Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 56

ପ୍ରଧାନ ବାଦ୍ୟକର ପାଇଁ ଯୋନତ୍-ଏଲମ୍ ରହୋକୀମ୍ ସ୍ୱରରେ ଦାଉଦଙ୍କ ଗୀତ। ପଲେଷ୍ଟୀୟମାନେ ତାହାଙ୍କୁ ଗାଥ୍ ନଗରରେ ଧରିବା ସମୟରେ ରଚିତ ଦାଉଦଙ୍କର ଏକ ମିକ୍ତାମ୍।

56 ହେ ପରମେଶ୍ୱର, ମୋତେ ଦୟା କର।
    ଲୋକମାନେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ କଲେ।
    ସେମାନେ ନିରନ୍ତର ଭାବରେ ମୋତେ ଅନୁଧାବନ କରୁଛନ୍ତି ଓ ଯୁଦ୍ଧ କରି ଆସୁଛନ୍ତି।
ମୋର ଶତ୍ରୁମାନେ ନିରନ୍ତର ଭାବରେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ,
    ସେହି ଯୋଦ୍ଧାମାନଙ୍କର ସଂଖ୍ୟା ବହୁତ।
ହେ ସର୍ବୋପରିସ୍ଥ ପରମେଶ୍ୱର,
ମୁଁ ଭୀତ ହେବା ସମୟରେ
    ତୁମ୍ଭ ଉପରେ ନିର୍ଭର କରେ।
ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
    ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ।
ମୁଁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ, ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ ମୋତେ କ’ଣ କରି ପାରିବେ?
ମୋର ଶତ୍ରୁମାନେ ମୋର କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି।
    ସେମାନେ ମୋତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି।
ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି
    ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି।
କାରଣ ସେମାନଙ୍କର ଅଧର୍ମ ପାଇଁ, ସେମାନଙ୍କୁ ପଳାଇ ଯିବାକୁ ଦିଅ ନାହିଁ।
    ପରମେଶ୍ୱର! ତୁମ୍ଭ କ୍ରୋଧରେ ସେହି ଜାତିଗଣକୁ ନିମ୍ନ ଆଡ଼କୁ ନେଇଆସ।
ତୁମ୍ଭେ ନିଶ୍ଚୟ ମୋର ଦୁଃଖର ହିସାବ ରଖିଥିବି।
    ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ଯେ, ମୁଁ କେତେ କ୍ରନ୍ଦନ କଲି।
    ନିଶ୍ଚିତରେ ତୁମ୍ଭେ ମୋର ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ।

ମୁଁ ଜାଣେ କେତେବେଳେ ମୁଁ ସାହାଯ୍ୟ ପାଇଁ ଡାକିବି, ମୋର ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ।
    ମୁଁ ତାହା ଜାଣେ କାରଣ ତୁମ୍ଭେ ମୋର ପରମେଶ୍ୱର।
10 ମୁଁ ପରମେଶ୍ୱରଙ୍କ ବାକ୍ୟର ପ୍ରଶଂସା କରିବି।
    ସଦାପ୍ରଭୁ ମୋତେ କରିଥିବା ପ୍ରତିଜ୍ଞା ପାଇଁ ମୁଁ ତାଙ୍କର ପ୍ରଶଂସା କରିବି।
11 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
    ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ ମୋର କ’ଣ କରିବେ!

12 ହେ ପରମେଶ୍ୱର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି।
    ମୁଁ ତୁମ୍ଭକୁ ଧନ୍ୟବାଦ ରୂପକ ନୈବେଦ୍ୟ ଦେବି।
13 କାରଣ ତୁମ୍ଭେ ମୋତେ ମୃତ୍ୟୁମୁଖରୁ ରକ୍ଷା କରିଛ,
    ମୋତେ ପରାସ୍ତ ହେବାରୁ ଉଦ୍ଧାର କରିଛ।
ତେଣୁ ମୁଁ ପରମେଶ୍ୱରଙ୍କ ଉପସ୍ଥିତିରେ ଗ୍ଭଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ୟ।
    ଯେଉଁ ରଶ୍ମି ମୋତେ ଜୀବନ ପ୍ରଦାନ କରିଅଛି, ସେହି ପରମେଶ୍ୱରଙ୍କ ପାଇଁ ବଞ୍ଚିବି।

ରାଜାବଳୀର ପ୍ରଥମ ପୁସ୍ତକ 17:8-16

ତତ୍ପରେ ସଦାପ୍ରଭୁ ଏଲିୟକୁ କହିଲେ, “ସୀଦୋନର ସାରିଫ‌ତ୍‌କୁ ଯାଇ ସେଠାରେ ବାସ କର। ସେଠାରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।”

10 ତେଣୁ ଏଲିୟ ସାରିଫ‌ତ୍‌କୁ ଗଲେ। ସେ ନଗର ଦ୍ୱାର ନିକଟରେ ଏକ ବିଧବା ସ୍ତ୍ରୀକୁ କାଠ ସଂଗ୍ରହ କରୁଥିବାର ଦେଖିଲେ। ଏଲିୟ ତାକୁ କହିଲେ, “ତୁମ୍ଭ ପାତ୍ରରେ କିଛି ଜଳ ପିଇବାକୁ ଆଣ।” 11 ସେ ପାଣି ଆଣିବାକୁ ଯାଉଥିବା ବେଳେ ଏଲିୟ ପୁନର୍ବାର ଡାକି କହିଲେ, “ମୋର ଅନୁରୋଧ ମୋ’ ପାଇଁ ଖଣ୍ଡେ ରୋଟୀ ମଧ୍ୟ ଆଣ।”

