Revised Common Lectionary (Semicontinuous)
11 କେତେକ ଲୋକ ଯେଉଁମାନେ ବିଗ୍ଭରାଳୟରେ ମିଥ୍ୟା କହନ୍ତି, ମୋତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି।
ସେମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିବେ ମୁଁ ସେସବୁ ବିଷୟରେ କିଛି ଜାଣେ ନାହିଁ।
12 ମୁଁ କେବଳ ଭଲ କାର୍ଯ୍ୟ କରିଛି।
କିନ୍ତୁ ସେହି ଲୋକମାନେ ମୋ’ ବିରୁଦ୍ଧରେ କେବଳ ମନ୍ଦକାର୍ଯ୍ୟ କରିଛନ୍ତି।
ସଦାପ୍ରଭୁ ଦୟାକରି ମୋତେ କେବଳ ଭଲ ଜିନିଷ ଦିଅ, ଯାହା ମୋର ପ୍ରାପ୍ୟ ଅଟେ।
13 ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି।
ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି।
ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ?
14 ମୁଁ ସେମାନଙ୍କ ପାଇଁ ଶୋକାତୁର ପୋଷାକ ପିନ୍ଧିଥିଲି।
ମୁଁ ସେମାନଙ୍କୁ ମୋର ଭାଇ ବନ୍ଧୁ ପରି ବ୍ୟବହାର କରିଥିଲି।
ମୁଁ ଦୁଃଖିତ ହୋଇଥିଲି ଯେପରି ଜଣେ ବ୍ୟକ୍ତି ତା’ର ମା’ର ମୃତ୍ୟୁରେ ଅଧୀର ହୋଇ କ୍ରନ୍ଦନ କରେ।
ମୁଁ ସେହି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ଯାହା ଶୋକରେ ପ୍ରତୀକ ଅଟେ।
ମୁଁ ନତ ମସ୍ତକ ହୋଇ ଶୋକରେ ଅଧୀର ହୋଇ ଗ୍ଭଲିଥିଲି।
15 ମୁଁ ଯେତେବେଳେ ଗୋଟିଏ ଭୁଲ୍ କରି ବସିଲି, ସେହି ଲୋକମାନେ ମୋତେ ଦେଖି ହସିଲେ।
ସେହି ଲୋକମାନେ ପ୍ରକୃତ ବନ୍ଧୁ ନୁହନ୍ତି।
ମୁଁ ସେମାନଙ୍କୁ ସତେ ଯେମିତି ଜାଣେ ନାହିଁ।
ସେମାନେ ମୋତେ ଗ୍ଭରିଆଡ଼ୁ ଘେରି ଆକ୍ରମଣ କଲେ।
16 ସେମାନେ ମୋ’ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରି ମୋତେ ପରିହାସ କରୁଥିଲେ।
ସେହି ଲୋକମାନେ ରାଗରେ ଦାନ୍ତ କଡ଼ମଡ଼ କରି ମୋ’ ଉପରେ ରାଗରେ ଜଳି ଯାଉଥିଲେ।
17 ମୋର ପ୍ରଭୁ, ଆଉ କେତେଦିନ ଏପରି ଘଟଣା ମୋ’ ଉପରେ ଘଟୁଥିବ?
