Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 60:1-6

ପରମେଶ୍ୱର ଆସୁଛନ୍ତି

60 “ଉଠ, ଦୀପ୍ତିମତୀ ହୁଅ,
    କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ
    ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପରେ ପ୍ରତିଭାତ ହୋଇଛି।
କାରଣ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେବ
    ଓ ଘନ ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ;
ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଆଲୋକ ପ୍ରଦାନ କରିବେ
    ଓ ତାଙ୍କର ମହିମା ତୁମ୍ଭ ଉପରେ ଦେଖାଯିବ।
ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ
    ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ।
ତୁମ୍ଭେ ଚତୁର୍ଦ୍ଦିଗକୁ ଦେଖ,
    ସେମାନେ ସମସ୍ତେ ଏକତ୍ରିତ ହେଉଛନ୍ତି ଓ ତୁମ୍ଭ ନିକଟକୁ ଆସୁଛନ୍ତି।
ତୁମ୍ଭର ପୁତ୍ରଗଣ ବହୁ ଦୂରରୁ ଆସିବେ
    ଓ କନ୍ୟାଗଣ ଧାଈମାନଙ୍କ କୋଳରୁ ଅଣାଯିବେ।

“ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ
    ଓ ତୁମ୍ଭର ହୃଦୟ ଉଲ୍ଲସିତ ହେବ।
କାରଣ ସମୁଦ୍ରର ସମସ୍ତ ଦ୍ରବ୍ୟ
    ଓ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ।
ଅକଳନ ଓଟ, ତୁମ୍ଭକୁ ଆବୃତ କରିବ
    ଏବଂ ଯୁବ ଓଟମାନେ ତୁମ୍ଭ ପାଖକୁ
ଶିବା ଏବଂ ଐଫା ଦେଶରୁ ଆସିବେ।
    ସେମାନେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ
    ଏବଂ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବେ।

ଗୀତସଂହିତା 72:1-7

ଶଲୋମନଙ୍କର ଗୀତ।

72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
    ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
    ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
    ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
    ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
    ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
    ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। [a]
ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
    କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
    ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।

ଗୀତସଂହିତା 72:10-14

10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
    ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି [a] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
    ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12     ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
    ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
    ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
    ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।

ଏଫିସୀୟଙ୍କ ପ୍ରତି ପତ୍ର 3:1-12

ଅଣଯିହୂଦୀଙ୍କ ମଧ୍ୟରେ ପାଉଲଙ୍କ ପ୍ରଗ୍ଭର କାର୍ଯ୍ୟ

ଅତଏବ, ମୁଁ ପାଉଲ, ତୁମ୍ଭ ଅଣଯିହୂଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ। ତୁମ୍ଭେମାନେ ଶୁଣିଥିବ, ପରମେଶ୍ୱର ତାହାଙ୍କର ମହାନ ଅନୁଗ୍ରହରେ ମୋତେ ଏହି ବିଶେଷ କାର୍ଯ୍ୟ ଦେଇଅଛନ୍ତି, ଯେପରି ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିପାରେ। ପରମେଶ୍ୱର ମୋ’ ନିକଟରେ ତାହାଙ୍କର ଗୁପ୍ତ ଯୋଜନା ପ୍ରକାଶ କରିଛନ୍ତି। ସେ ମୋତେ ଯାହା ଦେଖାଇଛନ୍ତି, ସେ ବିଷୟରେ ମୁଁ ଅଳ୍ପ କିଛି ଲେଖି ସାରିଛି। ସେଗୁଡ଼ିକ ଯଦି ତୁମ୍ଭେମାନେ ପଢ଼, ତା’ହେଲେ ଦେଖିବ ଯେ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଗୁପ୍ତ ସତ୍ୟ ବିଷୟରେ ମୁଁ ପ୍ରକୃତରେ ବୁଝିଛି। ପୂର୍ବବର୍ତ୍ତୀ ସମୟର ଲୋକମାନଙ୍କୁ ଏହି ଗୁପ୍ତ ସତ୍ୟ ବିଷୟରେ କୁହାଯାଇ ନ ଥିଲା। କିନ୍ତୁ ପରମେଶ୍ୱର ଏବେ ନିଜର ପବିତ୍ର ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ନିକଟରେ ପବିତ୍ରଆତ୍ମାଙ୍କ ମାଧ୍ୟମରେ ସେହି ଗୁପ୍ତ ସତ୍ୟଟି ପ୍ରକାଶ କରିଛନ୍ତି। ସେହି ଗୁପ୍ତ ସତ୍ୟଟି ହେଲା: ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ୟ ପରମେଶ୍ୱରଙ୍କ ସମସ୍ତ ବିଷୟର ଅଧିକାରୀ ହେବେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସେହି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱର ଯେ ସମସ୍ତ ପ୍ରତିଜ୍ଞା ଦେଇଅଛନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ସେହି ସମସ୍ତର ସହଭାଗୀ ଅଟନ୍ତି। ସୁସମାଗ୍ଭର ହେତୁରୁ ଅଣଯିହୂଦୀମାନେ ଏହିସବୁର ଅଧିକାରୀ ଅଟନ୍ତି।

