Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 72

ଶଲୋମନଙ୍କର ଗୀତ।

72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
    ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
    ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
    ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
    ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
    ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
    ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। [a]
ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
    କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
    ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
    ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
    ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
    ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି [b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
    ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12     ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
    ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
    ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
    ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
    ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
    ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
    ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
    କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
    ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
    ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।

18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
    ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
    କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
    ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।

20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।

ଦାନିୟେଲଙ୍କ ପୁସ୍ତକ 2:24-49

ଦାନିୟେଲ ସ୍ୱପ୍ନର ଅର୍ଥ ପ୍ରକାଶ କରନ୍ତି

24 ଦାନିୟେଲ ଅରିୟୋ‌କ୍‌କୁ ଅନୁରୋଧ କଲେ ଯିଏ କି ବାବିଲୀୟ ବିଦ୍ୱାନଗଣଙ୍କୁ ବିନାଶ କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ, “ଦୟାକରି ବାବିଲୀୟ ବିଦ୍ୱାନମାନଙ୍କୁ ହତ୍ୟା କର ନାହିଁ। ମୋତେ ରାଜାଙ୍କ ଛାମୁକୁ ନେଇ ଗ୍ଭଲ। ମୁଁ ରାଜାଙ୍କର ସ୍ୱପ୍ନ ବିଷୟରେ କହିବି ଓ ତାହାର ଅର୍ଥ ମଧ୍ୟ ପ୍ରକାଶ କରିବି।”

25 ତେଣୁ ଅରିୟୋକ୍ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନେଲା ଏବଂ କହିଲା, “ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧ୍ୟରେ ମୁଁ ଜଣେ ବ୍ୟକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ୱପ୍ନର ଅର୍ଥ ଜଣାଇବେ।”

26 ରାଜା ସେହି ଦାନିୟେଲଙ୍କୁ ପ୍ରଶ୍ନ କଲେ, “ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ତୁମ୍ଭେ କ’ଣ ସ୍ୱପ୍ନ ଓ ତାହାର ଅର୍ଥ ମୋତେ ଜଣାଇପାରିବ?”

27 ଦାନିୟେଲ ରାଜାଙ୍କୁ ଉତ୍ତର ଦେଇ କହିଲା, “ମହାରାଜ, ଆପଣ ଯେଉଁ ନିଗୂଢ଼ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ୱାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ। 28 ମାତ୍ର ସ୍ୱର୍ଗସ୍ଥ ପରମେଶ୍ୱର ହିଁ କେବଳ ନିଗୂଢ଼ ବିଷୟମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ୟ ପରମେଶ୍ୱର ନବୂଖ‌ଦ୍‌ନିତ୍ସରଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ୱପ୍ନ ଥିଲା ଏବଂ ଏହି ଗୁଡ଼ିକୁ ଆପଣ ବିଛଣାରେ ଶୋଇଥିବା ବେଳେ ଦେଖିଲେ। 29 ହେ ମହାରାଜ, ଶଯ୍ୟା ଉପରେ ଆପଣ ଶୋଇଥିବା ବେଳେ ଭବିଷ୍ୟତରେ କ’ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ସେହି ପରମେଶ୍ୱର, ଯାହା ଭବିଷ୍ୟତରେ ଘଟିବ ତାହା ଦର୍ଶନରେ ପ୍ରକାଶ କଲେ। 30 ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମୋର ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ଼ ବିଷୟ ପରମେଶ୍ୱର ମୋ’ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାଯିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମୋ’ ପ୍ରତି ପ୍ରକାଶିତ ହୋଇଅଛି।

31 “ହେ ମହାରାଜ, ଆପଣ ସ୍ୱପ୍ନରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶୟ ତେଜୋବନ୍ତ। ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା। 32 ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ ଓ ତାହାର ଉଦର ଓ ଜଙ୍ଘ ପିତ୍ତଳମୟ ଥିଲା। 33 ତାହାର ଗୋଡ଼ଗୁଡ଼ିକ ଲୌହରେ ନିର୍ମିତ ହୋଇଥିଲା ଓ ପାଦର କିଛି ଅଂଶ ଲୌହରେ ଓ କିଛି ଅଂଶ ମୃତ୍ତିକାରେ ତିଆରି ହୋଇଥିଲା। 34 ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହୋଇ ନ ଥିବା ଏକ ପ୍ରସ୍ତର ଶୂନ୍ୟରେ ଉଡ଼ିଆସି ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା। 35 ତା’ପରେ ସଙ୍ଗେ ସଙ୍ଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହୋଇ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ତା’ର କିଛି ରହିଲା ନାହିଁ। ଆଉ ସେହି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢ଼ିଲା ଓ ତାହା ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।

