Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ
19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
2 ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
3 ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
4 କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।
ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
5 ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
6 ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।
7 ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
8 ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।
9 ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।
12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।
ନିହିମିୟା ଗରିବଲୋକମାନଙ୍କୁ ସାହାଯ୍ୟ କଲେ
5 ଅନେକ ଲୋକେ ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। 2 ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଆମ୍ଭମାନଙ୍କର ଅନେକ ପୁତ୍ର ଓ କନ୍ୟା ଅଛନ୍ତି, ଆସ ବଞ୍ଚିବା ପାଇଁ ଶସ୍ୟ କିଣିବା।”
3 ଅନ୍ୟ ଲୋକେ କହିଲେ, “ଏହା ଦୁର୍ଭିକ୍ଷ ସମୟ, ଆମ୍ଭଙ୍କୁ ଖାଦ୍ୟ ଦିଅ ଏବଂ ଆମ୍ଭମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଗୃହ ଇତ୍ୟାଦି ବନ୍ଧକଭାବେ ଏକାଥରେ ନେଇଯାଅ।”
4 ଆହୁରି ଅନ୍ୟ ଲୋକେମାନେ କହିଲେ, “ଆମ୍ଭେମାନେ ରାଜକର ପାଇଁ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରାଋଣ କରିଛୁ। 5 ଧନୀଲୋକମାନଙ୍କୁ ଦେଖ! ଆମ୍ଭେମାନେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭେମାନେ ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ତାଙ୍କର କନ୍ୟାଗଣଙ୍କୁ ଦାସୀ ଭାବରେ ବିକ୍ରୟ କରି ସାରିଲେଣି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭେମାନେ ଆମ୍ଭ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାରରେ ଅଛି।”
6 ଯେତେବେଳେ ମୁଁ ସେମାନଙ୍କର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ୟନ୍ତ କୃଦ୍ଧ ହେଲି। 7 ମୁଁ ଏ ବିଷୟରେ ଚିନ୍ତା କଲି, ତା’ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଏକ ନ୍ୟାୟିକ ବାଦାନୁବାଦ କଲି। ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସେଇଟା ବନ୍ଦ କରିବା ଉଚିତ୍।” ଏହା ପରେ ମୁଁ ଏକ ମହାସଭା ଡାକିବି। 8 ଏବଂ ମୁଁ ସେହି ଲୋକମାନଙ୍କୁ କହିଲି, “ଆମ୍ଭର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟ ଲୋକଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇମାନଙ୍କୁ ପୁଣି ଥରେ ବିକ୍ରୀ କରୁଛ।”
ଏଥିରେ ସେମାନେ ନୀରବ ରହିଲେ। ସେମାନେ କିଛି ଉତ୍ତର ଦେଇପାରିଲେ ନାହିଁ। 9 ମୁଁ ତାଙ୍କୁ ଆହୁରି ମଧ୍ୟ କହିଲି, “ତୁମ୍ଭେମାନେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭେମାନେ ଆମ୍ଭମାନଙ୍କର ଶତ୍ରୁଗଣଙ୍କୁ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦେବା ଉଚିତ୍ ନୁହେଁ। 10 ମୁଁ, ମୋର ଆତ୍ମୀୟଗଣ ଏବଂ ମୋର ଦାସମାନେ ଅନ୍ୟମାନଙ୍କୁ ଟଙ୍କା ଏବଂ ଶସ୍ୟର ଉଧାର ଦେଉଅଛୁ। କିନ୍ତୁ ଆସ ସେମାନଙ୍କଠାରୁ ସୁଧ ଆଦାୟ କରିବା ନାହିଁ। 11 ତୁମ୍ଭେମାନେ ଆଜି ନିଶ୍ଚିତ ସେମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଏବଂ ଗୃହ ଫେରାଇ ଦେବ। ଏହାକୁ ବର୍ତ୍ତମାନ ଫେରାଇ ଦିଅ ଏବଂ ତୁମ୍ଭେମାନେ ସେମାନଙ୍କର ମୁଦ୍ରା, ଶସ୍ୟ, ଦ୍ରାକ୍ଷାରସ ଏବଂ ଜୀତତୈଳ ଯାହା ତୁମ୍ଭେମାନେ ସେମାନଙ୍କଠାରୁ ସୁଧ ହିସାବରେ ନେଇଥିଲ।”
