Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
2 ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
3 ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା’ହେଲେ ଆନନ୍ଦରେ ରହିବ
ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
4 ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
5 ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
6 ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
7 ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
8 କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
9 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
ଓ ସେମାନେ ଶାନ୍ତି ଉପଭୋଗ କରିବେ।
39 ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି।
ସଦାପ୍ରଭୁ ହିଁ ସେହି ଧାର୍ମିକ ଲୋକମାନଙ୍କର ସଙ୍କଟ ସମୟରେ ଏକମାତ୍ର ବଳ।
ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି।
40 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।
ଯୋଷେଫ ଏକ ଫାନ୍ଦ ପ୍ରସ୍ତୁତ କଲେ
44 ଯୋଷେଫ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ସେହି ଲୋକମାନଙ୍କର ପଟରେ ସେମାନେ ଯେତେ ନେଇପାରିବେ, ସେତେ ଶସ୍ୟ ଭର୍ତ୍ତି କର ଏବଂ ସେମାନଙ୍କ ପଇସା ମଧ୍ୟ ତାଙ୍କ ଥଳି ଉପରେ ରଖି ଦିଅ। 2 ସାନ ଭାଇର ପଟରେ ତା’ର ଟଙ୍କାତକ ଭର୍ତ୍ତି କର। କିନ୍ତୁ ତା’ର ପଟରେ ମୋର ରୂପା ତାଟିଆ ରଖ।” ଯୋଷେଫ ସେମାନଙ୍କୁ ଯେପରି କହିଲେ ଦାସମାନେ ଠିକ୍ ସେହିପରି କଲେ।
3 ତା’ ପରଦିନ ପ୍ରତ୍ୟୁଷରୁ, ଭାଇମାନଙ୍କୁ ଓ ତାଙ୍କର ଗଧମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଗଲା। 4 ସେମାନେ ନଗର ଛାଡ଼ିବା ପରେ ଯୋଷେଫ ତାଙ୍କର ଦାସଙ୍କୁ କହିଲେ, “ସେହି ଲୋକମାନଙ୍କୁ ଅନୁସରଣ କର। ସେମାନଙ୍କୁ ଅଟକାଇ କୁହ, ‘ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ୟବହାର କଲୁ, କିନ୍ତୁ ତୁମ୍ଭେମାନେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭେମାନେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଗ୍ଭେରି କଲ? 5 ଆମ୍ଭର ମହାଶୟ ସେହି କପ୍ରେ ପାନ କରି ସାରିବା ପରେ ଗୁପ୍ତ କଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆରେ ଜାଣିବାକୁ ଏହା ବ୍ୟବହାର କରନ୍ତି। କାହିଁକି ତୁମ୍ଭେମାନେ ଏହି ମନ୍ଦକାର୍ଯ୍ୟ କଲ?”
6 ତେଣୁ ଦାସମାନେ ତାଙ୍କର କଥା ମାନି ଏବଂ ସେମାନେ ଘୋଡ଼ା ଚଢ଼ି ତାଙ୍କୁ ଅନୁସରଣ କଲେ। ସେହି ଦାସମାନେ ସେମାନଙ୍କୁ ଯୋଷେଫଙ୍କ କଥା କହିଲେ।
7 କିନ୍ତୁ ଭାଇମାନେ ସେହି ଦାସକୁ କହିଲେ, “ତୁମ୍ଭର କର୍ତ୍ତା ଏପରି କାହିଁକି କହିଲେ? ଆମ୍ଭେ ଏପରି କିଛି କାର୍ଯ୍ୟ କରି ନାହୁଁ। 8 ଆମ୍ଭେମାନେ କିଣାନ ଦେଶରୁ ଫେରି ଆସିଛୁ, ଆମ୍ଭ ପଟ ମଧ୍ୟରେ ଥିବା ଟଙ୍କା ଫେରାଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ। 9 ଯଦି ତୁମ୍ଭେ କୌଣସି ଲୋକର ଥଳିରୁ ରୂପା କପ୍ ପାଇବ, ତୁମ୍ଭେ ତାଙ୍କୁ ହତ୍ୟା କରି ପାରିବ ଏବଂ ଆମ୍ଭେ ଅବଶିଷ୍ଟାଂଶ ତୁମ୍ଭ ମୁନିବଙ୍କର ସେବକଗଣ ହେବୁ।”
10 ଦାସ କହିଲେ, “ତୁମ୍ଭେ ଯାହା କହିବ ଆମ୍ଭେ ସେହିପରି କରିବୁ କିନ୍ତୁ ଆମ୍ଭେ ସେ ଲୋକକୁ ହତ୍ୟା କରିବୁ ନାହିଁ। ଆମ୍ଭେ ଯାହା ପାଖରୁ ସେହି ରୂପା ପାତ୍ର ପାଉ, ସେ ଲୋକ ଆମ୍ଭର ଦାସ ହେବ। ଏବଂ ଅନ୍ୟମାନେ ମୁକ୍ତ ହେବେ।”
ଫାନ୍ଦ ଲମ୍ବାଇ ବିନ୍ୟାମୀନକୁ ଧରିଲେ
