Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 53

ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।

53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
    ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
    ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
    ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
    ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
    ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
    ନାଁ, ଜଣେ କେହି ନାହିଁ!

ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
    ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
    ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”

କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
    ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।

ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
    ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
    ସେତେବେଳେ ଯାକୁବ ଆନନ୍ଦିତ ହେବେ
    ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।

ଲେବୀୟ ପୁସ୍ତକ 23:26-41

ପ୍ରାୟଶ୍ଚିତ୍ତର ଦିନ

26 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 27 “ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପାପରୁ ପ୍ରାୟଶ୍ଚିତ୍ତର ଦିନ ହେବ। ସେଦିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍। 28 ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ। କାରଣ ଏହା ପ୍ରାୟଶ୍ଚିତ୍ତର ଦିନ। ସେଦିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ତୁମ୍ଭମାନଙ୍କର ପ୍ରାୟଶ୍ଚିତ୍ତ କରିବ।

29 “ଯେବେ କୌଣସି ଲୋକ ସେହିଦନି ଉପବାସ କରିବାକୁ ବିରତ ହୁଏ, ତେବେ ସେ ତା’ର ଲୋକମାନଙ୍କଠାରୁ ପୃଥକ ରହିବ। 30 ଯଦି କୌଣସି ପ୍ରାଣୀ ସେହି ଦିନ କୌଣସି କର୍ମ କରେ ତେବେ ଆମ୍ଭେ ତାହା ଲୋକମାନଙ୍କ ମଧ୍ୟରେ ତାକୁ ବିନାଶ କରିବୁ। 31 ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ ସେଦିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ଅଟେ। 32 ସେହି ଦିନ ତୁମ୍ଭମାନଙ୍କର ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। ତୁମ୍ଭେମାନେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।”

ପତ୍ରକୁଟୀର ପର୍ବ

33 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, 34 “ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟୀର ପର୍ବ ପାଳିତ ହେବ। 35 ପ୍ରଥମ ଦିନରେ ପବିତ୍ର ସଭା ହେବ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବ ନାହିଁ। 36 ସାତ ଦିନ ଯାଏ ତୁମ୍ଭେମାନେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍ ଓ ତୁମ୍ଭେମାନେ ସଦାପ୍ରଭୁଙ୍କ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବା ଉଚିତ୍ ନୁହେଁ।

37 “ଏହିସବୁ ସଦାପ୍ରଭୁଙ୍କର ପାଇଁ ସ୍ୱତନ୍ତ୍ର ପର୍ବ, ଯାହା ତୁମ୍ଭେ ପବିତ୍ର ସଭାପରି ପ୍ରକାଶ କରିଥାଅ, ସେଥିରେ ତୁମ୍ଭେମାନେ ପ୍ରତ୍ୟେକ ପର୍ବର ନିରୂପିତ ଦିନରେ ସଦାପ୍ରଭୁଙ୍କୁ ନୈବେଦ୍ୟ, ହୋମବଳି, ଶସ୍ୟ ନୈବେଦ୍ୟ, ବଳିଦାନ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ତୁମ୍ଭେମାନେ ପବିତ୍ର ସଭାରେ ଘୋଷଣା କରିବା ଉଚିତ୍ 38 ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ରାମ ଦିନ ଛଡ଼ା, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦାନ ଛଡ଼ା ତୁମ୍ଭମାନଙ୍କର ସକଳ ମାନତ ଛଡ଼ା ଓ ତୁମ୍ଭମାନଙ୍କ ସ୍ୱେଚ୍ଛାଦତ୍ତ ସକଳ ନୈବେଦ୍ୟ ଛଡ଼ା ଏହିସବୁ ପର୍ବ ପାଳନ କରିବ।

39 “ସପ୍ତମ ମାସର ପଞ୍ଚଦଶ ଦିନ ଯେତେବେଳେ ତୁମ୍ଭେମାନେ ଭୂମିରୁ ଶସ୍ୟ ସଂଗ୍ରହ କରି ସାରିବ ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ ଓ ଅଷ୍ଟମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। 40 ଆଉ ତୁମ୍ଭେମାନେ ପ୍ରଥମ ଦିନରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖର୍ଜ୍ଜୁର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘେନି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସମ୍ମୁଖରେ ସାତ ଦିନ ଯାଏ ଆନନ୍ଦ କରିବ। 41 ପୁଣି ତୁମ୍ଭେମାନେ ପ୍ରତି ବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା, ତୁମ୍ଭେମାନେ ସପ୍ତମ ମାସରେ ତାହା ପାଳନ କରିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:1-8

