Revised Common Lectionary (Semicontinuous)
ଲାମଦ୍
89 ହେ ସଦାପ୍ରଭୁ, ତୁମ୍ଭର ବାକ୍ୟ ସର୍ବଦା ପାଇଁ ସ୍ୱର୍ଗରେ ସଂସ୍ଥାପିତ ଅଛି।
90 ତୁମ୍ଭର ବିଶ୍ୱସ୍ତତା ବଂଶାନୁକ୍ରମେ ଗ୍ଭଲିବ।
ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।
91 ତୁମ୍ଭର ବ୍ୟବସ୍ଥା ଯୋଗୁଁ ସ୍ୱର୍ଗ ଓ ପୃଥିବୀ ଆଜି ପର୍ଯ୍ୟନ୍ତ ଗ୍ଭଲୁ ରହିଛି।
କାରଣ ସବୁକିଛି ତୁମ୍ଭର ଦାସମାନେ।
92 ଯଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥା’ନ୍ତି,
ମୁଁ ଆପଣା କଷ୍ଟରେ ବିନଷ୍ଟ ହୋଇଥା’ନ୍ତି।
93 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ।
କାରଣ ସେମାନଙ୍କ ଦ୍ୱାରା ମୋତେ ତୁମ୍ଭେ ଜୀବିତ ରହିବାକୁ ଦିଅ।
94 ମୁଁ ତୁମ୍ଭର, ତେଣୁ ମୋତେ ରକ୍ଷା କର।
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ୱେଷଣ କରିଅଛ।
95 ଦୁଷ୍ଟ ଲୋକମାନେ ମୋତେ ଧ୍ୱଂସ କରିବାକୁ ଅପେକ୍ଷା କରୁଛନ୍ତି,
କିନ୍ତୁ ମୁଁ ତୁମ୍ଭର ବାକ୍ୟ ବିଷୟରେ ଭାବିବି।
96 ମୁଁ ଦେଖିଅଛି ଯେ, ସବୁ ଜିନିଷର ତା’ର ସୀମା ରହିଅଛି,
ତୁମ୍ଭର ବ୍ୟବସ୍ଥା ଛଡ଼ା।
11 ବାରୂକ ତାହା ପାଠ କଲାବେଳେ ଶାଫନର ପୌତ୍ର ଗମରିୟର ପୁତ୍ର ମୀଖାୟ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲେ। 12 ସେତେବେଳେ ସେ ସଦାପ୍ରଭୁଙ୍କ ବାକ୍ୟ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କୋଠରୀକୁ ଗଲା, ସେତେବେଳେ ସେ ସ୍ଥାନରେ ସମସ୍ତ ଅଧିପତି, ଯଥା: ଇଲୀଶାମା ଲେଖକ, ଶମୟିୟର ପୁତ୍ର ଦଲୟିୟ, ଅକବୋରର ପୁତ୍ର ଇଲ୍ନାଥନ୍, ଶାଫନର ପୁତ୍ର ଗମରିୟ ଓ ହନାନିୟର ପୁତ୍ର ସିଦିକିୟ ଉପବିଷ୍ଟ ଥିଲେ। 13 ମୀଖାୟ ଲୋକମାନଙ୍କର କର୍ଣ୍ଣଗୋଚରରେ ବାରୂକ ପାଠ କରିଥିବା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ସେମାନଙ୍କୁ ଜଣାଇଲା।
14 ତାହାପରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶେଲିମିୟର ପୌତ୍ର, ନଥନିୟର ପୁତ୍ର ଯିହୁଦୀକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, “ତାହା ନେଇ ଏଠାକୁ ଆସ।”
ତା’ପରେ ନେରିୟର ପୁତ୍ର ବାରୂକ ଚିଟାଉ ନେଇ ସେମାନଙ୍କ ନିକଟକୁ ଗଲା।
15 ତା’ପରେ ସେହି ଅଧିପତିଗଣ ବାରୂକକୁ କହିଲେ, “ଏଠାରେ ବସ, ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।”
ତେଣୁ ବାରୂକ ସେମାନଙ୍କ ସମ୍ବନ୍ଧରେ ତାହା ପାଠ କଲେ।
16 ସେତେବେଳେ ସେହି ଅଧିପତିଗଣ ସବୁକଥା ଶୁଣି ଭୟଭୀତ ହେଲେ ଓ ପରସ୍ପର ମୁହଁକୁ ଅନାଇଲେ। ସେମାନେ ବାରୂକକୁ କହିଲେ, “ଆମ୍ଭେମାନେ ନିଶ୍ଚିତଭାବରେ ନଳାକାର ପୁସ୍ତକ ଲିଖିତ ଏହିସବୁ ବାକ୍ୟ ରାଜା ଯିହୋୟାକୀମ୍ଙ୍କୁ ଜଣାଇବୁ।” 17 ପୁଣି ସେମାନେ ବାରୂକକୁ ପଗ୍ଭରିଲେ, “ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ? ତୁମ୍ଭେ କ’ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ?”
