Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 63:1-8

ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।

63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
    ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
    ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
    ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
    ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
    ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
    ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
    ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
ମୁଁ ତୁମ୍ଭଠାରେ ଲାଗିରହେ।
    ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।

ଦାନିୟେଲଙ୍କ ପୁସ୍ତକ 3:19-30

19 ଏଥିରେ ନବୂଖ‌ଦ୍‌ନିତ୍ସର ଅତ୍ୟନ୍ତ କ୍ରୋଧାନ୍ୱିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତା’ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦେଲା। 20 ତା’ପରେ ନବୂଖ‌ଦ୍‌ନିତ୍ସର ଆପଣା ସୈନ୍ୟବାହିନୀ ମଧ୍ୟରୁ କେତେକ ବଳବାନ ସୈନ୍ୟକୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପକାଇବାକୁ ଆଜ୍ଞା ଦେଲେ।

21 ତେଣୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ତକୁ ଫିଙ୍ଗା ଗଲା। ସେତେବେଳେ ସେମାନେ ସେମାନଙ୍କର ପ୍ୟାଣ୍ଟ, ସାର୍ଟ, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ପରିଧାନ କରିଥିଲେ। 22 ରାଜା ଆଜ୍ଞା କଲାବେଳେ ଅତ୍ୟନ୍ତ କ୍ରୋଧିତ ଥିଲେ ଓ ଅଗ୍ନିକୁଣ୍ତକୁ ଅତିଶୟ ଉତ୍ତପ୍ତ କରା ଯାଇଥିଲା। ତେଣୁ ଶଦ୍ରକ, ମୈଶକ୍ ଏବଂ ଅବେଦ୍-ନଗୋକୁ ଫିଙ୍ଗିବାକୁ ଯାଇଥିବା ସୈନ୍ୟମାନେ ଅଗ୍ନିଶିଖା ଦ୍ୱାରା ପୋଡ଼ି ମଲେ। 23 ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପଡ଼ିଲେ। ସେମାନଙ୍କୁ ଦୃଢ଼ଭାବରେ ବନ୍ଧା ଯାଇଥିଲା।

24 ଏଥିରେ ରାଜା ନବୂଖ‌ଦ୍‌ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲେ। ସେ ଆପଣା ମନ୍ତ୍ରୀମାନଙ୍କୁ ପଗ୍ଭରିଲେ, “ଆମ୍ଭେ ତିନିଲୋକଙ୍କୁ ବାନ୍ଧି ଅଗ୍ନିକୁଣ୍ତରେ ପକାଇ ନ ଥିଲୁ?”

ମନ୍ତ୍ରୀମାନେ ଉତ୍ତର କଲେ, “ଏହା ସତ୍ୟ ସହାରାଜ।”

25 ରାଜା ଉତ୍ତର କରି କହିଲେ, “ଦେଖ, ମୁଁ ଅଗ୍ନି କୁଣ୍ତରେ ଗ୍ଭରିଟି ମୁକ୍ତ ଲୋକ ବିଚରଣ କରୁଥିବାର ଦେଖୁଛି। ଆଉ ସେମାନେ ଦ‌ଗ୍‌ଧିଭୂତ ହୋଇ ନାହାନ୍ତି ଓ ଚତୁର୍ଥ ଲୋକଟି ଦେବପୁତ୍ର ସଦୃଶ।”

26 ତା’ପରେ ନବୂଖ‌ଦ୍‌ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ତ ଆଡ଼କୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭେମାନେ ଅଗ୍ନିକୁଣ୍ତରୁ ବାହାରି ଆସ।”

ତା’ପରେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଅଗ୍ନି ମଧ୍ୟରୁ ବାହାରି ଆସିଲେ। 27 ପୁଣି କ୍ଷିତିପାଳ, ରାଜ ପ୍ରତିନିଧି, ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ରିତ ହୋଇ ସେହି ତିନି ଜଣଙ୍କୁ ଦେଖିଲେ ଯେ ଅଗ୍ନି ସେମାନଙ୍କର ଶରୀରରେ କୌଣସି ଅଂଶ ଦ‌ଗ୍‌ଧ କରି ନାହିଁ। ସେମାନଙ୍କ ମସ୍ତକର କେଶ କି ସେମାନଙ୍କର ପାଇଜାମା ଦ‌ଗ୍‌ଧ ହୋଇ ନାହିଁ କି ସେମାନଙ୍କର ଶରୀରରେ ଅଗ୍ନିର ଗନ୍ଧ ନାହିଁ।

28 ତା’ପରେ ନବୂଖ‌ଦ୍‌ନିତ୍ସର କହିଲା, “ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନି ଜଣ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦେବତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ୟ ରାଜବାକ୍ୟ ଅମାନ୍ୟ କରି ଆପଣା ପରମେଶ୍ୱରଙ୍କ ସେବା କଲେ। 29 ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ ଭ୍ରାନ୍ତିଜନକ କଥା କହିବେ, ସେମାନେ ଖଣ୍ତ ଖଣ୍ତ ହୋଇ କଟାଯିବେ ଓ ସେମାନଙ୍କର ଗୃହସବୁ ଭଙ୍ଗା ହେବ ଓ ଧୂଳିସାତ୍ ହେବ। କାରଣ ଏହିପରି ଭାବରେ କୌଣସି ଦେବତା ତାଙ୍କର ଦାସମାନକୁ ଉଦ୍ଧାର କରି ପାରିବେ ନାହିଁ।” 30 ଏହା ପରେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ବାବିଲ ପ୍ରଦେଶରେ ପ୍ରଧାନ ପଦରେ ନିଯୁକ୍ତ କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:8-11

ସ୍ମୁର୍ଣ୍ଣା ମଣ୍ଡଳୀକୁ ଯୀଶୁଙ୍କର ପତ୍ର

“ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ:

“ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁଣି ଥରେ ଜୀବିତ ହୋଇଥିଲେ, ସେ ତୁମ୍ଭକୁ ଏହି କଥା କହୁଛନ୍ତି,

“ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରିବ। କିନ୍ତୁ ପ୍ରକୃତରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧରେ ଅପବାଦ ମୁଁ ଶୁଣିଛି। ସେହି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସେମାନେ ପ୍ରକୃତ ଯିହୂଦୀ ନୁହନ୍ତି। ସେମାନେ ଶୟତାନର ଦଳର ଲୋକ। 10 ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି।

11 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍। ଯେ ବିଜୟୀ ହୁଏ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହେବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center