Revised Common Lectionary (Semicontinuous)
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
ଅନ୍ୟ ସୈନ୍ୟମାନେ ଦାଉଦଙ୍କ ସହିତ ଯୋଗ ଦେଲେ
16 ସେହି ଦୁର୍ଗରେ ବିନ୍ୟାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ୟ ଆସି ଦାଉଦଙ୍କ ସହିତ ଯୋଗ ଦେଲେ। 17 ଦାଉଦ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସେମାନଙ୍କୁ କହିଲେ, “ଯଦି ତୁମ୍ଭେ ଶାନ୍ତି ସହକାରେ ମୋତେ ସାହାଯ୍ୟ କରିବାକୁ ଆସିଅଛ, ତେବେ ମୁଁ ତୁମ୍ଭକୁ ସ୍ୱାଗତ କରୁଅଛି। ମୋ’ ସହିତ ସହଯୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନ ଥିବା ସତ୍ତ୍ୱେ ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତେବେ ଆମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”
18 ଅମାସୟ ତିରିଶ୍ ବୀରଙ୍କର ନେତା ଥିଲେ। ଏହା ପରେ, ଆତ୍ମା ଅମାସୟଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,
“ହେ ଦାଉଦ, ଆମ୍ଭେମାନେ ତୁମ୍ଭର ଅଟୁ!
ହେ ଯିଶୀଙ୍କ ପୁତ୍ର, ଆମ୍ଭେମାନେ ତୁମ୍ଭ ସହିତରେ ଅଛୁ!
ତୁମ୍ଭ ପ୍ରତି, ଶାନ୍ତି ବର୍ତ୍ତୁ!
ଯେଉଁ ଲୋକମାନେ ତୁମ୍ଭକୁ ସାହାଯ୍ୟ କରନ୍ତି, ସେହି ସମସ୍ତଙ୍କ ପ୍ରତି ଶାନ୍ତି ବର୍ତ୍ତୁ।
କାରଣ ତୁମ୍ଭର ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରନ୍ତି!”
ତେଣୁ ଦାଉଦ ଏହି ଲୋକମାନଙ୍କୁ ତାଙ୍କ ଦିନରେ ସ୍ୱାଗତ କଲେ ଓ ସେମାନଙ୍କୁ ବିଭିନ୍ନ ସେନାଦଳର ଦାୟିତ୍ୱରେ ରଖିଲେ।
19 ମନଃଶୀୟ ଗୋଷ୍ଠୀର କେତେକ ବ୍ୟକ୍ତି ମଧ୍ୟ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତେବେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିଲେ, ସେତେବେଳେ ସେମାନେ ତାହାଙ୍କ ସହିତ ଯୋଗ ଦେଇଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତରେ ପଲେଷ୍ଟୀୟମାନଙ୍କୁ ସାହାଯ୍ୟ କରି ନ ଥିଲେ। ଦାଉଦ ଯେ ସେମାନଙ୍କୁ ସାହାଯ୍ୟ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା’ପରେ ସେମାନେ ତାହାଙ୍କୁ ପଠାଇଦେବା ନିମନ୍ତେ ସ୍ଥିର କଲେ। ସେହି ଶାସକମାନେ କହିଲେ, “ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫେରିଯାଏ, ତେବେ ଆମ୍ଭମାନଙ୍କର ମୁଣ୍ଡକାଟ ହେବ!” 20 ଦାଉଦ ସିକ୍ଳଗ ସହରକୁ ଯିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ଯୋଗ ଦେଇଥିଲେ; ଅଦ୍ନହ, ଯୋଷାବଦ୍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍, ଇଲିହୂ, ଓ ସିଲ୍ଲଥୟ। ଯେଉଁମାନେ ମନଃଶିର 1000 ଜଣ ସୈନ୍ୟଙ୍କର ମୁଖ୍ୟ ଥିଲେ। 21 ସେମାନେ ମନ୍ଦ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାଯ୍ୟ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ୟାପି ଯାଇଥିଲେ ଓ ଲୋକମାନଙ୍କର ଜିନିଷପତ୍ର ଗ୍ଭେରି କରିନେଇ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ୟ ଥିଲେ। ସେମାନେ ଦାଉଦଙ୍କ ସୈନ୍ୟଦଳର ସେନାଧ୍ୟକ୍ଷ ହେଲେ।