ସେହି ଲୋକମାନେ ମୋତେ ଧ୍ୱଂସ କରିଦେବାକୁ ଗ୍ଭହୁଁଛନ୍ତି।
ସଦାପ୍ରଭୁ ମୋର ପ୍ରାଣକୁ ବଞ୍ଚାଅ।
ମୋର ଅତି ପ୍ରିୟ ଆତ୍ମାକୁ ସେହି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର।
ସେମାନେ ସିଂହ ତୁଲ୍ୟ ଅଟନ୍ତି।
18 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି।
ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତେବେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।
19 ମୋର ଶତ୍ରୁମାନେ ବିନା କାରଣରେ ମୋ’ ସହିତ ଆଉ ପରିହାସ କରିବେ ନାହିଁ।
ସେମାନେ ନିଶ୍ଚୟ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହେବେ।
20 ମୋର ଶତ୍ରୁମାନେ କେବେହେଲେ ଶାନ୍ତିର କଥା କହନ୍ତି ନାହିଁ।
ସେମାନେ ଗୋପନରେ ଶାନ୍ତି ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ମନ୍ଦକାର୍ଯ୍ୟ କରିବାକୁ କଳ୍ପନା କରନ୍ତି।
21 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି।
ସେମାନେ ମିଛରେ କହନ୍ତି, “ଆମ୍ଭେ ଜାଣୁ ତୁମ୍ଭେ କ’ଣ କରୁଛ।”
22 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ତାହା ଦେଖୁଅଛ, ଯାହାସବୁ ଘଟି ଯାଉଛି।
ତେଣୁ ତୁମ୍ଭେ ନୀରବ ରୁହ ନାହିଁ।
ମୋତେ ପରିତ୍ୟାଗ କର ନାହିଁ।
23 ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ।
ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର।
24 ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭର ନ୍ୟାୟରେ ମୋର ବିଗ୍ଭର କର।
ସେହି ଲୋକମାନଙ୍କୁ ମୋତେ ପରିହାସ କରିବାକୁ ଦିଅ ନାହିଁ।
25 ସେହି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, “ଯାହା ଆମ୍ଭେ ଗ୍ଭହିଁଥିଲୁ ତାହା ଆମ୍ଭେ ପାଇଲୁ।”
ସଦାପ୍ରଭୁ, ସେମାନେ କୁହନ୍ତୁ ନାହିଁ, “ଆମ୍ଭେ ତାକୁ ଧ୍ୱଂସ କରିଛୁ।”
26 ମୁଁ ଆଶା କରୁଛି ମୋର ଶତ୍ରୁମାନେ ଲଜ୍ଜିତ ହେବେ ଓ ନିରାଶ ହେବେ।
ଯେତେବେଳେ ମୋ’ ଉପରେ ବିପଦ ପଡ଼େ ସେହି ଲୋକମାନେ ଖୁସୀ ହୁଅନ୍ତି।
ସେମାନେ ଭାବନ୍ତି ସେମାନେ ମୋ’ଠାରୁ ଭଲ।
ତେଣୁ ସେହି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘୋଡ଼ାଇ ହୋଇଯାଉ।
27 କିଛି ଲୋକ ଗ୍ଭହାନ୍ତି ଭଲ ଘଟଣା ମୋ’ ଜୀବନରେ ଘଟୁ।
ମୁଁ ଆଶା କରେ, ସେହି ଲୋକମାନେ ଅତି ଆନନ୍ଦିତ ଅଟନ୍ତି।
କାରଣ ସେହି ଲୋକମାନେ ସର୍ବଦା କୁହନ୍ତି, “ସଦାପ୍ରଭୁ ହେଉଛନ୍ତି ମହାନ।
ସେ ଗ୍ଭହାନ୍ତି ତାଙ୍କର ଭୃତ୍ୟମାନଙ୍କର ସର୍ବଦା ମଙ୍ଗଳ ହେଉ।”
28 ତେଣୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କହେ, ତୁମ୍ଭେ କେତେ ମହାନ ଅଟ।
ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।
