Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।
63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
3 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
5 ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
6 ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
7 ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
8 ମୁଁ ତୁମ୍ଭଠାରେ ଲାଗିରହେ।
ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।
12 ସେହି ଲୋକଟି ଦର୍ଶନରେ କହିଲେ, “ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ଯିହୁଦୀଙ୍କ, ତତ୍ତ୍ୱାବଧାରକ ରୂପେ ମୀଖାୟେଲ ମୁଖ୍ୟ ଅଧିପତିରୂପେ ଠିଆ ହେବେ। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇ ନାହିଁ। ଆଉ ତୁମ୍ଭ ଯିହୁଦୀୟ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। 2 ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ। କେତେକ ଅନନ୍ତ ଜୀବନ, କେତେକ ଲଜ୍ଜା ଓ କେତେକ ଚିର ଅପମାନ ଭୋଗ ପାଇଁ ଉଠିବେ। 3 ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ୟ ହେବେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ଯ୍ୟ କରିବେ, ଶେଷ ସମୟ ପର୍ଯ୍ୟନ୍ତ ତାରାଗଣ ତୁଲ୍ୟ ଉଜ୍ଜ୍ୱଳ ହେବେ।
4 “ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନେକ ଏଣେତେଣେ ପ୍ରକୃତ ଜ୍ଞାନର ଅନ୍ୱେଷଣ କରିବେ ଓ ଜ୍ଞାନର ବୃଦ୍ଧି ହେବ।”
ସାର୍ଦ୍ଦୀ ମଣ୍ଡଳୀକୁ ଯୀଶୁଙ୍କର ପତ୍ର
3 “ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ:
“ଯାହାଙ୍କଠାରେ ପରମେଶ୍ୱରଙ୍କର ସାତୋଟି ଆତ୍ମା ଓ ସାତୋଟି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି,
“ମୁଁ ତୁମ୍ଭ କର୍ମ ବିଷୟରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତରେ ମୃତ। 2 ଜାଗି ଉଠ! ତୁମ୍ଭର ଯେଉଁ ଅବଶିଷ୍ଟ ବିଷୟ ଗୁଡ଼ିକ ଲୋପ ପାଇଯାଉଅଛି ସେଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପୂର୍ବରୁ ସେସବୁ ଦୃଢ଼ କର। କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭର କର୍ମକୁ ମୁଁ ନିର୍ଦ୍ଦୋଷ ପାଇ ନାହିଁ। 3 ତେଣୁ ପ୍ରଥମରେ ତୁମ୍ଭେ ଯାହା ଗ୍ରହଣ କରିଥିଲ ଓ ଶୁଣିଥିଲ, ତାହା ମନେ ପକାଅ। ସେଗୁଡ଼ିକର ବାଧ୍ୟ ହୁଅ। ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭେ ଜାଗ୍ରତ ହୁଅ, ନଚେତ୍ ମୁଁ ଗୋଟିଏ ଗ୍ଭେରପରି ତୁମ୍ଭ ପାଖକୁ ଆସିବି ଓ କେତେବେଳେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ହତବୁଦ୍ଧି କରିଦେବି, ତାହା ତୁମ୍ଭେ ଜାଣି ପାରିବ ନାହିଁ।
4 “ତଥାପି ସାର୍ଦ୍ଦୀରେ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାନ୍ତି। ସେହି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମୋ’ ସହିତ ଗମନାଗମନ କରିବେ, କାରଣ ସେମାନେ ସେଥିପାଇଁ ଯୋଗ୍ୟ ଅଟନ୍ତି। 5 ଯେ ବିଜୟୀ ହୁଏ, ସେ ଏହି ଲୋକମାନଙ୍କ ଭଳି ଧଳା ବସ୍ତ୍ର ପିନ୍ଧିବ। ମୁଁ ଜୀବନ ପୁସ୍ତକରୁ ସେହି ଲୋକର ନାମ କଦାପି ଲୋପ କରିବି ନାହିଁ। ମାତ୍ର ମୁଁ ତାହାର ନାମକୁ ମୋହର ପରମପିତା ଓ ତାହାଙ୍କର ଦୂତମାନଙ୍କ ସାମନାରେ ସ୍ୱୀକାର କରିବି। 6 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
2010 by World Bible Translation Center