Revised Common Lectionary (Semicontinuous)
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।
19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
5 ଶଲୋମନ ଗିବିୟୋନରେ ଥିଲା ବେଳେ, ସଦାପ୍ରଭୁ ରାତ୍ରିରେ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ୱର ସ୍ୱପ୍ନରେ କହିଲେ, “ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦେବା।”
6 ଶଲୋମନ ଉତ୍ତର କଲେ, “ତୁମ୍ଭେ ମୋର ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ୟାୟ ପଥରେ ଯାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ୟ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ୟାୟରେ ତାଙ୍କର ପୁତ୍ରକୁ ସିଂହାସନରେ ବସାଇଛ। 7 ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମୋର ପିତା ଦାଉଦଙ୍କ ପଦରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦେଖାଇବା ପାଇଁ ଅନଭିଜ୍ଞ। 8 ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି। ସେମାନଙ୍କର ସଂଖ୍ୟା ଅଗଣନୀୟ। ତେଣୁ ଜଣେ ଶାସକ ନିଶ୍ଚୟ ବହୁତ ନିଷ୍ପତ୍ତି କରିବ। 9 ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୁଲ୍ ବାଛିବା ପାଇଁ ତୁମ୍ଭେ ମୋତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମୋତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ୟାୟ ସହିତ ଶାସନ ଓ ବିଗ୍ଭର କରିପାରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ୟାୟ କରି ପାରିବ?”
10 ଶଲୋମନଙ୍କ ଏହି ବିଷୟ ମାଗିବାରେ ସଦାପ୍ରଭୁ ତାଙ୍କ ପ୍ରତି ସନ୍ତୁଷ୍ଟ ହେଲେ। 11 ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ଦୀର୍ଘ ପରମାୟୁ ମାଗି ନାହଁ କି ନିଜ ପାଇଁ ବିପୁଳ ଐଶ୍ୱର୍ଯ୍ୟ ମାଗି ନାହଁ, କି ନିଜର ଶତ୍ରୁମାନଙ୍କର ମୃତ୍ୟୁ ମାଗି ନାହଁ, ମାତ୍ର ଲୋକମାନଙ୍କର ନ୍ୟାୟ ଶାସନ କରିବା ପାଇଁ ଜ୍ଞାନ ମାଗିଅଛ। 12 ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦେବାକୁ ଯାଉଅଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦେବା ଯେ, ଅତୀତରେ ତୁମ୍ଭ ସମାନ କେହି ନ ଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ। 13 ଏହା ବ୍ୟତୀତ ତୁମ୍ଭେ ମାଗି ନ ଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦେବା ଯେ ତୁମ୍ଭ ଜୀବନ କାଳରେ ପୃଥିବୀରେ କେହି ତୁମ୍ଭ ସମାନ ହେବେ ନାହିଁ। 14 ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତେବେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।”
ଯୀଶୁ ହେଉଛନ୍ତି ଜଗତର ଆଲୋକ
12 ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, “ମୁଁ ଜଗତର ଆଲୋକ, ମୋତେ ଯେଉଁ ଲୋକ ଅନୁସରଣ କରେ, ସେ କେବେ ଅନ୍ଧକାରରେ ଗ୍ଭଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।”
13 କିନ୍ତୁ ଫାରୂଶୀମାନେ ଯୀଶୁଙ୍କୁ କହିଲେ, “ତୁମ୍ଭେ ଯେତେବେଳେ ତୁମ୍ଭ ନିଜ ସାକ୍ଷ୍ୟ ଦେଉଛ, ସେତେବେଳେ ତୁମ୍ଭେ କେବଳ ଏସବୁ କଥା ସତ୍ୟ ବୋଲି କହୁଛ। ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରି ପାରିବୁ ନାହିଁ।”
14 ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ମୋ’ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ୱାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି। 15 ପୃଥିବୀର ଲୋକମାନଙ୍କୁ ବିଗ୍ଭର କଲା ଭଳି ତୁମ୍ଭେ ମୋର ବିଗ୍ଭର କରୁଛ। ମୁଁ କାହାର ବିଗ୍ଭର କରୁ ନାହିଁ। 16 କିନ୍ତୁ ମୁଁ ଯଦି ବିଗ୍ଭର କରେ, ତେବେ ମୋ’ ବିଗ୍ଭର ଠିକ୍ ହୁଅନ୍ତା। କାରଣ ମୁଁ ଏକୁଟିଆ ନୁହେଁ, ମୋ’ ସହିତ ମୋର ପ୍ରେରଣକର୍ତ୍ତା ପରମପିତା ଅଛନ୍ତି। 17 ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ, କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇଜଣ ସାକ୍ଷୀ ସମାନ କଥା କହନ୍ତି, ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ। 18 ମୁଁ ମୋ’ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।”
19 ଲୋକମାନେ ପଗ୍ଭରିଲେ, “ତୁମ୍ଭର ପିତା କାହାନ୍ତି?”
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଜାଣି ନାହଁ ଓ ମୋ’ ପରମପିତାଙ୍କୁ ମଧ୍ୟ ଜାଣି ନାହିଁ। କିନ୍ତୁ ତୁମ୍ଭେ ଯଦି ମୋତେ ଜାଣିଥା’ନ୍ତ, ତେବେ ମୋ’ ପରମପିତାଙ୍କୁ ମଧ୍ୟ ଜାଣିଥା’ନ୍ତ।”
2010 by World Bible Translation Center