Revised Common Lectionary (Semicontinuous)
115 ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ।
ମହିମା ତ ତୁମ୍ଭର।
ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
2 କାହିଁକି ଅନ୍ୟ ଦେଶୀୟମାନେ କହିବେ
ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ?
3 ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି।
ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି।
4 ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି।
ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ।
5 ସେହି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ।
ସେମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
6 ସେମାନଙ୍କର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ।
ସେମାନଙ୍କର ନାକ ଅଛି କିନ୍ତୁ ଆଘ୍ରାଣ କରି ପାରନ୍ତି ନାହିଁ।
7 ସେମାନଙ୍କର ହାତ ଅଛି କିନ୍ତୁ ତାହା ସ୍ପର୍ଶ କରି ପାରନ୍ତି ନାହିଁ।
ସେମାନଙ୍କର ଗୋଡ଼ ଅଛି କିନ୍ତୁ ଗ୍ଭଲିପାରନ୍ତି ନାହିଁ।
ସେମାନଙ୍କ ଗଳାରୁ କୌଣସି ସ୍ୱର ବାହାରେ ନାହିଁ।
8 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ବିଶ୍ୱାସକାରୀମାନେ
ସେହିପରି ହେବେ!
9 ହେ ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
10 ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
11 ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
ସଦାପ୍ରଭୁ ସେମାନଙ୍କର ଶକ୍ତି ଓ ଢାଲ।
12 ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି।
ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରିବେ।
13 ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ
ଆଶୀର୍ବାଦ କରିବେ।
14 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ
ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
15 ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ
ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
16 ସ୍ୱର୍ଗ ସଦାପ୍ରଭୁଙ୍କର
କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି।
17 ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ।
ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି।
18 ମାତ୍ର ଆମ୍ଭେମାନେ ଆଜିଠାରୁ ଚିରକାଳ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ଧନ୍ୟବାଦ କରିବା।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
15 ଶାଉଲ ଆସିବାର ଦିନକପୂର୍ବରୁ ସଦାପ୍ରଭୁ ଶାମୁୟେଲଙ୍କୁ ଏହି କଥା କହିଥିଲେ, 16 “ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭ ପାଖକୁ ଜଣେ ଲୋକ ପଠାଇବି। ସେ ବିନ୍ୟାମୀନୀୟ ବଂଶଧର। ତୁମ୍ଭେ ତାଙ୍କୁ ଇସ୍ରାଏଲୀୟମାନଙ୍କ ନେତା ରୂପେ ଅଭିଷିକ୍ତ କରିବ। ଏହି ଲୋକ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରୁ ରକ୍ଷା କରିବ। କାରଣ ମୁଁ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଅଛି।”
17 ଶାମୁୟେଲ ଶାଉଲକୁ ଦେଖିଲେ, ଏବଂ ସଦାପ୍ରଭୁ ତାଙ୍କୁ କହିଲେ, “ଏହି ସେହି ଲୋକ, ମୁଁ ଯାହା କଥା କହୁଥିଲି ସେ ମୋର ଲୋକମାନଙ୍କୁ ଶାସନ କରିବ।”
18 ଶାଉଲ ଫାଟକ ପାଖରେ ଠିଆ ହୋଇଥିବା ଜଣେ ଲୋକଙ୍କୁ ପରମେଶ୍ୱରଙ୍କ ଲୋକଙ୍କୁ ଭେଟିବାର ଦିଗ ପଗ୍ଭରିଲେ। ଏ ବ୍ୟକ୍ତି ଜଣକ କିନ୍ତୁ ଶାମୁୟେଲ ଥିଲେ, ଶାଉଲ କହିଲେ, “କ୍ଷମା କରିବେ, ଆପଣ ପରମେଶ୍ୱରଙ୍କ ଲୋକଙ୍କ ଘର ବତେଇ ଦେବେ କି?”
