Revised Common Lectionary (Semicontinuous)
ମନ୍ଦିର ଆରୋହଣର ଗୀତ।
120 ମୁଁ ଆପଣା ବିପଦ ସମୟରେ
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି
ଏବଂ ସେ ମୋତେ ଉତ୍ତର ଦେଲେ।
2 “ହେ ସଦାପ୍ରଭୁ, ମୋ’ ବିଷୟରେ ମିଥ୍ୟା କହୁଥିବା ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ସେମାନେ ଯେଉଁ କଥାସବୁ କହୁଥିଲେ, ତାହା ସବୁ ସତ୍ୟ ନ ଥିଲା।”
3 ହେ ମିଥ୍ୟାବାଦୀମାନେ, ତୁମ୍ଭଙ୍କୁ କ’ଣ ଦିଆଯିବ?
କ’ଣ ପାଇବ ତୁମ୍ଭେ ଜାଣ କି ?
4 ତୁମ୍ଭକୁ ଦଣ୍ଡ ଦେବା ପାଇଁ ସୈନିକର ତୀକ୍ଷ୍ଣ ଶର
ଓ ଗରମ କୋଇଲା ପରମେଶ୍ୱର ଆଣିବେ।
5 ମିଥ୍ୟାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି।
ଏହା କେଦାରର ତମ୍ବୁରେ ବାସ କରିବା ସଦୃଶ।
6 ଶାନ୍ତି ଘୃଣାକାରୀମାନଙ୍କ ସହିତ
ମୁଁ ଦୀର୍ଘଦିନଧରି ବାସ କରିଅଛି।
7 ମୁଁ କହିଲି, ମୁଁ ଶାନ୍ତି ଗ୍ଭହେଁ,
କିନ୍ତୁ ସେମାନେ ଯୁଦ୍ଧ ଗ୍ଭହାନ୍ତି।
କୋରସ୍ ବନ୍ଦୀମାନଙ୍କୁ ଫେରିବାରେ ସାହାଯ୍ୟ କରନ୍ତି।
1 ପ୍ରଥମ ବର୍ଷରେ କୋରସ୍ ପାରସ୍ୟର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘୋଷଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘୋଷଣାନାମାକୁ ତାଙ୍କ ରାଜ୍ୟର ଗ୍ଭରିଆଡ଼େ ପଢ଼ି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ୱାରା କୁହାଯାଇଥିବା ସଦାପ୍ରଭୁଙ୍କର ବାକ୍ୟ ପୂରଣ କରିବାକୁ ଏହା ହୋଇଥିଲା। ସେହି ଘୋଷଣା ନାମାଟି ଏହିପରି ଥିଲା।
2 “ପାରସ୍ୟର ରାଜା କୋରସ୍ ଏହିପରି କହିଛନ୍ତି:
ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ମୋତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମୋତେ ଯିହୁଦା ରାଜ୍ୟର ଯିରୁଶାଲମଠାରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି। 3 ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ଭିତରୁ ଯେକେହି ହୁଅନା, ତାର ପରମେଶ୍ୱର ତା’ ସହିତ ରୁହନ୍ତୁ। ଯିହୁଦାସ୍ଥିତ ଯିରୁଶାଲମ ପର୍ଯ୍ୟନ୍ତ ତାକୁ ଯିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ୱର ଯିଏ କି ଯିରୁଶାଲମରେ ଅଛନ୍ତି। 4 ଆଉ ଯେକୌଣସି ଲୋକ ଅନ୍ୟଠାରେ ବାସ କରୁଛନ୍ତି, ସେହି ସ୍ଥାନର ଲୋକମାନେ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସ୍ୱଇଚ୍ଛାରେ ଦତ୍ତ ନୈବେଦ୍ୟ ଛଡ଼ା ରୂପା, ସୁନା, ନାନାଦ୍ରବ୍ୟ ଓ ପଶୁ ଦିଅନ୍ତି।”
5 ଯିହୁଦା ଏବଂ ବିନ୍ୟାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲେବୀୟମାନେ ଯିରୁଶାଲମକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନେ ସେଠାକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ୱର ଯେଉଁମାନଙ୍କ ମନରେ ପ୍ରବୃତ୍ତ ଦେଇଥିଲେ, ସେମାନଙ୍କ ସହିତ ପ୍ରତ୍ୟେକ ଲୋକ ଯିବା ପାଇଁ ପ୍ରସ୍ତୁତ ହେଲେ। 6 ସେମାନଙ୍କର ପଡ଼ୋଶୀମାନେ ସେମାନଙ୍କୁ ରୂପା, ସୁନା, ପଶୁ ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସହିତ ଦେଲେ। 7 ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ଯିରୁଶାଲମରୁ ଆଣି ଆପଣା ମିଥ୍ୟା ଦେବତାଗଣଙ୍କ ମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହା ସବୁ ବାହାର କରି ଆଣିଲା। 8 ପାରସ୍ୟର ରାଜା କୋରସ୍ କୋଷାଧ୍ୟକ୍ଷ ମିତ୍ରଦାତକୁ ସେମାନଙ୍କୁ ଦେଲେ ଏବଂ ସେ ସେମାନଙ୍କୁ ଯିହୁଦାର ରାଜପୁତ୍ର ଶେଶବସରଙ୍କର ଉପସ୍ଥିତିରେ ଗଣିଲେ।
