Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
2 ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
3 ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା’ହେଲେ ଆନନ୍ଦରେ ରହିବ
ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
4 ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
5 ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
6 ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
7 ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
8 କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
9 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
ଓ ସେମାନେ ଶାନ୍ତି ଉପଭୋଗ କରିବେ।
39 ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି।
ସଦାପ୍ରଭୁ ହିଁ ସେହି ଧାର୍ମିକ ଲୋକମାନଙ୍କର ସଙ୍କଟ ସମୟରେ ଏକମାତ୍ର ବଳ।
ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି।
40 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।
ଭାଇମାନେ ଯୋଷେଫଙ୍କ ଗୃହକୁ ନିମନ୍ତ୍ରିତ ହେଲେ
16 ଯୋଷେଫ ସେମାନଙ୍କ ସହିତ ବିନ୍ୟାମୀନକୁ ଦେଖିଲେ। ଯୋଷେଫ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, “ସେହି ଲୋକମାନଙ୍କୁ ମୋର ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସେହି ଲୋକମାନେ ଆଜି ମୋ’ ସହିତ ମଧ୍ୟାହ୍ନ ଭୋଜନ କରିବେ।” 17 ଦାସକୁ ଯେପରି କୁହା ଯାଇଥିଲା ସେ ଠିକ୍ ସେହିପରି କଲା। ସେ ସେହି ଲୋକମାନଙ୍କୁ ଯୋଷେଫଙ୍କ ଗୃହକୁ ପାଛୋଟି ନେଲା।
18 ସେହି ଲୋକମାନେ ଭୟଭୀତ ହୋଇ ଗଲେ, ଯେତେବେଳେ ସେମାନେ ଯୋଷେଫଙ୍କ ଗୃହକୁ ଗଲେ। ସେମାନେ କହିଲେ, “ଆମ୍ଭମାନଙ୍କୁ ଏଥର ଏଠାକୁ ଅଣାଯିବାର କାରଣ ହେଉଛି ଗତ ଥର ଆମ୍ଭେମାନେ ଶସ୍ୟ ଅଖା ସହିତ ସେହି ଟଙ୍କା ନେଇ ଯାଇଥିଲୁ। ଆମ୍ଭ ବିରୁଦ୍ଧରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନେଇଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।”
19 ଯେତେବେଳେ ଯୋଷେଫଙ୍କ ଭାଇମାନେ ଯୋଷେଫଙ୍କ ଦାସଙ୍କୁ ଭେଟିଲେ, ସେମାନେ ତାଙ୍କ ସହିତ ଯୋଷେଫଙ୍କ ଘରର ଦ୍ୱାର ସମ୍ମୁଖରେ କଥା ହେଲେ। 20 ସେମାନେ କହିଲେ, “ମହାଶୟ, ଆମ୍ଭେ ପ୍ରତିଜ୍ଞା କରୁଛୁ ଯେ, ଆମ୍ଭେ ଆପଣଙ୍କୁ ଯାହା କହୁଛୁ ଏହା ସତ୍ୟ ଅଟେ। ଗତଥର ଆମ୍ଭେମାନେ ଏଠାକୁ ଖାଦ୍ୟ କ୍ରୟ କରିବାକୁ ଆସିଥିଲୁ। 21-22 ଯିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବେଳକୁ ଆମ୍ଭମାନଙ୍କର ଟଙ୍କା ପ୍ରତ୍ୟେକଙ୍କ ପଟ ମଧ୍ୟରେ ଥିଲା। ଆମ୍ଭେ ଜାଣି ନାହୁଁ ତାହା ସେଠାକୁ କିପରି ଗଲା। କିନ୍ତୁ ଆମ୍ଭେମାନେ ସେହି ଅର୍ଥ ଆପଣଙ୍କୁ ଦେବା ପାଇଁ ଫେରାଇ ଆଣିଛୁ। କିଛି ଖାଦ୍ୟ ନେଇଯିବା ପାଇଁ ଆଉ କିଛି ଅର୍ଥ ଆଣିଛୁ।”
