Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 38

ଦାଉଦଙ୍କ ସ୍ମରଣୀୟ ଗୀତ।

38 ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ।
    କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ।
    ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
ତୁମ୍ଭେ ମୋତେ ଦଣ୍ଡ ଦେଲ।
ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି।
    ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ।
ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି।
    ମୁଁ ଅତ୍ୟନ୍ତ ଲଜ୍ଜିତ।
    ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ।
ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି।
    ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି।
ମୁଁ ଆଜି ନଇଁ ଯାଇଛି।
    ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି।
ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା।
    ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା।
ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି।
    ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି।
ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ।
    ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ।
10 ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି।
    ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି।
11 ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ।
    ମୋର ପରିବାରବର୍ଗ ମୋ’ଠାରୁ ଦୂରେଇ ରହନ୍ତି।
12 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
    ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି।
    ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି।
13 ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ।
    ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ।
14 ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ।
    ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି।
15 ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ।
    ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ।
16 “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ।
    ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି।
    ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।”
17 ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି,
    ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ।
18 ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି।
    ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
19 ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି।
    ସେମାନେ ଅନେକ ଥର ମିଥ୍ୟା କହିଛନ୍ତି।
20 ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି।
    କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ।
ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ।
    ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି।
21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ।
    ହେ ମୋର ପରମେଶ୍ୱର ମୋର ନିକଟରେ ରୁହ।
22 ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
    ହେ ମୋର ପରମେଶ୍ୱର ମୋତେ ଉଦ୍ଧାର କର।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 24

ଦାଉଦ ଶାଉଲଙ୍କୁ ଲଜ୍ଜିତ କଲେ

24 ଏହା ପରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚା‌‌ଦ୍‌ଗମନରୁ ଫେରିଲା ପରେ ଲୋକମାନେ ଶାଉଲଙ୍କୁ କହିଲେ ଯେ, “ଦାଉଦ ଐନଗଦୀସ୍ଥ ମରୁଭୂମିରେ ଅଛି।”

ତେଣୁ ଶାଉଲ ଇସ୍ରାଏଲରୁ 3000 ଜଣ ବଛା ଯାଇଥିବା ଲୋକମାନଙ୍କୁ ନେଇ ଦାଉଦ ଓ ତା’ର ଲୋକମାନଙ୍କୁ ବନଛାଗର ଶୈଳରେ ଖୋଜିଲେ। ସେହି ବାଟରେ ଥିବା ମେଷଶାଳାରେ ପହଞ୍ଚି ସେଠାରେ ଥିବା ଗୁମ୍ଫା ନିକଟକୁ ଯାଇ ଶାଉଲ ବିଶ୍ରାମ ନେଲେ। ଦାଉଦ ଓ ତା’ର ଲୋକମାନେ ଗୁମ୍ଫାର ଦୂର ପଛରେ ଲୁଚିଥିଲେ। ଦାଉଦଙ୍କର ଲୋକମାନେ କହିଲେ, “ସଦାପ୍ରଭୁ ଯେଉଁ ଦିନ ବିଷୟରେ କହିଥିଲେ, ‘ଆଜି ହେଉଛି ସେହି ବିଶେଷ ଦିନ। ସଦାପ୍ରଭୁ ତୁମ୍ଭଙ୍କୁ କହିଥିଲେ, ମୁଁ ତୁମ୍ଭର ଶତ୍ରୁକୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା’ର ପ୍ରତି କର।’”

ତା’ପରେ ଦାଉଦ ଗୁରୁଣ୍ଡି ଗୁରୁଣ୍ଡି ଶାଉଲଙ୍କ ପାଖକୁ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକୁ କାଟି ଦେଲେ। କିନ୍ତୁ ଶାଉଲ ଦାଉଦଙ୍କୁ ଦେଖି ପାରି ନ ଥିଲେ। ତା’ପରେ ଦାଉଦ ଅନୁତପ୍ତ କଲେ ଶାଉଲର ଲୁଗାଧଡ଼ି କାଟି ନେଇଥିବାରୁ। ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ବାରଣ କଲେ ଯେ, ମୋର ସ୍ୱାମୀ ବିରୁଦ୍ଧରେ ପୁଣି ଏପରି କରିବା ଉଚିତ୍। ମୋର ହସ୍ତ ତାଙ୍କ ବିରୁଦ୍ଧରେ ଉଠାଇବା, ଏହା ମୋ’ ପାଇଁ ଠିକ୍ ହେବ ନାହିଁ। କାରଣ ଶାଉଲ ସଦାପ୍ରଭୁଙ୍କର ମନୋନୀତ ରାଜା।” ଦାଉଦ ତାଙ୍କର ଲୋକମାନଙ୍କୁ ଏପରି ଶାଉଲଙ୍କ ପଛରେ ଯିବା ବନ୍ଦ କରିବାକୁ ବାରଣ କଲେ ଏବଂ ତାଙ୍କୁ ବ୍ୟଥା ଅନୁଭବ କରିବା ଏବଂ ସେମାନଙ୍କୁ ଶାଉଲଙ୍କ ବିରୁଦ୍ଧରେ ଯିବା ଅଟକାଇଲେ।

