Revised Common Lectionary (Semicontinuous)
ଦାଉଦଙ୍କର ପ୍ରାର୍ଥନା
17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
2 ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
3 ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ’ଠାରେ କିଛି ଭୁଲ ଦେଖି ନାହଁ।
ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
4 ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
ତୁମ୍ଭର ଆଦେଶ ମାନିବାକୁ।
5 ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
6 ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
ତେଣୁ ବର୍ତ୍ତମାନ ମୋର କଥା ଶୁଣ।
7 ପରମେଶ୍ୱର ତୁମ୍ଭର ଅଦ୍ଭୂତ କରୁଣା ଦେଖାଅ
ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
8 ମୋତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର,
ଓ ତୁମ୍ଭର ବାହୁଛାୟା ତଳେ ଲୁଗ୍ଭଇ ରଖ।
9 ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ।
ଯେଉଁମାନେ କି ମୋତେ ଧ୍ୱଂସ କରିବାକୁ ଗ୍ଭହୁଁଛନ୍ତି।
ମୋର ଗ୍ଭରିକଡ଼ରେ ଥିବା ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ରକ୍ଷା କର।
ଯେଉଁମାନେ ମୋତେ ଆଘାତ କରିବାକୁ ଗ୍ଭହୁଁଛନ୍ତି।
10 ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାର ବଶତଃ ପରମେଶ୍ୱରଙ୍କ କଥା ଶୁଣନ୍ତି ନାହିଁ।
ସେମାନେ କେବଳ ନିଜ ବିଷୟ ଚିନ୍ତା କରନ୍ତି।
11 ସେହି ଦୁଷ୍ଟ ଲୋକମାନେ ମୋତେ ଅନୁସରଣ କରୁଛନ୍ତି।
ସେମାନେ ମୋର ଚତୁର୍ଦ୍ଦିଗରେ ଘେରି ଗଲେଣି
ଓ ସେମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ।
12 ସେହି ଦୁଷ୍ଟ ଲୋକମାନେ ସିଂହ ସଦୃଶ ଯିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ।
ସେମାନେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି।
13 ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ଯାଇ
ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ୟ କର।
ତୁମ୍ଭେ ଆପଣା ଖଡ଼୍ଗ ପ୍ରୟୋଗ କରି ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ଉଦ୍ଧାର କର।
14 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରୟୋଗ କରି
ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର।
ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାଯ୍ୟ ପାଇଁ ଆସନ୍ତି।
ସେମାନଙ୍କ ମଧ୍ୟରୁ ଅନେକଙ୍କର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ।
ସେହି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର।
ସେମାନଙ୍କର ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କର।
ସେମାନଙ୍କର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ଯେ, ଯାହା ସବୁଦିନ ପାଇଁ ସେମାନଙ୍କର ଆବଶ୍ୟକତା ପୂରଣ କରିବ।
15 ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି।
ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି
ଓ ହେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି।