36 “ସ୍ୱପ୍ନଟି ଏହି, ବର୍ତ୍ତମାନ ଆମ୍ଭେମାନେ ମହାରାଜାଙ୍କୁ ତା’ର ଅର୍ଥ ଜଣାଇବୁ। 37 ହେ ମହାରାଜ, ଆପଣ ଜଣେ ମହାନ ରାଜା। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି। 38 ପୃଥିବୀସ୍ଥ ମନୁଷ୍ୟ, ତନ୍ମଧ୍ୟସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ୱରଙ୍କ ଶକ୍ତିଦ୍ୱାରା ତୁମ୍ଭର ଶାସନାଧୀନ ଅଟନ୍ତି। ଆଉ ସେମାନଙ୍କ ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି। ଆପଣ ହିଁ ସେହି ପ୍ରତିମାର ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।

39 “ପୁଣି ଆପଣଙ୍କ ପରେ ଆପଣଙ୍କଠାରୁ ଏକ ନ୍ୟୁନ ରାଜ୍ୟ ଉଠିବ ଓ ତାହା ହେଉଛି ରୌପ୍ୟମୟ ଅଂଶ ଓ ତାହାପରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମଗ୍ର ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ। 40 ପୁଣି ତାହାପରେ ଚତୁର୍ଥରାଜ୍ୟ ଲୌହପରି ଶକ୍ତିଶାଳୀ ହେବ। ଲୌହ ଯେପରି ସମସ୍ତ ଦ୍ରବ୍ୟକୁ ଖଣ୍ତ ଖଣ୍ତ କରି ଚୂର୍ଣ୍ଣ କରେ, ସେହିପରି ସେ ରାଜ୍ୟ ଅନ୍ୟ ସମସ୍ତ ରାଜ୍ୟକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ।

41 “ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମୟ ଓ ଆଂଶିକ ମୃତ୍ତିକାମୟ ଥିଲା। ସେହିପରି ସେ ରାଜ୍ୟ ବିଭକ୍ତ ହେବ। ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ। 42 ଯେପରି ପାଦର ଅଙ୍ଗୁଳିସବୁକିଛି ଲୌହମୟ ଓ କିଛି ମୃର୍ତ୍ତିକାମୟ ଥିଲା, ସେହିପରି ରାଜ୍ୟର ଏକ ଅଂଶ ସୁଦୃଢ଼ ଓ ଅନ୍ୟ ଅଂଶ ଦୁର୍ବଳ ହେବ। 43 କିନ୍ତୁ ଲୌହ ଯେପରି ମୃତ୍ତିକାରେ ସମ୍ପୂର୍ଣ୍ଣ ଭାବରେ ମିଶ୍ରିତ ହୁଏ ନାହିଁ, ସେହିପରି ରାଜ୍ୟଗୁଡ଼ିକର ଲୋକମାନେ ମିଶି ଯିବେ ମାତ୍ର ଏକତ୍ରିତ ହୋଇ ପାରିବେ ନାହିଁ।

44 “ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ।

45 “ଏବଂ ଆପଣ ସ୍ୱପ୍ନରେ ଦେଖିଲେ କୌଣସି ଲୋକଦ୍ୱାରା ଛେଦିତ ହୋଇ ନ ଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସେହି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା। ତେଣୁ ଯାହା ଏହା ପରେ ଘଟିବ ତାହା ମହାନ ପରମେଶ୍ୱର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ୱପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ୟ।”

46 ସେତେବେଳେ ରାଜା ନବୂଖ‌ଦ୍‌ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନଙ୍କୁ ଦାନିୟେଲ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବାକୁ ଆଦେଶ କଲା। 47 ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।”

48 ତା’ପରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ୟରେ ଏକ ମହାନ କାର୍ଯ୍ୟରେ ନିଯୁକ୍ତି କଲେ ଓ ବହୁମୂଲ୍ୟ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପରେ ତାଙ୍କୁ ସମସ୍ତ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ସବୁ ବିଦ୍ୱାନ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲେ। 49 ପୁଣି ଦାନିୟେଲଙ୍କ ଆବେଦନ କ୍ରମେ ରାଜା ଶଦ୍ରକ୍, ମୈଶକ୍ ଓ ଅବେ‌‌ଦ୍‌‌ନଗୋଙ୍କୁ ବାବିଲ ପ୍ରଦେଶର କେତେକ ମୁଖ୍ୟ କର୍ମଗ୍ଭରୀରୂପେ ନିଯୁକ୍ତ କଲେ। ମାତ୍ର ଦାନିୟେଲ ଜଣେ ପ୍ରଧାନ ଅଧିପତି ହୋଇ ରାଜ ଦ୍ୱାରରେ ରହିଲେ।

ଏଫିସୀୟଙ୍କ ପ୍ରତି ପତ୍ର 5:15-20

15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। 17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center