19 ଶାମୁୟେଲ କହିଲେ, “ମୁଁ ପରମେଶ୍ୱରଙ୍କ ଲୋକ। ମୋତେ ଅନୁସରଣ କର ମୁଁ ଉଚ୍ଚସ୍ଥାନକୁ ନେଇଯିବି। ତୁମ୍ଭେ ଏବଂ ତୁମ୍ଭ ଦାସ ମୋ’ ସହିତ ଆଜି ଭୋଜନ କରିବ। କାଲି ସକାଳେ ତୁମ୍ଭେମାନେ ଘରକୁ ଫେରିଯିବ। ଏବଂ ମୁଁ ତୁମ୍ଭର ସମସ୍ତ ପ୍ରଶ୍ନର ଉତ୍ତର ଦେବି। 20 ତୁମ୍ଭେମାନେ ତିନି ଦିନ ପୂର୍ବେ ହଜିଥିବା ଗଧମାନଙ୍କ ପାଇଁ ଦୁଃଖ କର ନାହିଁ। ସେମାନଙ୍କୁ ମିଳିଯାଇଛି। ବର୍ତ୍ତମାନ ଇସ୍ରାଏଲୀୟମାନେ ଜଣେ ବ୍ୟକ୍ତିର ସନ୍ଧାନରେ ଅଛନ୍ତି ଏବଂ ସେ ବ୍ୟକ୍ତିଜଣକ ତୁମ୍ଭେ ଅଟ। ସେମାନେ ତୁମ୍ଭକୁ ଏବଂ ତୁମ୍ଭ ପିତାଙ୍କ ପରିବାରବର୍ଗକୁ ଗ୍ଭହାନ୍ତି।”
21 ଶାଉଲ ଉତ୍ତର ଦେଲେ, “ମୁଁ ବିନ୍ୟାମୀନ ବଂଶର ସଦସ୍ୟ ଅଟେ। ଏହା ଇସ୍ରାଏଲର ଏକ ଛୋଟ ପରିବାରବର୍ଗ। ଆପଣ କାହିଁକି କହୁଛନ୍ତି ଇସ୍ରାଏଲୀୟମାନେ ମୋତେ ଗ୍ଭହାନ୍ତି?”
22 ଶାମୁୟେଲ ଶାଉଲ ଏବଂ ତାଙ୍କ ଦାସକୁ ଭୋଜନ ସ୍ଥାନକୁ ନେଲେ। ସେ ଅତି ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଟେବୁଲ୍ ପାଖରେ ଶାଉଲଙ୍କୁ ଏବଂ ତାଙ୍କର ଦାସ ତିରିଶ୍ ଜଣ ନିମନ୍ତ୍ରିତ ଅତିଥି ମଧ୍ୟରେ ପ୍ରଦାନ କଲେ। 23 ଶାମୁୟେଲ ରୋଷେଇଆକୁ ନିର୍ଦ୍ଦେଶ ଦେଲେ, “ମୁଁ ତୁମ୍ଭକୁ ରଖିବାକୁ କହି ଦେଇଥିବା ମାଂସ ଆଣ।”
24 ରୋଷେଇଆ ଚଟୁଆ [a] ମାଂସ ଆଣି ଶାଉଲଙ୍କ ସମ୍ମୁଖରେ ଟେବୁଲ୍ ଉପରେ ରଖିଲା। ଶାମୁୟେଲ କହିଲେ, “ତୁମ୍ଭେ ତୁମ୍ଭ ଟେବୁଲ୍ରେ ଥିବା ମାଂସ ଖାଅ। ଏହା ତୁମ୍ଭମାନଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ବିଶେଷ ସମୟ ପାଇଁ ଯେତେବେଳେ ଏକତ୍ରିତ ହେବା ପାଇଁ ମୁଁ ଲୋକମାନଙ୍କୁ ଡାକିଲି।” ତା’ପରେ ଶାଉଲ ଶାମୁୟେଲଙ୍କ ସହ ତାଙ୍କର ଖାଦ୍ୟ ଖାଇଲେ।
25 ସେମାନେ ଖାଦ୍ୟ ଖାଇ ସାରିବା ପରେ ସେ ଉପାସନା ସ୍ଥଳରୁ ସହରକୁ ଫେରିଲେ। ଶାମୁୟେଲ ଛାତ ଉପରେ ଶାଉଲଙ୍କ ପାଇଁ ବିଛଣା ତିଆରି କଲେ 26 ଏବଂ ଶାଉଲ ଶୋଇବା ପାଇଁ ଗଲେ।
ତା’ ପରଦିନ ପ୍ରତ୍ୟୁଷରୁ ଶାମୁୟେଲ ଶାଉଲଙ୍କୁ ବିଛଣାରୁ ଉଠାଇଲେ ଏବଂ କହିଲେ, “ଶଯ୍ୟା ତ୍ୟାଗ କର, ମୁଁ ତୁମ୍ଭକୁ ତୁମ୍ଭ ଗନ୍ତବ୍ୟ ସ୍ଥାନକୁ ପଠାଇବି।” ଶାଉଲ ବିଛଣାରୁ ଉଠିଲେ ଶାମୁୟେଲଙ୍କ ସହ ବାହାରକୁ ଗଲେ।
27 ଶାଉଲ, ଦାସ ଏବଂ ଶାମୁୟେଲ ସହର ପ୍ରାନ୍ତରେ ପହଞ୍ଚିବା ସମୟରେ ଶାମୁୟେଲ କହିଲେ, “ଦାସକୁ ଆଗକୁ ଯିବାକୁ କୁହ। ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ବାର୍ତ୍ତା କହିବାକୁ ଗ୍ଭହେଁ।” ତେଣୁ ଦାସ ଆଗରେ ଗ୍ଭଲିଲା।
ଶାମୁୟେଲ ଶାଉଲଙ୍କୁ ଅଭିଷେକ କଲେ
