Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 118:1-2

118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
    ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଇସ୍ରାଏଲ ଏବେ କହନ୍ତୁ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”

ଗୀତସଂହିତା 118:14-24

14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [a] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
    ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
    ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
    ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।

17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
    ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
    ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
    ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
    କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
    ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।

22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
    ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
    କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
    ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

ଯିହୋଶୂୟଙ୍କର ପୁସ୍ତକ 10:16-27

16 ଏଥି ମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମ‌କ୍‌କେଦା ଗୁମ୍ଫାରେ ନିଜ ନିଜକୁ ଲୁଗ୍ଭଇଲେ। 17 ତେଣୁ ସେହି ପାଞ୍ଚ ରାଜା ପାଳାଇ ମ‌କ୍‌କେଦା ଗୁମ୍ଫାରେ ଲୁଚି ରହିଛନ୍ତି। ଏ କଥା ଯିହୋଶୂୟ ଯେତେବେଳେ ଜାଣିଲେ, 18 ଯିହୋଶୂୟ କହିଲେ, “ବଡ଼ ବଡ଼ ପ୍ରସ୍ତର ଫଳକ ଗୁମ୍ଫା ମୁହଁକୁ ଗଡ଼ାଇ ଦିଅ ଓ ସେମାନଙ୍କୁ ଜଗିବା ପାଇଁ ଲୋକ ନିଯୁକ୍ତ କର। 19 ତୁମ୍ଭେମାନେ ବନ୍ଦ କର ନାହିଁ। ତୁମ୍ଭର ଶତ୍ରୁମାନଙ୍କ ପଛରେ ଗୋଡ଼ଅ। ସେମାନଙ୍କୁ ପଛରୁ ଆକ୍ରମଣ କର। ସେମାନଙ୍କର ଲୋକମାନଙ୍କୁ ସେମାନଙ୍କର ନଗରରେ ପହଞ୍ଚିବାକୁ ଦିଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ଦେଇଛନ୍ତି।”

20 ଏହିପରି ଭାବରେ ଯିହୋଶୂୟ ଏବଂ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ହତ୍ୟାକଲେ। କିନ୍ତୁ କେତେକ ଶତ୍ରୁ ଖସିଯାଇ ସେମାନଙ୍କର ସୁଦୃଢ଼ ନଗରରେ ଲୁଚି ରହିଲେ। 21 ଯୁଦ୍ଧ ପରେ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକ ମ‌କ୍‌କେଦା ଛାଉଣିକୁ ଫେରି ଆସିଲେ। କିନ୍ତୁ ସେ ଦେଶରେ କୌଣସି ଲୋକ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ କିଛି କହିବାକୁ ସାହସ କଲେ ନାହିଁ।

22 ଯିହୋଶୂୟ କହିଲେ, “ଗୁମ୍ଫା ମୁହଁରୁ ପଥର ଖଣ୍ତାମାନ କାଢ଼ ଏବଂ ସେହି ପାଞ୍ଚ ଜଣ ରାଜାଙ୍କୁ ମୋ’ ସମ୍ମୁଖକୁ ଆଣ।” 23 ତେଣୁ ଯିହୋଶୂୟଙ୍କର ଲୋକମାନେ ସେହି ପାଞ୍ଚ ଜଣ ରାଜାଙ୍କୁ ଗୁମ୍ଫା ମଧ୍ୟରୁ ବାହାରକୁ ଆଣିଲେ। ସେମାନେ ଥିଲେ ଯିରୁଶାଲମର, ହିବ୍ରୋଣର, ଯର୍ମୂତର, ଲାଖୀ‌ଶ୍‌ର ଏବଂ ଇଗ୍ଲୋନର ରାଜାମାନେ। 24 ସେମାନେ ସେହି ରାଜାଗଣଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲେ ଏବଂ ଯିହୋଶୂୟ ତାଙ୍କର ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସେଠାକୁ ପଠାଇଲେ। ଯିହୋଶୂୟ ତାଙ୍କର ସୈନ୍ୟବାହିନୀର ସମସ୍ତ ସେନାପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, “ପାଖକୁ ଆସ ଏବଂ ଏ ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।

25 ଏହା ପରେ ଯିହୋଶୂୟ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି କହିଲେ, “ଯୋଦ୍ଧା ଏବଂ ସାହସୀ ହୁଅ! ଭୟ କର ନାହିଁ! ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଦେଖାଇବି, ସଦାପ୍ରଭୁ ଭବିଷ୍ୟତରେ ଆମ୍ଭମାନଙ୍କର ଶତ୍ରୁମାନଙ୍କୁ କିପରି ଅବସ୍ଥା କରିବେ ଯାହା ତୁମ୍ଭେମାନେ ଭବିଷ୍ୟତରେ ଯୁଦ୍ଧ କରିବ।”

26 ଏହା ପରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚଟା ଗଛ ଡାଳରେ ଟଙ୍ଗାଇଲେ। ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ଗଛରେ ଝୁଲି ରହିଥିଲେ। 27 ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦେଲା ପରେ ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ନିଜକୁ ଲୁଗ୍ଭଇ ଥିଲେ, ତାହା ଭିତରକୁ ଫୋପାଡ଼ି ଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଦେଇ ବନ୍ଦ କଲେ ଯାହାକି ଆଜିଯାଏ ଅଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:6-8

ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭେମାନେ ଏହି ଉକ୍ତି ବିଷୟରେ ଜାଣିଛ ଯେ, “ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।” ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହେବାଲାଗି ତୁମ୍ଭମାନଙ୍କ ଭିତରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭେମାନେ ସେହି ଖମୀରଶୂନ୍ୟ ନିସ୍ତାରପର୍ବର ରୋଟୀ [a] ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାରପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହୋଇ ଯାଇଛନ୍ତି। ଅତଏବ, ଆସ ଆମ୍ଭେମାନେ ନିସ୍ତାରପର୍ବର ରୋଟୀକୁ ଭୋଜନ କରିବା କିନ୍ତୁ ସେହି ପୁରୁଣା ଖମୀରଯୁକ୍ତ ରୋଟୀ ନୁହେଁ। ସେହି ପୁରୁଣା ଖମୀର ପାପ ଓ ମନ୍ଦର ଖମୀର। କିନ୍ତୁ ଆସ ସେହି ରୋଟୀ ଖାଇବା ଯେଉଁଥିରେ ଖମୀର ମିଶା ହୋଇ ନ ଥାଏ। ଏହି ରୋଟୀ ଉତ୍ତମ ଓ ସତ୍ୟର ରୋଟୀ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center