Revised Common Lectionary (Semicontinuous)
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [a] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
17 କିନ୍ତୁ ସୀଷରା ପଳାୟନ କଲା। ସେ ଯାୟେଲ ତମ୍ବୁକୁ ଦୌଡ଼ି ପଳାଇଲା। ଯାୟେଲ ହେଉଛି କେନୀୟ ହେବର ସ୍ତ୍ରୀ। ସେ ସମୟରେ ହାତ୍ସୋରର ରାଜା ଯାବୀନ୍ ଓ କେନୀୟ ହେବରର ବଂଶ ମଧ୍ୟରେ ଐକ୍ୟ ଥିଲା। ତେଣୁ ସେ ସେଠାକୁ ଦୌଡ଼ି ପଳାଇଲା। 18 ଯାୟେଲ ଦେଖିଲେ ସୀଷରା ତାଙ୍କ ଆଡ଼କୁ ଦୌଡ଼ି ଆସୁଛନ୍ତି। ତେଣୁ ସେ ବାହାରକୁ ଆସି ତାଙ୍କୁ ଦେଖା କଲେ। ଯାୟେଲ ସୀଷରାକୁ କହିଲେ, “ମହାଶୟ, ମୋର ତମ୍ବୁକୁ ଆସନ୍ତୁ, ଭୟ କରନ୍ତୁ ନାହିଁ।” ତେଣୁ ସେ ତମ୍ବୁ ଭିତରକୁ ଯିବା ମାତ୍ରେ ତାଙ୍କୁ ଯାୟେଲ ଏକ କମ୍ବଳ ଘୋଡ଼ାଇ ଦେଲେ।
19 ସୀଷରା ଯାୟେଲକୁ କହିଲେ, “ମୁଁ ଭାରି ତୃଷାର୍ତ୍ତ, ମୋତେ କିଛି ପାଣି ପିଇବାକୁ ଦିଅ।” ଯାୟେଲ ତାଙ୍କୁ ଏକ ଚମଡ଼ା ବୋତଲରେ କିଛି କ୍ଷୀର ପିଇବାକୁ ଦେଲେ ଓ ତା’ପରେ ତାକୁ କମ୍ବଳ ଘୋଡ଼ାଇ ଦେଲେ।
20 ତା’ପରେ ସୀଷରା ଯାୟେଲକୁ କହିଲା, “ଯାଅ, ତମ୍ବୁର ପ୍ରବେଶ ଦ୍ୱାରରେ ଠିଆ ହୁଅ। ଯଦି କେହି ଆସି ତୁମ୍ଭକୁ ପଗ୍ଭରନ୍ତି, ‘ଭିତରେ କେହି ଅଛନ୍ତି କି?’ ତୁମ୍ଭେ, କହିବା ଉଚିତ୍, ‘ନାଁ ଭିତରେ କେହି ନାହାନ୍ତି।’”
21 କିନ୍ତୁ ଯାୟେଲ ତମ୍ବୁର ଏକ ଖୁଣ୍ଟି ଓ ଏକ ହାତୁଡ଼ି ପାଇଲେ। ସୀଷରା କ୍ଳାନ୍ତରେ ଶୋଇଥିବା ସମୟରେ ଯାୟେଲ ଖୁଣ୍ଟିଟିକୁ ତା’ର ମୁଣ୍ଡରେ ଦେଇ ହାତୁଡ଼ିରେ ଆଘାତ କରନ୍ତେ ଖୁଣ୍ଟିଟି ସୀଷରାର ମୁଣ୍ଡରେ ଫୁଟି ମାଟିରେ ପଶିଗଲା! ଏହିପରି ଭାବରେ ସୀଷରା ମୃତ୍ୟୁବରଣ କଲା।
22 ଠିକ୍ ଏହା ପରେ ବାରକ୍ ସୀଷରାକୁ ଖୋଜି ଖୋଜି ତମ୍ବୁ ନିକଟରେ ପହଞ୍ଚିଲା। ଯାୟେଲ ତମ୍ବୁରୁ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, “ଭିତରକୁ ଆସ, ତୁମ୍ଭେ ଯେଉଁ ଲୋକକୁ ଖୋଜୁଅଛ ମୁଁ ତୁମ୍ଭକୁ ଦେଖାଇବି।” ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକୁ ପ୍ରବେଶ କଲା! ସେଠାରେ ସେ ତମ୍ବୁ ଖୁଣ୍ଟ ମୁଣ୍ଡରେ ପଶି ମୃତ୍ୟୁବରଣ କରିଥିବା ସୀଷରାର ମୃତ ଶରୀର ପଡ଼ିଥିବାର ସେ ପାଇଲା।
23 ସେହି ଦିନ, ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ଆଗରେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ।
24 ସ୍ତ୍ରୀମାନଙ୍କ ମଧ୍ୟରେ କେନୀୟ ହେବରର ସ୍ତ୍ରୀ ଯାୟେଲ ଧନ୍ୟ ହେବେ।
ତମ୍ବୁ ନିବାସିନୀମାନଙ୍କ ମଧ୍ୟରେ ଧନ୍ୟ ହେବେ।
25 ସୀଷରା ଜଳ ମାଗିଲେ
ସେ ତାଙ୍କୁ କ୍ଷୀର ଦେଲେ।
