Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 115

115 ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ।
    ମହିମା ତ ତୁମ୍ଭର।
    ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
କାହିଁକି ଅନ୍ୟ ଦେଶୀୟମାନେ କହିବେ
    ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ?
ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି।
    ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି।
ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି।
    ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ।
ସେହି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ।
    ସେମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
ସେମାନଙ୍କର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ।
    ସେମାନଙ୍କର ନାକ ଅଛି କିନ୍ତୁ ଆଘ୍ରାଣ କରି ପାରନ୍ତି ନାହିଁ।
ସେମାନଙ୍କର ହାତ ଅଛି କିନ୍ତୁ ତାହା ସ୍ପର୍ଶ କରି ପାରନ୍ତି ନାହିଁ।
    ସେମାନଙ୍କର ଗୋଡ଼ ଅଛି କିନ୍ତୁ ଗ୍ଭଲିପାରନ୍ତି ନାହିଁ।
    ସେମାନଙ୍କ ଗଳାରୁ କୌଣସି ସ୍ୱର ବାହାରେ ନାହିଁ।
ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ବିଶ୍ୱାସକାରୀମାନେ
    ସେହିପରି ହେବେ!

ହେ ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
10 ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
11 ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ସେମାନଙ୍କର ଶକ୍ତି ଓ ଢାଲ।

12 ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି।
    ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବେ।
    ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରିବେ।
13 ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ
    ଆଶୀର୍ବାଦ କରିବେ।

14 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ
    ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
15 ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ
    ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
16 ସ୍ୱର୍ଗ ସଦାପ୍ରଭୁଙ୍କର
    କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି।
17 ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ।
    ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି।
18 ମାତ୍ର ଆମ୍ଭେମାନେ ଆଜିଠାରୁ ଚିରକାଳ ପର୍ଯ୍ୟନ୍ତ
    ସଦାପ୍ରଭୁଙ୍କର ଧନ୍ୟବାଦ କରିବା।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 5:1-11

ଦବୋରାର ସଙ୍ଗୀତ

ଇସ୍ରାଏଲ ସନ୍ତାନଗଣ ଯେଉଁ ଦିନ ସୀଷରାକୁ ପରାସ୍ତ କଲେ। ସେହି ଦିନ ଦବୋରା ଓ ବାରକ୍ ଅବୀନୋୟମର ପୁତ୍ର ଏହି ସଙ୍ଗୀତ ଗାନ କଲେ।

“ଇସ୍ରାଏଲର ପୁରୁଷମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ।
    ସେମାନେ ସୂତଃସ୍ପୁର୍ତ୍ତ ଭାବରେ ନିଜକୁ ଯୁଦ୍ଧ ପାଇଁ ଉତ୍ସର୍ଗ କଲେ।
ଏଥିପାଇଁ ତୁମେ ସଦାପ୍ରଭୁଙ୍କର ଧନ୍ୟବାଦ କର।

“ହେ, ରାଜଗଣ ଶୁଣ,
    ହେ ଭୂପତି ଗଣ କର୍ଣ୍ଣ ଡେର।
ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
    ମୁଁ ସଦାପ୍ରଭୁଙ୍କର ସଙ୍ଗୀତ ରଚନା କରିବି।
ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର
    ପ୍ରଶଂସା ଗାନ କରିବି।

“ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସେୟୀରରୁ ବାହାରିଲା ବେଳେ,
    ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କଲାବେଳେ ପୃଥିବୀ କମ୍ପିଲା।
ଆକାଶ ବିନ୍ଦୁ ପାତ କଲା
    ମେଘମାଳା ଜଳପାତ କଲା।
ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲା।
    ସୀନୟ ପର୍ବତ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ କମ୍ପନ କଲା!

