Revised Common Lectionary (Semicontinuous)
99 ସଦାପ୍ରଭୁଙ୍କ ଆଗରେ ଗାନ କର।
ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
2 ସଦାପ୍ରଭୁ ସିୟୋନରେ ମହାନ
ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
3 ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
ଓ ଭୟ କରନ୍ତୁ,
ଏହା ପବିତ୍ର ଅଟେ।
4 ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
5 ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
6 ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
7 ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
ସେମାନେ ତାଙ୍କର ଆଦେଶ ମାନିଲେ
ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
8 ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
9 ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।
ସୁବର୍ଣ୍ଣ ବାଛୁରି
15 “ତହିଁରେ ମୁଁ ଫେରି ପର୍ବତ ତଳକୁ ଆସିଲି, ଆଉ ପର୍ବତ ଅଗ୍ନିରେ ଜଳୁଥିଲା। ଆଉ ନିୟମର ସେହି ଦୁଇ ପ୍ରସ୍ତର ଫଳ ମୋର ଦୁଇ ହସ୍ତରେ ଥିଲା। 16 ଆଉ ମୁଁ ଦେଖିବାକୁ ପାଇଲି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତିକୂଳରେ ପାପ କରିଅଛ। ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ବାଛୁରି ନିର୍ମାଣ କରିଅଛ। ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଶୀଘ୍ର ତହିଁରୁ ବିମୁଖ ହୋଇଅଛ। 17 ତେଣୁ ମୁଁ ସେହି ପ୍ରସ୍ତରଫଳକ ଦ୍ୱୟକୁ ତଳେ ଫିଙ୍ଗି ଦେଲି ଏବଂ ତାହା ତୁମ୍ଭମାନଙ୍କ ସମ୍ମୁଖରେ ଭାଙ୍ଗିଗଲା। 18 ତୁମ୍ଭେମାନେ କରିଥିବା ପାପର ପ୍ରାୟଶ୍ଚିତ କରିବା ପାଇଁ ଯାହାକି ସଦାପ୍ରଭୁଙ୍କୁ କ୍ରୋଧିତ କଲା, ମୁଁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁଁ ଅନ୍ନ ଭୋଜନ କିଅବା ଜଳପାନ କଲି ନାହିଁ। 19 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ତତା ଆଗରେ ମୁଁ ଭୟ କଲି, ମାତ୍ର ସଦାପ୍ରଭୁ ସେଥିରେ ମଧ୍ୟ ମୋର କଥା ଶୁଣିଲେ। 20 ସଦାପ୍ରଭୁ ହାରୋଣଙ୍କୁ ବିନାଶ କରିବା ପାଇଁ ଅତିଶୟ କୋପ କଲେ, ମୁଁ ସେ ସମୟରେ ମଧ୍ୟ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି। 21 ମୁଁ ତୁମ୍ଭମାନଙ୍କର ପାପପୂର୍ଣ୍ଣ ବସ୍ତୁକୁ ଦଗ୍ଧ କଲି। ତୁମ୍ଭେମାନେ ଛାଞ୍ଚରେ ଢଳାଇଥିବା ବାଛୁରିକୁ ଅଗ୍ନିରେ ଦଗ୍ଧ କଲି। ତା’ପରେ ମୁଁ ଏହାକୁ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ଦଳିଲି। ତା’ପରେ ଢାଞ୍ଚା ନିର୍ମିତ ବାଛୁରିର ଭସ୍ମକୁ ଜଳସ୍ରୋତରେ ନିକ୍ଷେପ କଲି। ଯାହା ପର୍ବତରୁ ଆସୁଥିଲା।
ଇସ୍ରାଏଲକୁ କ୍ଷମା କରିବା ପାଇଁ ମୋଶା ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ
22 “ତୁମ୍ଭେମାନେ ତବିୟେରାରେ ଓ ମଃସାରେ ଓ କିବ୍ରୋତ୍ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ। 23 ଏହା ପରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, ‘ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠିଯାଇ ଅଧିକାର କର।’ ସେ ସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାରେ ବିଦ୍ରୋହାଗ୍ଭରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, କିଅବା ତାହାଙ୍କ କଥା ଶୁଣିଲ ନାହିଁ। 24 ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇ ଆସିଅଛ।
ଯୀଶୁ ପରମପିତାଙ୍କୁ ପ୍ରାର୍ଥନା କଲେ(A)
21 ତ’ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ୟନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, “ହେ ପରମପିତା! ହେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଶଂସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡ଼ିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚେଇ ରଖିଥିଲେ ମଧ୍ୟ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦେଖାଇଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତରେ କରିବାକୁ ଗ୍ଭହୁଁଥିଲ ବୋଲି ତୁମ୍ଭେ ଏହା କଲ।
22 “ମୋର ପରମପିତା ମୋତେ ସବୁକିଛି ଦେଇଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡ଼ା କେହି ଜାଣନ୍ତି ନାହିଁ। କେବଳ ସେହିମାନେ ପରମପିତାଙ୍କ ବିଷୟରେ ଜାଣି ପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ୱୟଂ ବାଛିବେ।”
23 ତା’ପରେ ଯୀଶୁ ଶିଷ୍ୟମାନଙ୍କ ଆଡ଼କୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସେଠାରେ କେବଳ ତାହାଙ୍କ ଶିଷ୍ୟମାନେ ରହିଥିଲେ। ଯୀଶୁ କହିଲେ, “ତୁମ୍ଭେମାନେ ଧନ୍ୟ, ଯେହେତୁ ତୁମ୍ଭେମାନେ ଏହିସବୁ ବିଷୟ ଦେଖିଲ। 24 ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭେମାନେ ଏବେ ଯାହା ଦେଖୁଛ, ତାହା ଦେଖିବା ପାଇଁ ଅନେକ ଭବିଷ୍ୟଦ୍ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଦେଖି ପାରି ନ ଥିଲେ। ତୁମ୍ଭେମାନେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ଅନେକ ଭବିଷ୍ୟଦ୍ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଶୁଣି ପାରି ନ ଥିଲେ।”
2010 by World Bible Translation Center