Revised Common Lectionary (Semicontinuous)
ଯିଶାଇୟଙ୍କୁ ଭବିଷ୍ୟଦ୍ବକ୍ତା ହେବାକୁ ପରମେଶ୍ୱରଙ୍କ ଆହ୍ୱାନ
6 ଯିହୁଦାର ରାଜା ଉଷିୟଙ୍କ ମୃତ୍ୟୁବର୍ଷରେ ମୁଁ ମୋର ପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହେଲି। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପରେ ଉପବିଷ୍ଟ ହୋଇଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା। 2 ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ସରାଫଗଣ ଛିଡ଼ା ହୋଇଥିଲେ। ପ୍ରତ୍ୟେକ ସରାଫଙ୍କର ଛଅଟି ପକ୍ଷ ଥିଲା। ସେହି ଦେବଦୂତଗଣ ସେମାନଙ୍କର ଦୁଇଟି ପକ୍ଷରେ ମୁଖକୁ ଆଚ୍ଛାଦନ କରିଥିଲେ। ସେମାନେ ମଧ୍ୟ ଦୁଇଟି ପକ୍ଷ ସାହାଯ୍ୟରେ ସେମାନଙ୍କର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବାରେ ଦୁଇଟି ପକ୍ଷ ବ୍ୟବହାର କରୁଥିଲେ। 3 ସେମାନେ ପରସ୍ପରକୁ ଡାକି କହୁଥିଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଧର୍ମମୟ, ଧର୍ମମୟ, ଧର୍ମମୟ। ତାଙ୍କର ମହିମା ସମଗ୍ର ପୃଥିବୀରେ ବ୍ୟାପିଯାଇଛି।” ସେହି ଦେବଦୂତମାନଙ୍କର ସ୍ୱର ଅତି ଉଚ୍ଚ ଥିଲା। 4 ସେତେବେଳେ ଘୋଷଣାକାରୀଙ୍କ ଉଚ୍ଚରବରେ ଦ୍ୱାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।
5 ସେତେବେଳେ ମୁଁ ଭୟଭୀତ ହୋଇ କହିଲି, “ହାୟ! ହାୟ! ମୁଁ ନଷ୍ଟ ହୋଇଗଲି। କାରଣ ମୁଁ ଏତେ ଅପବିତ୍ର ଯେ, ପରମେଶ୍ୱରଙ୍କ ନିକଟରେ କହିବାକୁ ଅଯୋଗ୍ୟ। ପୁଣି ଏପରି ଅଶୁଚି ଲୋକମାନଙ୍କ ମଧ୍ୟରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅଯୋଗ୍ୟ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।”
6 ସେଠାରେ ଯଜ୍ଞବେଦି ଉପରେ ଜ୍ୱଳନ୍ତ ଅଗ୍ନି ଥିଲା। ସେହି ଦୂତଗଣଙ୍କ ମଧ୍ୟରୁ ଜଣେ ଚିମୁଟା ସାହାଯ୍ୟରେ ଗୋଟିଏ ଜ୍ୱଳନ୍ତ କୋଇଲା ଆଣିଲା ଓ ସେହି ଉତ୍ତପ୍ତ ଅଙ୍ଗାର ଧରି ମୋ’ ନିକଟକୁ ରହିଆସିଲା। 7 ସେହି ସରାଫ ଦେବଦୂତ ସେହି ଉତ୍ତପ୍ତ ଅଙ୍ଗାର ସାହାଯ୍ୟରେ ମୋର ମୁଖକୁ ସ୍ପର୍ଶ କଲା। ତା’ପରେ ସେ କହିଲେ, “ଦେଖ! ମୁଁ ଏହି ଜ୍ୱଳନ୍ତ ଅଙ୍ଗାରରେ ତୁମ୍ଭର ଓଷ୍ଠାଧରକୁ ସ୍ପର୍ଶ କଲି କାରଣ ଏହା ଦ୍ୱାରା ତୁମ୍ଭର ଅପରାଧ ଦୂରିଭୂତ ହେଲା ଓ ତୁମ୍ଭେ ପାପରୁ ମୁକ୍ତ ହେଲେ।”
8 ତା’ପରେ ମୁଁ ସଦାପ୍ରଭୁଙ୍କର ସ୍ୱର ଶୁଣିଲି। ସେ କହିଲେ, “ମୁଁ କାହାକୁ ପଠାଇବି? କିଏ ଆମ୍ଭମାନଙ୍କ ପାଇଁ ଯିବ?”