ଉପକ୍ରମ
1 ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ। କବାର ନଦୀ କୂଳରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖୋଲିଗଲା ଏବଂ ତିରିଶତମ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲରେ ମୁଁ ପରମେଶ୍ୱରଙ୍କ ଦର୍ଶନ ପାଇଲି। ରାଜା ଯିହୋୟାଖୀନ୍ର ନିର୍ବାସିତ ହେବାର ପଞ୍ଚମ ବର୍ଷର ମାସର ପଞ୍ଚମ ଦିନରେ ଯାଜକ ଯିହିଜିକଲ ନିକଟକୁ ସଦାପ୍ରଭୁଙ୍କର ବାକ୍ୟ ଆସିଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କର ଶକ୍ତି ତାଙ୍କ ଉପରକୁ ଆସିଲା।
ସଦାପ୍ରଭୁଙ୍କ ରଥ ପରମେଶ୍ୱରଙ୍କ ସିଂହାସନ
4 ତା’ପରେ ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ୍ ମେଘ ଓ ଜାଜ୍ୱଲ୍ୟମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ ତେଜ ବାହାରୁଥିଲା ଓ ଏହାର ମଧ୍ୟଭାଗ ଏକ ଜ୍ୱଳନ୍ତ ଧାତୁ ସଦୃଶ ଦେଖା ଯାଉଥିଲା। 5 ସେହି ମେଘ ମଧ୍ୟରେ ଜୀବନ୍ତ ଗ୍ଭରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସେମାନଙ୍କର ଆକୃତି ମନୁଷ୍ୟ ପରି ଥିଲା। 6 ଏବଂ ପ୍ରତ୍ୟେକ ପ୍ରାଣୀର ଗ୍ଭରିମୁଖ ଓ ଗ୍ଭରିପକ୍ଷ ଥିଲା। 7 ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କର ପାଦର ତଳିପା ଗୋବତ୍ସର ତଳିପା ତୁଲ୍ୟ। ଆଉ ସେଗୁଡ଼ିକ ମଜା ଯାଇଥିବା ପିତ୍ତଳ ପରି ଝଟକୁଥିଲା। 8 ଆଉ ସେମାନଙ୍କର ପକ୍ଷ ତଳେ ମନୁଷ୍ୟର ହସ୍ତତୁଲ୍ୟ ହସ୍ତ ଥିଲା। ସେ ଗ୍ଭରି ପ୍ରାଣୀଙ୍କର ମଧ୍ୟରେ ପ୍ରତି ପ୍ରାଣୀର ଗ୍ଭରି ମୁଖ ଓ ଗ୍ଭରି ପକ୍ଷ ଥିଲା। 9 ସେମାନଙ୍କର ପକ୍ଷଗୁଡ଼ିକ ପରସ୍ପର ସଂଯୁକ୍ତ, ଆଉ ସେମାନେ ଗମନ କଲାବେଳେ ପଛକୁ ଫେରିଲେ ନାହିଁ। ପ୍ରତ୍ୟେକ ସମ୍ମୁଖ ଆଡ଼େ ଗମନ କଲେ।
10 ପ୍ରତି ପ୍ରାଣୀର ଗ୍ଭରି ମୁଖ ମଧ୍ୟରୁ ସମ୍ମୁଖ ଭାଗରେ ମନୁଷ୍ୟର ମୁଖ, ଦକ୍ଷିଣ ପାର୍ଶ୍ୱରେ ସିଂହର ମୁଖ, ବାମ ପାର୍ଶ୍ୱରେ ଗୋରୁର ମୁଖ ଓ ପଛ ଭାଗରେ ଉତ୍କ୍ରୋଶପକ୍ଷୀର ମୁଖ ଥିଲା। 11 ପ୍ରାଣୀଗୁଡ଼ିକର ଡେଣାଗୁଡ଼ିକ ସେମାନଙ୍କୁ ଘୋଡ଼େଇ ରଖିଥିଲା। ପ୍ରତ୍ୟେକ ପ୍ରାଣୀର ଦୁଇଟି ଡେଣା ଏହାର ପାଖରେ ଥିବା ଅନ୍ୟ ଗୋଟିଏ ପ୍ରାଣୀ ପାଖକୁ ପହଞ୍ଚୁ ଥିଲା ଏବଂ ଅନ୍ୟ ଦୁଇଟି ଡେଣା ଏହାର ଦେହକୁ ଆଚ୍ଛାଦନ କରୁଥିଲା। 12 ପୁଣି ସେମାନେ ପ୍ରତ୍ୟେକ ସମ୍ମୁଖ ଭାଗରେ ଗମନ କଲେ। ସେମାନଙ୍କର ନିଜ ଇଚ୍ଛାନୁସାରେ ସେମାନେ ଗତି କଲେ ଓ ସେମାନଙ୍କର ଗମନ କାଳରେ ସେମାନେ ଫେରିଲେ ନାହିଁ। 13 ଏହି ଜୀବିତ ପ୍ରାଣୀମାନେ ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲଗୁଡ଼ିକ ସଦୃଶ ଏବଂ ଅଗ୍ନି ସେମାନଙ୍କର ମଧ୍ୟରେ ବୁଲୁଥିବାର ଦେଖାଯାଉଥିଲା।