ଶାଉଲ ଗୁମ୍ଫାରୁ ବାହାରିଲେ ଓ ସେଠାରୁ ପଥଗମନ କଲେ। ଦାଉଦ ଗୁମ୍ଫାରୁ ବାହାରିଲେ, ଶାଉଲଙ୍କୁ ପାଟି କରି କହିଲେ, “ହେ ମୋର ପ୍ରଭୁ ମହାରାଜ!”

ଶାଉଲ ପଛକୁ ଗ୍ଭହିଁଲେ, ଦାଉଦ ନତମସ୍ତକ ହୋଇ ଭୂମିକୁ ଗ୍ଭହିଁ ରହିଲେ। ଦାଉଦ ଶାଉଲଙ୍କୁ କହିଲେ, “ତୁମ୍ଭେ କାହିଁକି ଲୋକମାନଙ୍କ କଥା ଶୁଣିଲ ଯେତେବେଳେ ଲୋକମାନେ କହିଲେ, ‘ଦାଉଦ ଯୋଜନା କରିଛି ତୁମ୍ଭକୁ ମାରିବା ପାଇଁ।’ 10 ମୁଁ ଗ୍ଭହିଁ ନ ଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ୱଚକ୍ଷୁରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗୁମ୍ଫା ଭିତରେ ମାରିବା ପାଇଁ ସୁଯୋଗ ଦେଇଥିଲେ। କିନ୍ତୁ ମୁଁ ତୁମ୍ଭକୁ ମାରିବାକୁ ଇଚ୍ଛା କଲି ନାହିଁ। ମୋର ତୁମ୍ଭ ପ୍ରତି ଦୟା ଆସିଲା। ମୁଁ କହିଲି, ‘ମୁଁ ମୋର ପ୍ରଭୁଙ୍କୁ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ୱାରା ବଛା ଯାଇଥିବା ରାଜା।’ 11 ଦେଖ, ମୋ’ ହାତରେ ଥିବା ଲୁଗା ଖଣ୍ଡକୁ। ମୁଁ ଏହାକୁ ତୁମ୍ଭ ଲୁଗା ଧଡ଼ିରୁ କାଟିଅଛି। ମୁଁ ତୁମ୍ଭକୁ ମାରି ପାରିଥା’ନ୍ତି କିନ୍ତୁ ମୁଁ ମାରି ନାହିଁ। ମୁଁ ତୁମ୍ଭକୁ ବର୍ତ୍ତମାନ ବୁଝିବାକୁ ଦେଉଛି। ମୁଁ ତୁମ୍ଭକୁ ଜଣାଇ ଦେବାକୁ ଗ୍ଭହୁଁଛି ଯେ ମୁଁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନ ଥିଲି। ମୁଁ ତୁମ୍ଭ ପ୍ରତି କେବେ ଅନ୍ୟାୟ କରି ନାହିଁ। କିନ୍ତୁ ତୁମ୍ଭେ ମୋତେ ଆଘାତ କରିଅଛ ଏବଂ ମାରିବାକୁ ମଧ୍ୟ ଗ୍ଭହିଁଅଛ। 12 ସଦାପ୍ରଭୁ ମୋର ଓ ତୁମ୍ଭ ଭିତରେ ବିଗ୍ଭର କରନ୍ତୁ ଓ ତୁମ୍ଭେ ମୋ’ଠାରେ କରିଥିବା ଭୁଲ୍ ଯୋଗୁଁ ସଦାପ୍ରଭୁ ତା’ର ଦଣ୍ତ ଦିଅନ୍ତୁ। କିନ୍ତୁ ମୁଁ ତୁମ୍ଭ ସହିତ ଯୁଦ୍ଧ କରିବି ନାହିଁ। 13 ପୁରୁଣା କଥା ଅଛି,

‘ଦୁଷ୍ଟଠାରୁ ଦୁଷ୍ଟତା ବାହାରେ।’