22 ଦାଉଦଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂଖ୍ୟକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ୟଦଳ ହେଲା।
5 ସିଂହାସନ ଉପରେ ଯିଏ ବସିଥିଲେ, ସେ କହିଲେ, “ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ତା’ପରେ ସେ କହିଲେ, “ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ୱାସ ଯୋଗ୍ୟ ଓ ସତ୍ୟ।”
6 ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ। [a] ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି। 7 ଯେ ବିଜୟୀ ହେବ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ୱର ହେବି ଓ ସେ ମୋର ପୁତ୍ର ହେବ। 8 କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ୱାସୀ, ଘୃଣାକାର୍ଯ୍ୟ, ନରହତ୍ୟା, ଯୌନଗତ ପାପ, ମନ୍ଦ କୁହୁକ କରନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ୟାବାଦୀ ସେମାନେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦରେ ସ୍ଥାନ ପାଇବେ। ଏହା ଦ୍ୱିତୀୟ ମୃତ୍ୟୁ।’’
9 ତା’ପରେ ସାତ ଜଣ ସ୍ୱର୍ଗଦୂତଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ସାତୋଟି ଶେଷ କ୍ଳେଶର ସାତ ପାତ୍ର ଥିଲା, ସେହିମାନଙ୍କ ମଧ୍ୟରୁ ଜଣେ ମୋ’ ପାଖକୁ ଆସିଲେ। ସେହି ସ୍ୱର୍ଗଦୂତ ମୋତେ କହିଲେ, “ମୋ’ ସହିତ ଆସ। ମୁଁ ତୁମ୍ଭକୁ ବଧୂକୁ ଦେଖାଇବି। ସେ ମେଷଶାବକଙ୍କର ସ୍ତ୍ରୀ। 10 ସେ ଦୂତ ମୋତେ ଆତ୍ମା ଦ୍ୱାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନେଇଗଲେ। ସେ ମୋତେ ପବିତ୍ର ନଗରୀ ଯିରୁଶାଲମ ଦେଖାଇଲେ। ମୁଁ ସେହି ନଗରୀକୁ ପରମେଶ୍ୱରଙ୍କ ପାଖରୁ ସ୍ୱର୍ଗରୁ ଆସିବାର ଦେଖିଲି।
11 ସେହି ନଗରୀ ପରମେଶ୍ୱରଙ୍କ ଗୌରବରେ ଉଜ୍ଜ୍ୱଳମୟ ଦେଖାଯାଉଥିଲା। ଏହା ମୂଲ୍ୟବାନ ମଣି, ସୂର୍ଯ୍ୟକାନ୍ତ ପରି ଉଜ୍ଜ୍ୱଳ ହୋଇ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ୱଚ୍ଛ ଥିଲା। 12 ନଗରୀର ଗୋଟିଏ ବଡ଼ ଉଚ୍ଚ କାନ୍ଥ ଥିଲା। ଏହାର ବାରଟି ପ୍ରବେଶଦ୍ୱାର ଥିଲା। ସେହି ଦ୍ୱାରମାନଙ୍କରେ ବାରଟି ସ୍ୱର୍ଗଦୂତ ଥିଲେ। ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଇସ୍ରାଏଲର ବାରଟି ପରିବାରର ଗୋଟିଏ ଗୋଟିଏ ଦଳର ନାମ ଖୋଦିତ ଥିଲା। 13 ସେଠାରେ ପୂର୍ବ ଦିଗରେ ତିନୋଟି ପ୍ରବେଶ ଦ୍ୱାରା, ଉତ୍ତରରେ ତିନୋଟି ପ୍ରବେଶ ଦ୍ୱାର, ଦକ୍ଷିଣରେ ତିନୋଟି ପ୍ରବେଶ ଦ୍ୱାର ଏବଂ ପଶ୍ଚିମ ଦିଗରେ ତିନୋଟି ଦ୍ୱାର ଥିଲା। 14 ନଗରୀର କାନ୍ଥସବୁ ବାରଟି ମୂଳଦୁଆ ପଥର ଉପରେ ଥିଲା। ସେହି ପଥର ଉପରେ ମେଷଶାବକଙ୍କର ବାରଜଣ ପ୍ରେରିତଙ୍କର ନାମ ଲେଖାଯାଇଥିଲା।
2010 by World Bible Translation Center