ଦାଉଦ ଇସ୍ରାଏଲର ଗଣନା କରି ପାପ କଲେ
21 ଶୟତାନ ଇସ୍ରାଏଲର ବିରୁଦ୍ଧରେ ଛିଡ଼ା ହେଲା। ଶୟତାନ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ଦାଉଦଙ୍କୁ ପ୍ରବର୍ତ୍ତାଇଲା। 2 ତେଣୁ ଦାଉଦ ଯୋୟାବ ଓ ଲୋକମାନଙ୍କର ନେତାମାନଙ୍କୁ କହିଲେ, “ଯାଅ, ଓ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ବେର୍ଶେବା ସହରଠାରୁ ଦାନ ସହର ପର୍ଯ୍ୟନ୍ତ ଦେଶରେ ଥିବା ପ୍ରତ୍ୟେକ ଜଣକୁ ଗଣନା କର। ଏହା ପରେ ଆସି ମୋତେ ସତ୍ୟ କୁହ, ତେବେ ଦେଶର ଲୋକସଂଖ୍ୟା କେତେ, ତାହା ମୁଁ ଜାଣି ପାରିବି।”
3 କିନ୍ତୁ ଯୋୟାବ ଉତ୍ତର ଦେଲେ, “ସଦାପ୍ରଭୁ ତାଙ୍କର ଦେଶକୁ 100 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦୟ, ସମଗ୍ର ଇସ୍ରାଏଲର ଲୋକ ଆପଣଙ୍କ ଦାସ ଅଟନ୍ତି।” ହେ ମୋର ମହାଶୟ ଓ ରାଜା, ଆପଣ କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି? ଏହା ଦ୍ୱାରା ଆପଣ ଇସ୍ରାଏଲର ଲୋକମାନଙ୍କୁ ପାପ ଦୋଷରେ ଦୋଷୀ କରାଇବେ।”
4 କିନ୍ତୁ ଦାଉଦ ନିଜ ଜିଦ୍ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇସ୍ରାଏଲର ସାରା ଦେଶ ମଧ୍ୟରେ ଲୋକମାନଙ୍କୁ ଗଣିଲେ। ଏହା ପରେ ଯୋୟାବ ଯିରୁଶାଲମକୁ ଫେରି ଆସିଲେ, 5 ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ୟା ଜଣାଇଲେ। ଇସ୍ରାଏଲ ମଧ୍ୟରେ ଖଡ଼୍ଗ ବ୍ୟବହାର କରୁଥିବା 1,100,000 ଜଣ ଲୋକ ଥିଲେ। ଯିହୁଦାରେ ଖଡ଼୍ଗ ବ୍ୟବହାର କରୁଥିବା 470,000 ଜଣ ଲୋକ ଥିଲେ। 6 ଯୋୟାବ ଲେବୀ ଓ ବିନ୍ୟାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା। 7 ଦାଉଦ ପରମେଶ୍ୱରଙ୍କ ଦୃଷ୍ଟିରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ।
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ
8 ଏହାପର ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ଅତି ମୂର୍ଖତାର କାର୍ଯ୍ୟ କରିଅଛି। ଇସ୍ରାଏଲର ଲୋକମାନଙ୍କୁ ଗଣନା କରି ମୁଁ ଏକ ଜଘନ୍ୟ ପାପ କରିଅଛି। ମୁଁ ପ୍ରାର୍ଥନା କରୁଅଛି, ମୁଁ ତୁମ୍ଭ ଦାସ ମୋର ସେହି ପାପକୁ କ୍ଷମା କର।”
9-10 ଗାଦ୍ ଦାଉଦଙ୍କ ଭବିଷ୍ୟଦ୍ବକ୍ତା ଥିଲେ। ସଦାପ୍ରଭୁ ଗାଦ୍କୁ କହିଲେ, “ଯାଅ ଓ ଦାଉଦଙ୍କୁ କୁହ, ‘ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷୟ ଦେଉଅଛୁ। ତୁମ୍ଭକୁ ତନ୍ମଧ୍ୟରୁ ଗୋଟିଏ ମନୋନୀତ କରିବାକୁ ପଡ଼ିବ। ତୁମ୍ଭେ ଯେଉଁଟିକୁ ମନୋନୀତ କରିବ, ସେହି ଅନୁଯାୟୀ ଦଣ୍ଡିତ ହେବ।’”
11-12 ଏହା ପରେ ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ସଦାପ୍ରଭୁ ଏହିପରି କହନ୍ତି, ‘ଦାଉଦ, ତୁମ୍ଭେ କେଉଁ ଦଣ୍ଡରେ ଦଣ୍ଡିତ ହେବାକୁ ଇଚ୍ଛା କର, ତାହା ମନୋନୀତ କର: ତିନି ବର୍ଷ ଦୁର୍ଭିକ୍ଷ ହେବ କିଅବା ତୁମ୍ଭର ଶତ୍ରୁଗଣ ତିନି ମାସ ପର୍ଯ୍ୟନ୍ତ ତୁମ୍ଭ ପଛେ ପଛେ ଖଡ଼୍ଗ ଧରି ଗୋଡ଼ାଇବେ ଅଥବା, ସଦାପ୍ରଭୁଙ୍କଠାରୁ ତିନି ଦିନ ଦଣ୍ଡ ଭୋଗିବେ। ଦେଶସାରା ଭୟଙ୍କର ବ୍ୟାଧି ବ୍ୟାପି ଯିବ ଓ ସଦାପ୍ରଭୁଙ୍କର ଦୂତ ଇସ୍ରାଏଲ ମଧ୍ୟଦେଇ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।’ ବର୍ତ୍ତମାନ ଯିଏ ମୋତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନେଇଯିବି?”
