Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 1

ପ୍ରଥମ ପୁସ୍ତକ

(ଗୀତସଂହିତା 1-41)

ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ,
    ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ,
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ,
    ସେହି ଲୋକମାନଙ୍କ ସହିତ ତା’ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,
ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ
    ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।
ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ,
    ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି।
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ।
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ,
    ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ।
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।

ଦୁଷ୍ଟ ଲୋକମାନେ ସେପରି ନୁହନ୍ତି।
    ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ।
ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ।
    ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ।
କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି,
    ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 17:1-4

ପାପ ହୃଦୟରେ ଲିଖିତ

17 “ଯିହୁଦାର ପାପ ଏପରି ଏକ ସ୍ଥାନରେ ଲିଖିତ ହୋଇଅଛି, ଯାହାକୁ ସେମାନେ ଲିଭାଇ ପାରିବେ ନାହିଁ।
    ସେମାନଙ୍କର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ୱାରା ପଥର ଫଳକରେ ଲିଖିତ ହୋଇଅଛି।
ଯେଉଁଟା କି ସେମାନଙ୍କର ହୃଦୟ।
    ଆଉ ସେମାନଙ୍କର ଯଜ୍ଞବେଦିର ଶିଙ୍ଗରେ ତାହା ଖୋଦିତ ହୋଇଅଛି।
ଯେତେବେଳେ ସେମାନଙ୍କର ସନ୍ତାନଗଣ ସେମାନଙ୍କୁ ମନେ ପକାନ୍ତି
    ସେତେବେଳେ ସେମାନେ ଉଚ୍ଚ ପର୍ବତର
ସବୁଜ ବୃକ୍ଷ ପାଖରେ ଥିବା ବଳିଦାନ
    ଯଜ୍ଞବେଦି ଓ ପବିତ୍ର କାଠଖମ୍ବ ଦେଖନ୍ତି।
ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ,
    ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ
ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର
    ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହେବା ପାଇଁ ଦେବା।
ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଇଥିଲୁ ତୁମ୍ଭେ ସେଥିରୁ ଆପେ କ୍ଷାନ୍ତ ହେବ। ଆଉ ତୁମ୍ଭକୁ ଏକ ଅଜ୍ଞାତ ଦେଶରେ ତୁମ୍ଭ ଶତ୍ରୁଗଣର ସେବା କରାଇବା।
    କାରଣ ତୁମ୍ଭେ ଆମ୍ଭର କ୍ରୋଧରୂପକ ଅଗ୍ନି ପ୍ରଜ୍ୱଳିତ କରିଅଛ।
ଆଉ ସେହି ଅଗ୍ନିରେ ତୁମ୍ଭେ ସଦାକାଳ ଭସ୍ମୀଭୂତ ହେବ।
    ସେହି ଲୋକମାନଙ୍କ ଉପରେ ଏପରି ଘଟିବ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରି ନାହାନ୍ତି।”

ଲୂକ ଲିଖିତ ସୁସମାଗ୍ଭର 11:24-28

ଶୂନ୍ୟ ମଣିଷ(A)

24 “ଯେତେବେଳେ କୌଣସି ଭୂତ କୌଣସି ମଣିଷ ଦେହରୁ ବାହାରି ଆସେ, ସେତେବେଳେ ସେହି ଆତ୍ମା ବିଶ୍ରାମ ସ୍ଥାନ ଖୋଜି ଖୋଜି ଶୁଖିଲା ଜାଗାସବୁରେ ବୁଲେ। କିନ୍ତୁ ସେ ବିଶ୍ରାମ ନେବାକୁ ଜାଗା ଟିକିଏ ନ ପାଇଲେ କୁହେ, ‘ମୁଁ ଯେଉଁଠାରୁ ଆସିଛି, ପୁଣି ସେହି ଘରକୁ ଫେରିଯିବି।’ 25 ଯେତେବେଳେ ଭୂତଟି ସେହି ମଣିଷ ନିକଟକୁ ଫେରି ଆସେ, ସେ ଦେଖେ ଯେ ସେହି ଘରଟି ସଫାସୁତୁରା ଓ ସବୁ ଠି‌‌କ୍‌‌ଠାକ୍ ଅଛି। 26 ତା’ପରେ ସେ ଯାଇ ତା’ଠାରୁ ଆହୁରି ଅଧିକ ଦୁଷ୍ଟ ସାତ ଜଣ ଭୂତଙ୍କୁ ଡାକିଆଣେ, ସେମାନେ ସମସ୍ତେ ସେହି ମଣିଷ ମଧ୍ୟରେ ପ୍ରବେଶ କରି ଏକତ୍ର ରହନ୍ତି। ଏହିଭଳି ଭାବରେ ସେହି ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇ ପଡ଼େ।”

ଏହି ଲୋକମାନେ ପ୍ରକୃତରେ ସୁଖୀ

27 ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ଼ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡ଼ି ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, “ଧନ୍ୟ ତୁମ୍ଭର ମା। କାରଣ ସେ ତୁମ୍ଭକୁ ଜନ୍ମ ଦେଇଛନ୍ତି ଓ କ୍ଷୀରପାନ କରାଇଛନ୍ତି।”

28 କିନ୍ତୁ ଯୀଶୁ କହିଲେ, “ପରମେଶ୍ୱରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତରେ ସେହିମାନେ ହିଁ ଧନ୍ୟ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center