶାଙ୍କୁ ଦେଇଥିବ ଆଜ୍ଞାନୁସାରେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ।
30 ଏହା ପରେ ସେ ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ ପାତ୍ର ରଖିଲେ ଓ ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଭର୍ତ୍ତି କଲେ। 31 ଏହା ପରେ ମୋଶା ଏବଂ ହାରୋଣ ଓ ତାଙ୍କର ପୁତ୍ରଗଣ ନିଜ ନିଜ ହସ୍ତପଦ ପ୍ରକ୍ଷାଳନ କଲେ। 32 ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ଯଜ୍ଞବେଦିର ନିକଟକୁ ଆସିଲେ, ସେ ସମୟରେ ସେମାନେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ।
33 ଏହା ପରେ ମୋଶା ପବିତ୍ର ତମ୍ବୁର ଓ ଯଜ୍ଞବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମୋଶା ଏହିପରି କାର୍ଯ୍ୟମାନ ସମାପ୍ତ କଲେ।
ସଦାପ୍ରଭୁଙ୍କର ମହିମା
34 ଏହା ପରେ ସେହି ମେଘ ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା। 35 ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସେହି ପବିତ୍ର ସମାଗମ-ତମ୍ବୁ।
36 ଯେତେବେଳେ ମେଘ ପବିତ୍ର ତମ୍ବୁରୁ ଦୂରକୁ ଗତି କଲା, ଇସ୍ରାଏଲର ଲୋକମାନେ ମଧ୍ୟ ଗତି କଲେ। 37 କିନ୍ତୁ ଯେତେବେଳେ ମେଘ ସେହି ପବିତ୍ର ତମ୍ବୁକୁ ଆଚ୍ଛାଦନ କରିଥିଲା, ଲୋକମାନେ ସେତେବେଳେ ଚେଷ୍ଟା କରି ନ ଥିଲେ ଯିବା ପାଇଁ, ସେମାନେ ସେହିଠାରେ ମେଘ ଯିବା ପର୍ଯ୍ୟନ୍ତ ରହିଥିଲେ। 38 ତେଣୁ ସଦାପ୍ରଭୁଙ୍କର ମେଘ ଦିନବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସେହି ମେଘରେ ଅଗ୍ନି ଦେଖାଗଲା। ତେଣୁ ଇସ୍ରାଏଲର ସମସ୍ତ ଲୋକେ ଯେତେବେଳେ ସେମାନେ ଯାତ୍ରା କଲେ, ମେଘ ଦେଖି ପାରିଲେ।
35 ସକାଳ ହେବାରୁ ବିଗ୍ଭରକର୍ତ୍ତାମାନେ “ସେ ଲୋକମାନଙ୍କୁ ଛାଡ଼ିଦିଅ” ଏହି ବାର୍ତ୍ତା ଦେଇ କେତେକ ସୈନିକଙ୍କୁ ପଠାଇଲେ।
36 କାରାଧ୍ୟକ୍ଷ ପାଉଲଙ୍କୁ କହିଲେ ଯେ, “ବିଗ୍ଭରକର୍ତ୍ତାମାନେ ଆପଣମାନଙ୍କୁ ଛାଡ଼ି ଦେବା ପାଇଁ କହି ପଠାଇଛନ୍ତି। ତେଣୁ ଆପଣମାନେ ବର୍ତ୍ତମାନ ବାହାରକୁ ଶାନ୍ତିରେ ଯାଇପାରନ୍ତି।”
37 କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, “ସେମାନେ ଆମ୍ଭକୁ ବିନା ବିଗ୍ଭରରେ ଜନସାଧାରଣଙ୍କ ସାମନାରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାରରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସେମାନେ ଆମ୍ଭକୁ ଗୋପନରେ ଛାଡ଼ି ଦେବା ପାଇଁ କହୁଛନ୍ତି? ଏହା ଆଦୌ ହୋଇପାରିବ ନାହିଁ।” ତେଣୁ ସେମାନେ ନିଜେ ଆସି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ।
38 ସେମାନେ ପାଉଲ ଓ ଶୀଲାଙ୍କୁ ରୋମୀୟ ଜାଣି ଡରିଗଲେ। 39 ତେଣୁ ସେମାନେ ଆସି ପାଉଲ ଓ ଶୀଲାଙ୍କୁ କ୍ଷମା ମାଗିଲେ ଓ ସେମାନଙ୍କୁ କାରାଗାରରୁ ମୁକ୍ତକଲେ। ତା’ପରେ ସେମାନେ ପାଉଲ ଓ ଶୀଲାଙ୍କୁ ନଗର ଛାଡ଼ିବା ପାଇଁ ଅନୁରୋଧ କଲେ। 40 ପାଉଲ ଓ ଶୀଲା କାରାଗାରରୁ ବାହାରକୁ ଆସି ଲୁଦିୟାର ଘରକୁ ଆସିଲେ। ସେଠାରେ ଭାଇମାନଙ୍କୁ ଦେଖି ସେମାନେ ସେମାନଙ୍କୁ ଉତ୍ସାହର ବାଣୀ ଶୁଣାଇଲେ। ତା’ପରେ ସେମାନେ ସେ ସ୍ଥାନରୁ ଗ୍ଭଲିଗଲେ।
2010 by World Bible Translation Center