ପରମେଶ୍ୱରଙ୍କ ବିଶେଷ ଅନୁଗ୍ରହର ଦାନ ଦ୍ୱାରା ମୁଁ ସୁସମାଗ୍ଭର କହିବା ପାଇଁ ଜଣେ ସେବକ ହେଲି। ପରମେଶ୍ୱର ତାହାଙ୍କର କାର୍ଯ୍ୟକାରୀ ଶକ୍ତି ବଳରେ ମୋତେ ଏହି ଅନୁଗ୍ରହ ଦାନ କଲେ। ପରମେଶ୍ୱରଙ୍କ ଲୋକମାନଙ୍କ ଭିତରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ୱର ମୋତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ୱର୍ଯ୍ୟପୂର୍ଣ୍ଣ ସୁସମାଗ୍ଭର କହିବି। ସେହି ଐଶ୍ୱର୍ଯ୍ୟଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ସମ୍ଭବପର ନୁହେଁ। ପରମେଶ୍ୱରଙ୍କ ଗୁପ୍ତ ସତ୍ୟକୁ ସମସ୍ତଙ୍କୁ କହିବା ଦାୟିତ୍ୱ ପରମେଶ୍ୱର ମୋତେ ପ୍ରଦାନ କଲେ। ଏହି ନିଗୂଢ଼ ସତ୍ୟ ସୃଷ୍ଟିର ଆରମ୍ଭରୁ ସମସ୍ତ ପଦାର୍ଥର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଭିତରେ ଗୁପ୍ତ ରହିଥିଲା। 10 ମଣ୍ଡଳୀ ଦ୍ୱାରା ପରମେଶ୍ୱରଙ୍କ ବହୁବିଧ ଜ୍ଞାନ, ସ୍ୱର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ୱରଙ୍କର ଉଦ୍ଦେଶ୍ୟ ଥିଲା। ସେମାନେ ମଣ୍ଡଳୀ ଯୋଗୁଁ ଏହା ଜାଣି ପାରିବେ। 11 ସମୟର ପ୍ରାରମ୍ଭରୁ ପରମେଶ୍ୱରଙ୍କର ଯେଉଁ ଯୋଜନା ଅଛି, ଏହା ତାହା ସହିତ ମେଳ ଖାଉଛି। ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ଏହା ସମ୍ପନ୍ନ କଲେ। 12 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା, ନିର୍ଭୟରେ ପରମେଶ୍ୱରଙ୍କ ସମ୍ମୁଖକୁ ଯିବା ପାଇଁ ଆମର ସ୍ୱାଧୀନତା ଅଛି।

ମାଥିଉ ଲିଖିତ ସୁସମାଗ୍ଭର 2:1-12

ଯୀଶୁଙ୍କୁ ଦେଖିବା ପାଇଁ ପଣ୍ଡିତମାନଙ୍କ ଆଗମନ

ହେରୋଦଙ୍କ [a] ରାଜତ୍ୱକାଳରେ ଯିହୂଦା ରାଜ୍ୟର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ପଣ୍ଡିତ ଯିରୁଶାଲମକୁ ଆସିଲେ। ସେମାନେ ପଗ୍ଭରିଲେ, “ଯିହୂଦୀମାନଙ୍କର ରାଜା ସେହି ନବଜାତ ଶିଶୁ କେଉଁଠାରେ? କାରଣ ଆମ୍ଭେ ପୂର୍ବ ଦେଶରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସେହି ତାରା ପ୍ରକାଶ କରେ ଯେ, ସେ ଜନ୍ମ ହୋଇଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।”

ରାଜା ହେରୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ହେଲେ। ଯିରୁଶାଲମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇ ପଡ଼ିଲେ। ହେରୋଦ ଯିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସେମାନଙ୍କୁ ପଗ୍ଭରିଲେ, ଖ୍ରୀଷ୍ଟ କେଉଁଠାରେ ଜନ୍ମ ହେବେ? ସେମାନେ କହିଲେ, “ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶାସ୍ତ୍ରରେ ଏସମ୍ପର୍କରେ ଲେଖିଛନ୍ତି:

‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ!
    ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ।
ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ,
    ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’” (A)

ତା’ପରେ ହେରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ, ତାହାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କଠାରୁ ବୁଝିନେଲେ। ହେରୋଦ ସେମାନଙ୍କୁ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ପଠାଇଲେ ଓ କହିଲେ, “ତୁମ୍ଭେମାନେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଯାଇ ଶିଶୁଟି ବିଷୟରେ ଯତ୍ନ ଭାବରେ ଖୋଜ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତେବେ ମୋତେ ଜଣାଅ। ତା’ପରେ ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବି।”

ପଣ୍ଡିତମାନେ ରାଜାଙ୍କ କଥା ଶୁଣି ‌ଗ୍ଭଲିଗଲେ। ଯେଉଁ ତାରାଟି ସେମାନେ ଆଗରୁ ପୂର୍ବ ଦେଶରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସେହି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠାରେ ପିଲାଟି ଥିଲା, ସେହି ସ୍ଥାନ ଉପରେ ସ୍ଥିର ହୋଇ ରହିଗଲା। 10 ତାରା ଦେଖି ପଣ୍ଡିତମାନେ ବହୁତ ଖୁସୀ ହେଲେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲେ।

11 ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା’ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ [b] ଓ ଗନ୍ଧରସ [c] ଉପହାର ଦେଲେ। 12 କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center