Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 37:1-11

ଦାଉଦଙ୍କର ଗୀତ।

37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
    ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
    ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା’ହେଲେ ଆନନ୍ଦରେ ରହିବ
    ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
    ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
    ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
    ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
    ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
    ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
    ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
    ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
    ଓ ସେମାନେ ଶାନ୍ତି ଉପଭୋଗ କରିବେ।

ଗୀତସଂହିତା 37:39-40

39 ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି।
    ସଦାପ୍ରଭୁ ହିଁ ସେହି ଧାର୍ମିକ ଲୋକମାନଙ୍କର ସଙ୍କଟ ସମୟରେ ଏକମାତ୍ର ବଳ।
    ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି।
40 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି।
    ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।

ଆଦିପୁସ୍ତକ 44:18-34

ଯିହୁଦା ବିନ୍ୟାମୀନ ପାଇଁ ଯୁକ୍ତି କଲା

18 ଏହା ପରେ ଯିହୁଦା ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ହେ ମହାଶୟ, ମୋତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ୟ। 19 ପୂର୍ବରୁ ଆପଣ ଆମ୍ଭକୁ ପଗ୍ଭରି ଥିଲେ, ‘ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?’ 20 ଆମ୍ଭେ ଆପଣଙ୍କୁ ଉତ୍ତର କରିଥିଲୁ, ‘ହଁ, ଆମ୍ଭର ଏକ ପିତା ଅଛନ୍ତି, ସେ ବୃଦ୍ଧ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ୟନ୍ତ ପ୍ରେମ କରୁଥିଲେ। କାରଣ ସେ ପିତାଙ୍କର ବାର୍ଦ୍ଧକ୍ୟ କାଳରେ ଜନ୍ମ ନେଇଥିଲା। ସେହି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ୟାମୀନ ହେଉଛି ସେହି ଭାଇ ଯିଏ ଏକ ମା’ର ସନ୍ତାନ। ଆମ୍ଭର ପିତା ମଧ୍ୟ ତାକୁ ଅତ୍ୟନ୍ତ ଭଲପାନ୍ତି।’ 21 ତା’ପରେ ଆପଣ ଆମ୍ଭକୁ କହିଲେ, ‘ତେବେ ସେହି ସାନଭାଇକୁ ଏଠାକୁ ଆଣ ମୁଁ ଦେଖିବାକୁ ଗ୍ଭହେଁ।’ 22 ଆମ୍ଭେ କହିଲୁ, ‘ଆମ୍ଭର ସାନ ଭାଇ ଆସି ପାରିବ ନାହିଁ। ସେ ପିତାଙ୍କୁ ଛାଡ଼ି ଆସିବ ନାହିଁ। ଯଦି ପିତା ତାକୁ ହରାନ୍ତି, ତେବେ ପିତା ଦୁଃଖରେ ପ୍ରାଣତ୍ୟାଗ କରିବେ।’ 23 କିନ୍ତୁ ଆପଣ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେ ଯଦି ତୁମ୍ଭର ସାନଭାଇକୁ ନ ଆଣ, ତୁମ୍ଭେ ମୋତେ କେବେ ଦେଖିବ ନାହିଁ।’ 24 ତେଣୁ ଆମ୍ଭେ ପିତାଙ୍କ ନିକଟକୁ ଫେରି ଗଲୁ ଓ ଆପଣ ଯାହା କହିଥିଲେ, ତାଙ୍କୁ କହିଲୁ।