18 ବାରୂକ ଉତ୍ତର କଲେ, “ହଁ,” “ଯିରିମିୟ ଯାହାସବୁ ମୋତେ କହିଲେ, ମୁଁ କାଳି ନେଇ ଏହି ପୁସ୍ତକରେ ସେସବୁ ଲେଖିଲି।”
19 ତାହାପରେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମିୟ ଯାଇ କୁହ। ଆଉ କେଉଁଠାରେ ଅଛ ତାହା ଅନ୍ୟକୁ ଜଣାଅ ନାହିଁ।”
20 ଅନନ୍ତର ଅଧିପତିମାନେ ପୁସ୍ତକଟିକୁ ଇଲୀଶାମା ଲେଖକର କୋଠରୀରେ ଛାଡ଼ିଗଲେ। ସେମାନେ ରାଜା ଯିହୋୟାକୀମ୍ ନିକଟକୁ ଗଲେ ଓ ପୁସ୍ତକ ଲିଖିତ ସମସ୍ତ ବାକ୍ୟ ତାଙ୍କୁ ଜଣାଇଲେ।
21 ଏଣୁ ରାଜା ଯିହୋୟାକୀମ୍ ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା’ପରେ ଯିହୁଦୀ ରାଜା ଓ ରାଜାଙ୍କ ଗ୍ଭରି ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲେ। 22 ଯେଉଁ ସମୟରେ ଏହା ଘଟିଲା ତାହା ଥିଲା ନବମ ମାସ ଓ ସେ ସମୟରେ ରାଜା ଶୀତକାଳ କ୍ଷେପଣର ଗୃହରେ ବସିଥିଲେ। ଆଉ ତାହାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜଳୁଥିଲା। 23 ଅନନ୍ତର ଯିହୁଦୀ ପୁସ୍ତକରୁ ତିନିଗ୍ଭରି ପତ୍ର ପାଠ କଲାପରେ ରାଜା ଏକ କ୍ଷୁଦ୍ର ଛୁରୀରେ ତାହାକୁ କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇ ଦେଲେ। ଶେଷରେ ସେହି ପାତ୍ର ଅଗ୍ନିରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା। 24 ଆଉ ମଧ୍ୟ ରାଜା ଓ ତାଙ୍କର ଦାସଗଣ ଯେତେବେଳେ ସେହି ପୁସ୍ତକର ବାକ୍ୟ ଶୁଣିଲେ, ସେମାନେ କେହି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।
25 ଆଉ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲ୍ନାଥନ୍, ଦଲାୟ ଓ ଗମରିୟ ତାହାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ। 26 ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ୟଦ୍ବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ଯିରହମେଲ୍କୁ, ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅବ୍ଦିୟେଲର ପୁତ୍ର ଶେଲିମିୟକୁ ଆଜ୍ଞା କଲେ। ମାତ୍ର ସେମାନେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସେମାନଙ୍କୁ ଲୁଗ୍ଭଇ ରଖିଥିଲେ।
ପାଉଲଙ୍କ ଆନନ୍ଦ
2 ନିଜ ହୃଦୟରେ ଆମ୍ଭକୁ ସ୍ଥାନ ଦିଅ। ଆମ୍ଭେ କାହାରି ପ୍ରତି କୌଣସି ଭୁଲ୍ କରି ନାହୁଁ। ଆମ୍ଭେ କାହାରି ବିଶ୍ୱାସରେ ଆଞ୍ଚ ଆଣି ନାହୁଁ, କାହାକୁ ଘୋଷଣା କରି ନାହୁଁ। 3 ତୁମ୍ଭମାନଙ୍କୁ ନିନ୍ଦା ଦେବା ପାଇଁ ମୁଁ ଏହା କହୁ ନାହିଁ। ମୁଁ ତୁମ୍ଭମାନଙ୍କୁ ଆଗରୁ କହିଛି ଯେ, ଆମ୍ଭେ ତୁମ୍ଭମାନଙ୍କୁ ଏତେ ଭଲ ପାଉ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ମରିବା ଓ ବଞ୍ଚିବା ପାଇଁ ମଧ୍ୟ ପ୍ରସ୍ତୁତ। 4 ତୁମ୍ଭମାନଙ୍କ ବିଷୟରେ ମୋର ଏହି ଦୃଢ଼ବୋଧ ଅଛି। ମୁଁ ତୁମ୍ଭ ପାଇଁ ବହୁତ ଗର୍ବିତ। ତୁମ୍ଭେମାନେ ମୋତେ ଅଧିକ ଉତ୍ସାହ ଦେଇଥାଅ। ସେଥିପାଇଁ ସମସ୍ତ ଯାତନା ଭିତରେ ମଧ୍ୟ ମୋର ଆନନ୍ଦ କହିଲେ ନ ସରେ।