13 ଦାଉଦ ଗାଦ୍କୁ କହିଲେ, “ମୁଁ ବଡ଼ ସମସ୍ୟାରେ ପଡ଼ିଅଛି। କୌଣସି ମନୁଷ୍ୟ ଦ୍ୱାରା ମୋର ଦଣ୍ଡ ସ୍ଥିରୀକୃତ ହେଉ ବୋଲି ମୁଁ ଗ୍ଭହେଁ ନାହିଁ। ସଦାପ୍ରଭୁ ଅତ୍ୟନ୍ତ ଦୟାଳୁ ଅଟନ୍ତି। ତେଣୁ ମୋତେ କିପ୍ରକାରେ ଦଣ୍ଡିତ କରାଯିବ, ତାହା ସଦାପ୍ରଭୁ ହିଁ ସ୍ଥିର କରନ୍ତୁ।”
14 ତେଣୁ ସଦାପ୍ରଭୁ ଇସ୍ରାଏଲ ମଧ୍ୟକୁ ଭୟଙ୍କର ବ୍ୟାଧି ପ୍ରେରଣ କଲେ ଏବଂ 70,000 ଲୋକ ମୃତ୍ୟୁବରଣ କଲେ। 15 ଯିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ୱର ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କଲେ। କିନ୍ତୁ ସ୍ୱର୍ଗଦୂତ ଯେତେବେଳେ ଯିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ଯିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ଯ୍ୟ ସାଧନ କରୁଥିବା ସ୍ୱର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, “ବନ୍ଦ କର! ଯଥେଷ୍ଟ ହେଲା!” ସେହି ସମୟରେ ସଦାପ୍ରଭୁଙ୍କ ଦୂତ ଯିବୂଷୀୟ ଅରଣନରରେ ଛିଡ଼ା ହୋଇଥିଲେ।
16 ଦାଉଦ ଊର୍ଦ୍ଧ୍ୱଆଡ଼େ ଗ୍ଭହିଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶରେ ଦେଖିଲେ। ସ୍ୱର୍ଗଦୂତ ଯିରୁଶାଲମ ନଗରୀ ଉପରେ ତାଙ୍କର ଖଡ଼୍ଗ ବିସ୍ତାର କରି ରଖିଥିଲେ। ଏହା ପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶେଷ ବସ୍ତ୍ରମାନ ପିନ୍ଧିଥିଲେ। 17 ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ହିଁ ପାପ କରିଥିବା ବ୍ୟକ୍ତି! ଲୋକମାନଙ୍କୁ ଗଣିବା ନିମନ୍ତେ ମୁଁ ଆଦେଶ ଦେଇଥିଲି। ମୁଁ ମନ୍ଦକାର୍ଯ୍ୟ କଲି। ଇସ୍ରାଏଲର ଲୋକମାନେ କୌଣସି ମନ୍ଦ କରି ନାହାନ୍ତି। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଓ ମୋର ପରିବାରକୁ ଦଣ୍ଡିତ କର। କିନ୍ତୁ ତୁମ୍ଭର ଲୋକମାନଙ୍କୁ ବଧ କରୁଥିବା ଏହି ଭୟଙ୍କର ବ୍ୟାଧିକୁ ଦୂର କର।”
ଯୀଶୁ ଆମ୍ଭମାନଙ୍କର ସହାୟକ
2 ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। 2 ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।
3 ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ। 4 ଯଦି କିଏ କୁହେ, “ମୁଁ ପରମେଶ୍ୱରଙ୍କୁ ଜାଣେ,” କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତେବେ ସେ ଜଣେ ମିଥ୍ୟାବାଦୀ। ତାହାଙ୍କଠାରେ ସତ୍ୟ ନାହିଁ। 5 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଶିକ୍ଷା ପାଳନ କରେ, ତା’ଠାରେ ପରମେଶ୍ୱରଙ୍କ ପ୍ରେମର ଉଦ୍ଦେଶ୍ୟ ସାଧିତ ହୋଇଛି। ଏହିଭଳି ଭାବେ ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗମନ କରୁଛୁ ବୋଲି ଜାଣି ପାରିବା। 6 ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍।
2010 by World Bible Translation Center