Revised Common Lectionary (Semicontinuous)
9 ରାତିରେ ପାଉଲ ଏକ ଦର୍ଶନ ପାଇଲେ। ସେଥିରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗରେ ଠିଆ ହୋଇ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, “ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାଯ୍ୟ କର।” 10 ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ଯିବା ପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସେମାନଙ୍କ ନିକଟରେ ସୁସମାଗ୍ଭର ପହଞ୍ଚାଇବା ପାଇଁ ଆମ୍ଭକୁ ଡାକିଛନ୍ତି।
ଲୂଦିଆଙ୍କ ହୃଦୟ ପରିବର୍ତ୍ତନ
11 ଆମ୍ଭେ ତ୍ରୋୟା ନଗରରୁ ଜଳଯାତ୍ରାରେ ସାମଥ୍ରାକୀ ଉପଦ୍ୱୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିୟାପଲି ନଗରକୁ ଗଲୁ। 12 ସେଠାରୁ ଆମ୍ଭେ ମାକିଦନିଆ ଜିଲ୍ଲାର ଗୋଟିଏ ପ୍ରଧାନ ନଗର ଫିଲପ୍ପୀକୁ ଗଲୁ। ଏହା ରୋମୀୟମାନଙ୍କର ନଗର ଥିଲା। ଆମ୍ଭେ ସେହି ନଗରରେ କିଛି ଦିନ ରହିଲୁ।
13 ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ୱାର ବାହାରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସେଠାରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସେଠାରେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ। 14 ସେଠାରେ ଲୂଦିଆ ନାମକ ଜଣେ ସ୍ତ୍ରୀଲୋକ ଥିଲା। ସେ ଥୁୟାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ୟବସାୟୀ ଥିଲା। ସେ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖୋଲି ଦେଇଥିଲେ। 15 ସେ ଓ ତା’ର ଘରେ ରହୁଥିବା ସମସ୍ତେ ବାପ୍ତିଜିତ ହେବାପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡାକି କହିଲା, “ତୁମ୍ଭେମାନେ ଯଦି ମୋତେ ପ୍ରଭୁଙ୍କଠାରେ ଜଣେ ପ୍ରକୃତ ବିଶ୍ୱାସୀ ବୋଲି ଭାବୁଛ, ତେବେ ମୋ’ ଘରେ ଆସି ରୁହ।” ଏହିପରି ସେ ଆମ୍ଭମାନଙ୍କୁ ତା’ର ଘରକୁ ଯିବା ପାଇଁ ରାଜି କରାଇଲା।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।
67 ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ।
2 ତା’ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ
ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4 ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର,
କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ
ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ।
5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6 ଭୂମି ତା’ର ଫସଲ ଦିଏ।
ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ।
7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
10 ସେ ଦୂତ ମୋତେ ଆତ୍ମା ଦ୍ୱାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନେଇଗଲେ। ସେ ମୋତେ ପବିତ୍ର ନଗରୀ ଯିରୁଶାଲମ ଦେଖାଇଲେ। ମୁଁ ସେହି ନଗରୀକୁ ପରମେଶ୍ୱରଙ୍କ ପାଖରୁ ସ୍ୱର୍ଗରୁ ଆସିବାର ଦେଖିଲି।
22 ମୁଁ ସେହି ନଗରୀ ଭିତରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ୱର ଓ ମେଷଶାବକ ହେଉଛନ୍ତି ସେହି ନଗରର ମନ୍ଦିର। 23 ସେହି ନଗରୀକୁ ଆଲୋକ ଦେବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ଆବଶ୍ୟକତା ନାହିଁ। ପରମେଶ୍ୱରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମେଷଶାବକ ସେହି ନଗରୀର ପ୍ରଦୀପ ସ୍ୱରୂପ।
24 ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଗ୍ଭଲିବେ। ପୃଥିବୀର ରାଜାମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଏହି ନଗରୀକୁ ଦେବେ। 25 ସେହି ନଗରୀର ଦ୍ୱାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସେଠାରେ କେବେ ହେଲେ ରାତି ହେବ ନାହିଁ। 26 ସେହି ନଗରକୁ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ଅଣାଯିବ। 27 କୌଣସି ଅଶୁଚି ଜିନିଷ ତା’ ଭିତରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ଯ୍ୟ କରିବା ଲୋକ ଓ ମିଥ୍ୟା କହିବା ଲୋକ ତା’ ଭିତରେ ପଶିପାରିବେ ନାହିଁ। ମେଷଶାବକଙ୍କ ଜୀବନପୁସ୍ତକରେ ନାମ ଲେଖା ହୋଇଥିବା ଲୋକମାନେ ସେହି ନଗରୀ ଭିତରେ ପ୍ରବେଶ କରିବେ।
