Revised Common Lectionary (Semicontinuous)
150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
2 ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
3 ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
4 ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର।
ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
5 ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।
6 ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ଗଲିୟାତ ଇସ୍ରାଏଲକୁ ଟକ୍କର ଦିଅନ୍ତି
17 ପଲେଷ୍ଟୀୟ ସୈନ୍ୟସାମନ୍ତମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ। ସେମାନେ ଯିହୁଦାର ଅଧିକାରସ୍ଥ ସୋଖୋରେ ସଂଗୃହୀତ ହୋଇ ସୋଖୋ ଓ ଅସେକା ମଧ୍ୟରେ ଏଫସ୍-ଦମ୍ମୀମରେ ଛାଉଣି ସ୍ଥାପନ କଲେ।
2 ଶାଉଲ ଓ ଇସ୍ରାଏଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରିତ ହୋଇ ଛାଉଣି ସ୍ଥାପନ କଲେ। ସେମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସୈନ୍ୟ ସଜାଇଲେ। 3 ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା।
4 ଗାଥ୍ନିବାସୀ ଗଲିୟାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ। 5 ତା’ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା। ସେହି ସାଞ୍ଜୁଆଟି ପାଞ୍ଚ ସହସ୍ର ଶେକଲ ଓଜନ ପିତ୍ତଳର ଥିଲା। 6 ସେ ଗୋଡ଼ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲା ଓ ତା’ର ପଛରେ ପିତ୍ତଳର ବର୍ଚ୍ଛା ବନ୍ଧା ହୋଇଥିଲା। 7 ତା’ର ବର୍ଚ୍ଛାର ଦଣ୍ତ ବୁଣାକାରର କାଠ ତୁଲ୍ୟ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶେକଲ ଲୌହ ଢାଲର ସମ୍ମୁଖରେ ଥିଲା। ତା’ର ଆଗେ ଆଗେ ତା’ର ଢାଲବାହକ ଗ୍ଭଲିଥିଲା।
8 ପ୍ରତ୍ୟେକ ଦିନ ଗଲିୟାତ ବାହାରେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀଙ୍କୁ ଚିତ୍କାର କରି କହୁଥିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ଜଣେ ପଲେଷ୍ଟୀୟ ଲୋକ ନୁହେଁ? ତୁମ୍ଭେମାନେ ଶାଉଲର ଦାସ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋ’ ପାଖକୁ ଓହ୍ଲାଇ ଆସୁ। 9 ଯଦି ସେ ଲୋକଟି ମୋତେ ମାରିଦିଏ, ତେବେ ଆମ୍ଭେ ପଲେଷ୍ଟୀୟମାନେ ତୁମ୍ଭର ଦାସ ହେବୁ। ଯଦି ମୁଁ ତାକୁ ବଧ କରେ ତେବେ ତୁମ୍ଭେମାନେ ଆମ୍ଭର ଦାସ ହେବ ଓ ଆମ୍ଭମାନଙ୍କର ଦାସ କାର୍ଯ୍ୟ କରିବ।”
10 ପଲେଷ୍ଟୀୟ ମଧ୍ୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟବାହିନୀକୁ ତୁଚ୍ଛ କରୁଅଛି। ମୁଁ ସାହସ କରି କହୁଅଛି ମୋତେ ଜଣେ ଲୋକ ଦିଅ, ତେବେ ଆମ୍ଭେମାନେ ପରସ୍ପର ଯୁଦ୍ଧ କରି ପାରିବୁ।”
11 ଯେତେବେଳେ ଶାଉଲ ଓ ଇସ୍ରାଏଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ। ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।
ଦାଉଦ ଯୁଦ୍ଧ ସମ୍ମୁଖକୁ ଗଲେ
