Revised Common Lectionary (Semicontinuous)
150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
2 ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
3 ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
4 ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର।
ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
5 ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।
6 ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
19 ତୁମ୍ଭର ଭାଇମାନେ ଶାଉଲଙ୍କ ସାଥୀରେ ଇସ୍ରାଏଲୀୟ ସୈନ୍ୟମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରୁଥିଲେ।”
20 ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳି ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞା ଅନୁସାରେ ସେସବୁ ଦ୍ରବ୍ୟ ନେଇଗଲେ। ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ ବନ୍ଦୀ ଜାଗାରେ ଉପସ୍ଥିତ ହେଲେ। 21 ଇସ୍ରାଏଲୀୟମାନେ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ମୁହାଁ ମୁହିଁ ହେଲେ।
22 ଦାଉଦ ସାମଗ୍ରୀ ରକ୍ଷକ ହସ୍ତରେ, ନିଜର ସାମଗ୍ରୀ ରଖି ସୈନ୍ୟମାନଙ୍କ ମଝିକୁ ଆସି ନିଜର ଭାଇମାନଙ୍କୁ କୁଶଳବାର୍ତ୍ତା ପଗ୍ଭରିଲେ। 23 ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିୟାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ୟବାହିନୀ ମଧ୍ୟରୁ ଉଠି ଆସି ପୂର୍ବ ପରି ପାଟିକଲା। ଦାଉଦ ତାହା ଶୁଣିଲେ।
24 ଇସ୍ରାଏଲର ସମସ୍ତ ସୈନ୍ୟଗଣ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତି ଭୟଭୀତ ହେଲେ। 25 ଜଣେ ଇସ୍ରାଏଲର ଲୋକ କହିଲା, “ତୁମ୍ଭେମାନେ ସେହି ବ୍ୟକ୍ତିକୁ ଦେଖିଲକି ଯିଏ ଇସ୍ରାଏଲକୁ ଅବମାନନା କରିବାକୁ ଆସିଥିଲା? ଏହାକୁ ଯେଉଁ ଲୋକ ହତ୍ୟା କରିବ, ରାଜା ତାହାଙ୍କୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ। ଆଉ ଇସ୍ରାଏଲ ମଧ୍ୟରେ ତା’ର ପିତୃ ଗୃହକୁ ନିଷ୍କର କରିବେ।”
26 ଦାଉଦ ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ ପଗ୍ଭରିଲେ, “ସେ କ’ଣ କହିଲା? ଯେଉଁ ଲୋକ ଏହି ପଲେଷ୍ଟୀୟକୁ ବଧ କରି ଏବଂ ଇସ୍ରାଏଲର ଏହି ଅପମାନ ଦୂର କରିବ, ତାହା ପ୍ରତି କ’ଣ କରାଯିବ? କିଏ ଏହି ଅସୁନ୍ନତ ପଲେଷ୍ଟୀୟ ଯିଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଛାଉଣିକି ଅବମାନନା କରିବାକୁ ସାହସ କରେ।”
27 ଲୋକମାନେ ପୂର୍ବପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ, ତାହାକୁ ପୁରସ୍କୃତ କରାଯିବ। 28 ଦାଉଦ ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା’ର ଜ୍ୟେଷ୍ଠଭ୍ରାତା ଇଲୀୟାବ ଶୁଣିଲା। ଇଲୀୟାବର କ୍ରୋଧ ଦାଉଦ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, “ତୁ ଏଠାକୁ କାହିଁକି ଆସିଲୁ? ପ୍ରାନ୍ତରରେ ମେଣ୍ଢାମାନଙ୍କୁ କାହା ପାଖରେ ଛାଡ଼ିଲୁ? ମୁଁ ତୋ’ ଗର୍ବ ଓ ମନର ଦୁଷ୍ଟତା ଜାଣେ। କାରଣ ତୁ କେବଳ ଯୁଦ୍ଧ ଦେଖିବା ପାଇଁ ଆସିଛୁ।”
