Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 39

ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ ପାଇଁ ଦାଉଦଙ୍କର ଗୀତ।

39 ମୁଁ କହିଲି, “ମୁଁ ଏଣିକି ଯାହା ବିଷୟରେ କହିବି ସାବଧାନ ହେବି।
    ମୁଁ ମୋର ଜିହ୍ୱାକୁ ପାପ କରିବାକୁ ସୁଯୋଗ ଦେବି ନାହିଁ।
ମୁଁ ଯେତେବେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି,
    ମୁଁ ମୋର ମୁଖକୁ ବନ୍ଦ ରଖିବି।”

ତେଣୁ ମୁଁ କିଛି କହିଲି ନାହିଁ।
    ଏପରିକି ମୁଁ କିଛି ଭଲ କଥା ମଧ୍ୟ କହିବି ନାହିଁ।
    କିନ୍ତୁ ଏହା ଦ୍ୱାରା ମୁଁ ଅଧିକ କ୍ରୋଧୀ ହେଲି।
ମୁଁ ଅତି କ୍ରୋଧିତ ଥିଲି।
    ମୁଁ ଯେତେବେଳେ ମୋର କ୍ରୋଧ ବିଷୟରେ ଭାବିଲି ଆହୁରି ଅଧିକ କ୍ରୋଧୀ ହେଲି।
    ତେଣୁ ମୁଁ ଜିହ୍ୱାରେ କିଛି କହି ପକାଇଲି।

ହେ ସଦାପ୍ରଭୁ, ତୁମ୍ଭେ ମୋତେ କୁହ ବର୍ତ୍ତମାନ ମୋର ଅବସ୍ଥା କ’ଣ ହେବ?
    ମୋତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି?
    ମୋତେ ତୁମ୍ଭେ ଜଣାଅ ପ୍ରକୃତରେ ମୋର ଜୀବନକାଳ ଆଉ କେତେ ଦିନ ଅଛି।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ।
    ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ।
ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ।

ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ।
    ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ।
    କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ୟୁପରେ ସେ ସବୁକୁ କିଏ ପାଇବ।

ହେ ମୋର ପ୍ରଭୁ, ମୋର ଆଉ କ’ଣ ଆଶା ଅଛି?
    ତୁମ୍ଭେ ମୋର ସମସ୍ତ ଆଶା ଓ ଭରସା।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ସମସ୍ତ ଅଧର୍ମରୁ ଉଦ୍ଧାର କର।
    ମୋତେ ମୂର୍ଖ ଲୋକମାନଙ୍କ ଦ୍ୱାରା ନିନ୍ଦାପାତ୍ର କର ନାହିଁ।
ମୁଁ ମୋର ପାଟି ଖୋଲି ନାହିଁ।
    ମୁଁ କିଛି କହି ନାହିଁ।
    ହେ ସଦାପ୍ରଭୁ ତୁମ୍ଭେ ଯାହା କରିବା କଥା ତାହା କରିଛ।
10 ହେ ପରମେଶ୍ୱର, ମୋତେ ଆଉ ଦଣ୍ଡ ଦିଅ ନାହିଁ।
    ଯଦି ତୁମ୍ଭେ ମୋତେ ଦଣ୍ଡ ଦେବା ବନ୍ଦ କରିବ ନାହିଁ, ତୁମ୍ଭେ ମୋତେ ଧ୍ୱଂସ କରିଦେବ।
11 ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସେମାନଙ୍କୁ ତୁମ୍ଭେ ଦଣ୍ଡ ଦିଅ।
    ଉଚିତ୍ ଶିକ୍ଷା ଦେବା ପାଇଁ ଓ ସତ୍ ମାର୍ଗରେ ଯିବା ପାଇଁ କୀଟ ଯେପରି ଲୁଗାକୁ ନଷ୍ଟ କରିଦିଏ, ସେହିଭଳି ତୁମ୍ଭେ ସେହି ବ୍ୟକ୍ତିଙ୍କର ମୂଲ୍ୟବାନ୍ ବସ୍ତୁକୁ ଧ୍ୱଂସ କର।
    ହଁ, ଆମ୍ଭର ଜୀବନ ସବୁ, ଛୋଟିଆ ବାଦଲ ଖଣ୍ଡ ପରି ଯାହା ଖୁବ୍ ଶୀଘ୍ର ମଳାଇ ହୋଇଯାଏ।

