Revised Common Lectionary (Semicontinuous)
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
ଯିହୋଶୂୟ ନୂତନ ଅଧିପତି
12 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯର୍ଦ୍ଦନ ନଦୀର ପୂର୍ବରେ ଥିବା ଏହି ଅବାରୀମ ପର୍ବତ ଆରୋହଣ କର, ଆମ୍ଭେ ଇସ୍ରାଏଲ ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛୁ ତାହା ନିରୀକ୍ଷଣ କର। 13 ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ୟ ତୁମ୍ଭେ ମଧ୍ୟ ତୁମ୍ଭ ପୂର୍ବପୁରୁଷଗଣ ନିକଟକୁ ଯିବ। 14 ମନେପକାଅ, ଯେତେବେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କ୍ରୋଧିତ ହେଲେ, ତୁମ୍ଭେ ଓ ହାରୋଣ ମୋର ଆଜ୍ଞା ଅମାନ୍ୟ କଲ। ତୁମ୍ଭେମାନେ ମୋର ପବିତ୍ରତାକୁ ଲୋକଙ୍କ ସମ୍ମୁଖରେ ସମ୍ମାନ କଲ ନାହିଁ।” (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧ୍ୟରେ ଘଟଣା କ୍ରମେ ହେବ।)
15 ଅନନ୍ତର ମୋଶା ସଦାପ୍ରଭୁଙ୍କୁ କହିଲେ, 16 “ସଦାପ୍ରଭୁ ପ୍ରତ୍ୟେକ ପ୍ରାଣୀ ସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନୟ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିଯୁକ୍ତ କରନ୍ତୁ। 17 ମୁଁ ତୁମ୍ଭଙ୍କୁ ବିନୟ କରୁଛି ଏକ ପ୍ରତିନିଧି ବାଛିବାକୁ, ଯିଏ ସେମାନଙ୍କୁ ଆଗେଇ ନେବ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହି ପ୍ରକାରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମେଷପଲ ତୁଲ୍ୟ ହେବେ ନାହିଁ।”
18 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ନୂନର ପୁତ୍ର ଯିହୋଶୂୟକୁ ନିଅ, ସେ ଉପଯୁକ୍ତ ବ୍ୟକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ। 19 ଆଉ ସମସ୍ତ ମଣ୍ତଳୀ ଓ ଯାଜକ ଇଲିୟାସର ସମ୍ମୁଖରେ ତାହାଙ୍କୁ ଉପସ୍ଥିତ କରାଅ ଓ ତାଙ୍କୁ ତା’ର ଆଦେଶ ଦିଅ।
20 “ତାଙ୍କୁ ତୁମ୍ଭେ ଆପଣାର କିଛି ଅଧିକାର ଦିଅ ଯେପରି ସମସ୍ତ ଇସ୍ରାଏଲର ଲୋକମାନେ ତାଙ୍କୁ ମାନିବେ। 21 ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ, ଇଲିୟାସର ତାହା ପାଇଁ ଊରୀମର ବିଗ୍ଭର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେ ପଗ୍ଭରିବ; ତେବେ ସମୁଦାୟ ମଣ୍ତଳୀ ‘ବାହାରକୁ ଯିବେ’ ଓ ତାଙ୍କର ‘ଆଜ୍ଞା ଅନୁସାରେ ଆସିବେ।’”
22 ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପ୍ରତ୍ୟେକ କର୍ମ କଲେ; ସେ ଯିହୋଶୂୟଙ୍କୁ ଯାଜକ ଇଲିୟାସର ସମ୍ମୁଖରେ ଓ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ। 23 ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାହାଙ୍କୁ ଆଜ୍ଞା ଦେଲେ।
ଯିରୁଶାଲମରେ ଶାଉଲ
26 ଶାଉଲ ଯିରୁଶାଲମରେ ପହଞ୍ଚି ବିଶ୍ୱାସୀ ଶିଷ୍ୟମାନଙ୍କ ସହିତ ଯୋଗଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତରେ ଯୀଶୁଙ୍କର ଶିଷ୍ୟ ହୋଇଅଛନ୍ତି, ଏହା ଶିଷ୍ୟମାନେ ବିଶ୍ୱାସ କଲେ ନାହିଁ। 27 ମାତ୍ର ବର୍ଣ୍ଣବ୍ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କ ପାଖକୁ ଗଲେ। ଦମ୍ମେସକକୁ ଯିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ରେରିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମେସକରେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମରେ ପ୍ରଗ୍ଭର କରିଥିଲେ, ଏହା ସବୁ ମଧ୍ୟ ସେ ସେମାନଙ୍କୁ ବୁଝାଇ ଦେଲେ।
28 ତା’ପରେ ଶାଉଲ ସେମାନଙ୍କ ସହିତ ରହି, ଯିରୁଶାଲମର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କର ନାମରେ ସାହସର ସହିତ ପ୍ରଗ୍ଭର କଲେ। 29 ସେ ଗ୍ରୀକ୍ ଭାଷାଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏବଂ ବାଦାନୁବାଦ ମଧ୍ୟ କରୁଥିଲେ। କିନ୍ତୁ ସେମାନେ ତାହାଙ୍କୁ ମାରିବା ପାଇଁ ଚେଷ୍ଟା କଲେ। 30 ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇଦେଲେ।
31 ଏହା ଦ୍ୱାରା ଯିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ୱାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ରଆତ୍ମାର ସହାୟତା ପାଇ ସେମାନେ ରହୁଥିଲେ।
2010 by World Bible Translation Center