12 ଏହା ପରେ ଧନୀଲୋକମାନେ ଓ ଅଧ୍ୟକ୍ଷମାନେ ତାଙ୍କୁ କହିଲେ, “ଆମ୍ଭେମାନେ ଏସବୁ ଫେରାଇ ଦେବୁ, ସେମାନଙ୍କୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସେହିପରି କରିବୁ।”
ଏହା ପରେ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞା ଅନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି। 13 ମୁଁ ମୋର ବସ୍ତ୍ରର ଭାଙ୍ଗକୁ ଝାଡ଼ିଲି ଏବଂ କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ୱର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡ଼ି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ୟ ହେଉ।”
ତା’ପରେ ସବୁ ଲୋକ ଏକତ୍ରିତ ହେଲେ ଏବଂ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ ଲୋକମାନେ ଏହି ପ୍ରତିଜ୍ଞା ଅନୁସାରେ କର୍ମ କଲେ।
ଯୋଷେଫ ଓ ମରିୟମ ଘରକୁ ଫେରିଗଲେ
39 ଯୋଷେଫ ଓ ମରିୟମ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ତା’ପରେ ସେମାନେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫେରିଗଲେ। 40 ସାନ ଶିଶୁଟି ଦିନକୁ ଦିନ ବଢ଼ିବାକୁ ଲାଗିଲେ। ସେ ହୃଷ୍ଟପୁଷ୍ଟ ଓ ବୁଦ୍ଧିମାନ ହେବାକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ୱରଙ୍କର ଆଶୀର୍ବାଦ ଥିଲା।
ବାଳକ ଯୀଶୁ
41 ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ଯିରୁଶାଲମ ଯାଉଥିଲେ। 42 ଯୀଶୁଙ୍କୁ ବାରବର୍ଷ ବୟସ ହୋଇଥିବା ସମୟରେ ସବୁଥର ଭଳି ସେମାନେ ପର୍ବକୁ ଗଲେ। 43 ପର୍ବ ଦିନତକ ଶେଷ ହୋଇଯିବା ପରେ ସେମାନେ ଘରକୁ ଫେରୁଥିଲେ। କିନ୍ତୁ ବାଳକ ଯୀଶୁ ଯିରୁଶାଲମରେ ରହିଗଲେ। ତାହାଙ୍କ ବାପାମା ଏ କଥା ଜାଣି ନ ଥିଲେ। 44 ଦଳ ଭିତରେ ପୁଅ ଅଛି ଭାବି ଯୋଷେଫ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା’ପରେ ସେମାନେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତରେ ଯୀଶୁଙ୍କୁ ଖୋଜିଲେ। 45 କିନ୍ତୁ ସେମାନେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସେମାନେ ଯୀଶୁଙ୍କୁ ଖୋଜି ଖୋଜି ଯିରୁଶାଲମ ଫେରି ଆସିଲେ।
46 ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ। 47 ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। 48 ଯୀଶୁଙ୍କ ବାପାମା ତାହାଙ୍କୁ ଦେଖି ବିସ୍ମିତ ହୋଇଗଲେ। ତାହାଙ୍କ ମା ତାହାଙ୍କୁ ପଗ୍ଭରିଲେ, “ପୁଅରେ! ତୁ ଆମ ସାଙ୍ଗରେ ଏପରି କାହିଁକି କଲୁ? ତୋ’ ବାପା ଓ ମୁଁ ତୋତେ ଖୋଜି ଖୋଜି ବହୁତ ଚିନ୍ତିତ ହୋଇ ପଡ଼ିଲୁଣି।”
49 ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?” 50 କିନ୍ତୁ ସେମାନେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।
51 ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ। 52 ଯୀଶୁ ଜ୍ଞାନରେ, ଶରୀରରେ ଏବଂ ପରମେଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।
2010 by World Bible Translation Center