“ମୁଁ କଦାପି ମନ୍ଦକାର୍ଯ୍ୟ କରି ନାହିଁ। ମୁଁ ଗୋଟିଏ ମନ୍ଦ ବ୍ୟକ୍ତି ନୁହେଁ। ମୁଁ ତୁମ୍ଭକୁ ଆଘାତ କରିବି ନାହିଁ। 14 ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଛନ୍ତି? ତୁମ୍ଭେ କାହା ପଛରେ ଗୋଡ଼ଉଛ? ଗୋଟିଏ ମଲା କୁକୁର ପଛରେ, ଗୋଟିଏ ଡାଆଂଶ ପଛରେ ତୁମ୍ଭେ ଗୋଡ଼ଉଛ। 15 ସଦାପ୍ରଭୁ ବିଗ୍ଭରକର୍ତ୍ତା ହୁଅନ୍ତୁ। ତୁମ୍ଭ ଓ ମୋ’ ଭିତରେ ସେ ବିଗ୍ଭର କରନ୍ତୁ। ସଦପ୍ରଭୁ ମୋର ପକ୍ଷରେ ବିଗ୍ଭର କରନ୍ତୁ ଏବଂ ପ୍ରମାଣ କରନ୍ତୁ ଯେ ମୁଁ ଠିକ୍ ଅଛି। ସଦାପ୍ରଭୁ ମୋତେ ତୁମ୍ଭଠାରୁ ରକ୍ଷା କରନ୍ତୁ।”

16 ଦାଉଦ ଶାଉଲଙ୍କୁ ଏହା କହି ସାରିବା ପରେ ଶାଉଲ କହିଲେ, “ମୋର ପୁତ୍ର ଦାଉଦ, ଏ କ’ଣ ତୁମ୍ଭର କଥା,” ତା’ପରେ ଶାଉଲ କାନ୍ଦିବାକୁ ଆରମ୍ଭ କଲେ, ସେ ଜୋ‌ର୍‌ରେ କାନ୍ଦିଲେ। 17 ଶାଉଲ କହିଲେ, “ତୁମ୍ଭେ ମୋ’ ଅପେକ୍ଷା ସତ୍ ବ୍ୟକ୍ତି ଅଟ। ତୁମ୍ଭେ ମୋ’ ପ୍ରତି ଭଲ ବ୍ୟବହାର ଦେଖାଇଛ। କିନ୍ତୁ ମୁଁ ତୁମ୍ଭ ପ୍ରତି ଖରାପ ବ୍ୟବହାର କରିଥିଲି। 18 ତୁମ୍ଭେ ମୋତେ କହିଲ, ତୁମ୍ଭେ ଯେଉଁ ଭଲ କାର୍ଯ୍ୟ କରିଛ, ସଦାପ୍ରଭୁ ମୋତେ ତୁମ୍ଭକୁ ଦେଇଥିଲେ କିନ୍ତୁ ତୁମ୍ଭେ ମୋତେ ହତ୍ୟା କଲ ନାହିଁ। 19 ଯେତେବେଳେ ଜଣେ ମନୁଷ୍ୟ ନିଜର ଶତ୍ରୁକୁ ପାଏ ସେ ତାକୁ ଭଲରେ ଯିବାକୁ ଦିଏ ନାହିଁ। ତା’ ପ୍ରତି ଉତ୍ତମ ବ୍ୟବହାର କରେ ନାହିଁ। ଏଣୁ ଆଜି ମୋ’ ପ୍ରତି ଯାହା ଉତ୍ତମ କରିଅଛ, ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପୁରସ୍କାର ଦିଅନ୍ତୁ। 20 ମୁଁ ଜାଣେ ତୁମ୍ଭେ ଇସ୍ରାଏଲର ରାଜା ହେବ। ତୁମ୍ଭେ ଇସ୍ରାଏଲକୁ ଶାସନ କରିବ। 21 ମୋ’ ସମ୍ମୁଖରେ ତୁମ୍ଭେ ଏକ ପ୍ରତିଜ୍ଞା କର। ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କର ଯେ ମୋର ମୃତ୍ୟୁ ପରେ ମଧ୍ୟ ତୁମ୍ଭେ ମୋର ବଂଶଧରକୁ ନିପାତ କରିବ ନାହିଁ ଓ ପ୍ରତିଜ୍ଞା କର ଯେ, ମୋର ପିତାଙ୍କର ପରିବାରରୁ ମୋର ନାମକୁ ଲୋପ କରିବ ନାହିଁ।”

22 ତେଣୁ ଦାଉଦ ଶାଉଲଙ୍କ ନିକଟରେ ପ୍ରତିଜ୍ଞା କଲେ। ଦାଉଦ ପ୍ରତିଜ୍ଞା କରି କହିଲେ ସେ କଦାପି ଶାଉଲଙ୍କ ପରିବାରକୁ ଧ୍ୱଂସ କରିବେ ନାହିଁ। ତା’ପରେ ଶାଉଲ ଗୃହକୁ ଫେରିଲେ। ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗକୁ ପଳାଇଗଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:17-22