5 ଯେତେବେଳେ ଆମ୍ଭେ ମାକିଦନିଆ ଆସିଥିଲୁ, ସେତେବେଳେ ଆମ୍ଭ ପାଇଁ ବିଶ୍ରାମ ମିଳି ନ ଥିଲା। ଆମ୍ଭର ଗ୍ଭରି ପଟେ ଅସୁବିଧାମାନ ଘେରି ରହିଥିଲା। ବାହାରର ସଂଗ୍ରାମ ଓ ଭିତରର ଭୟ ମଧ୍ୟରେ ଆମ୍ଭେ ଥିଲୁ। 6 କିନ୍ତୁ ଯେଉଁ ପରମେଶ୍ୱର ଭାଙ୍ଗି ପଡ଼ିଥିବା ଲୋକକୁ ସାନ୍ତ୍ୱନା ଦିଅନ୍ତି, ସେ ତୀତସଙ୍କର ଆଗମନ ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ସାନ୍ତ୍ୱନା ପ୍ରଦାନ କଲେ। 7 ସେ ଆସିବା ଦ୍ୱାରା ଆମ୍ଭେ ସାନ୍ତ୍ୱନା ପାଇଲୁ। କିନ୍ତୁ ତୁମ୍ଭେମାନେ ଦେଇଥିବା ସୁଖ ଦ୍ୱାରା ଆମ୍ଭେ ଅଧିକ ଉତ୍ସାହ ଲାଭ କଲୁ। ତୀତସ କହିଲେ ଯେ ତୁମ୍ଭେମାନେ ମୋତେ ଦେଖିବା ପାଇଁ ବ୍ୟାକୁଳ। ତୁମ୍ଭେମାନେ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍ଭେମାନେ ମୋତେ ଅତି ମାତ୍ରାରେ ଗ୍ଭହୁଁଛ। ଏହା ଶୁଣିଲା ପରେ ମୁଁ ଅଧିକ ପ୍ରସନ୍ନ ହେଲି।
8 ଯଦିଓ ପତ୍ର ଲେଖି ମୁଁ ତୁମ୍ଭମାନଙ୍କ ମନରେ ଦୁଃଖ ଦେଲି, କିନ୍ତୁ ମୁଁ ଏହା ଲେଖିଲି ବୋଲି ମୁଁ ଦୁଃଖିତ ନୁହେଁ। ମୁଁ ଜାଣେ ଯେ ସେହି ପତ୍ର ତୁମ୍ଭମାନଙ୍କୁ ଦୁଃଖ ଦେଲା ସେଥିପାଇଁ ମୁଁ ଦୁଃଖିତ। କିନ୍ତୁ ତାହା ତୁମ୍ଭମାନଙ୍କୁ ଅଳ୍ପ ସମୟ ପାଇଁ ଦୁଃଖ ଦେଲା। 9 ଏବେ ମୁଁ ଖୁସୀ ଅଛି। ତୁମ୍ଭେମାନେ ଦୁଃଖୀ ହୋଇଥିବା କାରଣରୁ ନୁହେଁ, ବରଂ ତୁମ୍ଭମାନଙ୍କର ଦୁଃଖ ତୁମ୍ଭମାନଙ୍କ ହୃଦୟକୁ ପରିବର୍ତ୍ତନ କରିଥିବାରୁ ମୁଁ ଖୁସୀ। ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତୁମ୍ଭେମାନେ ଦୁଃଖୀ ହେଲ। ଅତଏବ ତୁମ୍ଭେମାନେ ଆମ୍ଭ ଦ୍ୱାରା କୌଣସି ପ୍ରକାରେ ଆଘାତ ପାଇ ନାହଁ। 10 କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଦ୍ୱାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, ସେଥିପାଇଁ ଦୁଃଖିତ ହେବା ଆବଶ୍ୟକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ୟୁ ଆଣିଥାଏ। 11 ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍ଯୋଗୀ କରିଛି। ତୁମ୍ଭେମାନେ ଭୁଲ୍ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କ୍ରୋଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ୟାୟ ପ୍ରଦାନ କରିଛି। ତୁମ୍ଭେମାନେ ପ୍ରତ୍ୟେକ କଥାରେ ପ୍ରମାଣିତ କରି ଦେଇଛ ଯେ, ତୁମ୍ଭେମାନେ ସେହି ସମସ୍ୟାର କୌଣସି ଅଂଶ ପାଇଁ ମଧ୍ୟ ଦୋଷୀ ନ ଥିଲ। 12 ମୁଁ ଅପରାଧୀ ଲୋକ ପାଇଁ, ବା ଯାହା ପ୍ରତି ଅପରାଧ ହୋଇଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରମେଶ୍ୱରଙ୍କ ଆଗରେ ତୁମ୍ଭମାନଙ୍କର ଆମ୍ଭ ପାଇଁ କେତେ ଚିନ୍ତା ଅଛି, ଏହା ତୁମ୍ଭେମାନେ ଯେପରି ଦେଖି ପାର, ସେଥିପାଇଁ ଲେଖିଥିଲି।
2010 by World Bible Translation Center