Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 5:9-12

କିଣାନରେ ପ୍ରଥମ ନିସ୍ତାରପର୍ବ

ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେମାନେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁଁ ଲଜ୍ଜାକୁ ନିବାରଣ କରିଅଛି।” ତେଣୁ ଯିହୋଶୂୟ ସେ ସ୍ଥାନର ନାମ ଦେଲେ, ଗି‌ଲ୍‌ଗଲ୍, ଏବଂ ସେହି ଗି‌ଲ୍‌ଗଲ୍ ନାମ ଆଜି ମଧ୍ୟ ପ୍ରଚଳିତ ଅଛି।

10 ଇସ୍ରାଏଲ ଲୋକମାନେ ନିସ୍ତାରପର୍ବ ପାଳନ କଲେ, ଯେତେବେଳେ ସେମାନେ ଯିରୀହୋ ସମତଳ ଅଞ୍ଚଳ ନିକଟରେ ଛାଉଣି ସ୍ଥାପନ କଲେ। ତାହା ଥିଲା ସେହି ମାସ ଚଉଦ ତାରିଖ ସନ୍ଧ୍ୟା। 11 ଆଉ ନିସ୍ତାରପର୍ବର ପୂର୍ବଦିନ ସେମାନେ ଦେଶର ଶସ୍ୟ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ। 12 ତା’ ପରଦିନ ସକାଳେ, ସ୍ୱର୍ଗର ଖାଦ୍ୟ ମାନ୍ନା ଆକାଶରୁ ପଡ଼ିବା ବନ୍ଦ ହେଲା, ସେମାନେ ସେହି ଦେଶର ଶସ୍ୟ ଭୋଜନ କଲାରୁ ଏପରି ହେଲା। ତେଣୁ ଇସ୍ରାଏଲର ଲୋକମାନେ ଆଉ ମାନ୍ନା ଖାଦ୍ୟ ପାଇଲେ ନାହିଁ। ସେହି ସମୟଠାରୁ ସେମାନେ କିଣାନର ଶସ୍ୟ ଖାଇଲେ।

ଗୀତସଂହିତା 32

ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ

32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
    ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା’ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
    ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
    ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
    ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
    ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ।

କିନ୍ତୁ ତା’ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
    ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
    ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ।

ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
    ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
    ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
    ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି।

ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
    ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
    କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”

10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
    କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
    ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:16-21

16 ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଜାଗତିକ ଦୃଷ୍ଟିରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସେହିପରି ଭାବୁନାହୁଁ। 17 ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହୋଇ ଅଛି। ପୁରୁଣା ବିଷୟ ସମସ୍ତ ଗ୍ଭଲି ଯାଇଅଛି, ଓ ପ୍ରତ୍ୟେକ ବିଷୟ ନୂଆ ହୋଇ ଯାଇଛି। 18 ଏହିସବୁ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ନିଜେ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ ଲୋକମାନେ ଯେପରି ପରମେଶ୍ୱରଙ୍କ ସହ ଶାନ୍ତି ସ୍ଥାପନ କରିବେ, ଏହି ଦାୟିତ୍ୱ ଆମ୍ଭମାନଙ୍କୁ ଦେଇଛନ୍ତି। 19 ମୋ’ କହିବା କଥା ଯେ, ପରମେଶ୍ୱର ଖ୍ରୀଷ୍ଟଙ୍କ ହେତୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କେବଳ ସେତିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦେଇଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ। 20 ସେ ଆମ୍ଭ ମାଧ୍ୟମରେ ପୃଥିବୀର ଲୋକମାନଙ୍କୁ ଡାକୁଛନ୍ତି। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ପୁନର୍ମିଳିତ ହେବା ପାଇଁ ଅନୁରୋଧ କରୁ, 21 ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।

ଲୂକ ଲିଖିତ ସୁସମାଗ୍ଭର 15:1-3

ସ୍ୱର୍ଗରେ ଆନନ୍ଦ(A)

