Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 56

ପ୍ରଧାନ ବାଦ୍ୟକର ପାଇଁ ଯୋନତ୍-ଏଲମ୍ ରହୋକୀମ୍ ସ୍ୱରରେ ଦାଉଦଙ୍କ ଗୀତ। ପଲେଷ୍ଟୀୟମାନେ ତାହାଙ୍କୁ ଗାଥ୍ ନଗରରେ ଧରିବା ସମୟରେ ରଚିତ ଦାଉଦଙ୍କର ଏକ ମିକ୍ତାମ୍।

56 ହେ ପରମେଶ୍ୱର, ମୋତେ ଦୟା କର।
    ଲୋକମାନେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ କଲେ।
    ସେମାନେ ନିରନ୍ତର ଭାବରେ ମୋତେ ଅନୁଧାବନ କରୁଛନ୍ତି ଓ ଯୁଦ୍ଧ କରି ଆସୁଛନ୍ତି।
ମୋର ଶତ୍ରୁମାନେ ନିରନ୍ତର ଭାବରେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ,
    ସେହି ଯୋଦ୍ଧାମାନଙ୍କର ସଂଖ୍ୟା ବହୁତ।
ହେ ସର୍ବୋପରିସ୍ଥ ପରମେଶ୍ୱର,
ମୁଁ ଭୀତ ହେବା ସମୟରେ
    ତୁମ୍ଭ ଉପରେ ନିର୍ଭର କରେ।
ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
    ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ।
ମୁଁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ, ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ ମୋତେ କ’ଣ କରି ପାରିବେ?
ମୋର ଶତ୍ରୁମାନେ ମୋର କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି।
    ସେମାନେ ମୋତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି।
ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି
    ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି।
କାରଣ ସେମାନଙ୍କର ଅଧର୍ମ ପାଇଁ, ସେମାନଙ୍କୁ ପଳାଇ ଯିବାକୁ ଦିଅ ନାହିଁ।
    ପରମେଶ୍ୱର! ତୁମ୍ଭ କ୍ରୋଧରେ ସେହି ଜାତିଗଣକୁ ନିମ୍ନ ଆଡ଼କୁ ନେଇଆସ।
ତୁମ୍ଭେ ନିଶ୍ଚୟ ମୋର ଦୁଃଖର ହିସାବ ରଖିଥିବି।
    ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ଯେ, ମୁଁ କେତେ କ୍ରନ୍ଦନ କଲି।
    ନିଶ୍ଚିତରେ ତୁମ୍ଭେ ମୋର ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ।

ମୁଁ ଜାଣେ କେତେବେଳେ ମୁଁ ସାହାଯ୍ୟ ପାଇଁ ଡାକିବି, ମୋର ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ।
    ମୁଁ ତାହା ଜାଣେ କାରଣ ତୁମ୍ଭେ ମୋର ପରମେଶ୍ୱର।
10 ମୁଁ ପରମେଶ୍ୱରଙ୍କ ବାକ୍ୟର ପ୍ରଶଂସା କରିବି।
    ସଦାପ୍ରଭୁ ମୋତେ କରିଥିବା ପ୍ରତିଜ୍ଞା ପାଇଁ ମୁଁ ତାଙ୍କର ପ୍ରଶଂସା କରିବି।
11 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
    ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ ମୋର କ’ଣ କରିବେ!

12 ହେ ପରମେଶ୍ୱର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି।
    ମୁଁ ତୁମ୍ଭକୁ ଧନ୍ୟବାଦ ରୂପକ ନୈବେଦ୍ୟ ଦେବି।
13 କାରଣ ତୁମ୍ଭେ ମୋତେ ମୃତ୍ୟୁମୁଖରୁ ରକ୍ଷା କରିଛ,
    ମୋତେ ପରାସ୍ତ ହେବାରୁ ଉଦ୍ଧାର କରିଛ।
ତେଣୁ ମୁଁ ପରମେଶ୍ୱରଙ୍କ ଉପସ୍ଥିତିରେ ଗ୍ଭଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ୟ।
    ଯେଉଁ ରଶ୍ମି ମୋତେ ଜୀବନ ପ୍ରଦାନ କରିଅଛି, ସେହି ପରମେଶ୍ୱରଙ୍କ ପାଇଁ ବଞ୍ଚିବି।