ରାଜ ଉପଯୁକ୍ତ ପାତ୍ରରେ
ଦଧି ଆଣି ତାଙ୍କୁ ଦେଲେ।
26 ଯାୟେଲ ଗୋଟିଏ ହାତରେ ମେଖଣା ଧରି
ଦକ୍ଷିଣ ହସ୍ତରେ ପିଟଣା ଧରି ସୀଷରାର ମୁଣ୍ଡ ଫଟାଇ ଦେଲେ
କର୍ଣ୍ଣମୂଳରେ ଯାଇ ମେଖଣା ପଶିଲା।
27 ତାହାର ପାଦତଳେ ନଇଁ ପଡ଼ିଲା,
ପାଦତଳେ ସେ ଲୋଟି ପଡ଼ିଲା,
ପାଦତଳେ ସେ ଶୋଇ ପଡ଼ିଲା।
ଯେଉଁଠାରେ ସେ ଶୋଇ ପଡ଼ିଲା
ସେହିଠାରେ ସେ ମଲା।
28 “ସୀଷରାର ମା ଝରକା ପାଖରେ ଅପେକ୍ଷା କରୁଥିଲା
ଏବଂ ସେ ଜାଲି ଦେଇ ଗ୍ଭହୁଁଥିଲା।
ସେ ଏହା ଚିନ୍ତା କରି କାନ୍ଦୁଥିଲା, ‘ସୀଷରାର ରଥ ବିଳମ୍ବ କାହିଁକି?
ତଥାପି, ମୁଁ କାହିଁକି ତା’ର ରଥ ଶବ୍ଦ ଶୁଣି ପାରୁ ନାହିଁ?’
29 “ତା’ର ସବୁଠୁଁ ଜ୍ଞାନବତୀ ସହଚରୀ ତାଙ୍କୁ ଉତ୍ତର ଦେଲା,
ପ୍ରକୃତରେ ସେ ତାକୁ ଏକ ଉତ୍ତର ଦେଲା।
30 ‘ମୁଁ ନିଶ୍ଚିତ, ସେମାନେ ଯୁଦ୍ଧରେ ବିଜୟୀ ହୋଇଛନ୍ତି।
ସେମାନେ ଲୁଣ୍ଠିତ ସାମଗ୍ରୀ ସବୁ ନେଇ ଯାଉଛନ୍ତି।
ସେମାନେ ଲୁଣ୍ଠିତ ସାମଗ୍ରୀକୁ
ସେମାନଙ୍କ ମଧ୍ୟରେ ଭାଗ କରୁଛନ୍ତି।
ପ୍ରତ୍ୟେକ ସୈନ୍ୟ ଗୋଟିଏ ବା ଦୁଇଟି ଯୁବତୀ ନେଉଛନ୍ତି।
ହୋଇପାରେ ସୀଷରା ରଙ୍ଗ କରାଯାଇଥିବା ବସ୍ତ୍ର ଖଣ୍ଡେ,
ରଙ୍ଗ କରାଯାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା
ବିଜେତା ସୀଷରାର ପରିଧାନ ପାଇଁ ଦୁଇଟି ଖଣ୍ତ ପାଇଅଛି।’
31 “ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ଏହିପରି ବିନଷ୍ଟ ହୁଅନ୍ତୁ।
ମାତ୍ର, ତାଙ୍କର ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରି ସୂର୍ଯ୍ୟ ତୁଲ୍ୟ ହୁଅନ୍ତୁ।”
ଏହା ପରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।
ନାରୀ ଓ ମହାସର୍ପ
12 ତା’ପରେ ସ୍ୱର୍ଗରେ ଏକ ବିଚିତ୍ର ଚିହ୍ନ ଦେଖାଗଲା। ମୁଁ ଜଣେ ନାରୀଙ୍କୁ ସୂର୍ଯ୍ୟଙ୍କୁ ବସ୍ତ୍ରରୂପେ ଧାରଣ କରିବାର ଦେଖିଲି। ଚନ୍ଦ୍ର ତାହାଙ୍କ ପାଦତଳେ ଥିଲେ। ତାହାଙ୍କ ମସ୍ତକରେ ବାରଟି ନକ୍ଷତ୍ରର ମୁକୁଟ ଥିଲା। 2 ସେହି ନାରୀ ଜଣକ ଗର୍ଭବତୀ ଥିଲେ। ପ୍ରସବ ବେଦନାରେ ସେ ଚିତ୍କାର କଲେ। ତାହାଙ୍କର ପ୍ରସବ କରିବା ସମୟ ହୋଇଯାଇଥିଲା।
3 ସ୍ୱର୍ଗରେ ଅନ୍ୟ ଏକ ଚିହ୍ନ ଦେଖାଗଲା। ସେଠାରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା’ର ସାତୋଟି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡରେ ସାତୋଟି ମୁକୁଟ ଥିଲା। ତା’ର ଦଶଟି ଶିଙ୍ଗ ମଧ୍ୟ ଥିଲା। 4 ତାହାର ଲାଙ୍ଗୁଳ ଆକାଶର ତାରାଗଣ ମଧ୍ୟରୁ ଏକତୃତୀୟାଂଶ ତାରାକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ସେହି ସାପ, ପ୍ରସବ କରିବାକୁ ଯାଇଥିବା ସେହି ନାରୀଙ୍କ ସାମନାରେ ଠିଆ ହୋଇ ରହିଲା। ତାହାଙ୍କର ସନ୍ତାନ ଜନ୍ମ ହେବା ମାତ୍ରେ ତାହାକୁ ଖାଇବା ଉଦ୍ଦେଶ୍ୟରେ ସେ ପ୍ରସ୍ତୁତ ହୋଇଗଲା।
