Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 72

ଶଲୋମନଙ୍କର ଗୀତ।

72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
    ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
    ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
    ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
    ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
    ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
    ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। [a]
ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
    କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
    ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
    ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
    ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
    ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି [b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
    ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12     ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
    ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
    ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
    ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
    ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
    ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
    ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
    କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
    ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
    ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।

18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
    ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
    କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
    ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।

20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।

ଆୟୁବ ପୁସ୍ତକ 42:10-17

10 ଆୟୁବ ତା’ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା’ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ୟ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା’ର ଦୁଇଗୁଣ ସେ ଦେଲେ। 11 ତା’ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା’ ଘରକୁ ଆସିଲେ। ସେମାନେ ସମସ୍ତେ ଆୟୁବର ଘରେ ଏକ ବଡ଼ ଭୋଜିରେ ଯୋଗ ଦେଲେ। ସେମାନେ ଆୟୁବକୁ ସାନ୍ତ୍ୱନା ଦେଲେ। ସେମାନେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ୱର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରତ୍ୟେକ ବ୍ୟକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।

12 ସଦାପ୍ରଭୁ ଆୟୁବକୁ ଅଧିକ ଆଶୀର୍ବାଦ କଲେ, ତାହାଠାରୁ ମଧ୍ୟ ଅଧିକ ଯାହା ତା’ର ପ୍ରଥମ ଥିଲା। ଆୟୁବ 14,000 ମେଣ୍ଢା, 6000 ଓଟ, 1000 ହଳ ବଳଦ, 1000 ମାଈ ଗଧ ପାଇଲେ। 13 ଆୟୁବ ସାତୋଟି ପୁତ୍ର ଓ ତିନୋଟି ଝିଅ ଲାଭ କଲା। 14 ଆୟୁବ ତା’ର ପ୍ରଥମ ଝିଅର ନାମ ଯିନୀମା, ଦ୍ୱିତୀୟ ଝିଅର ନାମ କ‌‌‌ତ୍‌‌‌ସୀୟା ଓ ତୃତୀୟ ଝିଅର ନାମ କେରଣହା‌ପ୍‌ପୁକ୍ ରଖିଲା। 15 ଆୟୁବର ଝିଅମାନେ ସେ ଦେଶର ସବୁଠାରୁ ସୁନ୍ଦରୀ ଥିଲେ ଏବଂ ତାଙ୍କର ପିତା ସେମାନଙ୍କୁ ଅଂଶ ଦେଲେ ତାଙ୍କ ଭାଇମାନଙ୍କ ସହିତ।

16 ଏହା ପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଗ୍ଭରିପୁରୁଷ ପର୍ଯ୍ୟନ୍ତ ଦେଖିଲା। 17 ଏବଂ ଆୟୁବ ଦୀର୍ଘ ଓ ପୂର୍ଣ୍ଣ ଜୀବନ ବିତାଇବା ପରେ ବୃଦ୍ଧାବସ୍ଥାରେ ମୃତ୍ୟୁବରଣ କଲା।

ଲୂକ ଲିଖିତ ସୁସମାଗ୍ଭର 8:16-21

ନିଜର ବୁଝାମଣା ଶକ୍ତି ପ୍ରୟୋଗ କର(A)

16 “କେହି କେବେ ଦୀପଟିଏ ହାଣ୍ଡିତଳେ ଘୋଡ଼େଇ ରଖିବା ପାଇଁ ବା ଖଟ ତଳେ ଲୁଚେଇ ରଖିବା ପାଇଁ ଜଳେଇ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୂଖା ଉପରେ ରଖେ। ତାହାହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସେମାନେ ଦେଖି ପାରିବା ପାଇଁ ଯଥେଷ୍ଟ ଆଲୁଅ ପାଇବେ। 17 ପ୍ରତ୍ୟେକ ଗୁପ୍ତ ରହିଥିବା ବିଷୟ ଜ୍ଞାତ ହେବ ଓ ପ୍ରକାଶ୍ୟକୁ ଅଣାଯିବ। ଏପରି କୌଣସି ଗୁପ୍ତ ଜିନିଷ ନାହିଁ, ଯାହା ସ୍ପଷ୍ଟ କରାଯିବ ନାହିଁ, ଜ୍ଞାତ ହେବ ନାହିଁ ଓ ପ୍ରକାଶ୍ୟକୁ ଅଣା ଯିବ ନାହିଁ। 18 ତୁମ୍ଭେମାନେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନ ଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସେତକ ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।”

ଯୀଶୁଙ୍କ ମା ଓ ଭାଇମାନେ(B)

19 ଯୀଶୁଙ୍କ ମା ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ। କିନ୍ତୁ ବହୁତ ଲୋକ ଗହଳି ହୋଇଥିବା ହେତୁ ସେମାନେ ତାହାଙ୍କ ପାଖକୁ ଯାଇ ପାରୁ ନ ଥିଲେ। 20 କେହି ଜଣେ ଯୀଶୁଙ୍କୁ କହିଲା, “ତୁମ୍ଭର ମା ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି। ସେମାନେ ତୁମ୍ଭକୁ ଦେଖିବାକୁ ଗ୍ଭହୁଁଛନ୍ତି।”

21 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା ଓ ଭାଇମାନେ ହେଉଛନ୍ତି ସେହିମାନେ, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ତାହା ପାଳନ କରନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center