Revised Common Lectionary (Semicontinuous)
ଧନ୍ୟବାଦାର୍ଥକ ଗୀତ।
100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
3 ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
4 ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
5 ସଦାପ୍ରଭୁ ଉତ୍ତମ ଅଟନ୍ତି।
ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
ପବିତ୍ର ବ୍ୟବହାର ନିମନ୍ତେ ଦେଶ ବିଭାଗ
45 “ଏବଂ ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାରୀ ପାଇଁ ଗୁଲିବାଣ୍ଟ ଦ୍ୱାରା ଭୂମି ବିଭାଗ କରିବ, ତୁମ୍ଭେ ଏଥିରୁ ଏକ ପବିତ୍ର ଅଂଶପରି ସଦାପ୍ରଭୁଙ୍କ ପାଇଁ ଅଲଗା ରଖିବା ଉଚିତ୍। ତାହାର ଦୈର୍ଘ୍ୟ 25,000 ହାତ ଓ ପ୍ରସ୍ଥ 20,000 ହାତ ହେବ। ସେ ସମସ୍ତ ଭୂମି ପବିତ୍ର ହେବ। 2 ତାହା ମଧ୍ୟରୁ 500 ହାତ ଦୈର୍ଘ୍ୟ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗରେ ପଗ୍ଭଶ୍ ହାତ ପରିମିତ ଏକ ଖୋଲା ସ୍ଥାନ ରହିବ। 3 ଆଉ ଏହି ପରିମିତ ଅଂଶରୁ ତୁମ୍ଭେ 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ଭୂମି ମାପିବ। ଏହାରି ମଧ୍ୟରେ ମନ୍ଦିର ଓ ମହାପବିତ୍ର ସ୍ଥାନ ହେବ।
4 “ଦେଶର ଏହି ଅଂଶ ପବିତ୍ର ଅଟେ। ଯାଜକମାନେ, ଯିଏ ସଦାପ୍ରଭୁଙ୍କ ଉପାସନା କରିବାକୁ ଆସନ୍ତି ଏବଂ ପବିତ୍ର ମନ୍ଦିରରେ ସେବା କରେ ଏହି ଭୂମି ସଦାପ୍ରଭୁଙ୍କ ପାଇଁ ପାଇବେ। ଆଉ ଏହି ସ୍ଥାନ ସେମାନଙ୍କର ମନ୍ଦିର ନିର୍ମାଣ ପାଇଁ ଓ ଧର୍ମଧାମ ପାଇଁ ପବିତ୍ର ସ୍ଥାନ ହେବ। 5 ପୁଣି 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲେବୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିଯୁକ୍ତ ହୁଅନ୍ତି ଏହା ସେମାନଙ୍କର ବାସ କରିବା ପାଇଁ ନଗର ହେବ।
6 “ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5000 ହାତ ପ୍ରସ୍ଥ ଓ 25,000 ହାତ ଦୈର୍ଘ୍ୟ ଭୂମି ନିରୂପଣ କରିବି। ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ। 7 ପୁଣି ଅଧିପତି ନିମନ୍ତେ ଯାହା ହେବ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହେବ। 8 ଏହା ଦେଶ ମଧ୍ୟରେ ତାହା ଅର୍ଥାତ୍ ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ। ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।”
9 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ଇସ୍ରାଏଲର ଅଧିପତିମାନେ, ଯଥେଷ୍ଟ! ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ। ତୁମ୍ଭେମାନେ ଲୋକମାନଙ୍କ ପ୍ରତି ନିଷ୍ଠୁରତା ଓ ଧନ ଅପହରଣ କରିବା ଦୂର କର। ଆଉ ସେମାନଙ୍କ ପ୍ରତି ନ୍ୟାୟ ଓ ଯଥାର୍ଥ ବିଗ୍ଭର କର। ମୋର ଲୋକମାନଙ୍କଠାରୁ ଭୂମି ନେଇଯିବା ବନ୍ଦ କର।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
ଲୂଦ ଓ ଯାଫୋରେ ପିତର
32 ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶେଷରେ ଲୂଦ ନଗରରେ ରହୁଥିବା ସାଧୁମାନଙ୍କ ପାଖରେ ଆସି ପହଞ୍ଚିଲେ। 33 ସେଠାରେ ସେ ଏନିୟ ନାମକ ଜଣେ ପକ୍ଷାଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିଥିଲା। 34 ପିତର ତାହାକୁ କହିଲେ, “ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ରେ ସେ ଉଠିଗଲା।” 35 ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
2010 by World Bible Translation Center