“ଅନା‌ତ୍‌ର ପୁତ୍ର ଶ‌ମ୍‌ଗର ସମୟରେ
    ଏବଂ ଯାୟେଲ ସମୟରେ ମୁଖ୍ୟ ରାସ୍ତାଗୁଡ଼ିକ ଜନଶୂନ୍ୟ ହେଲା।
    ବେପାରୀମାନେ ଓ ପଥଗ୍ଭରିମାନେ ବକ୍ର ଉପପଥ ଦେଇ ଗମନ କଲେ।

“ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ।
    ମୁଁ ଦବୋରା ଇସ୍ରାଏଲରେ ମାତୃତୁଲ୍ୟ ଉତ୍ପନ୍ନ ନ କରିବା ପର୍ଯ୍ୟନ୍ତ
    ସେମାନେ ଶୂନ୍ୟ ଥିଲେ ।

“ପରମେଶ୍ୱର ନୂତନ ନେତାମାନଙ୍କୁ
    ନଗର ଦ୍ୱାରରେ ଯୁଦ୍ଧ କରିବାକୁ ମନୋନୀତ କଲେ।
ସମଗ୍ର ଇସ୍ରାଏଲର 40,000 ମଧ୍ୟରେ
    ଏକ ବର୍ଚ୍ଛା ବା ଢାଲ ଦେଖାଗଲା ନାହିଁ।

“ମୋର ହୃଦୟ ଇସ୍ରାଏଲର ଆଦେଶକର୍ତ୍ତାଙ୍କଠାରେ ଅଛି,
    ଯିଏ ଯୁଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ,
ସଦାପ୍ରଭୁଙ୍କର ଧନ୍ୟବାଦ କର!

10 “ହେ ଶ୍ୱେତଗର୍ଦ୍ଦଭୀ-ଆରୋହୀମାନେ,
    ହେ ଗାଲିଗ୍ଭରେ ବସିବା ଲୋକମାନେ,
    ହେ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।
11 ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ,
    ଜଳକଢ଼ା ସ୍ଥଳମାନଙ୍କରେ ଲୋକମାନେ ସଦାପ୍ରଭୁଙ୍କର ଧର୍ମକ୍ରିୟା
ଓ ଇସ୍ରାଏଲ ମଧ୍ୟରେ ତାଙ୍କ ଶାସନ ସମ୍ବନ୍ଧୀୟ
    ଧର୍ମକ୍ରିୟା ସଂକୀର୍ତ୍ତନ କରିବେ।
ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ
    ନଗରଦ୍ୱାରକୁ ଓହ୍ଲାଇ ଆସିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:26-40

ତୁମ୍ଭମାନଙ୍କ ସଭାଗୁଡ଼ିକ ମଣ୍ଡଳୀକୁ ସାହାଯ୍ୟ କରିବା ଉଚିତ୍

26 ତା’ହେଲେ, ଭାଇ ଓ ଭଉଣୀମାନେ, ତୁମ୍ଭେ କ’ଣ କରିବା ଉଚିତ୍? ତୁମ୍ଭେ ଯେତେବେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧ୍ୟରେ କେହି ଗୀତ ବା ଶିକ୍ଷା ବା ପରମେଶ୍ୱରଙ୍କ ନୂତନ ସତ୍ୟ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ। 27 ଯଦି କିଏ ଅନ୍ୟ ଭାଷାରେ କହୁଛି, ତା’ହେଲେ ମାତ୍ର ଦୁଇ ବା ତିନି ଜଣ ଲୋକ ଏପରି କହିବା ଉଚିତ୍ ଓ ଅନ୍ୟଜଣେ ସେମାନେ ଯାହାସବୁ କହେ ତା’ର ଅନୁବାଦ କରିବା ଉଚିତ୍। 28 କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାନ୍ତି, ତା’ହେଲେ ଯେଉଁମାନେ ଅନ୍ୟ ଭାଷାରେ କହିବା ପାଇଁ ଇଚ୍ଛା କରନ୍ତି, ସେମାନେ ମଣ୍ଡଳୀ ସଭାରେ ଚୁପ୍ ରହିବା ଉଚିତ୍। ସେ କେବଳ ନିରୋଳାରେ ପରମେଶ୍ୱରଙ୍କ ସହିତ କଥା କହିବା ଉଚିତ୍।