11 ଏହା ପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସେଗୁଡ଼ିକୁ ଖୋଳିଲେ। 12 ଯୋଷେଫଙ୍କ ଦାସ ସେହି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ୱୟରେ ସାନର ପଟ ଦେଖିଲେ। ଶେଷରେ ବିନ୍ୟାମୀନର ପଟରୁ ସେହି ପାତ୍ରଟିକୁ ପାଇଲେ। 13 ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସେମାନେ ଦୁଃଖରେ ସେମାନଙ୍କର ପୋଷାକ ଚିରି ପକାଇଲେ। ସେମାନେ ସେମାନଙ୍କର ପଟଗୁଡ଼ିକ ଗଧ ପିଠିରେ ପକାଇ ନଗରକୁ ଫେରିଲେ।
14 ଯିହୁଦା ଏବଂ ତା’ର ଭାଇମାନେ ଯୋଷେଫଙ୍କ ଗୃହକୁ ଗଲେ। ଯୋଷେଫ ସେହିଠାରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ। 15 ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ’ଣ ଜାଣି ପାରିଲ ନାହିଁ, ମୁଁ ସମସ୍ତ ଗୁପ୍ତକଥା ଜାଣିପାରେ। ମୋ’ଠାରୁ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରି ପାରିବ ନାହିଁ।”
16 ଯିହୁଦା କହିଲା, “ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫେଇ ଦେବାର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରି ପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ଦୋଷ। ପରମେଶ୍ୱରଙ୍କ ବିଗ୍ଭରରେ ଆମ୍ଭେ କରିଥିବା କାର୍ଯ୍ୟ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ଆପଣଙ୍କ ଦାସ ହୋଇ ରହିବୁ, ତାହା ସହିତ ଯାହାର ପଟରୁ ଆପଣଙ୍କ ପାତ୍ର ମିଳିଲା।”
17 କିନ୍ତୁ ଯୋଷେଫ କହିଲେ, “ପରମେଶ୍ୱର ଏପରି ନ କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କେବଳ ଯେ ମୋର ପାତ୍ର ଗ୍ଭେରି କରିଛି, ସେ ମୋର ଦାସ ହେବ। ଅନ୍ୟମାନେ ଶାନ୍ତିରେ ତୁମ୍ଭର ପିତାଙ୍କ ନିକଟକୁ ଫେରିଯାଅ।”
12 ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା କରାଯାଇଥିବା କାରଣରୁ
ମୁଁ ତୁମ୍ଭମାନଙ୍କୁ ଲେଖୁଛି।
13 ପିତାମାନେ!
ଯେ ଆଦ୍ୟରୁ ଅଛନ୍ତି, ତୁମ୍ଭେମାନେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
ତୁମ୍ଭେମାନେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
14 ପିଲାମାନେ!
ତୁମ୍ଭେମାନେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ପିତାମାନେ!
ସେ ଆଦ୍ୟରୁ ଅଛନ୍ତି ବୋଲି ତୁମ୍ଭେମାନେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
ତୁମ୍ଭେମାନେ ବଳବାନ
ଏବଂ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି,
ଓ ତୁମ୍ଭେମାନେ ସେହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
15 ତୁମ୍ଭେମାନେ ସଂସାରକୁ ବା ସେଥିରେ ଥିବା ବିଷୟ ଗୁଡ଼ିକୁ ଭଲ ପାଅ ନାହିଁ। ଯଦି କେହି ସଂସାରକୁ ଭଲ ପାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। 16 ସଂସାରର ଏହି ବିଷୟ ଗୁଡ଼ିକ ମନ୍ଦ ଅଟେ। ଯଥା: ଆମ୍ଭର ପାପ ପ୍ରକୃତିକୁ ତୁଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ବିଷୟ ପାଇବାର ଇଚ୍ଛା; ଯେଉଁସବୁ ମନ୍ଦ ବିଷୟ ଆମ୍ଭର ଦୃଷ୍ଟିଗୋଚର ହୁଏ, ତାହା ପାଇବାର ଇଚ୍ଛା; ତଥା ଆମ୍ଭର ଯାହା ଅଛି, ତହିଁ ପାଇଁ ଗର୍ବ କରିବା। ଏ ସମସ୍ତ ବିଷୟ ପରମପିତାଙ୍କଠାରୁ ନୁହେଁ, ମାତ୍ର ଏହି ସଂସାରରୁ ଆସିଅଛି। 17 ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାରରେ ଥିବା ବିଷୟ ଗୁଡ଼ିକ ମଧ୍ୟ କ୍ଷୟ ପାଉଅଛି। ମାତ୍ର ଯେ କେହି ପରମେଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହୋଇ ରହିବ।
2010 by World Bible Translation Center