12 ହେ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ।
    ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି।
    ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି।
13 ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ
    ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 17:1-10

The Eagle and the Vine

17 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ପୁତ୍ରଗଣଙ୍କ ନିମନ୍ତେ ଏକ ପ୍ରହେଳିକା ଉପସ୍ଥାପନ କର ଏବଂ ସେମାନଙ୍କୁ ଏକ ନୀତିକଥା କୁହ। ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହିଛନ୍ତି,

‘‘‘ଗୋଟିଏ ବଡ଼ ଉତ୍କ୍ରୋଶପକ୍ଷୀ ଥିଲା, ତାହାର ପକ୍ଷ ବଡ଼ ଓ ପର ବହୁତ ଥିଲା ଓ ଚିତ୍ରବିଚିତ୍ର ଲୋମରେ ପରିପୂର୍ଣ୍ଣ।
    ଆଉ ଏହା ଲିବାନୋନକୁ ଆସିଲା ଏବଂ ଏକ ବଡ଼ ଏରସବୃକ୍ଷର ଅଗ୍ରଭାଗରେ ବସିଲା।”
ସେ ଏରସ ବୃକ୍ଷର ଅଗ୍ରଭାଗ ଭାଙ୍ଗିଲା ଏବଂ ତାହାକୁ କିଣାନ ଦେଶକୁ ନେଇଗଲା।
    ସେଠାରେ ସେ ତାକୁ ବଣିକମାନଙ୍କର ନଗରୀରେ ରଖିଲା।
ଏବଂ ସେହି ପକ୍ଷୀ ସେ ଦେଶର ବୀଜ ନେଇ ଏକ ଉର୍ବର ଭୂମିର କ୍ଷେତରେ ତାହା ରୋପଣ କଲା।
    ସେ ପ୍ରଚୁର ଜଳରାଶିର ନିକଟରେ ତାହା ରୋପଣ କଲା।
ତା’ପରେ ତାହା ବଢ଼ି ଦ୍ରାକ୍ଷାଲତା ହେଲା।
    ଏହା ଏକ ବିସ୍ତୃତ ଅଞ୍ଚଳକୁ ବ୍ୟାପିଲା।
ଏହାର ଶାଖାସବୁ
    ଓ ତହିଁର ମୂଳ ବଢ଼ିଲା।
ଏହି ପ୍ରକାରେ ତାହା ଦ୍ରାକ୍ଷାଲତା ହୋଇ
    ଶାଖା ବିଶିଷ୍ଟ ଓ ପଲ୍ଲବିତ ହେଲା।
କିନ୍ତୁ ଆଉ ଗୋଟିଏ ବଡ଼ ବଡ଼ ଡେଣା ଥିବା ବୃହତ୍
    ଓ ଯଥେଷ୍ଟ ପର ବିଶିଷ୍ଟ ଛଞ୍ଚାଣ ପକ୍ଷୀ,
ବିରାଟ ଉତ୍କ୍ରୋଶପକ୍ଷୀ ସେହି ସ୍ଥାନକୁ ଆସିଲା।
    ଏହି ନୂତନ ପକ୍ଷୀର ଯତ୍ନ ପାଇବା ସକାଶେ ସେହି ଦ୍ରାକ୍ଷାଲତାର ଚେର ତା’ ଆଡ଼କୁ ବିସ୍ତାର କଲା
ଏବଂ ଏହାର ଶାଖାଗୁଡ଼ିକ ପ୍ରସାରିତ ହେଲା,
    ଯେଉଁଠାରେ ଏହା ରୋପିତ ହୋଇଥିଲା
    ଏବଂ ପାଣି ଦ୍ୱାରା ସେଚିତ ହେଉଥିଲା।
ସେହି ଦ୍ରାକ୍ଷାଲତା, ଯେପରି ଶାଖା ବିଶିଷ୍ଟ
    ଓ ଫଳବତୀ ହୋଇ ଉତ୍ତମ ଦ୍ରାକ୍ଷାଲତା ହେବ,
    ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହୋଇଥିଲା।’”