29 ଆହୁରି ମଧ୍ୟ କେବଳ ଦୁଇ ବା ତିନି ଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସେମାନେ ଯାହା କହୁଛନ୍ତି, ସେଗୁଡ଼ିକୁ ପରୀକ୍ଷା କରିବା ଉଚିତ୍। 30 ଯଦି ସେଠାରେ ବସିଥିବା ଜଣେ ଲୋକ ପରମେଶ୍ୱରଙ୍କଠାରୁ ଏକ ନୂତନ ସତ୍ୟ ପାଏ, ତା’ହେଲେ ପ୍ରଥମ ବକ୍ତା ଚୁପ୍ ହୋଇଯିବା ଉଚିତ୍। 31 ଏହିପରି ତୁମ୍ଭେମାନେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସେପରି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହୋଇ ପାରିବେ। 32 ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ୟଦ୍‌‌ବକ୍ତାମାନଙ୍କ ନିୟନ୍ତ୍ରଣରେ ଥା’ନ୍ତି। 33 ପରମେଶ୍ୱର ବିଶୃଙ୍ଖଳାର ପରମେଶ୍ୱର ନୁହନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ୱର ଅଟନ୍ତି।

34 ମଣ୍ଡଳୀର ସଭାମାନଙ୍କରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ୱରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୋଶାଙ୍କ ନିୟମାନୁଯାୟୀ ସେମାନେ ବଶୀଭୂତ ହୋଇ ରହିବା ଉଚିତ୍। 35 ଯଦି ସ୍ତ୍ରୀମାନଙ୍କର କିଛି ଜାଣିବାକୁ ଇଚ୍ଛା ଥାଏ, ତା’ହେଲେ ସେମାନେ ନିଜ ସ୍ୱାମୀଙ୍କୁ ଘରେ ପଗ୍ଭରି ବୁଝି ପାରିବେ। ମଣ୍ଡଳୀ ସଭାରେ ସ୍ତ୍ରୀଲୋକମାନଙ୍କ ପଛେ କିଛି କହିବା ଲଜ୍ଜାଜନକ ଅଟେ।

36 ପରମେଶ୍ୱରଙ୍କ ବାକ୍ୟ କ’ଣ ତୁମ୍ଭମାନଙ୍କଠାରୁ ଆସିଥିଲା କି? ନା। ଅଥବା ସେହି ବାକ୍ୟ କ’ଣ କେବଳ ତୁମ୍ଭମାନଙ୍କ ପାଖରେ ପହଞ୍ଚିଥିଲା? ନା। 37 ଯଦି ଜଣେ ଲୋକ ନିଜକୁ ଭାବବାଦୀ ବୋଲି ମନେ କରେ ବା ସେ ନିଜକୁ ଆଧ୍ୟାତ୍ମିକ ଦାନର ଅଧିକାରୀ ବୋଲି ଭାବେ, ତା’ହେଲେ ସେ ବୁଝି ପାରିବା ଉଚିତ୍ ଯେ, ମୁଁ ଯାହାକିଛି ତୁମ୍ଭମାନଙ୍କୁ ଲେଖୁଛି, ତାହା ପ୍ରଭୁଙ୍କର ଆଦେଶ ଅଟେ। 38 ଯଦି ସେ ଏହା ଜାଣେ ନାହିଁ, ତାହାହେଲେ ସେ ପରମେଶ୍ୱରଙ୍କ ଦ୍ୱାରା ଅଜଣା ଅଟେ।

39 ଅତଏବ, ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଭବିଷ୍ୟଦ୍‌‌ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷାରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ। 40 ପ୍ରତ୍ୟେକ କାମ ଠିକ୍ ଭାବରେ ଓ କ୍ରମାନୁସାରେ କରିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center