29 ଦାଉଦ ଉତ୍ତର ଦେଲେ, “ମୁଁ ଏବେ କ’ଣ କଲି, ଏମିତି ମୁଁ ଏହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲି।” 30 ଦାଉଦ ଅନ୍ୟ ଲୋକମାନଙ୍କ ପାଖକୁ ଗଲେ ଓ ପୂର୍ବପରି କହିଲେ, ତହିଁରେ ଲୋକମାନେ ପୁନର୍ବାର ପୂର୍ବପରି ଉତ୍ତର ଦେଲେ।
31 ଦାଉଦଙ୍କ ଏହିପରି କଥା ଯେତେବେଳେ ଲୋକମାନେ ଶୁଣିଲେ, ସେମାନେ ତାକୁ ଶାଉଲଙ୍କ ନିକଟକୁ ନେଇଗଲେ ଏବଂ ଦାଉଦ ଯାହା କହିଥିଲେ ତାହା କହିଲେ। 32 ଦାଉଦ ଶାଉଲଙ୍କୁ କହିଲେ, “ଗଲିୟାତ ଯୋଗୁଁ ଲୋକମାନେ ହତାଶ ହେବା ଉଚିତ୍ ନୁହେଁ। ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସହିତ ଯୁଦ୍ଧ କରିବ।”
ଯିହୂଦୀମାନେ ପ୍ରେରିତମାନଙ୍କୁ କ୍ଷାନ୍ତ କରିବାକୁ ଚେଷ୍ଟା
17 ମହାଯାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୂକୀ ଦଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହେଲେ। 18 ସେମାନେ ପ୍ରେରିତମାନଙ୍କୁ ବନ୍ଦୀକରି କାରାଗାରରେ ରଖିଲେ। 19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରିଦେଲେ ଓ କହିଲେ, 20 “ତୁମ୍ଭେମାନେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟରେ କୁହ।” 21 ଏହା ଶୁଣି ପ୍ରେରିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ।
ଏହି ସମୟରେ ମହାଯାଜକ ଓ ତାହାଙ୍କର ବନ୍ଧୁମାନେ ସେହି ମନ୍ଦିରର ଅନ୍ୟ ପାଖରେ ପହଞ୍ଚି ଇସ୍ରାଏଲର ବିଶିଷ୍ଟ ଲୋକମାନଙ୍କର ଏକ ସଭା ଡାକିଲେ। ସେମାନେ ପ୍ରେରିତମାନଙ୍କୁ କାରାଗାରରୁ ଆଣିବା ପାଇଁ କିଛି ଲୋକଙ୍କୁ ପଠାଇଲେ। 22 କିନ୍ତୁ ସେହି ଲୋକମାନେ କାରାଗାରରେ ପ୍ରେରିତମାନଙ୍କୁ ନ ପାଇ ଫେରିଗଲେ ଓ ଯାଇ ସେମାନଙ୍କୁ ଏହି ଖବର ଦେଲେ, 23 “ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ। କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।” 24 ଏ କଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ “ଏହାର ପରିଣାମ କ’ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।”
25 ଠିକ୍ ସେହି ସମୟରେ ଜଣେ ଆସି ସେମାନଙ୍କୁ କହିଲା, “ତୁମ୍ଭେମାନେ ଯେଉଁମାନଙ୍କୁ କାରାଗାରରେ ବନ୍ଦୀକରି ରଖିଥିଲ ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।” 26 ତେଣୁ ସେନାପତି ସେହି ଲୋକମାନଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କୁ ନେଇ ଆସିଲେ। ସେମାନେ ପ୍ରେରିତମାନଙ୍କୁ ଜୋର୍ଜବରଦସ୍ତି କରି ଆଣିଲେ ନାହିଁ କାରଣ ସେମାନେ ଭୟ କଲେ, ଯଦି ସେମାନେ ଏପରି କରିବେ, ତେବେ ଲୋକମାନେ ହୁଏତ ସେମାନଙ୍କୁ ପଥର ଫୋପାଡ଼ିବେ।
2010 by World Bible Translation Center