ରାଜାବଳୀର ଦ୍ୱିତୀୟ ପୁସ୍ତକ 5:1-14

ନାମାନଙ୍କ ସମସ୍ୟା

ଅରାମୀୟ ରାଜାଙ୍କର ନାମାନ୍ ନାମରେ ଜଣେ ସେନାପତି ଥିଲେ। ସେ ତା’ର ମୁନିବ ପ୍ରତି ମହତ୍ତ୍ୱପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାଯ୍ୟରେ ଅରାମୀୟମାନଙ୍କୁ ବିଜୟ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ଼ ଚର୍ମ ରୋଗରେ ଆକ୍ରାନ୍ତ ଥିଲେ।

ଅରାମୀୟମାନେ ସୈନ୍ୟଦଳ ଦ୍ୱାରା ଇସ୍ରାଏଲ ବିରୁଦ୍ଧରେ ଲଢ଼ୁଥିଲେ। ସେମାନେ ସେମାନଙ୍କର ଦାସ କରିବାକୁ ଇସ୍ରାଏଲରୁ ଘେନି ଆସୁଥିଲେ। ଏକ ସମୟରେ ସେମାନେ ଗୋଟିଏ ଛୋଟ ବାଳିକା ନେଇ ଆସିଥିଲେ। ସେହି ବାଳିକାଟି ନାମା‌ନଙ୍କ ଭାର୍ଯ୍ୟାର ଦାସୀ ହେଲା। ଅନନ୍ତର ସେହି ବାଳିକା ନିଜର କର୍ତ୍ତାଙ୍କୁ କହିଲା, “ମୁଁ ଆଶା କରୁଛି ମୋର ମହାଶୟ ନାମା‌ନ୍‌ ଯଦି ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିୟାରେ ବାସ କରୁଛନ୍ତି। ସେ ନିଶ୍ଚୟ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।”

ନାମାନ୍ ନିଜର ପ୍ରଭୁ ଅରା‌ମ୍‌ର ରାଜାଙ୍କ ନିକଟକୁ ଯାଇ ଇସ୍ରାଏଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।

ତା’ପରେ ଅରା‌ମ୍‌ର ରାଜା କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।”

ତହୁଁ ସେ ଗଲାବେଳେ ଦଶ ତାଳନ୍ତ ରୂପା 6000 ସୁନା ଖଣ୍ତ ଓ ଦଶ ସାଜ ପୋଷାକ ଉପହାର ସ୍ୱରୂପ ସଙ୍ଗରେ ନେଲେ। ନାମାନ୍ ଇସ୍ରାଏଲର ରାଜାଙ୍କ ନିକଟକୁ ଅରାମ୍ ରାଜାଙ୍କଠାରୁ ଖଣ୍ଡେ ପତ୍ର ନେଲେ। ଚିଠିରେ ଲେଖାଥିଲା, “ମୁଁ ମୋର ଦାସ ନାମା‌ନଙ୍କୁ ତୁମ୍ଭ ପାଖକୁ ପଠାଇଲି। ଦୟାକରି ତାକୁ ଚର୍ମ ରୋଗରୁ ଆରୋଗ୍ୟ କର।”

ଇସ୍ରାଏଲର ରାଜା ଯେତେବେଳେ ଚିଠିଟି ପାଠ କଲେ ସେ ଦୁଃଖରେ ନିଜର ବସ୍ତ୍ରକୁ ଚିରି କହିଲେ, “ମୁଁ ସଦାପ୍ରଭୁ ଯିଏ ମୃତ ଓ ଜନ୍ମ ଦେବା ମୋର ଅଧୀନରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହେବ ବୋଲି ଅରାମ୍ ରାଜା ମୋ’ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନୟ କରୁଛି, ତୁମ୍ଭେମାନେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।”

ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ସେ ଜାଣିବ।”

ତେଣୁ ନାମାନ୍ ନିଜର ଅଶ୍ୱ ଓ ରଥାଦି ସହିତ ଇଲୀଶାୟଙ୍କ ଗୃହକୁ ଆସିଲେ। ସେ ଦ୍ୱାର ନିକଟରେ ଠିଆ ହେଲେ। 10 ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, “ଯାଅ, ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”