ପ୍ରଭୁଭୋଜ

17 ବର୍ତ୍ତମାନ ମୁଁ ଯେଉଁ ବିଷୟରେ ତୁମ୍ଭମାନଙ୍କୁ କହୁଛି, ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। ତୁମ୍ଭମାନଙ୍କର ସମବେତ ସଭାଗୁଡ଼ିକ ତୁମ୍ଭମାନଙ୍କ ମଙ୍ଗଳ କରିବା ପରିବର୍ତ୍ତେ କ୍ଷତିକାରକ ହେଉଛି। 18 ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭେମାନେ ମଣ୍ଡଳୀ ସଭାରେ ସମବେତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟେ। 19 କେତେକାଂଶରେ ମୁଁ ଏହାକୁ ବିଶ୍ୱାସ କରେ। ତୁମ୍ଭମାନଙ୍କ ମଧ୍ୟରେ ମତଭେଦ ହେବା ଆବଶ୍ୟକ କାରଣ ଏହା ଦ୍ୱାରା ଯେଉଁମାନଙ୍କ ମତ ଠିକ୍ ତାହା ସ୍ପଷ୍ଟ ରୂପେ ଜଣାଯିବ।

20 ଅତଏବ, ତୁମ୍ଭେମାନେ ଯେତେବେଳେ ମଣ୍ଡଳୀରେ ସମବେତ ହୁଅ, ତୁମ୍ଭେମାନେ ପ୍ରକୃତରେ ପ୍ରଭୁଭୋଜ [a] ପାଳନ କରି ନ ଥାଅ। 21 କାରଣ ତୁମ୍ଭେମାନେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କେହି କେହି ଯଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷରେ ଅନ୍ୟମାନେ ଅତ୍ୟଧିକ ଖାଇପିଇ ମାତାଲ ହୋଇଯା’ନ୍ତି। 22 ତୁମ୍ଭେମାନେ ନିଜ ନିଜର ଘରେ ଖାଇ ପିଇ ପାରିବ। ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ମଣ୍ଡଳୀର ଯେପରି ଗୁରୁତ୍ୱ ନାହିଁ, ଏହି କାର୍ଯ୍ୟରୁ ଜଣାପଡ଼େ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଲଜ୍ଜା ଦେଉଛ। ମୁଁ ତୁମ୍ଭମାନଙ୍କୁ କ’ଣ ବା କହିବି? ଏହି କାମ ପାଇଁ କ’ଣ ମୁଁ ତୁମ୍ଭମାନଙ୍କ ପ୍ରଶଂସା କରିବି? ନା। ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରିବି ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:27-33

27 ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ୍ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ। 28 ପ୍ରତ୍ୟେକଲୋକ ରୋଟୀ ଖାଇବା ପୂର୍ବରୁ ଓ ପିଆଲାରୁ ପିଇବା ପୂର୍ବରୁ ନିଜ ହୃଦୟକୁ ପରୀକ୍ଷା କରିନେବା ଦରକାର। 29 ଯଦି ଜଣେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଏହି ରୋଟୀକୁ ଖାଏ ଓ ଏହି ପିଆଲାରୁ ପିଏ, ତା’ହେଲେ ସେ ଏହା ଖାଇବା ଓ ପିଇବା ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଏ। 30 ସେଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ରୋଗୀ ଅଛନ୍ତି ଓ ଅନେକ ମୃତ ହେଲେଣି। 31 କିନ୍ତୁ ଯଦି ଆମ୍ଭେ ନିଜକୁ ପରୀକ୍ଷା କରି ନେବା, ତା’ହେଲେ ଆମ୍ଭକୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବାକୁ ପଡ଼ିବ ନାହିଁ। 32 ପ୍ରଭୁ ଯେତେବେଳେ ଆମ୍ଭର ବିଗ୍ଭର କରନ୍ତି, ସେ ଠିକ୍ ବାଟ ଦେଖାଇବା ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।

33 ଅତଏବ, ହେ ଭାଇ ଓ ଭଉଣୀମାନେ ଯେତେବେଳେ ଭୋଜନ କରିବା ପାଇଁ ତୁମ୍ଭେମାନେ ଏକାଠି ଆସିଛ, ପରସ୍ପର ଏକଆରେକ ଲାଗି ଅପେକ୍ଷା କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center