12 ଦାଉଦ ଯିଶୀଙ୍କର ପୁତ୍ର ଥିଲେ, ଯିଶୀ ଥିଲେ ଇଫ୍ରାଥିୟ ପରିବାରର, ଯିଏ ବୈଥ୍ଲେହମ ଓ ଯିହୁଦାରେ ବାସ କରୁଥିଲେ ଏବଂ ଯିଶୀଙ୍କର ଆଠ ପୁତ୍ର ଥିଲେ। ପୁଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ। 13 ଯିଶୀଙ୍କର ତିନି ବଡ଼ ପୁତ୍ର ଶାଉଲଙ୍କର ପଶ୍ଚାତ ଯୁଦ୍ଧକୁ ଯାଇଥିଲେ। ପ୍ରଥମ ପୁତ୍ର ଥିଲେ ଇଲୀୟାବ୍ ଓ ଦ୍ୱିତୀୟ ପୁତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ। 14 ଦାଉଦ ଥିଲେ ସବୁଠାରୁ କନିଷ୍ଠ। ତିନି ଜଣ ଜ୍ୟେଷ୍ଠ ପୁତ୍ର ଶାଉଲଙ୍କର ସୈନ୍ୟ ଛାଉଣିରେ ଥିଲେ। 15 କିନ୍ତୁ ଦାଉଦ ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରୁ ବୈଥ୍ଲେହମକୁ ସମୟ ସମୟରେ ଯାଆ ଆସ କରୁଥା’ନ୍ତି।
16 ସେହି ପଲେଷ୍ଟୀୟ ରାକ୍ଷସଟି ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟା ସମୟରେ ଇସ୍ରାଏଲର ସୈନ୍ୟ ସମ୍ମୁଖକୁ ଆସୁଥାଏ।
17 ଦିନେ ଯିଶୀ ନିଜର ପୁତ୍ର ଦାଉଦଙ୍କୁ କହିଲେ, “ସୈନ୍ୟ ଛାଉଣିରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ୟରୁ ଏକ ଐଫା ଓ ଏହି ଦଶଟା ରୋଟୀ ନେଇ ଯାଅ। 18 ସେ ମଧ୍ୟ ତାଙ୍କୁ କହିଲେ, “ଏହି ଦଶଖଣ୍ତ ବଡ଼ ଛେନାପୋଡ଼ 1000 ସୈନ୍ୟମାନଙ୍କର କପ୍ତାନମାନଙ୍କ ପାଇଁ ନେଇ ଯାଅ ଏବଂ ତୁମ୍ଭର ଭାଇମାନଙ୍କର କୁଶଳତାର ଖବର ଆଣିବା ସହିତ, ସେମାନେ କିପରି ଅଛନ୍ତି ତାହା ଜାଣିବା ନିମନ୍ତେ କିଛି ଚିହ୍ନ ଆଣ।” 19 ତୁମ୍ଭର ଭାଇମାନେ ଶାଉଲଙ୍କ ସାଥୀରେ ଇସ୍ରାଏଲୀୟ ସୈନ୍ୟମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରୁଥିଲେ।”
20 ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳି ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞା ଅନୁସାରେ ସେସବୁ ଦ୍ରବ୍ୟ ନେଇଗଲେ। ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ ବନ୍ଦୀ ଜାଗାରେ ଉପସ୍ଥିତ ହେଲେ। 21 ଇସ୍ରାଏଲୀୟମାନେ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ମୁହାଁ ମୁହିଁ ହେଲେ।
22 ଦାଉଦ ସାମଗ୍ରୀ ରକ୍ଷକ ହସ୍ତରେ, ନିଜର ସାମଗ୍ରୀ ରଖି ସୈନ୍ୟମାନଙ୍କ ମଝିକୁ ଆସି ନିଜର ଭାଇମାନଙ୍କୁ କୁଶଳବାର୍ତ୍ତା ପଗ୍ଭରିଲେ। 23 ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିୟାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ୟବାହିନୀ ମଧ୍ୟରୁ ଉଠି ଆସି ପୂର୍ବ ପରି ପାଟିକଲା। ଦାଉଦ ତାହା ଶୁଣିଲେ।
ପରମେଶ୍ୱରଙ୍କଠାରୁ ପ୍ରମାଣ
12 ପ୍ରେରିତମାନଙ୍କ ଦ୍ୱାରା ଲୋକମାନଙ୍କ ମଧ୍ୟରେ ବହୁତଗୁଡ଼ିଏ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରାଗଲା। ସେମାନେ ସମସ୍ତେ ଗୋଟିଏ ଉଦ୍ଦେଶ୍ୟରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ। 13 ସେମାନଙ୍କ ସହିତ ଏକତ୍ର ଠିଆ ହେବା ପାଇଁ କେହିହେଲେ ସାହସ କଲେ ନାହିଁ। ସବୁଲୋକ ପ୍ରେରିତମାନଙ୍କର ଖୁବ୍ ପ୍ରଶଂସା କଲେ। 14 ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ୱାସ କଲେ। ସେମାନେ ବିଶ୍ୱାସୀଙ୍କ ଦଳରେ ସଂଯୁକ୍ତ ହେଲେ। 15 ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହି ଆଣିଲେ, ଯେପରିକି ପିତରଙ୍କ ଛାଇ ଯିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହା ଦ୍ୱାରା ସେହି ରୋଗୀମାନେ ସୁସ୍ଥ ହୋଇପାରିବେ। 16 ଯିରୁଶାଲମରେ ଆଖପାଖ ସହରଗୁଡ଼ିକରୁ ଲୋକମାନେ ସେମାନଙ୍କ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କ ଦ୍ୱାରା ବ୍ୟତିବ୍ୟସ୍ତ ହେଉଥିଲେ, ସେମାନଙ୍କୁ ନେଇ ଆସୁଥିଲେ ଓ ସମସ୍ତେ ସୁସ୍ଥ ହୋଇ ଯାଉଥିଲେ।
2010 by World Bible Translation Center