Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।
80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2 ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ
ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
3 ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
6 ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ଗୀତ
10 ହେ ଦ୍ୱୀପଗଣ ଓ ତନ୍ନିବାସୀଗଣ,
ହେ ସମୁଦ୍ରଗାମୀମାନେ ଓ ସମୁଦ୍ରବାସୀମାନେ
ଏବଂ ପୃଥିବୀସ୍ଥ ଦୂରଦେଶୀୟ ଲୋକମାନେ,
ତୁମ୍ଭେମାନେ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର।
ଏକ ନୂତନ ସଙ୍ଗୀତ ତାଙ୍କ ବିଷୟରେ ଗାନ କର।
11 ପ୍ରାନ୍ତର ଓ ତା’ର ନଗର ସମସ୍ତ, ସମସ୍ତ ଗ୍ରାମ, ଯେଉଁଠାରେ କେଦାର ବାସ କରେ,
ସଦାପ୍ରଭୁଙ୍କର ପ୍ରଶଂସା ଗାନ କର।
ଶେଲା ନିବାସୀମାନେ ଆନନ୍ଦରେ ଓ ଶାନ୍ତିରେ ବାସ କରନ୍ତି,
ସେମାନେ ସଦାପ୍ରଭୁଙ୍କର ଗୁଣଗାନ ପର୍ବତ ଶିଖରରୁ ଉଚ୍ଚସ୍ୱରରେ ଗାନ କରନ୍ତୁ।
12 ସେମାନେ ସଦାପ୍ରଭୁଙ୍କୁ ମହିମା ଦିଅନ୍ତୁ
ଓ ଦ୍ୱୀପ ସମୂହ ମଧ୍ୟରେ ତାଙ୍କର ପ୍ରଶଂସା ପ୍ରଗ୍ଭର କରନ୍ତୁ।
13 ସଦାପ୍ରଭୁ ମହାନ ବୀର ରୂପେ ବିଜେ କରିବେ,
ସେ ଯୋଦ୍ଧା ଭାବରେ ନିଜକୁ ଉତ୍ତେଜିତ କରିବେ
ଓ ସେ ଘୋର ଗର୍ଜନ କରିବେ।
ନିଜର ଶତ୍ରୁମାନଙ୍କର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ।
ପରମେଶ୍ୱର ଅତ୍ୟନ୍ତ ଧୈର୍ଯ୍ୟଶୀଳ
14 “ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି।
ମୁଁ ତଥାପି ନୀରବ ଅଛି।
ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ।
ଆମ୍ଭେ ଦୀର୍ଘ ନିଃଶ୍ୱାସ ଏବଂ ଆକାଂକ୍ଷା ହେବୁ।
15 ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ୱଂସ କରିବୁ
ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ।
ନଦନଦୀକୁ ଦ୍ୱୀପରେ ପରିଣତ କରିବୁ
ଓ ଜଳାଶୟକୁ ଶୁଷ୍କ କରିବୁ।
16 ତା’ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ
ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ,
ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ।
ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର
ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ।
ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ।
17 କିନ୍ତୁ କେତେକ ଲୋକ ମୋର ଅନୁସରଣ କରିବାରୁ ନିବୃତ୍ତ ହେଲେ ନାହିଁ।
ଯେଉଁମାନେ ଖୋଦିତ ପ୍ରତିମାଗଣକୁ
କିମ୍ବା ମୃତ୍ତିକାରେ ନିର୍ମିତ ଦେବତାମାନଙ୍କୁ ବିଶ୍ୱାସ କରନ୍ତି,
କେବେ ସେମାନେ ହତାଶ ହୋଇ ଲଜ୍ଜିତ ହେବେ।
ଇସ୍ରାଏଲ ପରମେଶ୍ୱରଙ୍କୁ ଶୁଣିବାକୁ ପ୍ରତ୍ୟାଖ୍ୟାନ କଲା
18 “ହେ ବଧିରମାନେ ଶୁଣ!
ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଦୃଷ୍ଟି ଦିଅ।”
ଗ୍ରହଣ କରିଥିବା ସାହସ ଓ ଆନନ୍ଦକୁ ଛାଡ଼ ନାହିଁ
32 ପ୍ରଥମଥର ସତ୍ୟ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନେକ ପ୍ରକାରର ଯାତନା ସହିତ ତୁମ୍ଭେମାନ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭେମାନେ ଦୃଢ଼ ରହିଥିଲ। 33 ସେତେବେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନେକ ଲୋକଙ୍କ ଆଗରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। ବେଳେବେଳେ ଏହିଭଳି ଖରାପ ବ୍ୟବହାର ମଧ୍ୟଦେଇ ଗତି କରୁଥିବା ଲୋକଙ୍କୁ ତୁମ୍ଭେମାନେ ସାହାଯ୍ୟ କଲ। 34 ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।
35 ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭେମାନେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭେମାନେ ପ୍ରଚୁର ମାତ୍ରାରେ ପୁରସ୍କାର ପାଇବ। 36 ତୁମ୍ଭେମାନେ ଧୈର୍ଯ୍ୟବାନ ହେବା ଦରକାର। ପରମେଶ୍ୱର ଯାହା ଇଚ୍ଛା କରନ୍ତି, ସେହିସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭେମାନେ ପାଇବ। 37 ଆଜି ଅଳ୍ପ ସମୟରେ,
“ଯାହାଙ୍କ ଆସିବା କଥା ସେ ଆସିବେ,
ତାହାଙ୍କର ଡେରି ହେବ ନାହିଁ।
38 ଯେଉଁ ଲୋକ ମୋ’ ସହିତ ଧାର୍ମିକ,
ତା’ର ବିଶ୍ୱାସ ହେତୁ ସେ ଜୀବିତ ରହିବ।
କିନ୍ତୁ ଯଦି ସେ ଲୋକ ଭୟରେ ମୁହଁ ମୋଡ଼େ,
ମୁଁ ତା’ ଉପରେ ପ୍ରସନ୍ନ ହେବି ନାହିଁ।” (A)
39 କିନ୍ତୁ ଆମ୍ଭେ ସେହି ଲୋକମାନଙ୍କ ପରି ନୋହୁଁ ଯେଉଁମାନେ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। ଯେଉଁମାନଙ୍କର ବିଶ୍ୱାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍ଭେ ସେମାନଙ୍କ ଭଳି ଅଟୁ।
2010 by World Bible Translation Center