Revised Common Lectionary (Semicontinuous)
27 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଆଣି ମହାସଭାରେ ଉପସ୍ଥିତ କରାଇଲେ। ତା’ପରେ ମହାଯାଜକ ସେମାନଙ୍କୁ ପଗ୍ଭରିଲେ, 28 “ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”
29 ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, “ଆମ୍ଭେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ୱରଙ୍କ ଆଜ୍ଞା ନିଶ୍ଚୟ ମାନିବୁ। 30 ତୁମ୍ଭେମାନେ ଯେଉଁ ଯୀଶୁଙ୍କୁ କ୍ରୁଶରେ ଝୁଲେଇ ହତ୍ୟା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ୱର ମୃତ୍ୟୁରୁ ଉଠାଇଛନ୍ତି। 31 ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡାହାଣ ପଟେ ସ୍ଥାପିତ କରିଛନ୍ତି। 32 ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ରଆତ୍ମା ମଧ୍ୟ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ୱର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। ସେମାନେ ମଧ୍ୟ ଏହାର ସାକ୍ଷୀ।”
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [a] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
2 ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
3 ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
4 ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର।
ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
5 ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।
6 ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ଯୋହନ ଯୀଶୁଙ୍କର ବାର୍ତ୍ତା ମଣ୍ଡଳୀମାନଙ୍କୁ ଲେଖନ୍ତି
4 ଏସିଆ ପ୍ରଦେଶର ସାତୋଟି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି:
ଯେଉଁ ଈଶ୍ୱର ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ୟତରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ। 5 ଯୀଶୁ ହେଉଛନ୍ତି ବିଶ୍ୱସ୍ତ ସାକ୍ଷୀ। ମୃତ୍ୟୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।
ସେହି ଯୀଶୁ ଆମ୍ଭମାନଙ୍କୁ ପ୍ରେମ କରନ୍ତି। ସେହି ଯୀଶୁ ତାହାଙ୍କ ରକ୍ତ ଦେଇ ଆମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି। 6 ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ୟ ସ୍ୱରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ୱରଙ୍କର ସେବାରେ ଯାଜକ ରୂପେ ନିଯୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍।
7 ଦେଖ, ଯୀଶୁ ମେଘମାଳାରେ ଆସୁଅଛନ୍ତି। ପ୍ରତ୍ୟେକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ୟ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନରେ ଉଚ୍ଚସ୍ୱରରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।
8 ପ୍ରଭୁ ପରମେଶ୍ୱର କହନ୍ତି, ମୁଁ “ଆରମ୍ଭ ଓ ଶେଷ” (‘‘ଆଲ୍ଫା” ଓ “ଓମେଗା”) ମୁଁ ବର୍ତ୍ତମାନ ଅଛି, ଅତୀତରେ ଥିଲି ଓ ଭବିଷ୍ୟତରେ ମଧ୍ୟ ରହିଥିବି। ମୁଁ ସର୍ବଶକ୍ତିମାନ।”
ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ(A)
19 ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା’ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ।
21 ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।” 22 ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। 23 ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।”
ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ
24 ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ୟମାନଙ୍କ ସହିତ ନ ଥିଲା। ସେ ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। 25 ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ, “ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।” ଥୋମା କହିଲେ, “ମୁଁ ତାହାଙ୍କ ହାତରେ କଣ୍ଟାଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେହି କଣ୍ଟାର ଦାଗରେ ନରଖିବା ଓ ତାହାଙ୍କ କକ୍ଷଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ, ମୁଁ ବିଶ୍ୱାସ କରିବି ନାହିଁ।”
26 ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27 ତା’ପରେ ଯୀଶୁ ଥୋମାଙ୍କୁ କହିଲେ, “ଏଠାରେ ତୁମ୍ଭର ଅଙ୍ଗୁଳି ରଖ। ମୋ’ ହାତକୁ ଦେଖ। ମୋ’ କକ୍ଷଦେଶରେ ତୁମ୍ଭ ହାତ ରଖ। ଅବିଶ୍ୱାସ ନ କରି ବିଶ୍ୱାସ କର।”
28 ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।”
29 ଯୀଶୁ ଥୋମାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଛ। ମାତ୍ର ଯେଉଁ ଲୋକମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଆଶୀର୍ବାଦର ଯୋଗ୍ୟ।”
ଯୋହନ ଏହି ବହି ଲେଖିବାର କାରଣ
30 ଯୀଶୁ ଅନେକଗୁଡ଼ିଏ ଅନ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟଗୁଡ଼ିକ କଲେ। ସେଗୁଡ଼ିକୁ ତାହାଙ୍କ ଶିଷ୍ୟମାନେ ଦେଖିଲେ। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ଏ ବହିରେ ଲେଖାଯାଇ ନାହିଁ, 31 କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି ଓ ବିଶ୍ୱାସ କରି, ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଛି।
2010 by World Bible Translation Center