23 କିନ୍ତୁ ଦାସ ଉତ୍ତର ଦେଲେ, “ଭୟ କର ନାହିଁ। ମୋତେ ବିଶ୍ୱାସ କର। ତୁମ୍ଭର ପରମେଶ୍ୱର ତୁମ୍ଭ ପିତାଙ୍କର ପରମେଶ୍ୱର, ଉପହାର ସ୍ୱରୂପ ତୁମ୍ଭ ପଟରେ ପୁରା ଯାଇଥିଲା। ମୋର ମନେ ଅଛି ତୁମ୍ଭେ ସେହି ଟଙ୍କା ଗତ ଥର ମୋତେ ଶସ୍ୟ କିଣିବା ସମୟରେ ଦେଇଥିଲ।”
ଏହା ପରେ ସେହି ଦାସଜଣକ ଶିମିୟୋନକୁ କାରାଗାରରୁ ବାହାର କଲେ। 24 ସେହି ଦାସ ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲେ। ସେ ପାଦ ଧୋଇବା ପାଇଁ କିଛି ପାଣି ଦେଲେ। ଏହା ପରେ ତାଙ୍କର ଗଧମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଗଲା।
25 ଭାଇମାନେ ଶୁଣିବାକୁ ପାଇଲେ ଯେ ସେମାନେ ଯୋଷେଫଙ୍କ ସହିତ ଖାଇବାକୁ ଯାଉଛନ୍ତି। ତେଣୁ ସେମାନେ ତାଙ୍କର ଉପହାର ଗୁଡ଼ିକୁ ପ୍ରସ୍ତୁତ କରିବାକୁ ଲାଗିଲେ।
26 ଯୋଷେଫ ଗୃହକୁ ପ୍ରବେଶ କରନ୍ତେ, ଭାଇମାନେ ଆଣିଥିବା ଉପହାର ସବୁ ତାଙ୍କୁ ଦେଲେ। ଏହା ପରେ ସେମାନେ ଯୋଷେଫଙ୍କୁ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ କଲେ।
27 ଯୋଷେଫ ସେମାନଙ୍କୁ ସେମାନଙ୍କର ଭଲମନ୍ଦ ବିଷୟରେ ପଗ୍ଭରିଲେ। ତା’ପରେ ଯୋଷେଫ କହିଲେ, “ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲରେ ବଞ୍ଚିଛନ୍ତି ତ?”
28 ଭାଇମାନେ ଉତ୍ତର ଦେଲେ, “ହଁ ମହାଶୟ, ଆମ୍ଭର ପିତା ଏବେ ଜୀବିତ।” ଏବଂ ସେମାନେ ପୁନର୍ବାର ଯୋଷେଫଙ୍କୁ ପ୍ରଣାମ କଲେ।
29 ଯେତେବେଳେ ଯୋଷେଫ ତାଙ୍କର ଭାଇ ବିନ୍ୟାମୀନକୁ ଦେଖିଲେ। (ବିନ୍ୟାମୀନ ଓ ଯୋଷେଫ ଗୋଟିଏ ମା’ର ସନ୍ତାନ) ଯୋଷେଫ କହିଲେ, “ଏହି କ’ଣ ତୁମ୍ଭର ସାନ ଭାଇ, ଯାହା ବିଷୟରେ ତୁମ୍ଭେ ମୋତେ କହୁଥିଲ?” ଏହା ପରେ ଯୋଷେଫ ବିନ୍ୟାମୀନଙ୍କୁ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।”
30 ଯୋଷେଫ ଆଉ ଅଧିକ ସମୟ ନିଜର କୋହ ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶୀଘ୍ର ସେମାନଙ୍କ ପାଖରୁ ଆଉ ଗୋଟିଏ କୋଠରୀକୁ ଗଲେ ଏବଂ କାନ୍ଦିଲେ। 31 ତା’ପରେ ସେ ନିଜକୁ ନିୟନ୍ତ୍ରଣରେ ରଖିଲେ ଓ ମୁହଁ ଧୋଇ ବାହାରକୁ ଆସି କହିଲେ, “ବର୍ତ୍ତମାନ ଖାଇବାର ସମୟ।”
32 ଯୋଷେଫଙ୍କର ଦାସମାନେ ଯୋଷେଫଙ୍କ ପାଇଁ ଏକ ଟେବୁଲ, ଏକ ଟେବୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟେବୁଲ ମିସ୍ରୀୟମାନଙ୍କ ପାଇଁ ଯେଉଁମାନେ ସେମାନଙ୍କ ସହିତ ବସି ଖାଇବେ। କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବା ମିସ୍ରୀୟମାନଙ୍କର ପ୍ରଥା ନ ଥିଲା। ମିସ୍ରୀୟମାନେ ଏବ୍ରୀୟମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବେଚିତ ହୁଏ। 33 ଯୋଷେଫଙ୍କର ଭାଇମାନେ ଯୋଷେଫଙ୍କ ଆଗ ଟେବୁଲରେ ଖାଇ ବସିଲେ। ତାଙ୍କର ଭାଇମାନେ ବଡ଼ରୁ ସାନ କ୍ରମରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଗ୍ଭହୁଁଥା’ନ୍ତି। କ’ଣ ସବୁ ଘଟୁଛି ସେମାନେ ଆଶ୍ଚର୍ଯ୍ୟ ହେଉଥା’ନ୍ତି। 34 ଦାସମାନେ ଯୋଷେଫଙ୍କ ଟେବୁଲରୁ ଖାଦ୍ୟ ଆଣି ଅନ୍ୟ ଭାଇମାନଙ୍କୁ ପରଷୁଥା’ନ୍ତି। କିନ୍ତୁ ଦାସମାନେ ଅନ୍ୟ ଭାଇ ଅପେକ୍ଷା ବିନ୍ୟାମୀନକୁ ଅଧିକ ପାଞ୍ଚ ଥର ପରଷୁଥା’ନ୍ତି। ସେମାନେ ସମସ୍ତେ ଖାଇ ପିଇ ଆନନ୍ଦ କଲେ।
