Revised Common Lectionary (Semicontinuous)
91 ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱର ପାଖକୁ ଯାଏ,
ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ।
2 ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ,
ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।”
9 ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”
10 ତେଣୁ ଇସ୍ରାଏଲୀୟ କ୍ରୀତଦାସମାନଙ୍କର ମୁନିବ ଓ ତଦାରଖକାରୀଗଣ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କୁ ଆଉ ପାଳ ନ ଦେବା ପାଇଁ ଫାରୋ ନିଷ୍ପତ୍ତି କରିଛନ୍ତି। 11 ତୁମ୍ଭେ ଆପଣା ପାଇଁ ନିଜେ ପାଳ ସଂଗ୍ରହ କର। କିନ୍ତୁ ମନେରଖ ପୂର୍ବପରି ତୁମ୍ଭେମାନେ ଯେତେ ସଂଖ୍ୟକ ଇଟା ନିର୍ମାଣ କରୁଥିଲ ସେତିକି ସଂଖ୍ୟକ ଇଟା ତିଆରି କରିବ।”
12 ତେଣୁ ଲୋକମାନେ ମିଶରର ଗ୍ଭରିଆଡ଼େ ବୁଲି ପାଳ ସଂଗ୍ରହ କଲେ। 13 କ୍ରୀତଦାସମାନଙ୍କର ମୁନିବମାନେ ସେମାନଙ୍କର କାର୍ଯ୍ୟକୁ କଠିନ କରାଇଲେ ଏବଂ ସେମାନଙ୍କୁ ବାଧ୍ୟ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ। 14 ଫାରୋଙ୍କର ମୁନିବମାନେ, ତଦାରଖକାରୀମାନଙ୍କୁ ଲୋକମାନଙ୍କ ଉପରେ ନିଯୁକ୍ତ କଲେ। ସେମାନେ କ୍ରୀତଦାସମାନଙ୍କୁ ଗ୍ଭବୁକ ମାରି କହିଲେ, “କାହିଁକି ତୁମ୍ଭେମାନେ ଯେତେ ଇଟା ନିର୍ମାଣ କରୁଥିଲ, ସେତିକି ଇଟା ନିର୍ମାଣ କରୁ ନାହଁ? ପୂର୍ବରୁ ତୁମ୍ଭେମାନେ ଇଟା ତିଆରି କରିପାରୁଥିଲ, ଏବେ କାହିଁକି କରି ପାରିବ ନାହିଁ।”
15 ଏହା ପରେ ଇସ୍ରାଏଲୀୟ କାର୍ଯ୍ୟାଧ୍ୟକ୍ଷମାନେ ଫାରୋଙ୍କ ନିକଟକୁ ଗଲେ। ସେମାନେ ଅଭିଯୋଗ କରି କହିଲେ “ଆମ୍ଭେମାନେ ତୁମ୍ଭର ଦାସ କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ଏପରି ବ୍ୟବହାର କରୁଛ? 16 ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭର ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି।”
17 ଫାରୋ ଉତ୍ତର ଦେଲେ, “ତୁମ୍ଭେମାନେ ଅଳସୁଆ। ତୁମ୍ଭେମାନେ କାର୍ଯ୍ୟ କରୁ ନାହଁ, ଯେଉଁଥିପାଇଁ ତୁମ୍ଭେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଥିଲ। ଏବଂ ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ ଦେବାକୁ ଗ୍ଭହିଁଲ। 18 ବର୍ତ୍ତମାନ ତୁମ୍ଭମାନଙ୍କର କାର୍ଯ୍ୟକୁ ଫେରିଯାଅ। ମୁଁ ତୁମ୍ଭମାନଙ୍କୁ କିଛି ପାଳ ବା ନଡ଼ା ଦେବି ନାହିଁ ଏବଂ ପୂର୍ବପରି ତୁମ୍ଭମାନଙ୍କୁ ସେତିକି ସଂଖ୍ୟକ ଇଟା ତିଆରି କରିବାକୁ ହିଁ ପଡ଼ିବ।”
19 ଇସ୍ରାଏଲୀୟ ବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଜାଣିଲେ ଯେ ସେମାନେ ଅସୁବିଧାରେ ପଡ଼ିଗଲେ ଏବଂ ସେମାନେ ଜାଣିଲେ ଯେ ସେମାନେ ପୂର୍ବପରି ସେତିକି ସଂଖ୍ୟକ ଇଟା ତିଆରି କରି ପାରିବେ ନାହିଁ।
20 ସେମାନେ ଫାରୋଙ୍କଠାରୁ ଫେରିବା ବେଳେ ମୋଶା ଓ ହାରୋଣଙ୍କର ସାକ୍ଷାତ ପାଇଲେ। ସେମାନେ ବାଟରେ ଅପେକ୍ଷା କରିଥିଲେ। 21 ତେଣୁ ସେମାନେ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ରରେ ସଜ୍ଜିତ କରିଛ।”
ପରମେଶ୍ୱରଙ୍କଠାରେ ମୋଶାଙ୍କ ଅଭିଯୋଗ
22 ଏହା ପରେ ମୋଶା ସଦାପ୍ରଭୁଙ୍କ ପାଖକୁ ଫେରିଗଲେ ଓ କହିଲେ, “ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମୋତେ କାହିଁକି ଏହି ସ୍ଥାନକୁ ପଠାଇଲ? 23 ମୁଁ ଫାରୋଙ୍କ ନିକଟକୁ ଯାଇ ତୁମ୍ଭେ ଯାହା କହିବାକୁ ମୋତେ କହିଥିଲ, ମୁଁ କହିଲି। କିନ୍ତୁ ସେହି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି କଲ ନାହିଁ।”
30 “ଦୀର୍ଘ ଗ୍ଭଳିଶ୍ ବର୍ଷ ଅତିବାହିତ ହେବା ପରେ ଜଣେ ସ୍ୱର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ୱଳନ୍ତ ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ। 31 ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ: 32 ‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର।’ [a] ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ।
33 “ତା’ପରେ ପ୍ରଭୁ ତାହାଙ୍କୁ କହିଲେ, ‘ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଛ ତାହା ପବିତ୍ରଭୂମି। 34 ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’ [b]
2010 by World Bible Translation Center