11 ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଗ୍ଭଲିଗଲେ। ସେ କହିଲେ “ମୁଁ ଭାବିଥିଲି ସେ ବାହାରି ଆସି ଥା’ନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମରେ ଡାକି ଥା’ନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମୋତେ ଆରୋଗ୍ୟ କରିଥା’ନ୍ତା। 12 ଇସ୍ରାଏଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଅବାନା ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀରେ ସ୍ନାନ କରି କାହିଁକି ଶୁଚି ନ ହେବି?” ତେଣୁ ସେ ରାଗି ଗ୍ଭଲିଗଲେ।

13 କିନ୍ତୁ ନାମା‌ନ୍‌ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, “ହେ ପିତା, ଯଦି ଭବିଷ୍ୟ‌ଦ୍‌ବକ୍ତା କିଛି ବଡ଼ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ’ଣ ତାହା କରି ନ ଥା’ନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ ‘ସ୍ନାନ କର ଏବଂ ଶୁଚି ହୁଅ।’”

14 ତେଣୁ ନାମାନ୍ ପରମେଶ୍ୱରଙ୍କ ଲୋକର ବାକ୍ୟାନୁସାରେ ଗଲେ ଓ ଯର୍ଦ୍ଦନ ନଦୀରେ ନିଜକୁ ସାତଥର ବୁଡ଼ାଇଲେ। ଏଥିରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ୟ କୋମଳ ହେଲା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:13-25

13 ଅତଏବ, ଯିଏ ଅନ୍ୟ ଭାଷାରେ କହୁଛି, ସେ ଯେପରି ତାହା ବୁଝାଇ ପାରିବ, ଏଥିପାଇଁ ପ୍ରାର୍ଥନା କରିବା ଉଚିତ୍। 14 ଯଦି ମୁଁ ଅନ୍ୟ ଭାଷାରେ ପ୍ରାର୍ଥନା କରୁଛି, ତା’ହେଲେ ମୋର ଆତ୍ମା ପ୍ରାର୍ଥନା କରେ, ମୋର ବୁଦ୍ଧି କିଛି କରେ ନାହିଁ। 15 ତାହାହେଲେ ମୋର କ’ଣ କରିବା ଉଚିତ୍? ମୁଁ ମୋହର ଆତ୍ମା ଦ୍ୱାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ୱାରା ମଧ୍ୟ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ୱାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ୟ ସ୍ତୁତିଗାନ କରିବି। 16 ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ? 17 ତୁମ୍ଭେମାନେ ପରମେଶ୍ୱରଙ୍କୁ ପ୍ରକୃତରେ ଭଲ ଭାବରେ ଧନ୍ୟବାଦ ଜଣାଉଛ, କିନ୍ତୁ ତା’ଦ୍ୱାରା ଅନ୍ୟ ଲୋକ ଆଧ୍ୟାତ୍ମିକ ଲାଭ ପାଉ ନାହିଁ।

18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି। 19 କିନ୍ତୁ ମଣ୍ଡଳୀରେ ଅନ୍ୟ ଭାଷାରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସେମାନେ ବୁଝୁଥିବା ପାଞ୍ଚୋଟି କଥା କହିବାକୁ ଭଲ ପାଏ। ଏହା ଦ୍ୱାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେଇ ପାରିବି।

20 ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ। 21 ଶାସ୍ତ୍ରରେ ଲେଖାଅଛି:

“ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା
    ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା
ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା,
    ତଥାପି ଏହି ଲୋକମାନେ ଆମ୍ଭକଥା ଶୁଣିବେ ନାହିଁ।” (A)

ଏହା ପରମେଶ୍ୱର କହନ୍ତି

22 ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ। 23 ଯଦି ସମସ୍ତ ମଣ୍ଡଳୀ ସମବେତ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷାରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ୱାସୀ ଲୋକମାନେ ଆସନ୍ତି, ସେମାନେ ଯଦି ବୁଝି ନ ପାରନ୍ତି, ତାହାହେଲେ ସେମାନେ ତୁମ୍ଭକୁ ପାଗଳ କହିବେ। 24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ ତେବେ ତା’ର ଦୋଷ ତୁମ୍ଭକୁ ଦେଖାଯିବ ଓ ତୁମ୍ଭ କଥା ଦ୍ୱାରା ସେ ବିଗ୍ଭରିତ ହେବ। 25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହେବ, ସେଥିରେ ସେ ମସ୍ତକ ନତକରି ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ପରମେଶ୍ୱରଙ୍କ ଉପାସନା କରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center