ଆତ୍ମାରେ ଜୀବନ
8 ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନେ ଦେଷୀ ବୋଲି ବିଗ୍ଭରିତ ହୁଅନ୍ତି ନାହିଁ। 2 ମୁଁ ଦୋଷୀ ବୋଲି ବିଗ୍ଭରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆତ୍ମାର ବ୍ୟବସ୍ଥା ଜୀବନ ଦିଏ ଓ ତାହା ମୋତେ ମୁକ୍ତ କରିଛି। ପାପ ଓ ମୃତ୍ୟୁ ଆଣୁଥିବା ବ୍ୟବସ୍ଥାରୁ ଏହା ମୋତେ ମୁକ୍ତ କରିଛି। 3 ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ। କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ। ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ। 4 ବ୍ୟବସ୍ଥା ଆମ୍ଭକୁ ଯେପରି ହେବା ପାଇଁ ଗ୍ଭହେଁ, ସେହିଭଳି ହେବା ପାଇଁ ପରମେଶ୍ୱର ଏପରି କଲେ। ଆମ୍ଭେ ଏବେ ପାପପୂର୍ଣ୍ଣ ମାନବ ସ୍ୱଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନଯାପନ କରୁଛୁ।
5 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସବୁବେଳେ ତାହାଙ୍କ ପାପପୂର୍ଣ୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି। 6 ଯଦି ଜଣେ ଲୋକର ବିଗ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ଆତ୍ମିକ ମୃତ୍ୟୁ ହୁଏ। କିନ୍ତୁ ଯଦି ଜଣକର ବିଗ୍ଭର ଆତ୍ମା ଦ୍ୱାରା ନିୟନ୍ରିତ ହୁଏ, ତା’ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି। 7 ଏହା କାହିଁକି ସତ୍ୟ? କାରଣ ଯଦି ଜଣେ ଲୋକର ବିଗ୍ଭର ତାହାର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ସେ ଲୋକ ପରମେଶ୍ୱରଙ୍କର ବିରୋଧୀ। ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବାକୁ ମନା କରେ। ପ୍ରକୃତରେ ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବା ପାଇଁ ଅସମର୍ଥ। 8 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ସେମାନେ ପରମେଶ୍ୱରଙ୍କୁ ଖୁସୀ କରି ପାରିବେ ନାହିଁ।
9 କିନ୍ତୁ ତୁମ୍ଭେମାନେ ନିଜର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ନୁହଁ। ଯଦି ପ୍ରକୃତରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭେମାନେ ଆତ୍ମା ଦ୍ୱାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା’ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ। 10 ପାପ ହେତୁ ତୁମ ମାନଙ୍କ ଶରୀର ସବୁବେଳେ ମୃତ ହୋଇ ରହିବ। କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି, ତା’ହେଲେ ଆତ୍ମା ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ, କାରଣ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ଧାର୍ମିକ କରିଛନ୍ତି। 11 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।
2010 by World Bible Translation Center