22 ତା’ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି। 2 ଏହା ନଗରୀର ରାଜପଥ ଦେଇ ତଳକୁ ବୋହିଯାଏ। ନଦୀର ଦୁଇ ପଟେ ଜୀବନ ବୃକ୍ଷ ଥିଲା। ଏହି ବକ୍ଷରେ ପ୍ରତିବର୍ଷ ବାର ଥର ଫଳ ଫଳେ। ଏହା ପ୍ରତିମାସ ଫଳ ଦିଏ। ଏହି ଗଛର ପତ୍ରଗୁଡ଼ିକ ଜାତିସମୂହର ସୁସ୍ଥତା ପାଇଁ ଅଟେ।
3 ସେଠାରେ ପରମେଶ୍ୱରଙ୍କ ଦ୍ୱାରା ବିଗ୍ଭରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନ ସେଠାରେ ରହିବ। ତାହାଙ୍କର ସେବକମାନେ ତାହାଙ୍କୁ ଉପାସନା କରିବେ। 4 ସେମାନେ ତାହାଙ୍କ ମୁଖ ଦେଖିବେ। ସେମାନଙ୍କ କପାଳରେ ପରମେଶ୍ୱରଙ୍କର ନାମ ଲେଖାହେବ। 5 ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ।
23 ଯୀଶୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା’ ସହିତ ରହିବୁ। 24 କିନ୍ତୁ ଯେଉଁ ଲୋକ ମୋତେ ପ୍ରେମ କରେ ନାହିଁ, ସେ ମୋର ଉପଦେଶ ମାନେ ନାହିଁ। ମୋ’ଠାରୁ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତରେ ମୋର ନୁହେଁ। ଏହା ମୋତେ ପଠାଇ ଥିବା ପରମପିତାଙ୍କର।
25 “ମୁଁ ତୁମ୍ଭ ସହିତ ଥିବା ସମୟରେ ଏହିସବୁ କଥା ତୁମ୍ଭମାନଙ୍କୁ କହିଛି। 26 କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ’ ନାମରେ ପଠାଇବେ।
27 “ମୁଁ ତୁମ୍ଭକୁ ଶାନ୍ତି ଦେଇ ଯାଉଛି। ଏହି ଶାନ୍ତି ମୋ’ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା’ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନରେ ଦୁଃଖ କର ନାହିଁ। ଭୟ ମଧ୍ୟ କର ନାହିଁ। 28 ତୁମ୍ଭେ ମୋର କଥା ଶୁଣିଛ ଯେ ‘ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫେରିବି।’ ଯଦି ତୁମ୍ଭେ ମୋତେ ପ୍ରକୃତରେ ପ୍ରେମ କରୁଥାଅ, ତେବେ ମୋ’ ପାଇଁ ତୁମ୍ଭେ ଖୁସୀ ହେବ, କାରଣ ବର୍ତ୍ତମାନ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ପରମପିତା ମୋ’ଠାରୁ ମହାନ୍। 29 ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡ଼ିକ ବର୍ତ୍ତମାନ ଜଣାଇଦେଲି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ୱାସ କରିବ।
ପୋଖରୀ ପାଖରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ
5 ଏହା ପରେ ଯୀଶୁ ଯିହୂଦୀମାନଙ୍କର ଗୋଟିଏ ବିଶେଷ ପର୍ବ ଥିବାରୁ ସେ ଯିରୁଶାଲମକୁ ଗଲେ। 2 ଯିରୁଶାଲମରେ ପାଞ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷାରେ ଏହାକୁ ବେଥ୍ସଦା ବା ଦୟାଗୃହ କହନ୍ତି। ଏହା ମେଷଦ୍ୱାର ପାଖରେ ଥିଲା। 3 ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପ ଗୁଡ଼ିକରେ ପଡ଼ି ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ଅନ୍ଧ, ଛୋଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ। 4 [a] ଏହାର କାରଣ, ଜଣେ ସ୍ୱର୍ଗଦୂତ ବେଳେବେଳ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତେବେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହୋଇ ଯାଉଥିଲା। 5 ସେଠାରେ ଜଣେ ଲୋକ ପଡ଼ିରହିଥିଲା, ସେ ବିଗତ 38 ବର୍ଷଧରି ରୋଗଗ୍ରସ୍ତ ଥିଲା। 6 ଯୀଶୁ ସେହି ଲୋକକୁ ସେଠାରେ ପଡ଼ି ରହିଥିବା ଦେଖିଲେ। ସେ ଜାଣିଲେ ଯେ, ସେ ଲୋକଟି ବହୁତ ବର୍ଷ ହେଲାଣି ରୋଗରେ ପଡ଼ିଛି। ତେଣୁ ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭେ କ’ଣ ସୁସ୍ଥ ହେବାକୁ ଗ୍ଭହଁ?”
7 ସେ ରୋଗୀଟି ଉତ୍ତର ଦେଲା, “ମହାଶୟ, ପାଣି ହଲିବା ସମୟରେ ପାଣି ଭିତରକୁ ଯିବାରେ ସାହାଯ୍ୟ କରିବା ପାଇଁ ମୋର କେହି ଲୋକ ନାହାନ୍ତି। ମୁଁ ପ୍ରଥମେ ପାଣି ଭିତରକୁ ଯିବା ପାଇଁ ଚେଷ୍ଟା କଲାବେଳେ ଅନ୍ୟ ଜଣେ ମୋ’ ପୂର୍ବରୁ ପାଣି ଭିତରକୁ ଗ୍ଭଲିଯାଆନ୍ତି।”
8 ତା’ପରେ ଯୀଶୁ କହିଲେ, “ଠିଆ ହୁଅ। ତୁମ୍ଭର ବିଛଣା ଉଠାଇ ଗ୍ଭଲ।” 9 ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହୋଇଗଲା। ସେ ତା’ ବିଛଣା ଉଠେଇ ଗ୍ଭଲିବାକୁ ଆରମ୍ଭ କଲା।
ଏହି ଘଟଣା ବିଶ୍ରାମବାରର ଦିନ ହୋଇଥିଲା।
2010 by World Bible Translation Center