ସ୍ୱର୍ଗବାସୀମାନଙ୍କର ପରମେଶ୍ୱରଙ୍କୁ ପ୍ରଶଂସା

19 ତା’ପରେ ମୁଁ ସ୍ୱର୍ଗରେ ଅନେକ ଲୋକମାନଙ୍କର ସ୍ୱର ଭଳି ଏକ ସ୍ୱର ଶୁଣିଲି। ସେମାନେ କହୁଥିଲେ:

“ହାଲ୍ଲିଲୂୟା!
ବିଜୟ, ମହିମା ଓ କ୍ଷମତା ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅଟେ।
    ତାହାଙ୍କର ବିଗ୍ଭରଗୁଡ଼ିକ ସତ୍ୟ ଓ ଯଥାର୍ଥ।
ସେ ମହା ବେଶ୍ୟାକୁ ଦଣ୍ଡ ଦେଇଛନ୍ତି।
    ସେହି ବେଶ୍ୟା ତା’ର ଯୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରି ଦେଇଅଛି।
ପରମେଶ୍ୱର ତାହାଙ୍କ ସେବକମାନଙ୍କର ରକ୍ତ ହେତୁ ତାହାକୁ ଦଣ୍ଡ ଦେଇଛନ୍ତି।”

ସେମାନେ ପୁଣି କହିଲେ:

“ହାଲ୍ଲିଲୂୟା!
    ସେ ବେଶ୍ୟା ଜଳି ଯାଉଛି।
    ତାହାର ଧୂଆଁ ସର୍ବଦା ଉପରକୁ ଉଠୁଥିବ।”

ତା’ପରେ ଚବିଶ ଜଣ ପ୍ରାଚୀନ ଓ ଗ୍ଭରି ଜଣ ଜୀବିତ ପ୍ରାଣୀ ସିଂହାସନରେ ଉପବିଷ୍ଟ ପରମେଶ୍ୱରଙ୍କ ଆଗରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସେମାନେ କହିଲେ:

“ଆମେନ୍! ହାଲ୍ଲିଲୂୟା!”

ତା’ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା:

“ହେ ପରମେଶ୍ୱରଙ୍କର ସେବକମାନେ!
    ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର!
ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ!
    ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।”

ତା’ପରେ ମୁଁ ଅନେକ ଲୋକମାନଙ୍କର ସ୍ୱର ଶୁଣିଲି। ଏହା ଜଳପ୍ରପାତର ଧ୍ୱନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସେମାନେ କହୁଥିଲେ:

“ହାଲ୍ଲିଲୂୟା!
    ଆମ୍ଭମାନଙ୍କର ପ୍ରଭୁ ପରମେଶ୍ୱର ରାଜତ୍ୱ କରୁଛନ୍ତି।
    ସେ ସର୍ବଶକ୍ତିମାନ।
ଆସ, ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବା
    ଓ ପରମେଶ୍ୱରଙ୍କୁ ଗୌରବ ଦେବା!
ଯେହେତୁ ମେଷଶାବକଙ୍କର ବିବାହ ଉତ୍ସବର ସମୟ ଆସି ଉପସ୍ଥିତ
    ଓ ତାହାଙ୍କର କନ୍ୟା ନିଜକୁ ପ୍ରସ୍ତୁତ କରି ସାରିଛି; ତେଣୁ ଆମ୍ଭେମାନେ ତାହାଙ୍କୁ ଗୌରବ ଦେବା।
କନ୍ୟାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର
    ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।”

(ସୂକ୍ଷ୍ମ ବସ୍ତ୍ରର ଅର୍ଥ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ଉତ୍ତମ କାର୍ଯ୍ୟ, ଯାହାସବୁ ସେମାନେ କରିଥିଲେ।)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center