Revised Common Lectionary (Semicontinuous)
ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ
32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା’ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
2 ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।
3 ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
4 ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ।
5 କିନ୍ତୁ ତା’ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ।
6 ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
7 ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି।
8 ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
9 ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”
10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।
ଲୋକମାନଙ୍କ ସ୍ମରଣ ପାଇଁ ଅଦ୍ଭୂତ ଶିଳା
4 ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ସାରିବା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, 2 “ବାର ଜଣ ଲୋକଙ୍କୁ ବାରଟି ଗୋଷ୍ଠୀବର୍ଗରୁ ବାଛ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। 3 ଏହିପରି ଭାବେ ସେମାନଙ୍କୁ ଆଦେଶ ଦିଅ, ଯେଉଁଠାରେ ଯାଜକଗଣ ନଦୀ ମଝିରେ ଛିଡ଼ା ହୋଇଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତୁମ୍ଭ ସହିତ ସେହି ବାରଟି ଶିଳାଖଣ୍ଡକୁ ବହିନିଅ। ତୁମ୍ଭେ ଯେଉଁଠାରେ ରାତି କଟାଇବାକୁ ଯୋଜନା କରିଛ, ସେଗୁଡ଼ିକ ସେଠାରେ ରଖ।”
4 ତେଣୁ ଯିହୋଶୂୟ ବାରଟି ଗୋଷ୍ଠୀବର୍ଗରୁ ବାର ଜଣଙ୍କୁ ବାଛିଲେ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ତା’ପରେ ସେ ସେହି ବାର ଜଣ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ର କଲେ। 5 ଯିହୋଶୂୟ ସେହି ବାର ଜଣ ଲୋକଙ୍କୁ କହିଲେ, “ଯର୍ଦ୍ଦନ ନଦୀର ମଝିକୁ ଯାଅ ଯେଉଁଠାରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଠିଆ ହୋଇ ଥିଲେ, ତୁମ୍ଭେମାନେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସେଠାରୁ ତୁମ୍ଭେମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଶିଳା ତୁମ୍ଭ କାନ୍ଧରେ ବହି ଆଣିବ। 6 ସେହି ଶିଳାଗୁଡ଼ିକ ତୁମ୍ଭମାନଙ୍କର ଏକ ପ୍ରତୀକ ହୋଇ ରହିବ। ଭବିଷ୍ୟତରେ ଯେତେବେଳେ ତୁମ୍ଭର ପିଲାମାନେ ଉତ୍ସୁକ ହୋଇ ତୁମ୍ଭକୁ ପଗ୍ଭରିବେ, ‘ଏହି ପଥରଗୁଡ଼ିକ ତୁମ୍ଭ ପାଇଁ କ’ଣ?’ 7 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ଯର୍ଦ୍ଦନ ନଦୀର ଜଳ ଧାରକୁ ବନ୍ଦ କରିଥିଲେ। ସେହି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ଚୁକ୍ତିର ପବିତ୍ର ସିନ୍ଦୁକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶିଳା ଖଣ୍ତଗୁଡ଼ିକ ସବୁଦିନ ପାଇଁ ଇସ୍ରାଏଲବାସୀଙ୍କର କଥାକୁ ମନେପକାଉ ଥିବ।”
8 ତେଣୁ ଇସ୍ରାଏଲ ଲୋକମାନେ ଯିହୋଶୂୟଙ୍କର ନିର୍ଦ୍ଦେଶ ମାନିଲେ। ସେମାନେ ସେହି ବାର ଖଣ୍ତ ଶିଳାଗୁଡ଼ିକୁ ନଦୀ ଶଯ୍ୟାରୁ ଆଣିଲେ। ସଦାପ୍ରଭୁ ଯିହୋଶୂୟଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଗୋଟିଏ ଶିଳାଖଣ୍ତ ନେଲେ। ଲୋକମାନେ ସେମାନଙ୍କ ସହିତ ଶିଳାଖଣ୍ତ ବହିଲେ। ଏବଂ ସେମାନେ ଯେଉଁଠାରେ ରାତ୍ରି ଯାପନ କରନ୍ତି, ସେଠାରେ ଶିଳାଖଣ୍ଡକୁ ରଖନ୍ତି। 9 ଯିହୋଶୂୟ ଯର୍ଦ୍ଦନ ନଦୀର ମଝିରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠାରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ଧରି ଠିଆ ହୋଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ପଥରଖଣ୍ତଗୁଡ଼ିକ ସେହି ସ୍ଥାନରେ ଅଛି।
10 ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମୋଶା ଯିହୋଶୂୟଙ୍କୁ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦୁକ ବହୁଥିଲେ, ସମସ୍ତ ଇସ୍ରାଏଲ ଲୋକମାନେ ନଦୀ ପାର ନ ହେବା ପର୍ଯ୍ୟନ୍ତ, ସେମାନେ ସେହି ନଦୀ ଶଯ୍ୟାରେ ଠିଆ ହୋଇ ରହିଲେ । 11 ଯେତେବେଳେ ସମସ୍ତ ଲୋକମାନେ ନଦୀ ପାର ହୋଇଗଲେ, ଏହା ପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଯର୍ଦ୍ଦନ ନଦୀ ପାର ହୋଇଗଲେ।
12 ରୁବେନ୍ ଗୋଷ୍ଠୀର ମନୁଷ୍ୟମାନେ, ଗାଦ୍ ଗୋଷ୍ଠୀର ମନୁଷ୍ୟମାନେ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ, ଯୁଦ୍ଧାସ୍ତ୍ରରେ ସଜ୍ଜିତ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଇସ୍ରାଏଲୀୟମାନଙ୍କ ଆଗରେ ନଦୀ ପାର ହୋଇଗଲେ, ଠିକ୍ ମୋଶା ଯେପରି ସେମାନଙ୍କୁ କହିଲେ [a] । 13 ପ୍ରାୟ 40,000 ସୈନ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଯିରୀହୋ ପଦାକୁ ଗଲେ।
ବିଶ୍ୱାସରେ ଜୀବନ କାଟିବା
16 ସେଥିପାଇଁ ଆମ୍ଭେ କେବେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ୟିକ ଶରୀର କ୍ଷୀଣ ହୋଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହୋଇ ଯାଉଅଛି। 17 ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍। 18 ଆମ୍ଭର ଆଖି ଦୃଶ୍ୟ ବିଷୟ ଗୁଡ଼ିକ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ କେନ୍ଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦେଖା ଯାଉଛି, ତାହା ଅସ୍ଥାୟୀ, ଓ ଯାହା ଅଦୃଶ୍ୟ, ତାହା ସମ୍ପୂର୍ଣ୍ଣ ଚିରସ୍ଥାୟୀ।
5 ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ। 2 ଏହା ସ୍ୱର୍ଗରେ ସ୍ଥାପିତ ଚିରସ୍ଥାୟୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟିରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ୱର ଆମ୍ଭକୁ ଆମ୍ଭର ସ୍ୱର୍ଗୀୟ ଘରଟି ଦିଅନ୍ତୁ। 3 ଏହି ଘରଟି ପାଇଲା ପରେ, ଏହା ଆମ୍ଭକୁ ଆବୃତ କରିବ, ଓ ଆମ୍ଭେ ଉଲଗ୍ନ ଦେଖାଯିବୁ ନାହିଁ। 4 ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା’ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ। 5 ପରମେଶ୍ୱର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ୟ ଦିଏ।
2010 by World Bible Translation Center