Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 20

ଦାଉଦଙ୍କର ଏକ ଗୀତ।

20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
    ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
    ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
    ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ।
ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
    ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
    ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।

ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
    ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
    ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
    କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
    ଆମ୍ଭେ ବିଜୟୀ ଦଳ।

ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
    କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।

ଯାତ୍ରାପୁସ୍ତକ 40:1-15

ମୋଶା ପବିତ୍ର ତମ୍ବୁ ସ୍ଥାପନ କଲେ

40 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଥମ ମାସର ପ୍ରଥମ ଦିନରେ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର। ତା’ ମଧ୍ୟରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ। ଏହା ପରେ ମେଜ ଭିତରକୁ ଆଣି ତହିଁର ସମସ୍ତ ଦ୍ରବ୍ୟମାନ ସଜାଇ ରଖ। ଦୀପରୁଖା ଆଣ ଏବଂ ସମସ୍ତ ଦ୍ୱୀପଗୁଡ଼ିକ ଜାଳିବା ପାଇଁ ରଖ। ନିୟମ-ସିନ୍ଦୁକ ସମ୍ମୁଖରେ ସୁବର୍ଣ୍ଣର ଧୂପବେଦି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।

“ଆଉ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସମ୍ମୁଖରେ ହୋମବଳି ରଖିବ। ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦେବ। ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କର ଏବଂ ପ୍ରାଙ୍ଗଣର ପ୍ରବେଶ ପଥରେ ପରଦାଟି ଟାଙ୍ଗ।

“ଏହା ପରେ ଅଭିଷେକାର୍ଥକ ତୈଳ ନେଇ ତମ୍ବୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କର ଓ ଉତ୍ସର୍ଗିତ କର। ତହିଁରେ ତମ୍ବୁ ଓ ତାହାର ସାମଗ୍ରୀ ପବିତ୍ର ହେବ। 10 ଆଉ ହୋମବେଦି ଓ ତହିଁର ସକଳ ସାମଗ୍ରୀ ଅଭିଷେକ କରି ଉତ୍ସର୍ଗିତ କର। ତହିଁରେ ସେହି ଯଜ୍ଞବେଦି ଅତ୍ୟନ୍ତ ପବିତ୍ର ହେବ। 11 ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ।

12 “ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ-ତମ୍ବୁର ଦ୍ୱାର ଦେଶକୁ ଆଣ। ତାଙ୍କୁ ପାଣିରେ ସ୍ନାନ କରାଅ। 13 ଏହା ପରେ ହାରୋଣଙ୍କୁ ସେହି ପବିତ୍ର ବସ୍ତ୍ର ପରିଧାନ କରାଅ। ତା’ପରେ ତାକୁ ଅଭିଷିକ୍ତ ଓ ଉତ୍ସର୍ଗିତ କର ଏବଂ ସେ ମୋର ଯାଜକ ହେବ। 14 ଏହା ପରେ ହାରୋଣଙ୍କର ପୁତ୍ରଙ୍କୁ ଏହି ପବିତ୍ର ବସ୍ତ୍ରମାନ ପରିଧାନ କରାଅ। 15 ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲା ପରେ ସେମାନେ ମୋର ଯାଜକ ରୂପେ କର୍ମ କରି ପାରିବେ। ସେହି ପରିବାର ଅନନ୍ତକାଳୀନ ମୋର ଯାଜକ ରୂପେ ସେବା କରିବେ।”

ଏବ୍ରୀ 10:19-25

ପରମେଶ୍ୱରଙ୍କ ନିକଟକୁ ଆସ

19 ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟରେ ଏପରି କରି ପାରିବା। 20 ଯୀଶୁଙ୍କ ଦ୍ୱାରା ଖୋଲି ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦେଇ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ୟଦେଇ ଯାଏ ଯାହାକି ଯୀଶୁଙ୍କ ଶରୀର ଅଟେ। 21 ପରମେଶ୍ୱରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ୟ ଜଣେ ମହାଯାଜକ ଅଛନ୍ତି। 22 ଆମ୍ଭର ଦେହ ଶୁଦ୍ଧ ଜଳରେ ସ୍ନାନ କରିଛି। ଅତଏବ ପରମେଶ୍ୱରଙ୍କ ପାଖକୁ ସତ୍ୟନିଷ୍ଠା ହୃଦୟରେ ଆସ। ଆମ୍ଭ ବିଶ୍ୱାସ ହେତୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍। 23 ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗରେ ବ୍ୟକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରି ପାରିବା।

ପରସ୍ପରକୁ ସାହାଯ୍ୟ କର, ଦୃଢ଼ ହୁଅ

24 ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍। 25 କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center