ତେଣୁ ମୁଁ କହିଲି, “ମୁଁ ଏଠାରେ ଅଛି! ମୋତେ ପଠାଅ!”
9 ତା’ପରେ ସଦାପ୍ରଭୁ କହିଲେ, “ଯାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ‘ଯଦିଓ ତୁମ୍ଭେମାନେ ଶୁଣୁଛ, କିନ୍ତୁ ତୁମ୍ଭେମାନେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।’ 10 ସେମାନଙ୍କୁ ବିଭ୍ରାନ୍ତ କର। ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସେହିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ କର ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତରେ ବୁଝି ପାରିବେ। ଲୋକମାନେ ସେମାନଙ୍କର ସର୍ବାନ୍ତକରଣରେ ବୁଝିପାରିବେ। ଏହା କଲେ ସେମାନେ ମୋ’ ନିକଟକୁ ଫେରି ଆସିବେ ଓ ମୋ’ଠାରୁ ସୁସ୍ଥତା ପାଇବେ।”
11 ତା’ପରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, “ପ୍ରଭୋ! ମୁଁ କେତେକାଳ ଏହା କରିବି?”
ସଦାପ୍ରଭୁ ଉତ୍ତର ଦେଲେ, “ଦେଶଗୁଡ଼ିକ ଧ୍ୱଂସ ପାଇବା ପର୍ଯ୍ୟନ୍ତ ଓ ଲୋକମାନେ ସମ୍ପୂର୍ଣ୍ଣ ଲୋପ ହେବା ପର୍ଯ୍ୟନ୍ତ ଏହା କର। ଯେପର୍ଯ୍ୟନ୍ତ ଗୋଟିଏ ହେଲେ ଲୋକ ଗୃହରେ ନ ଥିବା ପର୍ଯ୍ୟନ୍ତ ଓ ଦେଶ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବା ପର୍ଯ୍ୟନ୍ତ ଏହା କରି ଗ୍ଭଲ।”
12 ସଦାପ୍ରଭୁ ସବୁଲୋକଙ୍କୁ ଦୂରକୁ ତଡ଼ି ଦେବେ। ଦେଶରେ ବିସ୍ତୃତ ଅଞ୍ଚଳ ଜନଶୂନ୍ୟ ହେବ। 13 ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ ଓ ଅନ୍ୟମାନେ ଧ୍ୱଂସ ପାଇବେ। ଏମାନେ ଅଲୋନଗଛ ସଦୃଶ ହେବେ। ଅଲୋନ ଗଛ ହଣା ହେଲା ପରେ ତା’ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
ଖ୍ରୀଷ୍ଟଙ୍କର ସୁସମାଗ୍ଭର
15 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦେବାକୁ ଇଚ୍ଛା କରେ। ତୁମ୍ଭେମାନେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ। 2 ତୁମ୍ଭେମାନେ ଏହି ସୁସମାଗ୍ଭର ଦ୍ୱାରା ପରିତ୍ରାଣ ପାଇଛ। କିନ୍ତୁ ମୋ’ କହିଥିବା କଥାଗୁଡ଼ିକୁ ତୁମ୍ଭେମାନେ ବିଶ୍ୱାସ କରି ଗ୍ଭଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ।
3 ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ। 4 ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନରେ ସେ ମୃତ୍ୟୁରୁ ଉଠିଲେ। 5 ସେ କେଫାଙ୍କୁ ଓ ତା’ପରେ ବାରଜଣ ପ୍ରେରିତଙ୍କୁ ଦେଖା ଦେଲେ। 6 ତା’ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦେଖାଦେଇଥିଲେ। ତାହାଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଜି ମଧ୍ୟ ଜୀବିତ। କିନ୍ତୁ କେତେକ ମରି ଯାଇଛନ୍ତି। 7 ତା’ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ରେରିତମାନଙ୍କୁ ଆଉଥରେ ଦେଖା ଦେଲେ। 8 ଯଥା ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମୋତେ ସର୍ବ ଶେଷରେ ଦେଖା ଦେଲେ।