25 “ଏହା ପରେ, ଆମ୍ଭର ପିତା କହିଲେ, ‘ତୁମ୍ଭେମାନେ ଯାଇ କିଛି ଖାଦ୍ୟ ଆମ୍ଭମାନଙ୍କ ପାଇଁ ଆଣ।’ 26 ଏବଂ ଆମ୍ଭେ ପିତାଙ୍କୁ କହିଲୁ, ‘ଆମ୍ଭେ ଆମ୍ଭର ସାନ ଭାଇ ବିନା ଯାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନ ଯାଏ, ତାହାହେଲେ ସେହି ବ୍ୟକ୍ତିର ମୂଖ ଦେଖି ପାରିବୁ ନାହିଁ।’ 27 ଏହା ପରେ ଆମ୍ଭର ପିତା ଆମ୍ଭକୁ କହିଲେ, ‘ତୁମ୍ଭେ ଜାଣ ମୋର ସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନେଇଥିଲେ। 28 ଗୋଟିଏ ପୁତ୍ର ମୋ’ଠାରୁ ଦୂରକୁ ଗ୍ଭଲିଗଲା। ସେହି ଦିନଠାରୁ ମୁଁ ତାକୁ ଦେଖି ନାହିଁ। ମୁଁ ବିଶ୍ୱାସ କରେ ସେ ହିଂସ୍ର ଜନ୍ତୁ ଦ୍ୱାରା ଗ୍ରାସିତ ହୋଇଯାଇଛି। 29 ଯଦି ତୁମ୍ଭେ ମୋର ଆର ପୁତ୍ରକୁ ମୋ’ଠାରୁ ଦୂରେଇ ନିଅ। ଏବଂ ଯଦି ତା’ର କିଛି ହୁଏ, ତେବେ ମୁଁ ଦୁଃଖରେ ମରିଯିବି।’ 30 ବର୍ତ୍ତମାନ ଚିନ୍ତା କରନ୍ତୁ, କ’ଣ ହେବ। ଯେତେବେଳେ ଆମ୍ଭେ ଆମ୍ଭର ସାନ ଭାଇ ବିନା ଘରକୁ ଫେରିବୁ। ସେହି ବାଳକ ଆମ୍ଭ ପିତାଙ୍କର ଅମୂଲ୍ୟ ସମ୍ପଦ। 31 ଆମ୍ଭର ପିତା ଏକ ଦୁଃଖୀ ବୃଦ୍ଧ ଲୋକ, ସେ ଯେତେବେଳେ ଦେଖିବେ ବିନ୍ୟାମୀନ ଆମ୍ଭ ସହିତ ନାହିଁ। ଏହା ଆମ୍ଭର ଦୋଷ ହେବ। ଆମ୍ଭ ଯୋଗୁଁ ସେ ଦୁଃଖୀ ମଣିଷ ପରି ମୃତ୍ୟୁବରଣ କରିବେ।

32 “ମୁଁ ଏହି ଭାଇ ପାଇଁ ଦାୟିତ୍ୱ ନେଇଛି। ମୁଁ ମୋର ପିତାଙ୍କୁ କହିଥିଲି, ‘ଯଦି ମୁଁ ବିନ୍ୟାମୀନଙ୍କୁ ସାଙ୍ଗରେ ନ ନିଏ ତେବେ ସେ ମୋତେ ଜୀବନ ସାରା ଦୋଷ ବହନ କରିବ।’ 33 ତେଣୁ ମୁଁ ଆପଣଙ୍କୁ ଭିକ୍ଷା ମାଗୁଛି। ଦୟାକରି ତାଙ୍କୁ ଆମ୍ଭର ଭାଇମାନଙ୍କ ସହିତ ଯିବାକୁ ଦିଅନ୍ତୁ। ଏବଂ ମୁଁ ଆପଣଙ୍କ ଦାସ ହୋଇ ରହିବି। 34 ମୁଁ ମୋର ପିତାଙ୍କ ନିକଟକୁ ଫେରିଯାଇ ପାରିବି ନାହିଁ। ଯଦି ବିନ୍ୟାମୀନ ମୋ’ ସହିତ ନ ଯାଏ। ମୋତେ ଡର ଲାଗୁଛି ମୋର ପିତାଙ୍କର କ’ଣ ହେବ।”

ଲୂକ ଲିଖିତ ସୁସମାଗ୍ଭର 12:57-59

ନିଜ ସମସ୍ୟାର ସମାଧାନ କର(A)

57 “ଯାହା ଠିକ୍, ତାହା ତୁମ୍ଭେମାନେ ନିଜେ ନିଷ୍ପତ୍ତି କରି ପାରୁ ନାହଁ କାହିଁକି? 58 ଯଦି ତୁମ୍ଭେ ତୁମ୍ଭ ବିରୋଧୀ ସହିତ ବିଗ୍ଭରାଳୟକୁ ଯାଉଛ, ତେବେ ରାସ୍ତାରେ ତା’ ସହିତ ବୁଝାମଣା କରିବାକୁ ଚେଷ୍ଟା କର। ତା’ ନ ହେଲେ ସେ ତୁମ୍ଭକୁ ବିଗ୍ଭରପତିଙ୍କ ଆଗକୁ ଟାଣିନେବ। ବିଗ୍ଭରପତି ତୁମ୍ଭକୁ ଅଧିକାରୀଙ୍କ ହାତରେ ଦେଇଦେବେ ଏବଂ ଅଧିକାରୀ ତୁମ୍ଭକୁ କାରାଗାରରେ ବନ୍ଦୀ କରିବେ। 59 ଯେଉଁଦିନ ପର୍ଯ୍ୟନ୍ତ ତୁମ୍ଭେ ପ୍ରତ୍ୟେକ ଋଣର ମୂଲ୍ୟ ଶେଷ ପଇସା ପର୍ଯ୍ୟନ୍ତ ନ ଦେଇଛ, ସେ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରୁ ମୁକ୍ତି ପାଇ ପାରିବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center