9 ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ ଯେଉଁସବୁ ବସ୍ତୁ ଆଣିଥିଲା, ସେହି ଦ୍ରବ୍ୟଗୁଡ଼ିକର ସଂଖ୍ୟା ଏହିପରି ଥିଲା: ସୁନାଥାଳୀ 30, ରୂପାଥାଳୀ 1000, ଛୁରୀ 29, 10 ସ୍ୱର୍ଣ୍ଣମୟ ପାନପତ୍ର 30, ରୌପ୍ୟମୟ ପାତ୍ର ମଧ୍ୟମ ପାନ ପାତ୍ର 410 ଏବଂ ଅନ୍ୟାନ୍ୟ ପାତ୍ର 1000।
11 ଏହି ସମସ୍ତ ମିଶି 5400 ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା। ବନ୍ଦୀଲୋକମାନଙ୍କୁ ବାବିଲରୁ ଯିରୁଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଥିଲା।
ପାଉଲଙ୍କ ଯୋଜନାରେ ପରିବର୍ତ୍ତନ
12 ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତରେ ଆମ୍ଭେ ଯାହାକିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ଯ୍ୟ ଦୃଷ୍ଟିରୁ ଏହା ଅଧିକ ସତ୍ୟ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନରେ ନୁହେଁ ମାତ୍ର ପରମେଶ୍ୱରଙ୍କ କୃପାରୁ କରୁଛୁ। 13 ତୁମ୍ଭେମାନେ ଯେଉଁ କଥାଗୁଡ଼ିକ ପଢ଼ି ପାରିବ ଓ ବୁଝି ପାରିବ, କେବଳ ସେହି କଥାଗୁଡ଼ିକ ଆମ୍ଭେ ତୁମ୍ଭମାନଙ୍କୁ ଲେଖିଛୁ। 14 ଯେପରିକି ତୁମ୍ଭେମାନେ ଆମ୍ଭ ବିଷୟରେ କିଛି କଥା ଆଗରୁ ବୁଝି ସାରିଛ, ସେଥିପାଇଁ ଆମ୍ଭେ ଆଶା କରୁ ଯେ, ତୁମ୍ଭେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବୁଝି ପାରିବ। ତୁମ୍ଭେମାନେ ଏ କଥା ବୁଝି ପାରିବ ଯେ, ଯେପରି ବର୍ତ୍ତମାନ ତୁମ୍ଭେ ଆମ୍ଭ ପାଇଁ ଗର୍ବ କରୁଛ, ସେହିପରି ଆମ୍ଭ ପ୍ରଭୁ ଯୀଶୁ ଆସିବା ଦିନ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଗର୍ବ କରି ପାରିବୁ।
15 ମୋହର ଏହି ବିଶ୍ୱାସ ଥିବାରୁ ମୁଁ ପ୍ରଥମରେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ୱାରା ତୁମ୍ଭେମାନେ ଦୁଇଥର ଆଶୀର୍ବାଦ ଲାଭ କରିବ। 16 ମାକିଦନିଆ ଯିବା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖିବା ପାଇଁ ଯୋଜନା କଲି। ମାକିଦନିଆରୁ ଫେରିଲା ବେଳେ ମଧ୍ୟ ପୁନର୍ବାର ତୁମ୍ଭମାନଙ୍କ ପାଖକୁ ଆସିବି। ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦା ଦେଶକୁ ପ୍ରସ୍ଥାନ କରିବି। 17 ତୁମ୍ଭେମାନେ କ’ଣ ଭାବୁଛ ଯେ, ଏହି ଯୋଜନାଗୁଡ଼ିକୁ କଲାବେଳେ ମୁଁ ପ୍ରକୃତରେ ଚିନ୍ତା କରି ନ ଥିଲି? ବା ଜାଗତିକ ଜ୍ଞାନରେ କରିଥିଲି, ଯେ ଏକା ସମୟରେ “ହଁ, ହଁ” କହୁଥିବା ଓ “ନା, ନା” ମଧ୍ୟ କହୁଥିବି।
18 କିନ୍ତୁ ଯଦି ତୁମ୍ଭେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛ, ତାହାହେଲେ ତୁମ୍ଭେମାନେ ବିଶ୍ୱାସ କରିପାର ଯେ, ଆମ୍ଭେ ଯାହା କହୁ ତାହାର ଉତ୍ତର “ହଁ” ଓ “ନା” ଉଭୟ ହୋଇ ପାରିବ ନାହିଁ। 19 ମୁଁ ଏବଂ ସିଲ୍ୱାନ୍ ଓ ତୀମଥିଙ୍କ ଦ୍ୱାରା ପ୍ରଗ୍ଭରିତ ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଉଭୟ “ହଁ’ ଓ “ନା’ ଏକ ସମୟରେ କହନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟଙ୍କଠାରେ ସର୍ବଦା “ହଁ” କଥା “ହଁ” ହୁଏ।
2010 by World Bible Translation Center