15 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”

ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ:

ଲୂକ ଲିଖିତ ସୁସମାଗ୍ଭର 15:11-32

ପୁଅ ଯେ କି ଘର ଛାଡ଼ି ଗ୍ଭଲିଗଲା

11 ଯୀଶୁ କହିଲେ, “ଜଣେ ଲୋକର ଦୁଇ ପୁଅ ଥିଲେ। 12 ଦିନେ ସାନପୁଅ ତା’ ବାପାଙ୍କୁ କହିଲା, ‘ବାପା, ତୁମ୍ଭେ ମୋତେ ତୁମ୍ଭର ସବୁ ସମ୍ପତ୍ତିରୁ ମୋ’ ଭାଗତକ ଦେଇଦିଅ।’ ତେଣୁ ତା’ ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଲେ।

13 “ଅଳ୍ପ ଦିନ ପରେ ସାନପୁଅ ତା’ ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଗ୍ଭଲିଗଲା। ସେଠାରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡ଼େଇ ଦେଲା। 14 ସବୁତକ ସାରିଦେଲା ପରେ, ସେହି ଦେଶରେ ଗ୍ଭରିଆଡ଼େ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତାକୁ ଅଭାବ ଭିତରେ ଉପାସରେ ରହିବାକୁ ପଡ଼ିଲା। ତା’ର ଟଙ୍କା ଦରକାର ପଡ଼ିଲା। 15 ତେଣୁ ସେ ସେହି ଦେଶରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା, ସେ ଲୋକଟି ତାହାକୁ ତା ପଡ଼ିଆରେ ଘୁଷୁରି ଚରେଇବାକୁ ପଠାଇଲା। 16 ତାହାକୁ ଏତେ ଭୋକ ଲାଗୁଥିଲା ଯେ ସେ ଘୁଷୁରିମାନେ ଖାଉଥିବା ଖାଦ୍ୟରୁ କିଛି ଖାଇବାକୁ ଇଚ୍ଛା କଲା କିନ୍ତୁ ତାହା ମଧ୍ୟ କେହି ତାହାକୁ ଦେଲେ ନାହିଁ।

17 “ଏବେ ସେ ବୁଝି ପାରିଲା ଯେ, ସେ ବହୁତ ମୂର୍ଖାମୀ କରିଛି। ସେ ଭାବିଲା, ‘ମୋ’ ବାପାଙ୍କର ମୂଲିଆମାନଙ୍କର କେତେ ଖାଦ୍ୟ ବଳୁଛି। ଆଉ ମୁଁ ଏଠାରେ ଭୋକରେ ମରୁଛି। 18 ମୁଁ ଏ ସ୍ଥାନ ଛାଡ଼ି ମୋ’ ବାପାଙ୍କ ପାଖକୁ ଫେରିଯିବି।’ ମୁଁ ତାହାଙ୍କୁ କହିବି, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। 19 ମୁଁ ତୁମ୍ଭର ପୁଅ ହେବାର ଯୋଗ୍ୟ ନୁହେଁ। କିନ୍ତୁ ତୁମ୍ଭେ ମୋତେ ଦୟାକରି ତୁମ୍ଭର ଅନ୍ୟ ମୂଲିଆମାନଙ୍କ ଭଳି ରଖ।’ 20 ତେଣୁ ସେ ସ୍ଥାନ ଛାଡ଼ି ତା’ ବାପାଙ୍କ ପାଖକୁ ବାହାରିଲା।

ପୁଅର ଘର ବାହୁଡ଼ା

“ପୁତ୍ର ବହୁତ ଦୂରରେ ଥିଲାବେଳେ ବାପା ତାହାକୁ ଦେଖିଲେ। ସେ ପୁଅ ପାଇଁ ଦୁଃଖ ଅନୁଭବ କଲେ ଓ ତା’ ପାଖକୁ ଦୌଡ଼ିଗଲେ। ସେ ପୁଅକୁ କୁଣ୍ଢେଇ ପକେଇ ଚୁମ୍ବନ ଦେଲେ। 21 ପୁଅ କହିଲା, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। ମୁଁ ତୁମ୍ଭର ପୁଅ ହେବାକୁ ଯୋଗ୍ୟ ନୁହେଁ।’