12 ବିଧବାଟି ଉତ୍ତର ଦେଲା, “ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୋ’ ପାଖରେ ଖଣ୍ଡେ ହେଲେ ‌ରୋଟୀ ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମୋ’ ପାଇଁ ଓ ମୋ’ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା’ପରେ କ୍ଷୁଧାରେ ମରିବୁ।”

13 ଏଲିୟ ସେହି ବିଧବାକୁ କହିଲେ, “ଦୁଃଖ କର ନାହିଁ। ଘରକୁ ଯାଇ ତୁମ୍ଭ କହିବାନୁସାରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ ଛୋଟ ପିଠା କରି ମୋ’ ନିକଟକୁ ଆଣ। ତା’ପରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର। 14 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯେପର୍ଯ୍ୟନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ଯ୍ୟନ୍ତ କଳସରେ ମଇଦା ଶୂନ୍ୟ ହେବ ନାହିଁ କି ପାତ୍ରରେ ତୈଳର ଅଭାବ ରହିବ ନାହିଁ।’”

15 ତେଣୁ ସେ ସ୍ତ୍ରୀଲୋକଟି ଘରକୁ ଗଲା ଓ ଏଲିୟଙ୍କ ବାକ୍ୟାନୁସାରେ କାର୍ଯ୍ୟ କଲା। ଏଲିୟ, ସେହି ସ୍ତ୍ରୀଲୋକ ଓ ତା’ର ପୁତ୍ର ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଯଥେଷ୍ଟ ଭୋଜନ କରିବାକୁ ଥିଲା। 16 ସେହି ମଇଦା କଳସ ଓ ତୈଳପାତ୍ର କେବେ ଶୂନ୍ୟ ହେଲା ନାହିଁ। ସଦାପ୍ରଭୁ ଏଲିୟ ମାଧ୍ୟମରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:6-16

ପରମେଶ୍ୱରଙ୍କ ଜ୍ଞାନ

ଯେଉଁମାନେ ଅଭିଜ୍ଞ ଆମ୍ଭେ ସେହିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ଯୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି। କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହେବା ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ୱର ଏହି ଜ୍ଞାନର ଯୋଜନା କରିଥିଲେ। ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସେମାନେ ବୁଝି ଥାଆନ୍ତେ, ତାହାହେଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶବିଦ୍ଧ କରି ମାରି ନ ଥା’ନ୍ତେ। କିନ୍ତୁ ଶାସ୍ତ୍ରମାନଙ୍କରେ ଏହିପରି ଲେଖା ଅଛି:

“କୌଣସି ଆଖି ଦେଖି ନାହିଁ।
    କୌଣସି କାନ ଶୁଣି ନାହିଁ।
କେହିହେଲେ କଳ୍ପନା କରି ନାହିଁ;
    ଯେ, ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ପାଇଁ ପରମେଶ୍ୱର କ’ଣ ପ୍ରସ୍ତୁତ କରି ରଖିଛନ୍ତି।” (A)

10 କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି।

ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି। 11 କୌଣସି ମନୁଷ୍ୟ ଏକ ମନୁଷ୍ୟର ମନକଥା ଜାଣିପାରେ ନାହିଁ। କେବଳ ମଣିଷ ଭିତରେ ଥିବା ଆତ୍ମା ତା’ର ମନକଥା ଜାଣି ପାରନ୍ତି। ସେହିଭଳି ପରମେଶ୍ୱରଙ୍କ ମନକଥା ତାଙ୍କରି ଆତ୍ମା ବ୍ୟତୀତ କିଏ ଜାଣି ପାରିବ? 12 ଆମ୍ଭେ ଜଗତର ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।

13 ସେ ଗୁଡ଼ିକୁ କହିଲା ବେଳେ ମନୁଷ୍ୟର କଳ୍ପିତ ଜ୍ଞାନର ବାକ୍ୟ କହୁ ନାହୁଁ, ବରଂ ଆମ୍ଭେ ଆତ୍ମା ଦ୍ୱାରା ଶିଖିଥିବା ବାକ୍ୟ କହୁ। ଆମ୍ଭେ ଆତ୍ମିକ ବିଷୟ ବୁଝାଇବା ପାଇଁ ପବିତ୍ରଆତ୍ମାଙ୍କ ବାକ୍ୟ ବ୍ୟବହାର କରୁ। 14 ଯେଉଁ ଲୋକ ଆଧ୍ୟାତ୍ମିକ ନୁହେଁ, ସେ ପରମେଶ୍ୱରଙ୍କ ଆତ୍ମିକ ସତ୍ୟଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟ ଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ୟଗୁଡ଼ିକୁ ବୁଝିପାରେ ନାହିଁ, କାରଣ ସେଗୁଡ଼ିକୁ କେବଳ ଆଧ୍ୟାତ୍ମିକ ଭାବରେ ବିଗ୍ଭର କରି ହେବ। 15 କିନ୍ତୁ ଜଣେ ଆଧ୍ୟାତ୍ମିକ ଲୋକ ପ୍ରତ୍ୟେକ ବିଷୟର ଉଚିତ୍ ମୂଲ୍ୟାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ୱାରା ବିଗ୍ଭରିତ ହୋଇ ପାରିବ ନାହିଁ। 16 ଶାସ୍ତ୍ର କୁହେ:

“ପ୍ରଭୁଙ୍କ ମନ କିଏ ଜାଣି ଅଛି?
    କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?” (B)

କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center