10 ଶାମୁୟେଲ ଏକ ସ୍ୱତନ୍ତ୍ର ତୈଳପାତ୍ର ନେଇ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହେବା ପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସେମାନଙ୍କର ଚତୁର୍ଦ୍ଦିଗର ଶତ୍ରୁମାନଙ୍କଠାରୁ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହେବା ପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ୟତା ପ୍ରତିପାଦନ କରିବ।
ମଣ୍ଡଳୀର ନେତାଗଣ
3 ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ [a] ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି। 2 ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର। 3 ସେ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହୋଇଥିବା କଥା। ସେ ନମ୍ର ଓ ଶାନ୍ତ ହେବା ଦରକାର। 4 ସେ ଧନ ଲୋଭୀ ହୋଇ ନ ଥିବେ, ସେ ନିଜ ପରିବାରକୁ ଉପଯୁକ୍ତ ଭାବରେ ନେତୃତ୍ୱ ଦେଇପାରୁଥିବେ। ତା’ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ୟ ହେଉଥିବେ। 5 ଯଦି ଜଣେ ପରିବାରର ନେତୃତ୍ୱ ଦେଇ ଜାଣି ନାହିଁ, ସେ ପରମେଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେଇ ପାରିବ ନାହିଁ।
6 କିନ୍ତୁ ଜଣେ ଅଧ୍ୟକ୍ଷ ନୂତନ ଶିଷ୍ୟ ହୋଇ ନ ଥିବେ। ନୂତନ ବିଶ୍ୱାସୀଙ୍କୁ ଅଧ୍ୟକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପାରେ। ଏଭଳି ପରିସ୍ଥିତିରେ ତା’ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହୋଇ ଦଣ୍ଡିତ ହେବ। 7 ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।
ମଣ୍ଡଳୀର ସେବକଗଣ
8 ସେହିପରି ମଣ୍ଡଳୀରେ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ସେବକଗଣ ଏଭଳି ଲୋକ ହୋଇଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସେମାନେ ଯାହା କହନ୍ତି, ତାହା ବିଶ୍ୱାସ ଯୋଗ୍ୟ ହେବା ଉଚିତ୍। ଅଧିକ ଦ୍ରାକ୍ଷାରସ ପିଇବାରେ ନିଜ ସମୟ କାଟିବା ଉଚିତ୍ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସେମାନେ ହୋଇ ନ ଥିବେ। 9 ସେମାନେ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ୟର ଅନୁସରଣ କରୁଥିବେ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିବେ।
2010 by World Bible Translation Center