Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।
67 ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ।
2 ତା’ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ
ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4 ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର,
କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ
ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ।
5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6 ଭୂମି ତା’ର ଫସଲ ଦିଏ।
ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ।
7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
6 ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ। 7 ସେ ସତ୍ଲୋକଙ୍କ ପାଇଁ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି। ସେ ନିରୀହ ଲୋକମାନଙ୍କର ଢାଲ ସ୍ୱରୂପ ଅଟନ୍ତି। 8 ସେ ଯେଉଁ ଲୋକମାନେ ନ୍ୟାୟ ପଥରେ ଗ୍ଭଲନ୍ତି, ସେମାନଙ୍କୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି।
ତୀମଥି ପାଉଲ ଓ ଶୀଲାଙ୍କ ସହିତ ଗଲେ
16 ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଶିଷ୍ୟ ଥିଲେ। ସେ ଜଣେ ବିଶ୍ୱାସିନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ। 2 ତୀମଥିଙ୍କୁ ଲୁସ୍ତ୍ରା ଓ ଇକନିୟର ଭାଇମାନେ ବହୁତ ପ୍ରଶଂସା କରୁଥିଲେ। 3 ପାଉଲ ତୀମଥିଙ୍କୁ ନିଜ ସହିତ ନେବା ପାଇଁ ଇଚ୍ଛା କଲେ। ତାହାଙ୍କର ପିତା ଗ୍ରୀକ୍ ବୋଲି ସମସ୍ତେ ଜାଣିଥିଲେ। ତେଣୁ ପାଉଲ ତାହାଙ୍କୁ ଯିହୂଦୀମାନଙ୍କ ହେତୁ ସୁନ୍ନତ କରିଦେଲେ।
4 ସେମାନେ ନଗରରୁ ନଗର ଭ୍ରମଣ କଲାବେଳେ ଯିରୁଶାଲମରେ ଥିବା ପ୍ରେରିତ ଓ ପ୍ରାଚୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟରେ ବିଶ୍ୱାସୀମାନଙ୍କୁ କହୁଥିଲେ ଓ ସେହି ଉପଦେଶଗୁଡ଼ିକୁ ପାଳନ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଉ ଥିଲେ। 5 ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସେଗୁଡ଼ିକ ବିଶ୍ୱାସରେ ଶକ୍ତିଶାଳୀ ହେଉଥିଲେ।
ଏସିଆରୁ ବାହାରକୁ ଯିବା ପାଇଁ ପାଉଲଙ୍କୁ ଆଦେଶ
6 ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇଗଲେ। ସେମାନଙ୍କୁ ପବିତ୍ରଆତ୍ମା ଏସିଆରେ ପ୍ରଭୁଙ୍କର କଥା ପ୍ରଗ୍ଭର କରିବାକୁ ଅନୁମତି ଦେଲେ ନାହିଁ। 7 ସେମାନେ ମୂସିଆ ଦେଶକୁ ଆସିଲା ପରେ ବୀଥୂନିଆକୁ ଯିବା ପାଇଁ ଚେଷ୍ଟା କଲେ। କିନ୍ତୁ ଯୀଶୁଙ୍କ ଆତ୍ମା ସେମାନଙ୍କୁ ଯିବା ପାଇଁ ଅନୁମତି ଦେଲେ ନାହିଁ। 8 ତା’ପରେ ସେମାନେ ମୂସିଆ ଦେଶ ଛାଡ଼ି ତ୍ରୋୟା ନଗରକୁ ଆସିଲେ।
2010 by World Bible Translation Center