Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 91:1-2

91 ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱର ପାଖକୁ ଯାଏ,
    ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ।
ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ,
    ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।”

ଗୀତସଂହିତା 91:9-16

ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
    ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
    କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
    ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
    ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
    ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
    ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
    ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
    ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
    ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”

ଉପଦେଶକ 3:1-8

ଗୋଟିଏ ସମୟ ଅଛି

ପ୍ରତ୍ୟେକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ୱର୍ଗ ତଳେ ପ୍ରତ୍ୟେକ ଯୋଜନା ଠିକ୍ ସମୟରେ ଘଟିବ।

ଜନ୍ମ ହେବାର ଏକ ସମୟ ଅଛି,
    ଏବଂ ମରିବା ପାଇଁ ମଧ୍ୟ ଏକ ସମୟ ଅଛି।
ବୃକ୍ଷ ରୋପଣ ପାଇଁ ସମୟ ଅଛି,
    ବୃକ୍ଷ ଉପାଡ଼ିବା ପାଇଁ ମଧ୍ୟ ଏକ ସମୟ ଅଛି।
ବଧ କରିବାର ସମୟ ଅଛି
    ଓ ଆରୋଗ୍ୟ କରିବାର ମଧ୍ୟ ସମୟ ଅଛି।
ଧ୍ୱଂସ କରିବାର ସମୟ ଅଛି
    ଓ ଗଢ଼ିବା ପାଇଁ ମଧ୍ୟ ସମୟ ଅଛି।
କାନ୍ଦିବା ପାଇଁ ଏକ ସମୟ ଅଛି
    ଓ ହସିବା ପାଇଁ ମଧ୍ୟ ଏକ ସମୟ ଅଛି।
ବିଳାପ ପାଇଁ ସମୟ ଅଛି
    ଓ ଖୁସୀରେ ନୃତ୍ୟ କରିବାର ପାଇଁ ମଧ୍ୟ ସମୟ ଅଛି।
ପ୍ରସ୍ତର ପକାଇବାର ସମୟ ଅଛି
    ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ୟ ସମୟ ଅଛି।
ଆଲିଙ୍ଗନ ପାଇଁ ସମୟ ଅଛି
    ଓ ଆଲିଙ୍ଗନରୁ ନିବୃତ୍ତ ହେବାର ମଧ୍ୟ ସମୟ ଅଛି।
ଅନ୍ୱେଷଣ କରିବାର ସମୟ ଅଛି
    ଓ ହଜାଇବାର ମଧ୍ୟ ସମୟ ଅଛି।
ରହିବାର ସମୟ ଅଛି ଓ ହଜାଇବାର ମଧ୍ୟ ସମୟ ଅଛି।
    ରଖିବାର ସମୟ ଅଛି ଓ ପକାଇବାର ମଧ୍ୟ ସମୟ ଅଛି।
ଚିରିବାର ସମୟ ଅଛି
    ଓ ସିଲେଇ କରିବାର ମଧ୍ୟ ସମୟ ଅଛି।
ନୀରବ ରହିବାର ସମୟ ଅଛି
    ଓ କଥା କହିବାର ମଧ୍ୟ ସମୟ ଅଛି।
ପ୍ରେମ କରିବାର ସମୟ ଅଛି
    ଓ ଘୃଣା କରିବାର ମଧ୍ୟ ସମୟ ଅଛି।
ଯୁଦ୍ଧର ସମୟ ଅଛି
    ଓ ଶାନ୍ତିର ମଧ୍ୟ ସମୟ ଅଛି।

ଯୋହନ ଲିଖିତ ସୁସମାଗ୍ଭର 12:27-36

ଯୀଶୁ ନିଜ ମୃତ୍ୟୁ ବିଷୟରେ କହିଲେ

27 “ବର୍ତ୍ତମାନ ମୁଁ ବହୁତ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ଅଛି। ମୁଁ କ’ଣ କହିବି? ‘ହେ ପରମପିତା, ମୋତେ ଏ ଯନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର’, ଏଭଳି କହି କ’ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ’ ଯନ୍ତ୍ରଣା ଭୋଗିବି ବୋଲି ଆସିଛି। 28 ହେ ପରମପିତା, ଆପଣା ନାମକୁ ଗୌରବାନ୍ୱିତ କର।”

ସେତେବେଳେ ସ୍ୱର୍ଗରୁ ଏହି ବାଣୀ ଶୁଭିଲା, “ମୁଁ ସେହି ନାମକୁ ଗୌରବାନ୍ୱିତ କରିଛି। ମୁଁ ତାହା ଆଉ ଥରେ କରିବି।”

29 ସେଠାରେ ଠିଆ ହୋଇଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସେମାନେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ।

କିନ୍ତୁ ଅନ୍ୟମାନେ କହିଲେ, “ଯୀଶୁଙ୍କୁ ଜଣେ ସ୍ୱର୍ଗଦୂତ କଥା କହିଲେ।”

30 ଯୀଶୁ ଲୋକମାନଙ୍କୁ କହିଲେ, “ସେହି ବାଣୀ ତୁମ୍ଭ ପାଇଁ ଥିଲା, ମୋ’ ପାଇଁ ନୁହେଁ। 31 ବର୍ତ୍ତମାନ ଜଗତର ବିଗ୍ଭରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡ଼ିତ ହେବାର ଏହା ହେଉଛି ସମୟ। 32 ମୁଁ ଜଗତରୁ ଊର୍ଦ୍ଧ୍ୱକୁ ‌‌ଉ‌‌ତ୍‌‌ଥିତ‌ ହେବି। ଯେତେବେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମୋ’ ନିକଟକୁ ନେଇ ଯିବି।” 33 ଯୀଶୁ କେଉଁ ପ୍ରକାରର ମୃତ୍ୟୁବରଣ କରିବେ, ତାହା ଦେଖାଇବା ପାଇଁ ସେ ଏହା କହିଲେ।

34 ଲୋକମାନେ କହିଲେ, “ଆମ୍ଭ ବ୍ୟବସ୍ଥା କୁହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତେବେ ତୁମ୍ଭେ କାହିଁକି କହୁଛ ଯେ ‘ମନୁଷ୍ୟପୁତ୍ର ନିଶ୍ଚୟ ଊର୍ଦ୍ଧ୍ୱକୁ ଯିବେ?’ ଏହି ମନୁଷ୍ୟପୁତ୍ର କିଏ?”

35 ଯୀଶୁ କହିଲେ, “ତୁମ୍ଭମାନଙ୍କ ପାଖରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖରେ ଥିବା ପର୍ଯ୍ୟନ୍ତ ଗ୍ଭଲ। ତେବେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାରରେ ଗ୍ଭଲୁଥିବା ବ୍ୟକ୍ତି କେଉଁଆଡ଼େ ଯାଉଛି ଜାଣି ପାରେ ନାହିଁ। 36 ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତା’ଠାରେ ତୁମ୍ଭେ ବିଶ୍ୱାସ ରଖ। ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।” ଯୀଶୁ ଏ କଥା କରିବା ପରେ ସେମାନଙ୍କର ପାଖରୁ ଗ୍ଭଲି ଗଲେ। ସେ ଏପରି ସ୍ଥାନରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center