ଏବଂ ସେମାନେ ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲେ। ସେ ଅଗ୍ନି ତେଜୋମୟ ଥିଲା ଓ ତହିଁରୁ ବିଦ୍ୟୁତ୍ ନିର୍ଗତ ହେଲା। 14 ଏବଂ ଜୀବିତ ପ୍ରାଣୀଗଣ ବିଜୁଳି ପରି ଦ୍ରୁତଗତିରେ ଏଣେତେଣେ ଦୌଡ଼ିଲେ।
15-16 ମୁଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଲି ଏବଂ ଦେଖିଲି ଯେ, ପ୍ରତ୍ୟେକ ଜୀବିତ ପ୍ରାଣୀମାନଙ୍କର ଗ୍ଭରି ମୁଖର ସହିତ, ପାର୍ଶ୍ୱରେ ଗୋଟିଏ ଗୋଟିଏ ଚକ ଥିଲା। ସେମାନେ ମଣିପରି ଉଜ୍ଜ୍ୱଳ ଥିଲେ ଏବଂ ସେମାନଙ୍କର ଆକୃତି ସମାନ ଥିଲା ଏବଂ ପ୍ରତ୍ୟେକ ଗୋଟିଏ ଚକ ମଧ୍ୟରେ ଗୋଟିଏ ଚକ ସଦୃଶ ଦେଖାଗଲା। 17 ଗମନ କଲାବେଳେ ସେ ଗ୍ଭରିଚକ ଯେକୌଣସି ଗ୍ଭରିଦିଗରେ ଗତି କରୁଥିଲେ, କିନ୍ତୁ ଚକଗୁଡ଼ିକ ଗତି କଲାବେଳେ ବୁଲୁ ନ ଥିଲା।
18 ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର ଥିଲା; ପୁଣି ସେହି ଗ୍ଭରି ଘେରର ଚତୁର୍ଦ୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।
19 ସେହି ଜୀବିତ ପ୍ରାଣୀମାନଙ୍କ ଗତି ସହିତ ସେହି ଚକସବୁ ଗ୍ଭଳିତ ହେଲା। ପୁଣି ଜୀବିତ ପ୍ରାଣୀମାନେ ଭୂମିରୁ ଉତ୍ଥିତ ହେଲା ବେଳେ ଚକଗୁଡ଼ିକ ଉତ୍ଥିତ ହେଲା। 20 ପବନର ଇଚ୍ଛାନୁସାରେ ସେମାନେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସେମାନଙ୍କ ସହିତ ଉଠିଲେ କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକ୍ରରେ ଥିଲା। 21 ପବନର ଇଚ୍ଛାନୁସାରେ ସେମାନେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସେମାନଙ୍କ ସହିତ ଉଠିଲେ, କାରଣ ସେହି ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକରେ ଥିଲା।
22 ପୁଣି ସେହି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ପଟିକ ତୁଲ୍ୟ ଉଜ୍ଜ୍ୱଳ ଓ ସ୍ୱଚ୍ଛ ଥିଲା। ଏହା ସେମାନଙ୍କ ମସ୍ତକର ଚତୁର୍ପାର୍ଶ୍ୱରେ ବିସ୍ତାରିତ ଥିଲା। 23 ସେହି ଆସ୍ତରଣ ତଳେ ସେମାନଙ୍କର ପକ୍ଷସବୁ ଏକ ଆରେକର ଆଡ଼େ ପ୍ରସାରିତ ହୋଇଥିଲା; ସେମାନଙ୍କର ଶରୀର ଆଚ୍ଛାଦନ କରିବା ପାଇଁ ଏ ପାଖରେ ଦୁଇ ପକ୍ଷ ଓ ସେ ପାଖରେ ଦୁଇ ପକ୍ଷ ଥିଲା।
24 ଏବଂ ସେମାନେ ଗମନ କଲା ସମୟରେ ମୁଁ ସେମାନଙ୍କର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ୱର ତୁଲ୍ୟ ଓ ସୈନ୍ୟଦଳର କୋଳାହଳ ଶବ୍ଦ ତୁଲ୍ୟ ଥିଲା। ସେମାନେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।
25 ଏବଂ ଯେତେବେଳେ ସେମାନେ ଗତି ବନ୍ଦ କଲେ, ସେମାନେ ସେମାନଙ୍କର ପକ୍ଷ ସଙ୍କୁଚିତ କଲେ ଓ ସେତେବେଳେ ସେମାନଙ୍କ ମସ୍ତକର ଉପରିସ୍ଥ ଆସ୍ତରଣ ଉପରେ ଏକ ଶବ୍ଦ ଶୁଣାଗଲା। 26 ଏବଂ ଆସ୍ତରଣ ଉପରକୁ ସେମାନଙ୍କର ମସ୍ତକ ଚତୁର୍ପାର୍ଶ୍ୱରେ ନୀଳକାନ୍ତମଣିରେ ନିର୍ମିତ ହୋଇଥିବା ଏକ ସିଂହାସନ ଥିଲା, ଆଉ ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ ଏକ ଆକୃତି ଥିଲା। 