ତୁମ୍ଭେ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି,
“ତାହା କ’ଣ ସଫଳ ହେବ?
    ଏହାର ଚେର ଛିଣ୍ଡି ଯିବନିତ,
ଏବଂ ଏହାର ଫଳ ଝଡ଼ି ଯିବନିତ ଏବଂ ଶୁଖି ଯିବନତି?
    ନୂତନ ଭାବରେ ପଲ୍ଲବିତ ହେଉଥିବା ପତ୍ରସବୁ ଝାଉଁଳି ଯିବେ।
ଏହାକୁ ଉପାଡ଼ିବା ପାଇଁ ବଳଶାଳୀ ସୈନ୍ୟବାହିନୀକୁ
    ଓ ଲୋକମାନଙ୍କୁ ଦରକାର ହେବ କି? ନା!
10 ଆଉ ସେହି ଦ୍ରାକ୍ଷାଲତା ରୋପିତ କ୍ଷେତ୍ରରେ କ’ଣ ବୃଦ୍ଧି ପାଇବ?
    ପୂର୍ବୀୟ ବାୟୁ ସ୍ପର୍ଶ କଲେ ତାହା ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହୋଇଯିବ।
    ବଢ଼ିବା କିଆରୀରେ ତାହା ଶୁଷ୍କ ହୋଇଯିବ।”

ରୋମୀୟଙ୍କ ପ୍ରତି ପତ୍ର 2:12-16

12 ଯେଉଁ ଲୋକମାନେ ବ୍ୟବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ ଶୁଣି ନାହାନ୍ତି, ପାପ କର୍ମ କଲାବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି ଓ ପାପ କରୁଛନ୍ତି, ସେମାନେ ନଷ୍ଟ ହୋଇ ଯିବେ ଓ ସେହିପରି, ଯେଉଁମାନେ ବ୍ୟବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନଙ୍କର ନ୍ୟାୟବିଗ୍ଭର ହେବ। 13 ବ୍ୟବସ୍ଥାକୁ କେବଳ ଶୁଣିଥିଲେ କେହି ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ପାରିବ ନାହିଁ। ବ୍ୟବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ୟବସ୍ଥା, ଲୋକମାନଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।

14 ଅଣଯିହୂଦୀମାନଙ୍କର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ ନ ଜାଣି ମଧ୍ୟ କାମ କରନ୍ତି, ସେତେବେଳେ ସେଗୁଡ଼ିକ ହିଁ ବ୍ୟବସ୍ଥା ହୋଇଯାଏ। ସେମାନଙ୍କର ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ସତ୍ୟ। 15 ସେମାନେ ହୃଦୟରେ ଜାଣି ପାରନ୍ତି ଯେ କ’ଣ ଠିକ୍ ଓ କ’ଣ ଭୁଲ୍। ଯାହା ଠିକ୍ ତାହା ବ୍ୟବସ୍ଥା ଗ୍ଭହେଁ। ସେମାନେ ଠିକ୍ ଓ ଭୁଲ୍ ବିଷୟରେ ଯାହା ଅନୁଭବ କରନ୍ତି, ତାହା ଦେଖାଇ ମଧ୍ୟ ଦିଅନ୍ତି। ବେଳେବେଳେ ସେମାନଙ୍କ ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ମନ୍ଦ କାମ କଲେ, ସେମାନେ ଦୋଷୀ ହୁଅନ୍ତି ଓ ବେଳେବେଳେ ସେମାନଙ୍କର ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ଉତ୍ତମ କାମ କଲେ, ସେମାନେ ନିଜକୁ ଦୋଷୀ ବିବେଚିତ କରନ୍ତି ନାହିଁ।

16 ଯେଉଁ ଦିନ ପରମେଶ୍ୱର ଲୋକମାନଙ୍କ ଭିତରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ୟାୟବିଗ୍ଭର କରିବେ ସେହି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଗ୍ଭର ଲୋକମାନଙ୍କୁ କହୁଛି, ତାହା କୁହେ ଯେ, ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା, ଲୋକମାନଙ୍କର ନ୍ୟାୟବିଗ୍ଭର କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center