Revised Common Lectionary (Semicontinuous)
ପରମେଶ୍ୱର ତାଙ୍କ ଲୋକଙ୍କୁ ପୁନର୍ବାର ରକ୍ଷା କରିବେ
16 ସଦାପ୍ରଭୁ ସମୁଦ୍ରରେ ପଥ ନିର୍ମାଣ କରିବେ। ଏପରିକି ତାଙ୍କ ଲୋକମାନଙ୍କ ପାଇଁ ଅଶାନ୍ତ ଜଳରାଶି ମଧ୍ୟରେ ମାର୍ଗ ତିଆରି କରିବେ। ପୁଣି ସଦାପ୍ରଭୁ କୁହନ୍ତି, 17 “ଯେଉଁ ଲୋକମାନେ ରଥ, ଅଶ୍ୱ, ସୈନ୍ୟ ଓ ବୀରଗଣଙ୍କୁ ନେଇ ମୋ’ ବିପକ୍ଷରେ ଲଢ଼ିବେ, ସେ ଲୋକମାନଙ୍କର ପତନ ଘଟିବ, ସେମାନେ କେବେ ଉଠିବେ ନାହିଁ। ସେମାନେ ଧ୍ୱଂସ ହେବେ ଓ ଛଣପଟ ପରି ଲିଭିଯିବେ। 18 ତେଣୁ ଆଦ୍ୟରେ ଘଟିଥିବା ବିଷୟକୁ ସ୍ମରଣ କର ନାହିଁ କିମ୍ବା ବହୁବର୍ଷ ପୂର୍ବେ ଘଟିଥିବା ବିଷୟକୁ ବିବେଚନା କର ନାହିଁ। 19 କାରଣ ଆମ୍ଭେ ନୂତନ କାର୍ଯ୍ୟ କରିବୁ। ଏବେ ତୁମ୍ଭେ ଅଙ୍କୁରିତ ହେବ। ତୁମ୍ଭେ ଏହା ସତ୍ୟ ବୋଲି ନିଶ୍ଚିତ ଜାଣିବ। ଆଉ ମଧ୍ୟ ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦନଦୀ କରିବା। 20 ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସେମାନେ ଆମ୍ଭର ଗୌରବ କରିବେ। 21 ସେହି ଲୋକମାନଙ୍କୁ ଆମ୍ଭର ପ୍ରଶଂସା ଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।
ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।
126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
2 ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
ଅନ୍ୟ ଜାତିର ଲୋକମାନେ କହିଲେ,
“ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
3 ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
ତହିଁରେ ଆମ୍ଭେମାନେ ଖୁସୀ ଅଟୁ।
4 ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
5 ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
6 ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।
4 ଯଦିଓ ମୁଁ ନିଜ ଶକ୍ତିରେ ବିଶ୍ୱାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ୱାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ୱାସ କରିବାର ତା’ର କାରଣ ଅଛି, ତା’ହେଲେ ମୁଁ କହିବି ଯେ ତା’ ଅପେକ୍ଷା ମୋର ନିଜ ଉପରେ ବିଶ୍ୱାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍। 5 ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ। 6 ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ’ଠାରେ କୌଣସି ଦୋଷ ପାଇ ନ ଥିଲେ।
7 ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ। 8 ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି। 9 ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି। 10 ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ। 11 ସେହିପରି ଭାବରେ ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇପାରେ, ଏ ଭରସା ମୋର ଅଛି।
ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା
12 ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି। 13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ। 14 ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି।
ତାହାଙ୍କ ବନ୍ଧୁମାନଙ୍କ ସହ ବେଥନୀୟାରେ ଯୀଶୁ(A)
12 ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)। 2 ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହୋଇଥିଲା। ମାର୍ଥା ଖାଦ୍ୟ ପରିବେଷଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଲାଜାର ମଧ୍ୟ ଖାଉଥିଲେ। 3 ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳି ଦେଲେ। ତା’ପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛି ଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା।
4 ଇଷ୍କାରିୟୋତ ଯିହୂଦା ସେଠାରେ ଥିଲା। ଯିହୂଦା ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। (ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ଯିହୂଦା ମରିୟମଙ୍କ ଏହି କାର୍ଯ୍ୟ ପସନ୍ଦ କଲେ ନାହିଁ। ସେ କହିଲେ, 5 “ସେହି ଅତରର ମୂଲ୍ୟ ତିନିଶହ ରୂପାଟଙ୍କା। ଏହାକୁ ବୀକ୍ରି କରି ସେହି ଟଙ୍କା ଗରିବ ଲୋକମାନଙ୍କୁ ଦେବା ଉଚିତ୍ ଥିଲା,” 6 କିନ୍ତୁ ଯିହୂଦା ଗରିବ ଲୋକମାନଙ୍କ ପ୍ରତି ପ୍ରକୃତରେ ଚିନ୍ତିତ ନ ଥିଲା। ସେ ନିଜେ ଗ୍ଭେର ଥିବାରୁ ଏ କଥା କହିଲା। ସେ ଶିଷ୍ୟମାନଙ୍କ ପାଇଁ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ଏବଂ ସେ ପ୍ରାୟ ସେହି ବାକ୍ସରୁ ଟଙ୍କା ଗ୍ଭେରି କରୁଥିଲା।
7 ଯୀଶୁ ଉତ୍ତର ଦେଲେ, “ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମୋର ସମାଧି କ୍ରିୟାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି। 8 ତୁମ୍ଭ ପାଖରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।”
2010 by World Bible Translation Center