5 ସେହି ନାରୀ ଗୋଟିଏ ପୁତ୍ର ଶିଶୁକୁ ଜନ୍ମ ଦେଲେ। ସେ ସମଗ୍ର ରାଷ୍ଟ୍ରଗୁଡ଼ିକୁ ଗୋଟିଏ ଲୌହଦଣ୍ଡରେ ଶାସନ କରିବେ। ତା’ର ଶିଶୁଙ୍କୁ ପରମେଶ୍ୱରଙ୍କ ସିଂହାସନ ପାଖକୁ ଉଠାଇ ନିଆଗଲା। 6 ସେହି ସ୍ତ୍ରୀଲୋକଟି, ପରମେଶ୍ୱର ତା’ ପାଇଁ ପ୍ରସ୍ତୁତ କରି ରଖିଥିବା ମରୁଭୂମିର ଗୋଟିଏ ସ୍ଥାନକୁ ଗ୍ଭଲିଗଲା। ସେଠାରେ ତା’ର ଯତ୍ନ 1260 ଦିନ ପର୍ଯ୍ୟନ୍ତ ନିଆଯିବ।
7 ଏହିପରି ସମୟରେ ସ୍ୱର୍ଗରେ ଯୁଦ୍ଧ ହେଲା। ମୀଖାୟେଲ ଓ ତାହାଙ୍କର ଦୂତଗଣ ସେହି ସାପ ଓ ତାହାର ଦୂତମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସାପ ତା’ର ଦୂତମାନଙ୍କ ସହତ ପ୍ରତିଯୁଦ୍ଧ କଲା। 8 କିନ୍ତୁ ବିଶାଳ ସାପ ଅଧିକ ବଳଶାଳୀ ନ ଥିବାରୁ ସେ ଓ ତାହାର ଦୂତମାନେ ପରାସ୍ତ ହେଲେ ଓ ସ୍ୱର୍ଗରେ ସ୍ଥାନ ହରାଇଲେ। 9 ବିଶାଳ ସାପକୁ ସ୍ୱର୍ଗରୁ ପୃଥିବୀରେ ନିକ୍ଷେପ କରାଗଲା। (ସେହି ବିଶାଳ ସାପ ହେଉଛି ସେହି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାଯାଏ। ସେ ପୃଥିବୀ ବାସୀଙ୍କୁ ଭୁଲ୍ ରାସ୍ତାରେ ନିଏ। ସାପକୁ ତା’ର ଦୂତମାନଙ୍କ ସହିତ ସଦଳବଳରେ ପୃଥିବୀରେ ନିକ୍ଷେପ କରାଗଲା।
10 ତା’ପରେ ମୁଁ ସ୍ୱର୍ଗରେ ଗୋଟିଏ ଉଚ୍ଚ ଧ୍ୱନି ଏହା କହିବାର ଶୁଣିଲି, “ବର୍ତ୍ତମାନ ଆମ୍ଭ ପରମେଶ୍ୱରଙ୍କ ବିଜୟ, କ୍ଷମତା, ଓ ରାଜତ୍ୱର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ୟ ଉପସ୍ଥିତ ହୋଇଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହାରେ ନିକ୍ଷେପ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭ ଭାଇମାନଙ୍କ ବିଷୟରେ ଅଭିଯୋଗ କରୁଥିଲା। 11 ଆମ୍ଭ ଭାଇମାନେ ମେଷଶାବକଙ୍କ ରକ୍ତ ଦ୍ୱାରା ଓ ସେମାନଙ୍କର ପ୍ରଗ୍ଭର ଦ୍ୱାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସେମାନେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିଥିଲେ। 12 ତେଣୁ ହେ ସ୍ୱର୍ଗ ଓ ସ୍ୱର୍ଗବାସୀଗଣ, ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ! ଏହା ପୃଥିବୀ ଓ ସମୁଦ୍ର ପାଇଁ ଅତ୍ୟନ୍ତ ଖରାପ ସମୟ, ଯେହେତୁ ସମୟ ଅତି ଅଳ୍ପ, ବୋଲି ଜାଣି ଶୟତାନ ଭୀଷଣ କ୍ରୋଧରେ ପୂର୍ଣ୍ଣ ହୋଇ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଯାଇଅଛି।’’
2010 by World Bible Translation Center