9 ମୁଁ ସମସ୍ତ ପ୍ରେରିତମାନଙ୍କ ମଧ୍ୟରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମୋର ପ୍ରେରିତ ବୋଲି ଡକା ଯିବାର ଯୋଗ୍ୟତା ମଧ୍ୟ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଛି। 10 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ମୁଁ ଆଜି ଏହା ହୋଇପାରିଛି। ମୋ’ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହୋଇ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ରେରିତଙ୍କ ତୁଳନାରେ କଠୋର ପରିଶ୍ରମ କରିଛି। ମୁଁ ପ୍ରକୃତରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଏହା କରିପାରିଛି। 11 ମୁଁ ତୁମ୍ଭକୁ ପ୍ରଗ୍ଭର କରେ ବା ଅନ୍ୟମାନେ ପ୍ରଗ୍ଭର କରନ୍ତି, ସେଥିରେ କିଛି ଯାଏ ଆସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଗ୍ଭର କରିଥାଉ। ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଅଛ।
ପିତର, ଯାକୁବ ଓ ଯୋହନ ଯୀଶୁଙ୍କୁ ଅନୁସରଣ କଲେ(A)
5 ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ। 2 ଯୀଶୁ ହ୍ରଦ କୂଳରେ ଦୁଇଟି ଡଙ୍ଗା ଥୁଆ ହୋଇଥିବାର ଦେଖିଲେ। କେଉଟମାନେ ସେହି ଡଙ୍ଗାରୁ ଓହ୍ଲେଇ ତାହାଙ୍କ ଜାଲ ଧୋଉଥିଲେ। 3 ଯୀଶୁ ସେଥିରୁ ଗୋଟିଏ ଡଙ୍ଗାରେ ଚଢ଼ିଗଲେ। ସେ ଡଙ୍ଗାଟି ଶିମୋନ [a]ଙ୍କର ଥିଲା। ଯୀଶୁ ଡଙ୍ଗାଟିକୁ କୂଳଠାରୁ ଅଳ୍ପ ଟିକିଏ ଭିତହକୁ ନେବାକୁ ଶିମୋନଙ୍କୁ କହିଲେ। ତା’ପରେ ସେ ଡଙ୍ଗାଟିରେ ବସି ପଡ଼ିଲେ ଓ ସେହି ଡଙ୍ଗା ଉପରେ ଥାଇ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ।
4 ଉପଦେଶ ଦେଇ ସାରିବା ପରେ ଯୀଶୁ ଶିମୋନଙ୍କୁ କହିଲେ, “ଡଙ୍ଗାକୁ ଗଭୀର ଜଳକୁ ନେଇ ଗ୍ଭଲ। ପାଣିରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକେଇବ, ତେବେ କିଛି ମାଛ ଧରିବ।”
5 ଶିମୋନ କହିଲେ, “ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭେମାନେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।” 6 କେଉଟମାନେ ସେମାନଙ୍କର ଜାଲ ପାଣିରେ ପକେଇଲେ। ତାହାଙ୍କର ଜାଲସବୁ ଏତେ ମାଛରେ ବୋଝେଇ ହୋଇଗଲା ଯେ ଜାଲସବୁ ଛିଣ୍ଡି ଯିବାକୁ ଲାଗିଲା। 7 ସେମାନେ ସାହାଯ୍ୟ ନିମନ୍ତେ ଅନ୍ୟ ଡଙ୍ଗାରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛରେ ଏତେ ଭର୍ତ୍ତି ହୋଇଗଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡ଼ିଯିବାକୁ ଲାଗିଲା।
8-9 ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।” 10 ଜେବଦୀଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଶିମୋନଙ୍କ ସାଙ୍ଗରେ ଏକାଠି କାମ କରୁଥିଲେ।
ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ। ବର୍ତ୍ତମାନଠାରୁ ତୁମ୍ଭେମାନେ ମାଛ ବଦଳରେ ମଣିଷକୁ ସଂଗ୍ରହ କରିବା କାମ କରିବ।”
11 ତା’ପରେ ସେମାନେ ସେମାନଙ୍କର ଡଙ୍ଗାଗୁଡ଼ିକୁ କୂଳକୁ ଆଣିଲେ। ସେମାନେ ସବୁକିଛି ତ୍ୟାଗ କରିଦେଇ ଯୀଶୁଙ୍କ ଅନୁଗମନ କଲେ।
2010 by World Bible Translation Center