Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 29

ଦାଉଦଙ୍କର ଗୀତ।

29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
    ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
    ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
    ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
    ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
    ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
    ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
    ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
    ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।

10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
    ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
    ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।

ଉପଦେଶକ 1:1-11

ଏହି ବାକ୍ୟଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ଯିରୁଶାଲମର ରାଜା ଦାଉଦଙ୍କର ପୁତ୍ର।

ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ। ମନୁଷ୍ୟ ସୂର୍ଯ୍ୟ ତଳେ, ଯାହାକିଛି ପରିଶ୍ରମ କରେ ସେଥିରୁ ସେ କ’ଣ ଲାଭ ପାଏ?

ପୃଥିବୀ ଚିରକାଳସ୍ଥାୟୀ

ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାୟୀ। ସୂର୍ଯ୍ୟ ଉଦୟ ହୁଅନ୍ତି, ସୂର୍ଯ୍ୟ ଅସ୍ତ ଯା’ନ୍ତି। ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଅନ୍ତି।

ପବନ ଦକ୍ଷିଣ ଦିଗକୁ ବହେ, ପବନ ଉତ୍ତର ଦିଗକୁ ବହେ। ପବନ ନିଜ ପଥରେ ଘୁରେ ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେରେ।

ନଦୀ ସବୁ ସମୁଦ୍ରକୁ ବହିଯା’ନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।

ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ତେଣୁ ଦର୍ଶନରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।

କୌଣସି କଥା ନୂଆ ନୁହେଁ

ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇ ଅଛି, ତାହା ହିଁ କରାଯିବ। ସୂର୍ଯ୍ୟ ତଳେ କୌଣସି ବିଷୟ ନୂତନ ନୁହେଁ।

10 ଜଣେ ଲୋକ କହେ, “ଦେଖ, ଏହା ନୂଆ।” କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା।

11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ୟତକାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:18-31

ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ଶକ୍ତି ଓ ଜ୍ଞାନ

18 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ। 19 ଶାସ୍ତ୍ରରେ ଲେଖା ଅଛି:

“ମୁଁ ଜ୍ଞାନୀମାନଙ୍କର ଜ୍ଞାନକୁ ନଷ୍ଟ କରିଦେବି।
    ବୁଦ୍ଧିମାନ ଲୋକମାନଙ୍କର ବୁଦ୍ଧିକୁ ମୂଲ୍ୟହୀନ କରିବି।” (A)

20 ଜ୍ଞାନୀ ଲୋକ କେଉଁଠାରେ ଅଛନ୍ତି? ବିଦ୍ୱାନ୍ ଲୋକ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଯୁଗର ଦାର୍ଶନିକ କେଉଁଠାରେ ଅଛନ୍ତି? ପରମେଶ୍ୱର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି। 21 ପରମେଶ୍ୱର ଆପଣା ଜ୍ଞାନରେ ଏହା ଗ୍ଭହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳରେ ପରମେଶ୍ୱରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଗ୍ଭରକୁ ଜଗତ ମୂର୍ଖତା ବୋଲି କୁହେ, ସେହି ବାର୍ତ୍ତା ଯେଉଁମାନେ ବିଶ୍ୱାସ କରୁଛନ୍ତି, ତଦ୍ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବାକୁ ଇଚ୍ଛା କଲେ।

22 ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହାନ୍ତି, ଓ ଗ୍ରୀକ୍‌ମାନେ ଜ୍ଞାନ ଗ୍ଭହାନ୍ତି। 23 କିନ୍ତୁ ଆମ୍ଭେ ପ୍ରଗ୍ଭର କରୁଛୁ: “ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ।” ଏ କଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ। 24 କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। 25 ଏପରିକି ପରମେଶ୍ୱରଙ୍କ ‘ମୂର୍ଖତା’ ମନୁଷ୍ୟର ଜ୍ଞାନଠାରୁ ଅଧିକ ଶକ୍ତିଯୁକ୍ତ। ସେହିପରି ପରମେଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ।

26 ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜାଗତିକ ଭାବରେ ଜ୍ଞାନୀ ଥିଲ, ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲ ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍ କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ। 27 କିନ୍ତୁ ପରମେଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟ ଗୁଡ଼ିକୁ ମନୋନୀତ କଲେ। 28 ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଗ୍ଭହିଁଲେ। 29 ପରମେଶ୍ୱରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗରେ ଗର୍ବ କରି ପାରିବ ନାହିଁ। 30 କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ। 31 ଶାସ୍ତ୍ରରେ ଏହିପରି ଲେଖାଅଛି: “ଯଦି କାହାର ଗର୍ବ କରିବାକୁ ଥାଏ। ତା’ହେଲେ ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।” [a]

Odia Holy Bible: Easy-to-Read Version (ERV-OR)

2010 by World Bible Translation Center