27 ଏବଂ ମୁଁ ତାଙ୍କର କଟିର ଉପର ଭାଗର ଚତୁର୍ଦ୍ଦିଗ ଉତ୍ତପ୍ତ ତମ୍ବାତୁଲ୍ୟ ଉଜ୍ଜ୍ୱଳ ଥିବାର ଦେଖିଲି। ପୁଣି କଟିଦେଶର ତଳ ଭାଗର ଚତୁର୍ଦ୍ଦିଗ ଅଗ୍ନି ସଦୃଶ ଆଭାମୟ ଥିବାର ଦେଖିଲି। 28 ସେହି ତେଜ ତା’ର ଚତୁର୍ପାର୍ଶ୍ୱରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦେଖାଗଲା, ଯାହା ବର୍ଷା ଦିନରେ ମେଘରେ ଦେଖାଯାଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ୱର ମୋତେ କିଛି କହୁଥିବାର ଶୁଣିଲି।
The Lord Speaks to Ezekiel
2 ଅନନ୍ତର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉଠ, ମୁଁ ତୁମ୍ଭ ସହିତ କଥା ହେବି।”
23 ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।
ତହିଁ ଆରଦିନ ସେ ସେମାନଙ୍କ ସହିତ ପ୍ରସ୍ତୁତ ହୋଇ ଗ୍ଭଲିଗଲେ। ଯାଫୋର କେତେକ ଭାଇମାନେ ମଧ୍ୟ ତାହାଙ୍କ ସହିତ ଆସିଥିଲେ। 24 ତହିଁ ଆରଦିନ ସେ କାଇସରୀଆ ନଗରରେ ପହଞ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଟ ବନ୍ଧୁମାନଙ୍କୁ ଡକେଇ ସେମାନଙ୍କ ଅପେକ୍ଷାରେ ଥିଲେ।
25 ପିତର ଘରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ। 26 ପିତର ତାହାଙ୍କୁ ଉଠେଇ ଦେଇ କହିଲେ, “ଉଠ, ମୁଁ ତୁମ୍ଭପରି କେବଳ ଜଣେ ମଣିଷ।” 27 ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସେଠାରେ ସେ ବହୁତ ଲୋକମାନଙ୍କୁ ଏକତ୍ରିତ ହେବାର ଦେଖିଲେ।
28 ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଯିହୂଦୀ ବ୍ୟବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ ‘ଅପବିତ୍ର’ ଓ ‘ଅପରିଚ୍ଛନ୍ନ’ ନ କହିବା ପାଇଁ ପରମେଶ୍ୱର ମୋତେ ଦେଖାଇଛନ୍ତି। 29 ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତିରେ ଏଠାକୁ ଗ୍ଭଲିଆସିଲି। ମୋତେ ବର୍ତ୍ତମାନ କୁହ, ତୁମ୍ଭେମାନେ ମୋତେ କାହିଁକି ଡକେଇଥିଲ?”
30 କର୍ଣ୍ଣୀଲିୟ କହିଲେ, “ମୁଁ ଠିକ୍ ଗ୍ଭରି ଦିନ ଆଗରୁ ମୋ’ ଘରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥନା କରୁଥିଲି। ସେତେବେଳେ ହଠାତ୍ ଜଣେ ସ୍ୱର୍ଗଦୂତ, ଉଜ୍ଜ୍ୱଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମୋ’ ସାମନାରେ ଠିଆ ହୋଇଗଲେ। 31 ସେ କହିଲେ, ‘କର୍ଣ୍ଣୀଲିୟ, ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦେଇଥିବା ଦାନ ମନେ ରଖିଛନ୍ତି। 32 ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଏଠାକୁ ଡକାଅ। ସେ ସମୁଦ୍ର କୂଳରେ ଚମାର ଶିମୋନଙ୍କ ଘରେ ରହୁଛନ୍ତି।’ 33 ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”
2010 by World Bible Translation Center