22 “କିନ୍ତୁ ବାପା ତାହାଙ୍କ ଗ୍ଭକରମାନଙ୍କୁ ଡାକି କହିଲେ, “ଶୀଘ୍ର ଯାଅ, ତା’ ପାଇଁ ସବୁଠାରୁ ଭଲ ପୋଷାକ ଆଣ। ତା’ ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ଦିଅ। ପାଦରେ ଭଲ ଜୋତା ପିନ୍ଧାଇ ଦିଅ। 23 ଆମ୍ଭର ସବୁଠାରୁ ମୋଟା ବାଛୁରିଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହେବ। ଆମ୍ଭେମାନେ ଗୋଟିଏ ଭୋଜି କରିବା। 24 ମୋର ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।’ ତେଣୁ ସେମାନେ ଭୋଜିର ଆୟୋଜନ କଲେ।

ବଡ଼ ପୁଅ ଆସିଲା

25 “ଏହି ସମୟରେ ଲୋକଟିର ବଡ଼ ପୁଅ କ୍ଷେତରେ ଥିଲା। ଫେରିଲା ବେଳେ, ଘର ପାଖାପାଖି ପହଞ୍ଚିବା ବେଳକୁ ସେ ନାଚଗୀତର ଶବ୍ଦ ଶୁଣିଲା। 26 ତେଣୁ ସେ ଜଣେ ଗ୍ଭକରକୁ ଡାକି ପଗ୍ଭରିଲା, ‘ଏ ସବୁ କ’ଣ ଗ୍ଭଲିଛି?’ 27 ଗ୍ଭକରଟି କହିଲା, ‘ତୁମ୍ଭ ଭାଇ ଫେରି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମୋଟା ବାଛୁରିଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳରେ ଫେରି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସୀ ହେଉଛନ୍ତି।’

28 “ଏହା ଶୁଣି ବଡ଼ ପୁଅ ଭୀଷଣ ରାଗିଗଲା। ସେ ଭିତରେ ପ୍ରବେଶ କରିବା ପାଇଁ ଇଚ୍ଛା କଲା ନାହିଁ। ତେଣୁ ତା’ ବାପା ବଡ଼ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ। 29 ବଡ଼ ପୁଅ ବାପାଙ୍କୁ କହିଲା, ‘ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସେବା କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମୋ’ ପାଇଁ ଛେଳିଟିଏ ମଧ୍ୟ କେବେ ମାରି ନାହଁ। ତୁମ୍ଭେ ମୋ’ ପାଇଁ ଓ ମୋ’ ବନ୍ଧୁମାନଙ୍କ ପାଇଁ କେବେ ହେଲେ ଭୋଜିଟିଏ ଦେଇ ନାହଁ। 30 କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ୟାମାନଙ୍କ ପାଇଁ ନଷ୍ଟ କରି ଦେଇଛି। ତା’ପରେ ସେ ଘରକୁ ଫେରି ଆସିଲା। ଆଉ ତା’ ପାଇଁ ତୁମ୍ଭେ ମୋଟା ବାଛୁରିଟିକୁ ମାରିଲ!’

31 “କିନ୍ତୁ ବାପା ତାକୁ କହିଲେ, ‘ପୁଅ, ତୁ ସବୁବେଳେ ମୋ’ ପାଖରେ ଅଛୁ। ମୋର ଯାହାକିଛି ଅଛି, ସେ ସବୁ ତୋର। 32 କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସୀ ହେବା ଓ ଭୋଜି କରିବା ଉଚିତ୍।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center