Revised Common Lectionary (Semicontinuous)
ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।
126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
2 ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
ଅନ୍ୟ ଜାତିର ଲୋକମାନେ କହିଲେ,
“ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
3 ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
ତହିଁରେ ଆମ୍ଭେମାନେ ଖୁସୀ ଅଟୁ।
4 ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
5 ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
6 ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।
ପରମେଶ୍ୱର ସର୍ବଦା ତାଙ୍କ ସନ୍ତାନଙ୍କ ସହବର୍ତ୍ତୀ
43 ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏହି କଥା କୁହନ୍ତି, “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ୱାନ କରୁଅଛୁ, ତୁମ୍ଭେ ଆମ୍ଭର। 2 ତୁମ୍ଭେ ଯେତେବେଳେ ଦୁଃଖରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବୁ। ଜଳ ମଧ୍ୟରେ ଗମନ କଲାବେଳେ ତୁମ୍ଭର ସଙ୍ଗୀ ହେବୁ। ଫଳରେ ତୁମ୍ଭେ ଜଳରେ ମଗ୍ନ ହେବ ନାହିଁ। ଅଗ୍ନିରେ ଗମନ କଲାବେଳେ ଦଗ୍ଧିଭୂତ ହେବ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ। 3 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଇସ୍ରାଏଲ ଧର୍ମସ୍ୱରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ୟ ସ୍ୱରୂପରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କୂଶ୍ ଓ ଶିବାଦେଶ ଦେଇଅଛୁ। 4 ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ୟବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ରେମ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳରେ ଗୋଷ୍ଠୀମାନଙ୍କୁ ଦେବା।
5 “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା। 6 ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା ସେମାନଙ୍କୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ। 7 ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆମ୍ଭର ଗୌରବାର୍ଥେ ସୃଷ୍ଟି କରିଅଛୁ, ଏହିପରି ପ୍ରତ୍ୟେକ ଲୋକଙ୍କୁ ଆଣ। ଆମ୍ଭେ ତାହାକୁ ଗଢ଼ିଅଛୁ ଓ ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।
ତୀମଥି ଓ ଏପାଫ୍ରାଦିତଙ୍କ ବିଷୟରେ ସମ୍ବାଦ
19 ପ୍ରଭୁ ଯୀଶୁଙ୍କଠାରେ ମୁଁ ଆଶାକରେ ଯେ ତୀମଥିଙ୍କୁ ଖୁବ୍ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାଇବି। ତୁମ୍ଭେମାନେ କିପରି ଅଛ ଜାଣି ମୁଁ ଆନନ୍ଦିତ ହେବି। 20 ତୀମଥିଙ୍କ ଭଳି ମୋ’ ପାଖରେ ଆଉ କେହି ଲୋକ ନାହାନ୍ତି। 21 ସେ ପ୍ରକୃତରେ ତୁମ୍ଭ ପାଇଁ ମନୋଯୋଗୀ। ଅନ୍ୟ ଲୋକମାନେ କେବଳ ତାଙ୍କ ନିଜ ଜୀବନ ବିଷୟରେ ଆଗ୍ରହୀ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ସେମାନେ ଆଗ୍ରହୀ ନୁହନ୍ତି। 22 ତୁମ୍ଭେମାନେ ଜାଣିଛ ଯେ ତୀମଥି କି ପ୍ରକାରର ଲୋକ। ପୁତ୍ର ଯେପରି ପିତାର ସେବା କରେ, ସେହିପରି ସେ ମୋ’ ସହିତ ସୁସମାଗ୍ଭର କହିବା ସମୟରେ ମୋର ସେବା କରିଛନ୍ତି; ଏ କଥା ତୁମ୍ଭେମାନେ ଜାଣ। 23 ମୁଁ ଶୀଘ୍ର ତାହାଙ୍କୁ ପଠାଇବା ଯୋଜନା କରୁଛି। ମୋ’ ସହିତ କ’ଣ ଘଟିବାକୁ ଯାଉଛି, ଜାଣିଲା ପରେ, ମୁଁ ତାଙ୍କୁ ପଠାଇବି। 24 ମୁଁ ନିଶ୍ଚିତ ଯେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଯିବା ପାଇଁ ପ୍ରଭୁ ମୋତେ ସାହାଯ୍ୟ କରିବେ।
2010 by World Bible Translation Center